Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନିର୍ବାଚନ ଆଚରଣ ବିଧି  ଉଲ୍ଲଂଘନ କଲେ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ କୁମାର ଚୌବେ
ଆଜିର ଖବର

ନିର୍ବାଚନ ଆଚରଣ ବିଧି  ଉଲ୍ଲଂଘନ କଲେ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ କୁମାର ଚୌବେ

March 31, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
aswini choubey threatens to election commission
aswini choubey threatens to election commission

ଲୋକସଭା ନିର୍ବାଚନ ପାଇଁ  ନିର୍ବାଚନ ତାରିଖ ଘୋଷଣା ହେବା ପରଠାରୁ ନିର୍ବାଚନ ଆଚାର ସଂହିତା ଲାଗୁ କରାଯାଇଛି। ଏନେଇ ଏକ ଗାଇଡଲାଇନ୍‌ ମଧ୍ୟ ଜାରି କରାଯାଇଛି। ବିହାର ବକ୍ସରରେ ପ୍ରଚାର ବେଳେ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ କୁମାର ଚୌବେ ଆଚରଣ ବିଧି ଉଲ୍ଲଂଘନ କରିଛନ୍ତି। ନିର୍ବାଚନ ଅଧିକାରୀ କେନ୍ଦ୍ରମନ୍ତ୍ରୀଙ୍କୁ ଏ ବାବଦରେ ଅବଗତ କରାଇବାରୁ ସେ ଖୋଲାଖୋଲି ଧମକ ଦେବା ସହିତ ଜେଲ ପଠାଇବାକୁ ଆହ୍ବାନ କରିଛନ୍ତି। ସୂଚନାଯୋଗ୍ୟ ଶନିବାର ଦିନ ବକ୍ସର ଲୋକସଭା ଆସନ ପାଇଁ ପ୍ରାର୍ଥୀ ହୋଇଥିବା କେନ୍ଦ୍ରମନ୍ତ୍ରୀ ଅଶ୍ଵିନୀ କୁମାର ଚୌବେ ଏକ ରାଲି କରୁଥିଲେ ଯାହାକି ବିନା ଅନୁମତିରେ ହୋଇଥିବା ଜଣାପଡ଼ିଛି। ପ୍ରଚାର ପାଇଁ ସମୟ ସରିଯାଇଥିବାବେଳେ ରାଲିରେ ସାମିଲ ଥିବା ବାଇକ ପାଇଁ ମଧ୍ୟ ଆବଶ୍ୟକ ଅନୁମତି ନିଆଯାଇନଥିଲା। ଏହାପରେ ସବ ଡ଼ିଭିଜନାଲ ମାଜିଷ୍ଟ୍ରେଟ ତଥା ନିର୍ବାଚନ ଅଧିକାରୀ କେକେ ଉପାଧ୍ୟାୟ କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରଚାର ବେଳେ ଅଟକାଇଥିଲେ। ଏହାପରେ କେନ୍ଦ୍ରମନ୍ତ୍ରୀ ଜଣଙ୍କ ନିର୍ବାଚନ ଅଧିକାରୀ ଜଣଙ୍କୁ ଧମକ ଦେଉଥିବା ଦେଖିବାକୁ ମିଳିଛି। ତେବେ ନିର୍ବାଚନ ଅଧିକାରୀ ଏ ନେଇ କୌଣସି ପ୍ରତିକ୍ରିୟା ପ୍ରକାଶ କରିନଥିଲେ। ଅଶ୍ବିନୀ କୁମାର ଚୌବେ କେନ୍ଦ୍ର ସରକାରରେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଅଛନ୍ତି। ସେ ବିଜେପିରୁ ବକ୍ସର ଲୋକସଭା ଆସନ ପାଇଁ ପ୍ରାର୍ଥୀ ହୋଇଛନ୍ତି।

bihar ec thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

ସେବାୟତ ବିବାଦ : ମହାପ୍ରଭୁ ଖେଳି ପାରିଲେନି ଚାପ

April 29, 2026

ନିର୍ବାଚନ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇଲେ ମମତା

April 29, 2026

ଆଜି ପଶ୍ଚିମବଙ୍ଗ ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ

April 29, 2026

ଖରାଦିନେ ଗର୍ଭବତୀ ମହିଳା କିପରି ଯତ୍ନ ନେବେ

April 29, 2026
Latest News

ସେବାୟତ ବିବାଦ : ମହାପ୍ରଭୁ ଖେଳି ପାରିଲେନି ଚାପ

April 29, 2026

ନିର୍ବାଚନ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇଲେ ମମତା

April 29, 2026

ଆଜି ପଶ୍ଚିମବଙ୍ଗ ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ

April 29, 2026

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ୨୦୨୬ :’ଦିଦି’ ବ୍ରାଣ୍ଡ ପାଇଁ ଏକ ପରୀକ୍ଷା

April 29, 2026

ଖରାଦିନେ ଗର୍ଭବତୀ ମହିଳା କିପରି ଯତ୍ନ ନେବେ

April 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.