Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜଗତସିଂହପୁରରେ ସଂସ୍କୃତି ହ୍ୟାଣ୍ଡଲୁମ୍ ଉତ୍ପାଦକ ଗୋଷ୍ଠୀର ଗ୍ରାମୀଣ ବଜାର ଉଦଘାଟିତ
ଆଜିର ଖବର

ଜଗତସିଂହପୁରରେ ସଂସ୍କୃତି ହ୍ୟାଣ୍ଡଲୁମ୍ ଉତ୍ପାଦକ ଗୋଷ୍ଠୀର ଗ୍ରାମୀଣ ବଜାର ଉଦଘାଟିତ

January 7, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରମେଶ ମହାନ୍ତି

ଜଗତସିଂହପୁର: ଆଜି ପୂର୍ବାହ୍ନରେ ସଂସ୍କୃତି ଭବନ ସମ୍ମୁଖସ୍ଥ ମୁନିସିପାଲିଟି ମାର୍କେଟ କମ୍ପ୍ଲେକ୍ସ ଠାରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଓ ଓରମାସ୍ ଆନୁକୂଲ୍ୟରେ ସଂସ୍କୃତି ହ୍ୟାଣ୍ଡଲୁମ୍ ଉତ୍ପାଦକ ଗୋଷ୍ଠୀଙ୍କ ଦ୍ୱାରା ଏକ ଗ୍ରାମୀଣ ବଜାର ଉଦଘାଟିତ ହୋଇଯାଇଛି। ଜିଲ୍ଲାପାଳ ସରୋଜ କୁମାର ମିଶ୍ରଙ୍କ ଏହାକୁ  ଉଦଘାଟନ କରିଥିଲେ। ଏଠାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କ ଦ୍ୱାରା ପ୍ରସ୍ତୁତି କଟନ୍ ବୁଟିଶାଢୀ, ଟସର ଶାଢୀ, ଲୁଙ୍ଗି, ଗାମୁଛା, ଧୋତି,ସ୍କାର୍ପ, ଉଲ୍ ଚଦର, ବେଡ୍ ସିଟ୍, ସାର୍ଟ କପଡା, ବେଡ୍ସିଟ୍ ଓ ଡ୍ରେସ୍ ମ୍ୟାଟେରିଆଲ୍ ସୁଲଭ ଦରରେ ବିକ୍ରୟ କରାଯିବ।

ଏତଦ୍ ବ୍ୟତୀତ ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କ ଦ୍ୱାରା ପ୍ରସ୍ତୁତ ବଡି, ପାମ୍ପଡ, ମୁଗଡାଲି, ମସଲା, ଧୂପକାଠି, ଆଚାର, ଫିନାଇଲ୍, ମାଟିର ପ୍ରସ୍ତୁତ ଘର ସଜା ସାମଗ୍ରୀ (ଟେରା କୋଟା), କାଇଁଚ ତିଆରି ଘର କରଣା ଜିନିଷ,ଝୋଟ ବ୍ୟାଗ୍, ତାଳପତ୍ର ପ୍ରସ୍ତୁତ ସାମଗ୍ରୀ ବିକ୍ରୟ କରାଯିବ। ଏହି ଆଉଟଲେଟ୍ ଉଦଘାଟନ କରି ଜିଲ୍ଲାପାଳ ସରୋଜ କୁମାର ମିଶ୍ର କହିଲେ ଜିଲ୍ଲାରେ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ପ୍ରସ୍ତୁତ ଉତ୍ପାଦ ସାମଗ୍ରୀ ବିକ୍ରୟ ଦ୍ୱାରା ମହିଳା ଉତ୍ପାଦକ ଗୋଷ୍ଠୀ ବିଶେଷ ଭାବେ ଉପକୃତ ହେବେ।

ପୂର୍ବରୁ ଗ୍ରାମାଞ୍ଚଳର ଉତ୍ପାଦ କେବଳ ପଲ୍ଲିଶ୍ରୀ ମେଳାରେ ବିକ୍ରୟ ହେଉଥିଲା। ଏବେ ଏହା ସହରରେ ଉପଲବ୍ଧ ହେବ। ଜିଲ୍ଲାରେ ଅଧିକରୁ ଅଧିକ ଆଉଟଲେଟ୍ ଖୋଲିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଏହାର ସଠିକ୍ ପରିଚାଳନା ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ। ଏହା ଏକ ଉତମ ପ୍ରୟାସ, ଏହା ଦ୍ୱାରା ଅନ୍ୟ ସ୍ୱୟଂ ସହାୟକ ଦଳ ଓ ଉତ୍ପାଦକ ଗୋଷ୍ଠୀ ପ୍ରେରଣା ପାଇବେ।

ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ପ୍ରକଳ୍ପ ନିର୍ଦ୍ଧେଶକ ସରୋଜ କାନ୍ତ ମହାନ୍ତି, ଓରମାସ ଡେପୁଟୀ ସିଇଓ ସତ୍ୟ ସୁନ୍ଦର ଶିବରାମ ପାଇଟାଳ,ଅଗ୍ରଣୀ ଜିଲ୍ଲା ମ୍ୟାନେଜର ସତୀଶ ପାତ୍ର,ଡି.ଡି.ଏମ୍, ନାବାର୍ଡ ବିଶ୍ୱ ଭୁଷଣ ମହାନ୍ତି, ପୈାର ନିର୍ବାହୀ ଅଧିକାରୀ ବିମଳ କୁମାର ଲେଙ୍କା, ଡି.ପି.ଏମ୍, ଓ.ଏଲ୍.ଏମ୍, ଡି.ପି.ସି, ମିଶନ ଶକ୍ତି ପ୍ରଭାତ କୁମାର ଦାଶ, ସନ୍ତୋଷୀ ହ୍ୟାଣ୍ଡଲୁମ୍ ଉତ୍ପାଦକ ଗୋଷ୍ଠୀର ସଦସ୍ୟା ମାନେ ଉପସ୍ଥିତ ଥିଲେ।

ଜଗତସିଂହପୁର
Share. Facebook Twitter LinkedIn Email WhatsApp Copy Link

Related Posts

ବିକେପିପିଇଆର୍ ପ୍ରକଳ୍ପ ପ୍ରସ୍ତାବକୁ ରାଜ୍ୟସ୍ତରୀୟ କମିଟିର ଅନୁମୋଦନ

August 3, 2026

ଏମ୍ସ ଭୁବନେଶ୍ୱରର ଚମକ “ଅଙ୍ଗ ପ୍ରତିରୋପଣରେ ଉଦୀୟମାନ ସରକାରୀ ପ୍ରତିଷ୍ଠାନ” ଭାବରେ ସମ୍ମାନିତ

August 3, 2026

ବନ୍ୟା ସହାୟତା ଘୋଷଣା, ପ୍ରଥମ ପର୍ଯ୍ୟାୟରେ ୧୧୦ କୋଟି ଟଙ୍କା, ଜାଣନ୍ତୁ କାହାକୁ ଦିଆଯିବ କେତେ 

August 3, 2026

ଓଡିଶା ରାଜନୀତିର ଭୀଷ୍ମ ପିତାମହ ବିଶ୍ବଭୂଷଣ ହରିଚନ୍ଦନଙ୍କ ୯୩ ତମ ଜନ୍ମଦିବସ ପାଳିତ

August 3, 2026
Latest News

ବିକେପିପିଇଆର୍ ପ୍ରକଳ୍ପ ପ୍ରସ୍ତାବକୁ ରାଜ୍ୟସ୍ତରୀୟ କମିଟିର ଅନୁମୋଦନ

August 3, 2026

ଏମ୍ସ ଭୁବନେଶ୍ୱରର ଚମକ “ଅଙ୍ଗ ପ୍ରତିରୋପଣରେ ଉଦୀୟମାନ ସରକାରୀ ପ୍ରତିଷ୍ଠାନ” ଭାବରେ ସମ୍ମାନିତ

August 3, 2026

ବନ୍ୟା ସହାୟତା ଘୋଷଣା, ପ୍ରଥମ ପର୍ଯ୍ୟାୟରେ ୧୧୦ କୋଟି ଟଙ୍କା, ଜାଣନ୍ତୁ କାହାକୁ ଦିଆଯିବ କେତେ 

August 3, 2026

ଓଡିଶା ରାଜନୀତିର ଭୀଷ୍ମ ପିତାମହ ବିଶ୍ବଭୂଷଣ ହରିଚନ୍ଦନଙ୍କ ୯୩ ତମ ଜନ୍ମଦିବସ ପାଳିତ

August 3, 2026

Bankipur Byepoll Result: ବିଜେପି ରାଷ୍ଟ୍ରୀୟ ସଭାପତି ନୀତିନ ନବୀନଙ୍କ ଗଡରେ ଜିତିଲେ ପ୍ରଶାନ୍ତ କିଶୋର

August 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.