
ଭୁବନେଶ୍ବର: ରାଜ୍ୟରେ ସାମ୍ବାଦିକ ମାନଙ୍କୁ ଆକ୍ରମଣ କିମ୍ବା ଧମକ ଦେବା ଘଟଣା ବଢି ଚାଲିଛି। ସାମ୍ବାଦିକ ମାନଙ୍କ ସୁରକ୍ଷା ବ୍ୟବସ୍ଥାକୁ ନେଇ ଏବେ ବଡ ଚାଲେଞ୍ଜ ସୃଷ୍ଟି ହୋଇଛି। ବାରମ୍ବାର ରାଜ୍ୟରେ କୋଉଠି ନା କୋଉଠି ଏହି ଘଟଣା ସମ୍ପର୍କରେ ଶୁଣିବାକୁ ମିଳୁଛି। ସ୍ଥାନୀୟ ସାମ୍ବାଦିକ ସଂଘ ପକ୍ଷରୁ ଏନେଇ ଅଭିଯୋଗ ହେଉଥିଲେ ମଧ୍ୟ ଏହି ଘଟଣା ହ୍ରାସ ପାଇବା ପରିବର୍ତ୍ତେ ବଢି ଚାଲିଛି। ତେବେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକରେ ଏଭଳି ଏକ ଅଭାବନୀୟ ଘଟଣା ଶୁଣିବାକୁ ମିଳିଛି।
ଗତକାଲି ଖୋର୍ଦ୍ଧା ଜିଲ୍ଲା ଅର୍ଗସ ନିୟୁଜ ପ୍ରତିନିଧି ବିକ୍ରମ କେଶରୀ ସାହୁଙ୍କୁ ଟାଙ୍ଗୀ ବ୍ଲକର ଅଧ୍ୟକ୍ଷ ବିଜୟ କୁମାର ଜେନା ଧମକ ଚମକ ଦେଇଥିବା ଅଭିଯୋଗ ହୋଇଛି। ଏନେଇ ଟାଙ୍ଗୀ ବ୍ଲକ ସାମ୍ବାଦିକ ସଂଘ ଉକ୍ତ ଘଟଣାକୁ କଡା ନିନ୍ଦା କରିବା ସହ ଟାଙ୍ଗୀ ଥାନାରେ ଏ ବାବଦରେ ଆଜି ଏକ ଏତଲା ଦେଇଛନ୍ତି। ଏହି ଘଟଣାରେ ଅଭିଯୁକ୍ତଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଲାଗି ପୋଲିସ ନିକଟରେ ଦାବି କରିଛନ୍ତି ଟାଙ୍ଗୀ ବ୍ଲକ ସାମ୍ବାଦିକ ସଂଘ।