ଦେଶ ଏକ ବଳିଷ୍ଠ ଏବଂ କଠୋର ନିଷ୍ପତ୍ତି ନେଇ ପାରୁଥିବା ପ୍ରତିନିଧି ଆବଶ୍ୟକ କରୁଛି : ପ୍ରକାଶ ସିଂ ବାଦଲ

Published: Mar 31, 2019, 3:40 pm IST

ଦେଶ କୁ ଏକ ଉଚ୍ଚ ସ୍ଥାନ ଦେବାପାଇଁ ଦେଶ ଏକ ବଳିଷ୍ଠ ଏବଂ ନିଷ୍ପତ୍ତି ନେଇ ପାରୁଥିବା ପ୍ରତିନିଧି ଆବଶ୍ୟକ କରୁଛି ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂ ବାଦଲ କହିଛନ୍ତି। ଶନିବାର ଗାନ୍ଧୀନଗର ଠାରେ ବିଜେପି ଅଧ୍ୟକ୍ଷ ଅମିତ ଶାହା ନିଜର ପ୍ରାର୍ଥୀ ପତ୍ର ଦାଖଲ କରିବା ଅବସରରେ କରାଯାଇଥିବା ଏକ ସଭାରେ ସେ ଏହା କହିଛନ୍ତି। ଶ୍ରୀଯୁକ୍ତ ବାଦଲ କହିଲେ ଯେ ଯଦିଓ ଆମ ଦେଶ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତିନିଧିତ୍ଵ ରେ ସୁରକ୍ଷା ସାମର୍ଥ୍ୟ ଏବଂ ବୈଜ୍ଞାନିକ ଗବେଷଣାରେ  ପୃଥିବୀର ପାଞ୍ଚଟି ପ୍ରମୁଖ ଅର୍ଥନୀତି ମଧ୍ୟରେ ଏକ ଗ୍ଲୋବାଲ ସୁପର ପାୱାର ହୋଇ ପାରିଛି  ତଥାପି ଦେଶ ଏକ ବଳିଷ୍ଠ, ଶକ୍ତିଶାଳୀ ଏବଂ ଏକ ସ୍ଵଚ୍ଛ ପ୍ରତିନିଧିତ୍ଵର ଆବଶ୍ୟକ କରୁଛି। କେବଳ ମୋଦୀ ହିଁ ଏହିଭଳି ବଳିଷ୍ଠ ନେତୃତ୍ଵ ପ୍ରଦାନ କରିବାରେ ସକ୍ଷମ ବୋଲି ସେ କହିଛନ୍ତି। ବାଦଲ ଅମିତ ଶାହଙ୍କୁ ମୋଦୀଙ୍କ ପରେ  ଦେଶରେ ଏକ ପ୍ରମୁଖ ସଂଗଠକ ଏବଂ ପ୍ରଚାରକ ଭାବେ ଅଭିହିତ କରିଛନ୍ତି। ମୋଦୀଙ୍କ ନେତୃତ୍ଵରେ ଏନଡିଏର ବୃହତ୍ତ  ଏବଂ ଅଦ୍ଭୂତପୂର୍ବ ବିଜୟର ଭବିଷ୍ୟବାଣୀ କରିଛନ୍ତି ଏବଂ ମୋଦୀଙ୍କ ପ୍ରତିନିଧିତ୍ଵ ରେ ଆମେରିକା, ରୁଷିଆ ଏବଂ ଚାଇନା ସହ  ଭାରତ ଏକ ଅଗ୍ରଣୀ ଅର୍ଥନୀତି ଏବଂ ସାମରିକ ଶକ୍ତି ଭାବେ ପୃଥିବୀରେ ଉଭା ହେବ ବୋଲି ବାଦଲ କହିଛନ୍ତି।

Related posts