Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଜି ୩୩ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ହେବ କରୋନା ଟୀକାର ଦ୍ୱିତୀୟ ଡ୍ରାଏ ରନ୍
ଆଜିର ଖବର

ଆଜି ୩୩ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ହେବ କରୋନା ଟୀକାର ଦ୍ୱିତୀୟ ଡ୍ରାଏ ରନ୍

January 8, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଆଜି ୩୩ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ହେବ କରୋନା ଟୀକାର ଦ୍ୱିତୀୟ ଡ୍ରାଏ ରନ୍

ନୂଆଦିଲ୍ଲୀ, ଦେଶବ୍ୟାପୀ ହେଉଥିବା କୋଭିଡ୍ ଟୀକାଦାନ ଅଭ୍ୟାସ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପ ଓ ପ୍ରସ୍ତୁତି ସମ୍ପର୍କରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ସମୀକ୍ଷା କରିଛନ୍ତି । ଏହି ଅବସରରେ ସେ ଭିଡିଓ କନଫରେନ୍ସିଂ ବ୍ୟବସ୍ଥାରେ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ସ୍ୱାସ୍ଥ୍ୟମନ୍ତ୍ରୀ, ପ୍ରମୁଖ ସଚିବ, ଅତିରିକ୍ତ ମୁଖ୍ୟ ସଚିବମାନଙ୍କ ସହ ମତବିନିମୟ କରିଛନ୍ତି ।

ଏହି ପ୍ରକ୍ରିୟାକୁ ସଫଳ କରିବା ପାଇଁ ଯେ ସବୁ ରାଜ୍ୟର ସ୍ୱାସ୍ଥ୍ର‌୍ୟମନ୍ତ୍ରୀ ଓ ବରିଷ୍ଠ ଅଧିକାରୀଙ୍କ ବ୍ୟକ୍ତିଗତ ସାହାଯ୍ୟ ସହଯୋଗ ଲୋଡିଛନ୍ତି । ଜାନୁୟାରୀ ଆଠ ତାରିଖରେ ଦେଶର ୩୩ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୭୩୬ ଜିଲାରେ ଏହି ଟୀକାଦାନର ଅଭ୍ୟାସମୂଳକ ଡ୍ରିଲ କରାଯିବ । ଏଥିରେ ଗୋଟିଏ ଦିନରେ ୩ ପର‌୍ୟ୍ୟାୟରେ କିପରି ଲୋକଙ୍କୁ ଟୀକା ଦିଆଯିବ ସେ କଥା ଟୀକାଦାନକାରୀ ଓ ଅନ୍ୟାନ୍ୟ କର୍ମଚାରୀ ଅଭ୍ୟାସ କରିବେ ।

ଏହି ମକ୍‌ଡ୍ରିଲର ଉଦ୍ଦେଶ୍ୟ ହେଲା ପ୍ରକୃତ ଟୀକାକୁ କିପରି ଲୋକଙ୍କୁ ନିର୍ଭୁଲଭାବେ ପ୍ରଦାନ କରାଯାଇପାରିବ ତାହାର ସମୁଦାୟ ଯୋଜନା ଓ କାର‌୍ୟ୍ୟକାରିତାର ଅଭ୍ୟାସମୂଳକ ପ୍ରଦର୍ଶନ କରିବା। ଏଥିପାଇଁ ହିତାଧିକାରୀମାନଙ୍କ ନାମ ପଞ୍ଜୀକୃତ ହେବ । ନିର୍ଦ୍ଧାରିତ ଟୀକାଦାନ କେନ୍ଦ୍ରରେ ବିଭିନ୍ନ ପର‌୍ୟ୍ୟାୟରେ କିପରି ଟୀକା ଦିଆଯିବ ତାହାର ଯୋଜନା ଓ ରୂପାୟନ କାର‌୍ୟ୍ୟ ପରୀକ୍ଷାମୂଳକଭାବେ କରାଯିବ।

ଏହି ସମଗ୍ର ପ୍ରକ୍ରିୟା ଜିଲାପାଳ ବା ଜିଲା ମାଜିଷ୍ଟ୍ରେଟଙ୍କ ନେତୃତ୍ୱରେ କାର‌୍ୟ୍ୟକାରୀ ହେବ। ଏହି ଡ୍ରାଏ ରନ୍ ବ୍ୟବସ୍ଥାରେ ରାଜ୍ୟ, ଜିଲା, ବ୍ଲକ ଓ ହସପିଟାଲସ୍ତରୀୟ ଅଧିକାରୀମାନେ ଟୀକାଦାନ ଓ ଅନ୍ୟାନ୍ୟ ବ୍ୟବସ୍ଥା ସହ ପରିଚିତ ହେବେ। ଏହା ଫଳରେ ଯେତେବେଳେ ବାସ୍ତବରେ ଟୀକା ଦିଆଯିବା ଆରମ୍ଭ ହେବ ସେତେବେଳେ କୌଣସି ଅସୁବିଧା ରହିବ ନାହିଁ ।

ଏହି ଅଭ୍ୟାସମୂଳକ କାର‌୍ୟ୍ୟ ବଳରେ ପ୍ରଶାସକମାନେ ଟୀକାଦାନ ସଂକ୍ରାନ୍ତ ଯୋଜନା, ରୂପାୟନ ଓ ରିପୋର୍ଟିଂ ମେକାନିଜମ୍ ସହ ସମନ୍ୱୟ ରକ୍ଷା କରିବାର ଅଭିଜ୍ଞତା ଅର୍ଜନ କରିବେ। ଏଥିରେ ଯଦି କୌଣସି ତ୍ରୁଟିବିଚ୍ୟୁତି ଥାଏ ଏହା ଅଭ୍ୟାସବେଳେ ଧରାପଡି ତାହା ସଂଶୋଧନ କରାଯାଇପାରିବ । ସର୍ବୋପରି ଏହି ଅଭ୍ୟାସଦ୍ୱାରା ବାସ୍ତବ ଟୀକାଦାନ ବ୍ୟବସ୍ଥାରେ ସଂପୃକ୍ତ ଅଧିକାରୀ ଓ କର୍ମଚାରୀମାନଙ୍କର ଆତ୍ମବିଶ୍ୱାସ ବଢିବ ବୋଲି ମନ୍ତ୍ରୀ କହିଛନ୍ତି ।

 

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ
Share. Facebook Twitter LinkedIn Email WhatsApp Copy Link

Related Posts

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବଡ ଘୋଷଣା

May 12, 2026

ରଣପୁରରେ ଦୁଇ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ପରଲୋକ: ଶିକ୍ଷା ମହଲରେ ଶୋକର ଛାୟା

May 12, 2026

ନିଟ୍‌-ୟୁଜି ୨୦୨୬ ପରୀକ୍ଷା ବାତିଲକୁ ନେଇ ସରକାରଙ୍କୁ ସମାଲୋଚନା କଲେ ନବୀନ

May 12, 2026

ଯୁବକକୁ ଗୋଡ଼ାଇ ଗୋଡ଼ାଇ ମରଣାନ୍ତକ ଆକ୍ରମଣ

May 12, 2026
Latest News

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବଡ ଘୋଷଣା

May 12, 2026

ରଣପୁରରେ ଦୁଇ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ପରଲୋକ: ଶିକ୍ଷା ମହଲରେ ଶୋକର ଛାୟା

May 12, 2026

ନିଟ୍‌-ୟୁଜି ୨୦୨୬ ପରୀକ୍ଷା ବାତିଲକୁ ନେଇ ସରକାରଙ୍କୁ ସମାଲୋଚନା କଲେ ନବୀନ

May 12, 2026

ଯୁବକକୁ ଗୋଡ଼ାଇ ଗୋଡ଼ାଇ ମରଣାନ୍ତକ ଆକ୍ରମଣ

May 12, 2026

ବାରଙ୍ଗରେ ବୁଲିଲା ଖଣ୍ଡା; ୨ଜଣ ଆହତ

May 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.