ଆଜି ଶ୍ରୀମନ୍ଦିର ପରିଚାଳନା କମିଟର ବୈଠକ, ଉଠିପାରେ କୋଭିଡ ନେଗେଟିଭ ରିପୋର୍ଟ ବ୍ୟବସ୍ଥା

Published: Jan 10, 2021, 10:11 am IST

ଭୁବନେଶ୍ବର, ଆଜି ମଧ୍ୟାହ୍ନରେ ବସୁଛି ଶ୍ରୀମନ୍ଦିର ପରିଚାଳନା କମିଟର ବୈଠକ। ବର୍ତ୍ତମାନ କିଛିଦିନ ଶ୍ରୀମନ୍ଦିର ସର୍ବସାଧାରଣ ଦର୍ଶନ କରିବାକୁ ଛଡାଯାଇଛି। ଏହି ଭିତରେ କଣ ରହଛି ସ୍ଥିତି ଓ ବ୍ୟବସ୍ଥା ସେ ନେଇ ଏହି ବୈଠକରେ ସମକ୍ଷା କରାଯିବ। ଯାହା ଜଣାପଡୁଛି ଭକ୍ତମାନେ ସୁବିଧାରେ ଦର୍ଶନ କରିବା ପାଇଁ ବୈଠକରେ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତି କରିପାରନ୍ତି।

ଜଗା ଦର୍ଶନ ପାଇଁ ଭକ୍ତମାନଙ୍କୁ କୋଭିଡ ନେଗେଟିଭ ରିପୋର୍ଟ ଆଣିବା ପାଇଁ ବାଧାୟ କରାଯାଇଛି। ଯେଉଁଥିପାଇଁ ଭକ୍ତମାନେ ତାହା ଆଣିବା କଷ୍ଟକର ବ୍ୟାପାର ହୋଇପଡିଛି। ଅନ୍ୟପକ୍ଷରେ ଫେକ ରିପୋର୍ଟ ମଧ୍ୟ ବଜାରରେ ଉପଲବ୍ଣ ହେବାରେ ଲାଗିଛି। ସେଥିପାଇଁ ଏହି କଟକଣାକୁ ଉଠାଇ ଦେବାକୁ ବିଭିନ୍ନ ମହଲରେ ଦାବୀ ହେଉଛି।

Related posts