Categories
NetajiJayanthi ଆଜିର ଖବର ରାଜ୍ୟ ଖବର

କଳା ଗ୍ରାନାଇଟରେ ହେବ ନେତାଜୀଙ୍କ ପ୍ରତିମୂର୍ତ୍ତି, ଜାଣନ୍ତୁ ଏହା କିଏ କରିବ, ପଥର କେଉଁଠୁ ଆସିବ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି ଯେ, ଇଣ୍ଡିଆ ଗେଟରେ ପ୍ରଖ୍ୟାତ ସ୍ବାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ବୋଷଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯିବ। ଏହି ପ୍ରତିମୂର୍ତ୍ତି 28 ଫୁଟ ଉଚ୍ଚତା ବିଶିଷ୍ଠ ହେବ। ଏଥିସହିତ ଏହି ମୂର୍ତ୍ତି ପୁରା କଳା ଗ୍ରାନାଇଟ ପଥରରେ ନିର୍ମିତ ହେବ। ତା ପୂର୍ବରୁ ଇଣ୍ଡିଆଗେଟରେ ହେଲୋଗ୍ରାମ ମୂର୍ତ୍ତି ସ୍ଥାପନ କରାଯିବ।

ତେବେ ଏହି କଳା ଗ୍ରାନାଇଟ ପଥର କେଉଁଠି ଆସିବ ଏବଂ ଏହାକୁ କିଏ ନିର୍ମାଣ କରିବ ତାହା ପ୍ରଶ୍ବବାଚୀ ସୃଷ୍ଟି କରିଛି। ସୁତ୍ର ଅନୁସାରେ ଏହି ମୂର୍ତ୍ତି ଯେ ନିର୍ମାଣ କରିବେ ସେ ହେଉଛନ୍ତି ଓଡିଶାର ପ୍ରଖ୍ୟାତ ସ୍ଥପତି ଅଦ୍ବୈତ ଗଡନାୟକ। ସେ ବର୍ତ୍ତମାନ ରାଷ୍ଟ୍ରୀୟ ଲଳିତକାଳା ଏକାଡେମୀର ଅଧ୍ୟକ୍ଷ ଅଛନ୍ତି। ସେହିପରି ଏହି ପଥର ତେଲଙ୍ଗାନାର ଖମ୍ମମ ଜିଲ୍ଲାରୁ ଆସିବ ବୋଲି ଜଣାପଡିଛି। ଏହା ଗୋଟିଏ କଳା ଗ୍ରାନାଇଟ ପଥରରେ ନିର୍ମାଣ କରାଯିବ। ଏହି ପ୍ରତିମୂର୍ତ୍ତିର ଉଚ୍ଚତା 28 ଫୁଟ ହେବ ବୋଲି ନିଷ୍ପତି ହୋଇଛି।

Categories
ଜାତୀୟ ଖବର ବିଶେଷ ଖବର

ନେତାଜୀ ସୁଭାଷ ବୋଷଙ୍କ କଳାକୃତି ଚୋରୀ ଘଟଣା, ଜବାବ ରଖିଲା କେନ୍ଦ୍ର ସଂସ୍କୃତି ବିଭାଗ

ନୂଆଦିଲ୍ଲୀ, କେତେକ ଗଣମାଧ୍ୟମରେ ପ୍ରକାଶିତ ଖବରକୁ ନେଇ ଆଜି ସଂସ୍କୃତି ମନ୍ତ୍ରଣାଳୟର ମୁଣ୍ଡବଥା କାରଣ ହୋଇଛି। ଏଥିରେ ପ୍ରକାଶିତ ହୋଇଛି ଯେ, ନେତାଜୀ ସୁଭାଷ ବୋଷଙ୍କ କେତେକ କଳାକୃତି ଚୋରୀ ହୋଇଯାଇଛି।

ଏହି ରିପୋର୍ଟରେ କୁହାଯାଇଛି ଯେ, ଜାନୁଆରୀ ୨୩ ତାରିଖରେ ଭିକ୍ଟୋରିଆ ମେମୋରିଆଲଠାରେ ଏକ ପ୍ରଦର୍ଶନୀ କରାଯାଇଥିଲା। ଯାହାକି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜନ୍ମ ବାର୍ଷିକୀ ପାଳନ ଅବସର ଥିଲା। ସେଥିରେ ନେତାଜୀଙ୍କ ବିଭିନ୍ନ କଳାକୃତି ପ୍ରଦର୍ଶିତ କରାଯାଇଥିଲା । ସେହି ସାମଗ୍ରୀ ଚୋରୀ ହୋଇଯାଇଛି ବୋଲି କେତେକ ଗଣମାଧ୍ୟମରେ ରିପୋର୍ଟ କରାଯାଇଛି।

ତେବେ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି ପ୍ରକାଶ ପାଇଥିବା ସମ୍ବାଦ ସମ୍ପୂର୍ଣ୍ଣ ଅସତ୍ୟ । ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଚଳିତ ବର୍ଷ ସେହିସବୁ ସାମଗ୍ରୀ ଭାରତୀୟ ପ୍ରତ୍ନତତ୍ବ ସର୍ବେକ୍ଷଣ ସଂସ୍ଥାର ଲାଲକିଲ୍ଲା ସଂଗ୍ରହାଳୟ ପକ୍ଷରୁ ଭିକ୍ଟୋରିଆ ମେମୋରିଆଲକୁ ଲୋନ୍‍ ଆଧାରରେ ଯୋଗାଇ ଦିଆଯାଇଥିଲା ।

ବିଧିବଦ୍ଧ ଭାବେ ପ୍ରଚଳିତ ଧାରାକୁ ଅନୁସରଣ ପୂର୍ବକ ସେହିସବୁ ସାମଗ୍ରୀ ଉଧାର ସୂତ୍ରରେ ପ୍ରଦାନ କରାଯାଇଥିଲା ଏବଂ ସେଥିପାଇଁ ଦୁଇ ଅନୁଷ୍ଠାନଙ୍କ ମଧ୍ୟରେ ଏକ ଆନୁଷ୍ଠାନିକ ବୁଝାମଣା ପତ୍ର ମଧ୍ୟ ସ୍ୱାକ୍ଷରିତ ହୋଇଥିଲା ।

ଏହି ବୁଝାମଣା ପତ୍ରର ଅବଧି ଛଅ ମାସ ପର୍ଯ୍ୟନ୍ତ ବଳବତ୍ତର ରହିବ ଯାହାକି ଏକ ବର୍ଷ ପର୍ଯ୍ୟନ୍ତ ମଧ୍ୟ ବୃଦ୍ଧି କରାଯାଇପାରିବ । ସେହିସବୁ ସାମଗ୍ରୀ କୋଲକାତାକୁ ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା ଏବଂ ବୀମାକରଣ ସହ ପଠାଯାଇଥିଲା ।

ମନ୍ତ୍ରଣାଳୟ ପକ୍ଷରୁ ଆହୁରି କୁହାଯାଇଛି ଯେ ଦେଶର ବିଭିନ୍ନ ସଂଗ୍ରହାଳୟ ମଧ୍ୟରେ ପୁରାତନ ସାମଗ୍ରୀ ଆଦାନ ପ୍ରଦାନ ଓ ପ୍ରଦର୍ଶନୀ ଆୟୋଜନ ଏକ ପ୍ରଚଳିତ ନିୟମିତ ଧାରା । ଆଲୋଚିତ କ୍ଷେତ୍ରରେ, ଉଭୟ ଏଏସଆଇ ଏବଂ ଭିଏମଏଚ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟର ପ୍ରଶାସନିକ ନିୟନ୍ତ୍ରଣାଧୀନ ରହିଛନ୍ତି ।

ତେଣୁ ଯେଉଁ ଗଣମାଧ୍ୟମରେ ଏହି ରିପୋର୍ଟ ପ୍ରକାଶ ପାଇଛି ତାହା ସଂପୂର୍ଣ୍ଣ ଅସତ୍ୟ। ସୁଭାଷ ବୋଷଙ୍କ କଳାକୃତି ସଂପୂର୍ଣ୍ଣ ଭାବେ ସଂରକ୍ଷିତ ରହିଛି ବୋଲି କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ କହିଛି।

Categories
ଆଜିର ଖବର ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: କଟକରେ ନିର୍ମାଣ ହେବ ଅତ୍ୟାଧୁନିକ ବସ୍‌ ଟର୍ମିନାଲ

ଭୁବନେଶ୍ବର: ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ବଡ ଘୋଷଣା କରିଛନ୍ତି। କଟକ ଠାରେ ଏକ ଅତ୍ୟାଧୁନିକ ବସ୍‌ ଟର୍ମିନାଲ ନିର୍ମାଣ କରିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। କଟକର ଖାନନଗର ଠାରେ ଏହି ବସ୍‌ ଟର୍ମିନାଲ ନିର୍ମିତ ହେବ। ରାଜ୍ୟ ସରକାରଙ୍କ ୫-ଟି କାର୍ଯ୍ୟକ୍ରମ ଅଧୀନରେ ଏହା କାର୍ଯ୍ୟକାରୀ କରାଯିବ। ଏହା ସହିତ ଏହି ଅତ୍ୟାଧୁନିକ ବସ୍‌ ଟର୍ମିନାଲଟି ମହାନ୍‌ ସଂଗ୍ରାମୀ ନେତାଜୀ ସୁଭାଷ ବୋଷଙ୍କ ନାମରେ ନାମିତ କରାଯିବ। ଏଥିପାଇଁ ୬୫ କୋଟି ଟଙ୍କା ଖର୍ଚ୍ଚ କରାଯିବ।

ଏହି ବସ୍‌ ଟର୍ମିନାଲରେ ଯାତ୍ରୀମାନଙ୍କର ସୁବିଧା ପାଇଁ ସମସ୍ତ ପ୍ରକାର ଅତ୍ୟାଧୁନିକ ବ୍ୟବସ୍ଥା ରହିବ। ଏଥିରେ ଏକ ବୃହତ ଟର୍ମିନାଲ ବିଲ୍‌ଡିଂ, ସାଧାରଣ ଯାତ୍ରୀବାହୀ ବସ୍‌ ପାଇଁ ସ୍ଥାନ, ସ୍ଥାନୀୟ ଓ ମୋ ବସ୍‌ ସେବା ପାଇଁ ସ୍ଥାନ, ଯାନ ମରାମତି ଓ ରକ୍ଷଣାବେକ୍ଷଣ ବ୍ଲକ୍‌, ଚାରି ଚକିଆ ଯାନ ଓ ଅଟୋ ପାଇଁ ସ୍ବତନ୍ତ୍ର ପାର୍କିଂ ବ୍ୟବସ୍ଥା କରାଯିବ। ୧ ଲକ୍ଷ ୧୮ ହଜାର ବର୍ଗ ଫୁଟରେ ଏଥିପାଇଁ ୩ ମହଲା ବିଶିଷ୍ଟ ଟର୍ମିନାଲ ବିଲ୍‌ଡିଂ ନିର୍ମାଣ କରାଯାଇ ଏଥିରେ ଯାତ୍ରୀ ବିଶ୍ରାମସ୍ଥଳ, ଫୁଡ କୋର୍ଟ, ଟିକେଟ ଗୃହ, ଇ-ଯାନ ଚାର୍ଜିଂ ପଏଣ୍ଟ, ଛାତ ଉପରେ ବର୍ଷା ଜଳ ସଂରକ୍ଷଣ ଏବଂ ସୌର ପ୍ୟାନେଲ ମଧ୍ୟ ରଖାଯିବ।

ଏହି ଟର୍ମିନାଲରେ ଏକ ସମୟରେ ୧୮୦ଟି ବସ୍‌ ପାର୍କିଂର ବ୍ୟବସ୍ଥା ରହିବ। ଯାତ୍ରୀମାନଙ୍କ ସୁବିଧା ପାଇଁ ଅତ୍ୟାଧୁନିକ ସୂଚନା ବ୍ୟବସ୍ଥା ମଧ୍ୟ ରହିବ। ଏହି ନିର୍ମାଣ ପାଇଁ କଟରର ରିଂଗ୍‌ ରୋଡକୁ ଆଉ ଦୁଇ କିଲୋମିଟର ସଂପ୍ରସାରଣ କରିବା ପାଇଁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ନେତାଜୀଙ୍କ ୧୨୫ ତମ ଜୟନ୍ତୀ ପାଳନ ପାଇଁ କେନ୍ଦ୍ର ସରକାରଙ୍କ ବଡ ଯୋଜନା, ଗଠନ ହେଲା ଉଚ୍ଚସ୍ତରୀୟ କମିଟ

ନୂଆଦିଲ୍ଲୀ, ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀକୁ ସ୍ମରଣୀୟ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି । ଏଥିପାଇଁ ଆଜି ଏକ ଗେଜେଟ ବିଜ୍ଞପ୍ତି ଜାରି କରାଯାଇଛି । ୨୦୨୧ ଜାନୁଆରୀ ୨୩ରୁ ଆରମ୍ଭ ହେବାକୁ ଯାଉଥିବା ଏକବର୍ଷ ବ୍ୟାପୀ ଉକ୍ତ ସ୍ମାରକୀ କାର‌୍ୟ୍ୟକ୍ରମ ବାବଦରେ ଏହି ଉଚ୍ଚସ୍ତରୀୟ କମିଟି ନିଷ୍ପତ୍ତି ଗ୍ରହଣ କରିବ ।

ବିଶିଷ୍ଟ ନାଗରିକ, ଐତିହାସିକ, ଲେଖକ, ବିଶେଷଜ୍ଞ, ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପରିବାର ସଦସ୍ୟ ଏବଂ ଆଜାଦ ହିନ୍ଦ ଫୌଜ (ଆଇଏନଏ) ସହ ଜଡ଼ିତ ବିଶିଷ୍ଟ ବ୍ୟକ୍ତିମାନେ ଏହି କମିଟିର ସଦସ୍ୟ ରହିଛନ୍ତି । ଏହି କମିଟି ଦିଲ୍ଲୀ, କୋଲକାତା ଓ ନେତାଜୀ ଏବଂ ଆଜାଦ ହିନ୍ଦ ଫୌଜ ସହ ଜଡ଼ିତ ଅନ୍ୟ ସ୍ଥାନଗୁଡ଼ିକରେ, ଉଭୟ ଭାରତ ଏବଂ ବିଦେଶରେ ସ୍ମରଣୀୟ କାର‌୍ୟ୍ୟକ୍ରମ ପାଇଁ ମାର୍ଗଦର୍ଶନ କରିବ।

ଏହି କମିଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ଆଉ 6ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ସାମିଲ ହୋଇଛନ୍ତି। ସେହିପରି ଓଡିଶା ସାଂସଦ ଭର୍ତ୍ତୁହରି ମହତାବ ମଧ୍ୟ ଏହି କମିଟର ସଦସ୍ୟ ଅଛନ୍ତି।

କମିଟର ସମସ୍ତ ସଦସ୍ୟଙ୍କ ନାମ ଜାଣିବା ପାଇଁ ଏହା ଉପରେ କ୍ଲିକ କରନ୍ତୁ