ନେତାଜୀଙ୍କ ୧୨୫ ତମ ଜୟନ୍ତୀ ପାଳନ ପାଇଁ କେନ୍ଦ୍ର ସରକାରଙ୍କ ବଡ ଯୋଜନା, ଗଠନ ହେଲା ଉଚ୍ଚସ୍ତରୀୟ କମିଟ

Published: Jan 9, 2021, 10:36 pm IST

ନୂଆଦିଲ୍ଲୀ, ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀକୁ ସ୍ମରଣୀୟ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି । ଏଥିପାଇଁ ଆଜି ଏକ ଗେଜେଟ ବିଜ୍ଞପ୍ତି ଜାରି କରାଯାଇଛି । ୨୦୨୧ ଜାନୁଆରୀ ୨୩ରୁ ଆରମ୍ଭ ହେବାକୁ ଯାଉଥିବା ଏକବର୍ଷ ବ୍ୟାପୀ ଉକ୍ତ ସ୍ମାରକୀ କାର‌୍ୟ୍ୟକ୍ରମ ବାବଦରେ ଏହି ଉଚ୍ଚସ୍ତରୀୟ କମିଟି ନିଷ୍ପତ୍ତି ଗ୍ରହଣ କରିବ ।

ବିଶିଷ୍ଟ ନାଗରିକ, ଐତିହାସିକ, ଲେଖକ, ବିଶେଷଜ୍ଞ, ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପରିବାର ସଦସ୍ୟ ଏବଂ ଆଜାଦ ହିନ୍ଦ ଫୌଜ (ଆଇଏନଏ) ସହ ଜଡ଼ିତ ବିଶିଷ୍ଟ ବ୍ୟକ୍ତିମାନେ ଏହି କମିଟିର ସଦସ୍ୟ ରହିଛନ୍ତି । ଏହି କମିଟି ଦିଲ୍ଲୀ, କୋଲକାତା ଓ ନେତାଜୀ ଏବଂ ଆଜାଦ ହିନ୍ଦ ଫୌଜ ସହ ଜଡ଼ିତ ଅନ୍ୟ ସ୍ଥାନଗୁଡ଼ିକରେ, ଉଭୟ ଭାରତ ଏବଂ ବିଦେଶରେ ସ୍ମରଣୀୟ କାର‌୍ୟ୍ୟକ୍ରମ ପାଇଁ ମାର୍ଗଦର୍ଶନ କରିବ।

ଏହି କମିଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ଆଉ 6ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ସାମିଲ ହୋଇଛନ୍ତି। ସେହିପରି ଓଡିଶା ସାଂସଦ ଭର୍ତ୍ତୁହରି ମହତାବ ମଧ୍ୟ ଏହି କମିଟର ସଦସ୍ୟ ଅଛନ୍ତି।

କମିଟର ସମସ୍ତ ସଦସ୍ୟଙ୍କ ନାମ ଜାଣିବା ପାଇଁ ଏହା ଉପରେ କ୍ଲିକ କରନ୍ତୁ

Related posts