Categories
ଆଜିର ଖବର ରାଜ୍ୟ ଖବର

ପୋଖରିରେ ବିଷ ପକେଇ ମାଛ ମାରିଥିବା ଅଭିଯୋଗ: ଥାନାରେ ଏତଲା

ବେଗୁନିଆପଡା (ଟୁକୁନା ପ୍ରଧାନ): ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ଥାନା ଅନ୍ତର୍ଗତ ଷଣ୍ଢମୂଳ ଗ୍ରାମ ର ବାପିନୀ ସ୍ଵାଇଁ ବାରିଆହେତା ଗ୍ରାମ ନିକଟରେ ଥିବା ନିଜ ଜମିରେ ଏକ ପୋଖରୀ ଖନନ କରି ମାଛ ଚାଷ କରିଥିଲେ। ଢେର ଦି ପଇସା ରୋଜଗାର କରିବା ପାଇଁ ମଧ୍ୟ ଲକ୍ଷ୍ୟ ରଖିଥିଲେ। କିନ୍ତୁ କୌଣସି ଦୃବର୍ତ୍ତ ଉକ୍ତ ପୋଖରୀରେ ବିଷ ପକେଇ ମାଛ ମାରିଥିବା ନେଇ ବାପିନୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ବାପିନୀଙ୍କ କହିବା ମୁତାବକ ସେ ଗତ ୨୪ ତାରିଖ ଦିନ କୌଣସି ଏକ କାମରେ ଭୁବନେଶ୍ବର ଯାଇଥିଲେ। କାମ ସାରି ସେ ୨୬ ତାରିଖ ଦିନ ଭୁବନେଶ୍ବରରୁ ଫେରି ପ୍ରତିଦିନ ଭଳି ସେଦିନ ମଧ୍ୟ ପୋଖରୀକୁ ବୁଲିବା ପାଇଁ ଯାଇଥିଲେ। ସେଠାରେ ସେ ଦେଖିଲେ ପୋଖରିରେ ସବୁ ମାଛ ମରି ଭାସୁଛି। ପୋଖରିରେ ପ୍ରାୟ ୫ ଶହ କିଲୋ ମାଛ ଥିବା ନେଇ ସେ କହିଛନ୍ତି। ଏବଂ ତାଙ୍କ ଅନୁପସ୍ଥିତିର ସୁଯୋଗ ନେଇ କୌଣସି ଦୃବର୍ତ୍ତ ପୋଖରିରେ ବିଷ ପକେଇ ମାଛ ମାରିଥିବା ନେଇ ବେଗୁନିଆପଡ଼ା ଥାନାରେ ଅଭିଯୋଗ କରିଛନ୍ତି।

ଏ ନେଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ବାସ୍ତବରେ କୌଣସି ଦୃବର୍ତ୍ତ ବିଷ ପକେଇ ମାଛ ମାରିଛି ନା ଅନ୍ୟ କିଛି କାରଣ ପାଇଁ ମାଛ ମରିଛି ତାହା ଜନସାଧାରଣଙ୍କ ମନରେ ପ୍ରଶ୍ନ ଉଙ୍କି ମାରିଛି।

Categories
ଆଞ୍ଚଳିକ

ବାଣପୁର: ଲକ୍ଷାଧିକ ଟଙ୍କାର ସ୍ବର୍ଣ୍ଣ ଅଳଙ୍କାର ଚୋରି, ଥାନାରେ ଏତଲା

ସୀତାରାମ ଅଗ୍ରୱାଲ

ବାଣପୁର: ଗତକାଲି ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଚମ୍ପାଦେଇପୁର ଗ୍ରାମରେ ଏକ ଚୋରି ହୋଇଥିବାର ଅଭିଯୋଗ ହୋଇଛି। ସୂଚନା ମୁତାବକ ଉକ୍ତ ଗ୍ରାମର ବୈକୁଣ୍ଠନାଥ ମହାରଣା ସୋମବାର ଦିନ ଏକ ବିବାହ କାର୍ଯ୍ୟରେ ଯୋଗଦେବା ପାଇଁ କେଉଁଝର ଯାଇଥିବା ବେଳେ ଏହାର ସୁଯୋଗ ନେଇ କିଛି ଦୁର୍ବୁତ୍ତ ମାନେ ମଧ୍ୟରାତ୍ରିରେ ତାଙ୍କ ଘରେ ପଶି କଳାକନା ବୁଲାଇଛନ୍ତି। ଘର ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ସ୍ବର୍ଣ୍ଣ ଅଳଙ୍କାର ଏବଂ କିଛି ନକଦ ଟଙ୍କା ଲୁଟ ହୋଇଥିବାର ଥାନାରେ ଅଭିଯୋଗ କରିଛନ୍ତି ବୈକୁଣ୍ଠ।

ଅଭିଯୋଗ ଆଧାରରେ ପୋଲିସ କେସ ନମ୍ବର ୧୬୭/୨୩ ରେ ଏକ ମାମଲା ରୁଜୁ କରିବା ସହ ସାଇଣ୍ଟିଫିକ ଟିମର ସହାୟତାରେ ତଦନ୍ତ ଜାରି ରଖିଥିବା ଜଣାପଡିଛି। ଅନୁରୂପ ଭାବେ ଗତକାଲି ବିଳମ୍ବିତ ରାତିରେ ବାଣପୁର ଥାନା ପଦନପୁର ଛକସ୍ଥିତ ଏକ ସ୍ପେୟାର ପାର୍ଟସ ଦୋକାନରୁ ଚୋରି ଉଦ୍ୟମ ବିଫଳ ହୋଇଥିବାର ଜଣାପଡିଛି।

ରାମପୁର ଗ୍ରାମ ବାସିନ୍ଦା ବିଭୁତି ଭୂଷଣ ସ୍ୱାଇଁ ପଦନପୁର ଛକରେ ଏକ ବାଇକ ସ୍ପେୟାର ପାର୍ଟସ ଦୋକାନ ଦେଇଥିବା ବେଳେ ଗତକାଲି ବିଳମ୍ବିତ ରାତ୍ରିରେ ଦୁଇ ଜଣ ଦୁର୍ବୁତ୍ତ ଏକ ବାଇକରେ ଆସି ବିଭୁତିଙ୍କ ଦୋକାନ କବାଟକୁ ତାଡିବାକୁ ଚେଷ୍ଟା କରୁଥିଲେ। ତେବେ ସ୍ଥାନୀୟ ଜନସାଧାରଣ ଏହା ଜାଣିବାରୁ ଜୋରରେ ଚିତ୍କାର କରିଥିଲେ। ଫଳରେ ଦୁର୍ବୁତ୍ତମାନେ ଭୟରେ ନିଜ ବାଇକ ଓ ମୋବାଇଲ ଘଟଣାସ୍ଥଳରେ ଛାଡି ଫେରାର ହୋଇଯାଇଛଥିଲେ।

ଏ ନେଇ ବିଭୁତି ବାଣପୁର ଥାନାରେ ଏକ ଏତଲା ଦେଇଥିବା ବେଳେ ପୋଲିସ ବାଇକ ଓ ମୋବାଇଲ ଜବତ କରି ତଦନ୍ତ ଜାରି ରଖିଛି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ମହିଳାରୁ ପୁରୁଷ ହୋଇଥିଲେ ସ୍ୱାମୀ: ବିବାହର ୮ ବର୍ଷ ପରେ ଜାଣିଲେ ପତ୍ନୀ, ଥାନାରେ ଏତଲା

ନୂଆଦିଲ୍ଲୀ: ଗୁଜୁରାଟର ବରୋଦାଠାରେ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ବାସ୍ତବରେ, ବିବାହର ଆଠ ବର୍ଷ ପରେ ଜଣେ ମହିଳା ଜାଣିବାକୁ ପାଇଲେ ଯେ, ତାଙ୍କ ସ୍ୱାମୀ ଜଣେ ପୁରୁଷ ନୁହଁନ୍ତି ବରଂ ଜଣେ ମହିଳା ଅଟନ୍ତି। ଅସ୍ତ୍ରୋପଚାର କରି ସେ ତାଙ୍କର ଲିଙ୍ଗ ବଦଳାଇଛନ୍ତି।

ଗଣମାଧ୍ୟମର ଏକ ରିପୋର୍ଟ ଅନୁଯାୟୀ, ବରୋଦାସ୍ଥିତ ଗୋତ୍ରି ପୋଲିସ ଷ୍ଟେସନରେ ଏ ସମ୍ପର୍କରେ ଏଫ୍ଆଇଆର୍ ଦାଖଲ କରାଯାଇଛି। ଶୀତଲ ନାମକ ଜଣେ ମହିଳା ଏହି ଏଫଆଇଆର ଦାଖଲ କରିଛନ୍ତି। ମହିଳା ଜଣକ ତାଙ୍କ ସ୍ୱାମୀ ବିଜୟ ବର୍ଦ୍ଧନଙ୍କୁ ତାଙ୍କ ସହ ଅସ୍ୱାଭାବିକ ଯୌନ ସମ୍ପର୍କ ରଖିଥିବା ଅଭିଯୋଗ କରିଛନ୍ତି। ମହିଳା ବିଜୟ ବର୍ଦ୍ଧନଙ୍କୁ ପ୍ରତାରଣା କରିଥିବା ଅଭିଯୋଗ ହୋଇଛି। ବିଜୟ ବର୍ଦ୍ଧନ ପୂର୍ବରୁ ଜଣେ ଝିଅ ଥିଲେ ଏବଂ ତାଙ୍କ ନାମ ବିଜୟତା ଥିଲା।

ଶିତଲ ପୋଲିସକୁ କହିଛନ୍ତି ଯେ, ସେ ନଅ ବର୍ଷ ପୂର୍ବେ ବିଜୟ ବର୍ଦ୍ଧନଙ୍କୁ ଏକ ମେଟ୍ରୋମୋନିଆଲ ୱେବସାଇଟ ମାଧ୍ୟମରେ ଭେଟିଥିଲେ। ଏକ ସଡ଼କ ଦୁର୍ଘଟଣାରେ ଶୀତଲଙ୍କ ପ୍ରଥମ ସ୍ୱାମୀଙ୍କର ମୃତ୍ୟୁ ହୋଇଥିଲା। ପ୍ରଥମ ସ୍ୱାମୀଙ୍କ ମୃତ୍ୟୁ ସମୟରେ ତାଙ୍କର ଏକ ୧୪ ବର୍ଷର ଝିଅ ଥିଲା।

କିଛି ସମୟ ଡେଟିଂ କରିବା ପରେ ଶୀତଲ ଏବଂ ବିଜୟ ବର୍ଦ୍ଧନ ୨୦୧୪ ରେ ବିବାହ କରିଥିଲେ। ଏହି ବିବାହରେ ପରିବାର ସଦସ୍ୟ ମଧ୍ୟ ଯୋଗ ଦେଇଥିଲେ। ବିବାହ ପରେ ଦୁହେଁ ମଧ୍ୟ ହନିମୁନ୍ ପାଇଁ କାଶ୍ମୀର ଯାଇଥିଲେ। ଶିତଲ କହିଛନ୍ତି ଯେ, ତାଙ୍କ ସ୍ୱାମୀ ବିବାହିତ ଜୀବନର କାର୍ଯ୍ୟ କରନ୍ତି ନାହିଁ। ସେ ତାଙ୍କଠାରୁ ପଳାଇବା ପାଇଁ ଏକ ବାହାନା ଖୋଜୁଥିଲେ। ଯେତେବେଳେ ସେ ଚାପ ପ୍ରୟୋଗ କରିବା ଆରମ୍ଭ କଲେ, ସେତେବେଳେ ସେ ଛଳନା କଲେ ଯେ କିଛି ବର୍ଷ ପୂର୍ବେ ସେ ରୁଷରେ ରହୁଥିଲେ। ସେହି ଦୁର୍ଘଟଣା ପରେ ସେ ଶାରୀରିକ ସମ୍ପର୍କ ରଖିବାର କ୍ଷମତା ହରାଇଛନ୍ତି। ଏହା ପରେ ସେ ମହିଳାଙ୍କୁ ଆଶ୍ୱାସନା ଦେଇଥିଲେ ଯେ ସାମାନ୍ୟ ଅସ୍ତ୍ରୋପଚାର ପରେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯିବେ।

ଇଣ୍ଡିଆ ଟୁଡେ ୱେବସାଇଟ୍ ମଧ୍ୟ ଏ ସମ୍ପର୍କରେ ଏକ ରିପୋର୍ଟ ପ୍ରକାଶ କରିଛି। ଏହି ରିପୋର୍ଟ ଅନୁଯାୟୀ, ଜାନୁଆରୀ ୨୦୨୦ ରେ ସେ କହିଥିଲେ ଯେ, ସେ ମୋଟାପଣ ପାଇଁ ଅସ୍ତ୍ରୋପଚାର କରିବାକୁ ଚାହୁଁଛନ୍ତି। କିଛି ଦିନ ପରେ, ଯେତେବେଳେ ସେ ବାହା ହୋଇଥିଲେ, ସେ ମହିଳାଙ୍କୁ କହିଥିଲେ ଯେ ଲିଙ୍ଗ ପରିବର୍ତ୍ତନ କରିବା ପାଇଁ ତାଙ୍କୁ ଅସ୍ତ୍ରୋପଚାର କରାଯାଇଛି।

ଏହି ସମୟରେ ଅଭିଯୁକ୍ତ ତାଙ୍କ ପତ୍ନୀଙ୍କ ସହ ଅସ୍ୱାଭାବିକ ଯୌନ ସମ୍ପର୍କ ରଖିବା ଆରମ୍ଭ କରିଥିଲା। ଏହା ସହିତ ସେ ଧମକ ଦେଇଥିଲେ ଯେ ଯଦି ସେ ଏହି ବିଷୟରେ କାହାକୁ କିଛି କୁହନ୍ତି, ତେବେ ତାଙ୍କୁ ଭୟଙ୍କର ପରିଣାମର ସମ୍ମୁଖୀନ ହେବାକୁ ପଡ଼ିବ। ଗୋତ୍ରି ପୋଲିସ ଷ୍ଟେସନର ଇନ୍ସପେକ୍ଟର କହିଛନ୍ତି ଯେ, ଅଭିଯୁକ୍ତ ଦିଲ୍ଲୀରେ ରହୁଛନ୍ତି ଏବଂ ତାଙ୍କୁ ବରୋଦାକୁ ଅଣାଯାଇଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ସାଂସଦ ଅନୁଭବଙ୍କ ବିରୋଧରେ ଥାନାରେ ଏତଲା ଦେଲେ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ

କଟକ: ଆଜି କେନ୍ଦ୍ରପଡା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ବିରୋଧରେ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ଥାନାରେ ଏତଲା ଦେଇଛନ୍ତି। କଟକ ପୁରିଘାଟ ଥାନାରେ ବର୍ଷା ଏତଲା ଦେବା ସହ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ସାମାଜିକ ଗଣମାଧ୍ୟମରେ ଅନୁଭବଙ୍କ ବିରୋଧରେ ଅରୁଚିକର ମନ୍ତବ୍ୟ ଦେଇଥିବା ସେ ଅଭିଯୋଗ କରିଛନ୍ତି।

ଶାରୀରିକ ସମ୍ପର୍କକୁ ନେଇ ଅନୁଭବ ଦେଇଥିବା ମନ୍ତବ୍ୟ ଉପରେ ବର୍ଷା ମିଥ୍ୟା ବୋଲି କହିଛନ୍ତି। କୋର୍ଟରେ ମାମଲା ବିଚାରଧିନ ଥିବା ବେଳେ ଅନୁଭବ ମୋ ନାରୀତ୍ଵକୁ ବାରମ୍ବାର ଅପମାନିତ କରୁଥିବା ସେ ଅଭିଯୋଗ କରିଛନ୍ତି। ମୋ ବିରୋଧରେ ଅରୁଚିକର ମନ୍ତବ୍ୟ ଦେଇ ଚରିତ୍ର ସଂହାର କରୁଥିବା ସେ ଏତଲାରେ ଅଭିଯୋଗ କରିଛନ୍ତି। ଭିଡିଓ କରି ମୋତେ ବାରମ୍ବାର ମାନସିକ ନିର୍ଯ୍ୟାତନା ଦେଉଛନ୍ତି।

ଏହାସହିତ ବର୍ଷା ଅଭିଯୋଗ କରିଛନ୍ତି ଯେ, ୨୦୨୦ ମସିହାରେ ମୋ ସ୍ଵାମୀ ମୋତେ ଛାଡପତ୍ର ଦେବା ପାଇଁ ବାଧ୍ୟ କରିଥିଲେ। ମୁଁ ରାଜି ନହେବାରୁ ମୋତେ ଧମକ ମଧ୍ୟ ଦେଇଥିଲେ। ରାଜି ନହଲେ ମୋତେ ବରବାଦ କରିଦେବେ ବୋଲି ଧମକ ଦେଇଥିଲେ। ବାରମ୍ବାର ତାଙ୍କ ବିରୋଧରେ ଏତଲା ହେଉଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହେଉ ନାହିଁ। ତେଣୁ ମୋତେ ବଞ୍ଚିବା ପାଇଁ କଷ୍ଟକର ହୋଇପଡୁଛି। ଏଭଳି ଅନେକ ଅଭିଯୋଗ ଆଣି ଅନୁଭବଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଣପୁର: ଧାରୁଆ ଅସ୍ତ୍ରରେ ବନ କର୍ମଚାରୀଙ୍କୁ ଆକ୍ରମଣ, ଥାନାରେ ଏତଲା

ସୀତାରାମ ଅଗ୍ରୱାଲ

ବାଣପୁର: କାଠ ମାଫିଆଙ୍କ ଆକ୍ରମଣରେ ଜଙ୍ଗଲ ସୁରକ୍ଷା କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି। କର୍ମଚାରୀଙ୍କ ବେକେରେ ଛୁରା ଲଗାଇ କାଠ ମାଫିଆ ଆକ୍ରମଣ କରିଛନ୍ତି। ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ବନାଞ୍ଚଳ ଅଧିନସ୍ଥ ବରବରା ସରଂକ୍ଷିତ ଜଙ୍ଗଲ ଅଞ୍ଚଳରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି।

ସୂଚନା ମୁତାବକ ଗତକାଲି ରାତିରେ ବରବରା ଜଙ୍ଗଲ ଅନ୍ତର୍ଗତ କଳାମାଟିଆ ଚେକଗେଟରେ ଜଙ୍ଗଲ ସୁରକ୍ଷା କର୍ମଚାରୀ ଲକ୍ଷ୍ମୀଧର ପାଲ ପ୍ରହରା ଦେଉଥିଲେ। ଠିକ ସେତିକିବେଳେ ଦୁଇ ଜଣ ଦୁର୍ବୃତ୍ତ ଲକ୍ଷ୍ମୀଧରଙ୍କୁ ଗାଳିଗୁଲଜ କରିବା ସହ ଚୋରି କାଠ ନେବା ପାଇଁ ଗେଟ ଖୋଲିବାକୁ ବାଧ୍ୟ କରିଥିଲେ। ଲକ୍ଷ୍ମୀ ବିରୋଧ କରିବାରୁ ଉକ୍ତ ଦୁଇ ଦୁର୍ବୁତ୍ତ ଅସବ୍ର ଭାଷାରେ ଗାଳିଗୁଲଜ କରିଥିଲେ। ଏବଂ ପୂର୍ବରୁ ମଧ୍ୟ ସେମାନଙ୍କ ସହଯୋଗୀ ମଙ୍ଗୁଳୁ ବେହେରାଙ୍କୁ କାଠଚୋରି କରୁଥିବାବେଳେ ପୋଲିସ ହାତରେ ଧରାଇଥିବାରୁ ଲକ୍ଷ୍ମୀଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ।

ଏହାପରେ ଦୁର୍ବୁତ୍ତମାନେ ଲକ୍ଷ୍ମୀଙ୍କ ବେକ ଏବଂ ବାମ ପାପୁଲିକୁ ଧାରୁଆ ଛୁରାରେ ଆକ୍ରମଣ କରିଥିଲେ। ଜୀବନ ବଞ୍ଚାଇବା ଉଦ୍ଦେଶ୍ୟରେ ବିକଳରେ ଭାଟାପଡା ଚେକଗେଟକୁ ଲକ୍ଷ୍ମୀ ଦୌଡ଼ି ପଳାଇଥିଲେ। ଖବର ପାଇ ବାଲୁଗାଁ ବନାଞ୍ଚଳ ଅଧିକାରୀ ପ୍ରତାପ ମହାନ୍ତି, ବରବରା ସେକ୍ସନ ବନପାଳ ଅକ୍ଷୟ ନାୟକ ଏବଂ ଅନ୍ୟ କର୍ମଚାରୀମନେ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଆହତ ଲକ୍ଷ୍ମୀଧରଙ୍କୁ ଉଦ୍ଧାର କରି ପ୍ରାଥମିକ ଚିକିତ୍ସା କରାଇଥିଲେ।

ଆଜି ଆହତ ଜଙ୍ଗଲ ସୁରକ୍ଷା କର୍ମଚାରୀଙ୍କ ପକ୍ଷରୁ ଉଭୟ ଦୁର୍ବୁତ୍ତଙ୍କ ନାମରେ ବାଣପୁର ଥାନାରେ ଲିଖିତ ଅଭିଯୋଗ କରାଯାଇଥିବାର ବନାଞ୍ଚଳ ଅଧିକାରୀ ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି। ଅଭିଯୁକ୍ତ ଦ୍ବୟ ହେଲେ ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ କୁମାରପାରୀ ଅଞ୍ଚଳର ତାରିଣୀ ନାୟକ ଏବଂ ବାଣପୁର ଥାନା ଅନ୍ତର୍ଗତ କଳାମାଟିଆ ଗ୍ରାମର ନାରାୟଣ ଭୂୟାଁ।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ମହିଳାଙ୍କ ଶାଢୀ ଟାଣିବା ଅଭିଯୋଗରେ ୬ ପୋଲିସ କର୍ମୀ ନିଲମ୍ବିତ: ଦୁଇ ବିଜେପି କାର୍ଯ୍ୟକର୍ତ୍ତାଙ୍କ ନାମରେ ଥାନାରେ ଏତଲା

ନୂଆଦିଲ୍ଲୀ: ଜଣେ ମହିଳାଙ୍କୁ ଶାଢୀ ଟାଣିବା ଅଭିଯୋଗରେ ୬ ଜଣ ପୋଲିସ କର୍ମୀଙ୍କୁ ନିଲମ୍ବିତ କରାଯାଇଛି। ଉତ୍ତରପ୍ରଦେଶର ଲଖୀମପୁରୀ ଖିରୀରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି। ନିଲମ୍ବନ ହୋଇଥିବା ୬ ଜଣ ପୋଲିସ କର୍ମୀଙ୍କ ମଧ୍ୟରୁ ଜଣେ ସିଓ, ଦୁଇ ଜଣ ଇନିସପେକ୍ଟର ଏବଂ ତିନି ଜଣ ସବ-ଇନିସପେକ୍ଟର ସାମିଲ ଅଛନ୍ତି। ଏହି ମାମଲାରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଅନ୍ୟ ଜଣେ ଅଭିଯୁକ୍ତ ଫେରାର ଅଛନ୍ତି। ଯାହାକୁ ଖୋଜିବାରେ ୪ ଟି ଟିମକୁ ଲଗାଯାଇଛି।

ତେବେ ଭାଇରାଲ ହେଉଥିବା ଭିଡିଓରେ ବିଜେପି ସାଂସଦ ଏବଂ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ରେଖା ବର୍ମାଙ୍କ ପ୍ରତିନିଧି ନଜର ଆସୁଛନ୍ତି। ଭାଇରାଲ ଭିଡିଓରୁ ପୋଲିସ ତାଙ୍କୁ ଚିହ୍ନି ପାରିଛି। ପୀଡ଼ିତା ମହିଳା ଜଣଙ୍କ ସମାଜବାଦୀ ପାର୍ଟିର ଜଣେ କାର୍ଯ୍ୟକର୍ତ୍ତା ବୋଲି ଜଣା ପଡିଛି। ଏହି ଘଟଣାରେ ପାସଗାଁ ଥାନାରେ ଏତଲା ଦିଆଯାଇଛି। ଏଥିରେ ଦୁଇ ଜଣ ବିଜେପି କର୍ମୀଙ୍କ ସମେତ ଅନେକ ଅଜ୍ଞାତ ଲୋକଙ୍କ ନାମରେ କେସ ରୁଜୁ କରାଯାଇଛି।

Categories
ଅପରାଧ ଆଜିର ଖବର ଜାତୀୟ ଖବର ମନୋରଂଜନ

ଗାଜିଆବାଦ ବୃଦ୍ଧଙ୍କୁ ମାରପିଟ ଘଟଣା: ବିବାଦୀୟ ଟ୍ବିଟ କରିବା ଅଭିଯୋଗରେ ଅଭିନେତ୍ରୀ ସ୍ଵରା ଭାସ୍କରଙ୍କ ନାଁରେ ଥାନାରେ ଏତଲା

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଗାଜିଆବାଦରେ ମୁସଲିମ ବୃଦ୍ଧଙ୍କ ଦାଢି କାଟିବା ମାମଲାରେ ବଲିଉଡ ଅଭିନେତ୍ରୀ ସ୍ଵରା ଭାସ୍କରଙ୍କ ବିରୋଧରେ ଥାନାରେ ଅଭିଯୋଗ ହୋଇଛି। ସ୍ଵରା ଭାସ୍କରଙ୍କ ସମେତ ଅରଫା ଖାନମ ଶେଖାନୀ, ଆସିଫ ଖାନ, ଟ୍ବିଟର ଇଣ୍ଡିଆ ଏବଂ ଟ୍ବିଟର ଇଣ୍ଡିଆର ମୁଖ୍ୟ ମନୀଷ ମହେଶ୍ଵରଙ୍କ ନାମରେ ମଧ୍ୟ ଏହି ଘଟଣାରେ ପୋଲିସ ଅଭିଯୋଗ ଆଣିଛି।

ଅଭିଯୋଗ ଅନୁଯାୟୀ, ବିବାଦୀୟ ଟ୍ବିଟ କରିବା ଯୋଗୁଁ ସମସ୍ତଙ୍କ ନାମରେ ଥାନାରେ ଅଭିଯୋଗ ହୋଇଛି। ସମସ୍ତେ ମୁସଲିମ ବୃଦ୍ଧଙ୍କ ଦାଢି କାଟିବାକୁ ବିରୋଧ କରି ଟ୍ବିଟ କରିଥିଲେ। ଯାହାଫଳରେ ଅନେକ ଲୋକ ଏହାକୁ ରିଟ୍ବିଟ କରିଥିଲେ। ଓକିଲ ଅମିତ ଆଚାର୍ଯ୍ୟ ଏମାନଙ୍କ ବିରୋଧରେ ଦିଲ୍ଲୀର ତିଲକ ମାର୍ଗ ଥାନାରେ ଅଭିଯୋଗ କରିଛନ୍ତି। ହେଲେ ବର୍ତ୍ତମାନ ଏତଲା ରୁଜୁ ହୋଇନାହିଁ। ପୋଲିସ ଏହି ଘଟଣା ଉପରେ ତଦନ୍ତ ଜାରି ରଖିଛି।

ଏହା ପୂର୍ବରୁ କେତେଜଣ ସାମ୍ବାଦିକ ଏବଂ ନେତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ସାମ୍ବାଦିକ ରାଣା ଆୟୁବ, ସବା ନକବୀ, ଶମା ମହମ୍ମଦ, କଂଗ୍ରେସ ନେତା ସଲମନ ନିଜାମୀଙ୍କ ସମେତ ଅନେକ ଲୋକଙ୍କ ଉପରେ ଭ୍ରମିତ ପୋଷ୍ଟ କରିବାକୁ ନେଇ ପୋଲିସ ମାମଲା ରୁଜୁ କରିଛି।

ଉଲ୍ଲେଖ ଯୋଗ୍ୟ ଯେ, ଗାଜିଆବାଦର ଜଣେ ବୃଦ୍ଧଙ୍କୁ ମାରପିଟ ମାମଲାରେ ପୋଲିସ ୪ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ‘ଜୟ ଶ୍ରୀ ରାମ’ କହିବା ପାଇଁ ବାଧ୍ୟ କରିଥିବା ପୀଡିତ ବ୍ୟକ୍ତି ଅଭିଯୋଗ କରିଥିଲେ। ହେଲେ ଏହା କୌଣସି ସମ୍ପ୍ରଦାୟିକ ମାମଲା ହୋଇଥିବା ପୋଲିସ ମନା କରିଦେଇଛି।

ପୋଲିସ କହିବା ଅନୁଯାୟୀ, ୬ ଜଣ ହିନ୍ଦୁ-ମୁସଲିମ ଲୋକ ମିଶି ସୁଫି ଅବଦୁଲ ସମଦଙ୍କୁ ପିଟିବାରେ ସାମିଲ ଥିଲେ। ଅବଦୁଲ ବିକୁଥିବା ତାବିଜକୁ ନେଇ ଅଭିଯୁକ୍ତମାନେ ଅସନ୍ତୋଷ ଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଘରୁ ୨ ଲକ୍ଷ ଟଙ୍କା ଓ ତିନି ପିଲାଙ୍କୁ ନେଇ ବିବାହିତ ମହିଳା ଚମ୍ପଟ୍‌, ଥାନାରେ ଏତଲା

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଆଙ୍କୋରୋଡ଼ା ପଚାଂୟତ ଚାଚଂଡ଼ାପଲ୍ଲୀ ଗ୍ରାମର ମୋହିନୀ ନାୟକ ନାମକ ଜଣେ ବିବାହିତ ମହିଳା ଘରୁ ୨ ଲକ୍ଷ ଟଙ୍କା ଓ ତିନି ପିଲାଙ୍କୁ ନେଇ ଫେରାର୍ ହୋଇଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଏନେଇ ମହିଳାଙ୍କ ସ୍ୱାମୀ ବାବୁଲା ନାୟକ ଦିଗପହଣ୍ଡି ଥାନାରେ ଏକ ଲିଖିତ ଅଭିଯୋଗ ପତ୍ର ଦାଖଲ କରିଛନ୍ତି।

ଅଭିଯୋଗକୁ ଭିତ୍ତି କରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ମୋହିନୀ ଦୁଇ ପୁଅ ଓ ଝିଅ ସହ ଚାଂଚଡ଼ାପଲ୍ଲୀ ସ୍ଥିତ ଭଉଣୀ ଘରୁ ପୋଡ଼ାମାରୀ ଯାଇଥିଲେ। ସେ ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ଘରକୁ ନଫେରିବାରୁ ବାବୁଲା ଦିଗପହଣ୍ଡି ଥାନାରେ ଏତଲା କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଆଉ ଏକ ସାମ୍ବାଦିକଙ୍କୁ ଧମକ: ସଂଗଠନ ପକ୍ଷରୁ ଟାଙ୍ଗୀ ବ୍ଲକର ଅଧ୍ୟକ୍ଷଙ୍କ ବିରୋଧରେ ଥାନାରେ ଏତଲା

ଭୁବନେଶ୍ବର: ରାଜ୍ୟରେ ସାମ୍ବାଦିକ ମାନଙ୍କୁ ଆକ୍ରମଣ କିମ୍ବା ଧମକ ଦେବା ଘଟଣା ବଢି ଚାଲିଛି। ସାମ୍ବାଦିକ ମାନଙ୍କ ସୁରକ୍ଷା ବ୍ୟବସ୍ଥାକୁ ନେଇ ଏବେ ବଡ ଚାଲେଞ୍ଜ ସୃଷ୍ଟି ହୋଇଛି। ବାରମ୍ବାର ରାଜ୍ୟରେ କୋଉଠି ନା କୋଉଠି ଏହି ଘଟଣା ସମ୍ପର୍କରେ ଶୁଣିବାକୁ ମିଳୁଛି। ସ୍ଥାନୀୟ ସାମ୍ବାଦିକ ସଂଘ ପକ୍ଷରୁ ଏନେଇ ଅଭିଯୋଗ ହେଉଥିଲେ ମଧ୍ୟ ଏହି ଘଟଣା ହ୍ରାସ ପାଇବା ପରିବର୍ତ୍ତେ ବଢି ଚାଲିଛି। ତେବେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକରେ ଏଭଳି ଏକ  ଅଭାବନୀୟ ଘଟଣା ଶୁଣିବାକୁ ମିଳିଛି।

ଗତକାଲି ଖୋର୍ଦ୍ଧା ଜିଲ୍ଲା ଅର୍ଗସ ନିୟୁଜ ପ୍ରତିନିଧି ବିକ୍ରମ କେଶରୀ ସାହୁଙ୍କୁ ଟାଙ୍ଗୀ ବ୍ଲକର ଅଧ୍ୟକ୍ଷ ବିଜୟ କୁମାର ଜେନା ଧମକ ଚମକ ଦେଇଥିବା ଅଭିଯୋଗ ହୋଇଛି। ଏନେଇ ଟାଙ୍ଗୀ ବ୍ଲକ ସାମ୍ବାଦିକ ସଂଘ ଉକ୍ତ ଘଟଣାକୁ କଡା ନିନ୍ଦା କରିବା ସହ ଟାଙ୍ଗୀ ଥାନାରେ ଏ ବାବଦରେ ଆଜି ଏକ ଏତଲା ଦେଇଛନ୍ତି। ଏହି ଘଟଣାରେ ଅଭିଯୁକ୍ତଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଲାଗି ପୋଲିସ ନିକଟରେ ଦାବି କରିଛନ୍ତି ଟାଙ୍ଗୀ ବ୍ଲକ ସାମ୍ବାଦିକ ସଂଘ।

Categories
ଆଜିର ଖବର ରାଜ୍ୟ ଖବର

୧୨ ଜଣଙ୍କ ନାଁରେ ଥାନାରେ ଏତଲା ଦେଲେ ମୃତକ ବିଜେପି ନେତାଙ୍କ ପୁଅ

ମାହାଙ୍ଗା: ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ନିର୍ମମ ଭାବେ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରାଯାଇଥିଲା। ଏହି ମୃତ୍ୟୁ ଘଟଣାରେ କୁଳମଣିଙ୍କ ପୁଅ ୧୨ ଜଣଙ୍କ ନାଁରେ ମାହାଙ୍ଗା ଥାନାରେ ଏତଲା ଦେଇଛନ୍ତି। ରାଜନୈତିକ କାରଣରୁ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। କୁଳମଣିଙ୍କ ହତ୍ୟା ଘଟଣାକୁ ନେଇ ମାହାଙ୍ଗା ମେଡିକାଲରେ ଉତ୍ତେଜନା ପ୍ରକାଶ ପାଇଥିଲା। ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି ହୋଇଛି।

ସୂଚନା ଯୋଗ୍ୟ ଯେ, କୁଳମଣି ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବାଇକରେ ନୃତ୍ତାଙ୍ଗସ୍ଥିତ ନିଜ ଘରକୁ ଫେରୁଥିବାବେଳେ ଜଂକୋଟି ଗାଁ ପାଖରେ ତାଙ୍କୁ କିଛି ଦୁର୍ବୃତ୍ତ ସଂଘବଦ୍ଧ ମରଣାନ୍ତକ ଆକ୍ରମଣ କରିଥିଲେ। ଉଭୟଙ୍କୁ ଗୁରୁତର ଅବସ୍ଥାରେ ମାହାଙ୍ଗା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ କୁଳମଣିଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ପରେ ହସ୍ପିଟାଲରେ ଦିବ୍ୟସିଂହଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା। ଘଟଣାସ୍ଥଳରେ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ତଦନ୍ତ କରୁଛି।

ସୁରକ୍ଷା ଦୃଷ୍ଟିରୁ ୨ ପ୍ଲାଟୁନ ପୋଲିସ ମୁତୟନ କରାଯାଇଛି। ଅପରାଧିଙ୍କୁ ଧରିବା ପାଇଁ ତିନିଟି ସ୍ୱତନ୍ତ୍ର ଟିମ୍‌ ଗଠନ କରାଯାଇଛି। ବିଭିନ୍ନ ସ୍ଥାନରେ ଚଢଉ ଜାରି ରହିଥିବା କଟକ ଜିଲ୍ଲା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

Categories
ଆଞ୍ଚଳିକ

କୋଭିଡ ହୋମ ଆଇସୋଲେସନ ନିୟମ ଉଲଂଘନ: ବାଣପୁରରେ ଦୋକାନ ସିଲ ସହ ପାଞ୍ଚ ହଜାର ଟଙ୍କା ଜରିମାନା

ସୀତାରାମ ଅଗ୍ରୱାଲ

ବାଣପୁର: ଜଣେ ଦୋକାନ ମାଲିକ କୋଭିଡ ହୋମ ଆଇସୋଲେସନ ନିୟମ ଉଲଂଘନ କରିବାରୁ ସ୍ଥାନୀୟ ପ୍ରଶାସନ ବଡ କାର୍ଯ୍ଯାନୁଷ୍ଠାନ ନେଇଛି। ସ୍ଥାନୀୟ ପ୍ରଶାସନ ଦୋକାନ ସିଲ କରିବା ସହ ଦୋକାନ ମାଲିକଙ୍କୁ ଦେବାକୁ ପଡିଲା ପାଞ୍ଚ ହଜାର ଟଙ୍କା ଜରିମାନା ଏବଂ ତାଙ୍କ ନାମରେ ଥାନାରେ ଏତଲା ରୁଜୁ ହୋଇଥିବା ସୂଚନା ରହିଛି।

ଏମିତି ଏକ ଘଟଣା ଘଟିଛି ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ଏନ.ଏ.ସି ଅଞ୍ଚଳରେ। ଏନ.ଏ.ସି ଅନ୍ତର୍ଗତ ପଲଟନ ପଡ଼ିଆର ଜଣେ ମିଠା ଦୋକାନୀ ଗତ ମାସ ୨୯ ତାରିଖରେ ସ୍ଥାନୀୟ ଗୋଦାବରୀଶ ବିଦ୍ୟାପୀଠରେ ନିଜ ସ୍ୱାବ ଟେଷ୍ଟ କରାଇଥିଲେ। ୩୧ ତାରିଖରେ ତାଙ୍କ ରିପୋର୍ଟ ପଜିଟିଭ ଆସିବାରୁ ଏନ.ଏ.ସି ପ୍ରଶାସନ ତରଫରୁ ତାଙ୍କୁ ହୋମ ଆଇସୋଲେସନରେ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ହେଲେ ଆଜି ମଧ୍ୟାହ୍ନ ରେ ଏନ.ଏ.ସି ସ୍କ୍ୱାର୍ଡ ଟିମ ହୋମ ଆଇସୋଲେସନରେ ରହୁଥିବା ପଜିଟିଭ ବ୍ୟକ୍ତି ମାନଙ୍କ ଗୃହ ପରିଦର୍ଶନ କରୁଥିବା ବେଳେ ସମ୍ପୃକ୍ତ ମିଠା ଦୋକାନୀଙ୍କୁ ତାଙ୍କ ଦୋକାନ ମଧ୍ୟରେ ବ୍ୟବସାୟ କରୁଥିବାର ଦେଖିବାକୁ ପାଇଥିଲେ।

ଏହା ଦେଖି ତୁରନ୍ତ ସ୍କ୍ୱାର୍ଡ ଟିମ ତାଙ୍କୁ ଦୋକାନ ଆସିବାକୁ ବାରଣ କରିଥିଲେ ଏବଂ ଘରେ ରହିବାକୁ ଅନୁରୋଧ କରିଥିଲେ। କିନ୍ତୁ ସମ୍ପୃକ୍ତ ଦୋକାନି ଏହାକୁ ଖାତିର ନକରି ଦୋକାନରେ ବସିଥିଲେ। କର୍ମଚାରୀମାନେ ଏ ନେଇ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ସନ୍ତୋଷ ନିଆଲଙ୍କୁ ସଙ୍ଗେ ସଙ୍ଗେ ଅବଗତ କରିଥିଲେ। କାର୍ଯ୍ୟନିର୍ବାହୀ ଅଧିକାରୀ ସମ୍ପୃକ୍ତ ମିଠା ଦୋକାନିଙ୍କ ଘରକୁ ଯାଇ ଏନ.ଏ.ସି ଦ୍ୱାରା ଘର କାନ୍ଥରେ ମରାଯାଇଥିବା କୋଭିଡ ପଜିଟିଭ ଷ୍ଟିକର ଚିରାଯାଇଥିବା ଦେଖିବାକୁ ପାଇଥିଲେ।

ଏହାପରେ କାର୍ଯ୍ୟନିର୍ବାହୀ ଅଧିକାରୀ ବାଣପୁର ପୋଲିସ ସହଯୋଗ ରେ ଉକ୍ତ ମିଠା ଦୋକାନ କୁ ସିଲ କରିବା ସହ ପାଞ୍ଚ ହଜାର ଟଙ୍କା ଜରିମାନା ଆଦାୟ କରିଥିବାର ସୂଚନା ମିଳିଛି। ଏ ନେଇ ବାଣପୁର ଏନ.ଏ.ସି ପ୍ରଶାସନ ତରଫରୁ ବାଣପୁର ଥାନାରେ ଏକ ଲିଖିତ ଅଭିଯୋଗ ମଧ୍ୟ ହୋଇଥିବାର ସୂଚନା ମିଳିଛି।