ଜଗତସିଂହପୁର ଜିଲ୍ଲାର ସମସ୍ତ ମନ୍ଦିର ଖୋଲିବା ପାଇଁ ପ୍ରଶାସନର ନିଷ୍ପତ୍ତି

Published: Jan 12, 2021, 8:22 pm IST

ରମେଶ ମହାନ୍ତି

ଜଗତସିଂହପୁର: ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଜଗତସିଂହପୁର ଜିଲ୍ଲାରେ ଥିବା ମନ୍ଦିର ଖୋଲାଯିବା ସମ୍ପର୍କରେ ଏକ ବୈଠକ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ,ପୂର୍ତ୍ତ ବିଭାଗର ନିର୍ବାହୀ ଯନ୍ତ୍ରୀ ,ତିର୍ତ୍ତୋଲ ତହସିଲଦାର ,ଶାରଳା ମନ୍ଦିର ନିର୍ବାହୀ ଅଧିକାରୀ ଓ ମା’ଶାରଳାଙ୍କ ମନ୍ଦିରର ସେବାୟତମାନେ ଯୋଗଦେଇଥିଲେ। ଏହି ବୈଠକର ନିଷ୍ପତ୍ତି ଅନୁଯାୟୀ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ଶାରଳା ଓ ଗୋରେଖନାଥ ମନ୍ଦିର ସମେତ ଜିଲ୍ଲାର ସମସ୍ତ ମନ୍ଦିର ଗୁଡିକ କୋଭିଡ୍-୧୯ କଟକଣା ମାଧ୍ୟମରେ ସକାଳ ୮ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଭକ୍ତଙ୍କ ଦର୍ଶନ ନିମନ୍ତେ ଖୋଲାରହିବ। ପ୍ରତ୍ୟେକ ଦର୍ଶନାର୍ଥିଙ୍କର ଥର୍ମାଲ ସ୍କାନିଙ୍ଗ୍, ହାତ ସାନିଟାଇଜ୍ କରାଯିବା ସହିତ ମାସ୍କ ପରିଧାନ ଓ ସାମାଜିକ ଦୂରତା ବଜାୟ ରଖିବା ବାଧ୍ୟତାମୂଳକ ଅଟେ।

Related posts