କୃଷି ଆନ୍ଦୋଳନରେ ହିଂସା ଘଟଣା: ହାଇକୋର୍ଟରେ ଯାଚିକା ଦାୟର କଲା ରିଲାଏନ୍ସ

Published: Jan 4, 2021, 2:36 pm IST

ନୂଆଦିଲ୍ଲୀ: ନୂତନ କୃଷି ବିଲକୁ ନେଇ ଦିଲ୍ଲୀ ସୀମାରେ ବହୁ କୃଷକ ସଂଗଠନ ପକ୍ଷରୁ ଆନ୍ଦୋଳନ ଜାରି ରହିଛି। କେନ୍ଦ୍ର ସରକାର ଓ କୃଷକ ସଂଗଠନ ମଧ୍ୟରେ ଆଲୋଚନା ଜାରି ରହିଥିଲେ ମଧ୍ୟ କୌଣସି ସମାଧାନ ହୋଇପାରିନି। ଗତ ଆଲୋଚନାରେ କୃଷକ ସଂଗଠନର ଦାବୀକୁ ୫୦ ପ୍ରତିଶତ ମାନି ନେଇଥିବା କେନ୍ଦ୍ର ସରକାର ପକ୍ଷରୁ କୁହାଯାଇଥିଲେ ମଧ୍ୟ କୃଷକ ସଂଗଠନ ଏତିକିରେ ସନ୍ତୁଷ୍ଟ ହୋଇନି। ଆଜି ପୁଣି ସପ୍ତମ ପର୍ଯ୍ୟାୟର ଆଲୋଚନା ଆରମ୍ଭ ହୋଇଛି।

ତେବେ କୃଷକ ସଂଗଠନ ତରଫରୁ ବହୁତ ସ୍ଥାନରେ ଶାନ୍ତି ଉପାୟରେ ଏହି ଆନ୍ଦୋଳନ ଚାଲିଥିବା ଦାବି କରୁଥିବା ବେଳେ ଅନେକ ସ୍ଥାନରେ ହିଂସା କରିଥିବା ଅଭିଯୋଗ ହୋଇଛି। ପଞ୍ଜାବ ଓ ହରିୟଣାର ଅନେକ ସ୍ଥାନରେ ହିଂସା ହୋଇଥିବା ଅଭିଯୋଗ ହୋଇଛି। ଏହି ହିଂସାରେ କୃଷକମାନେ ରିଲାଏନ୍ସ ଜିଓର ଅନେକ ମୋବାଇଲ ଟାୱାର ନଷ୍ଟ କରିଦେଇଥିବା ଅଭିଯୋଗ ହୋଇଛି। ଏନେଇ ରିଲାଏନ୍ସ ପକ୍ଷରୁ ପଞ୍ଜାବ ଓ ହରିୟାଣା ହାଇକୋର୍ଟରେ ଏକ ଯାଚିକା ଦାୟର କରାଯାଇଥିବା ସୂଚନା ରହିଛି। ଏବେ ଏହି ମାମଲାରେ ରିଲାଏନ୍ସ ହାଇକୋର୍ଟର ଶରଣ ପଶିଥିବା ବେଳେ ସରକାର ଏଥିରେ ହସ୍ତକ୍ଷେପ କରନ୍ତୁ ବୋଲି ଅପିଲ୍ କରାଯାଇଛି।

Related posts