ଆଜି କଳାହାଣ୍ଡିରେ ଜନ ସମାବେଶକୁ ସମ୍ବୋଧିତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Published: Jan 14, 2021, 9:32 am IST

ଭୁବନେଶ୍ବର, ବହୁ ମାସ ପରେ ଆଜି କଳାହାଣ୍ଡ ଗସ୍ତରେ ଯିବେ ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ । କରୋନା ପାଇଁ ସେ କେବଳ ପୁରୀ ଭୁବନେଶ୍ବର ବ୍ୟତିତ ବାହାରକୁ ଯାଇ ନ ଥିଲେ। ଆଜି ନବୀନ ହେଲକାପ୍ଟର ଯୋଗେ ଦିନ ଦିନ ୧୧ଟା ୨୫ ମିନିଟରେ କଳାହାଣ୍ଡିର ଜୟପାଟଣା ବ୍ଲକ କନକପୁର ଠାରେ କରାଯାଇଥିବା ଅସ୍ଥାୟୀ ହେଲିପ୍ୟାଡରେ ପହଂଚିବେ। ସେ ସେଠାରେ ଡିଜିଟାଲ ମାଧ୍ୟମରେ ଶିଳାନ୍ୟାସ ସହିତ ଜନସମାଗମକୁ ଉଦବୋଧନ ଦେବେ।

ନବୀନ କଳାହାଣ୍ଡିବାସୀଙ୍କୁ ୧୦୬ଟି ପ୍ରକଳ୍ପ ଭେଟି ଦେବେ ନବୀନ । ଯେଉଁଥିପାଇଁ ବ୍ୟୟ ଅଟକଳ ରଖାଯାଇଛି ୨ ହଜାର ୮୫ କୋଟି ଟଙ୍କା। ଏଥିରେ ୧ ହଜାର ୬୫ କୋଟି ଟଙ୍କାର ୫୪ଟି ପ୍ରକଳ୍ପର ଉଦ୍ଘାଟନ ହେବ ଏବଂ ୧ ହଜାର ୨୦ କୋଟିର ୫୨ଟି ପ୍ରକଳ୍ପର ଶୁଭାରମ୍ଭ କରାଯିବ । ସେଥିରେ ରହିଛି, ୯୮୬ କୋଟି ୭୧ ଲକ୍ଷ ଟଙ୍କାରେ ନିର୍ମିତ ପର୍ବତଗିରି ଉଠାଜଳସେଚନ ପ୍ରକଳ୍ପ । ଏହି ବୃହତ ଉଠା ଜଳପ୍ରକଳ୍ପ ଯୋଗୁଁ କଳାହାଣ୍ଡିର ଜୟପାଟଣା, କୋକସରା ଓ ଧର୍ମଗଡ଼ ବ୍ଳକ ପ୍ରାୟ ୨୫ ହଜାର ୨୭୫ ହେକ୍ଟର ଚାଷଜମି ଜଳସେଚିତ ହୋଇପାରିବ । ଏଥିରେ ୩ ଲକ୍ଷ ଲୋକ ଉପକୃତ ହେବେ ।

Related posts