Categories
ବିଶେଷ ଖବର

ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ, ମେଡ଼ିକାଲ କଲେଜ, ଲକ୍ଷ୍ମୀ ବସ ସମେତ ବିଭିନ୍ନ ଯୋଜନା ଲୋକାର୍ପଣ

କଳାହାଣ୍ଡି (ଦୁଷ୍ମନ୍ତ କୁମାର ପଣ୍ଡା): କଳାହାଣ୍ଡି ପ୍ରତିଷ୍ଠା ଦିବସ ଅବସରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଦିନିକିଆ ଗସ୍ତରେ ଆସି ବହୁ ପ୍ରତିକ୍ଷିତ ମେଡ଼ିକାଲ କଲେଜର ଲୋକର୍ପଣ ସାଙ୍ଗକୁ ଭବାନୀପାଟଣା ବସଷ୍ଟାଣ୍ଡ ବିଭିନ୍ନ ପ୍ରକଳ୍ପ ଗୁଡିକର ଲୋକର୍ପଣ କରିଛନ୍ତି। ଭବାନୀପାଟଣା ଉପକଣ୍ଠ ଭଙ୍ଗାବାରୀ ଠାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅନୁଦାନରେ ଶହେ ସିଟ ବିଶିଷ୍ଟ ଶହୀଦ ରେଣ୍ଡୋମାଝି ମେଡ଼ିକାଲ କଲେଜ ଓ ହସ୍ପିଟାଲର ଲୋକର୍ପଣ କରାଯାଇଛି।

ଏହି ଅବସରରେ ୨୦୨୩-୨୪ ଶିକ୍ଷା ବର୍ଷରେ ଅଧ୍ୟଯନରତ ଦୁଇ ଜଣ ଛାତ୍ରୀଙ୍କ ସହିତ କେନ୍ଦ୍ର ସ୍ବାସ୍ଥ୍ୟ ରାଷ୍ଟ୍ର ମନ୍ତ୍ରୀ ଭିଡିଓ କନଫରେନସିଂ ମାଧ୍ୟମରେ କଥା ବାର୍ତ୍ତା ହେବ ସହ ଜଣେ ଛାତ୍ର ଙ୍କ ସହ ମୁଖ୍ୟ ମନ୍ତ୍ରୀ କଥା ବାର୍ତ୍ତା ହୋଇଥିଲେ। ଚଳିତ ଶିକ୍ଷା ବର୍ଷରେ ଓଡ଼ିଶାର ୪୧ ଜଣଙ୍କ ସମେତ ବିଭିନ୍ନ ରାଜ୍ୟରୁ ମୋଟ ୧୦୦ ଜଣ ଛାତ୍ର ଛାତ୍ରୀ ଡାକ୍ତରୀ ଶିକ୍ଷା ଗ୍ରହଣ କରୁଥିବା ବିଷଯ ସ୍ବାସ୍ଥ୍ୟ ସଚିବ ପ୍ରକାଶ କରିଥିଲେ।

ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସମେତ ସ୍ବାସ୍ଥ୍ୟ ମନ୍ତ୍ରୀ, କଳାହାଣ୍ଡି ସାଂସଦ, ନବୀନ ଓଡ଼ିଶା ୫ ତି ଅଧ୍ୟକ୍ଷ ପ୍ରମୁଖ ମଞ୍ଚାସୀନ ଥିଲେ। ଦୀର୍ଘ ଦିନର ବହୁ ପ୍ରତିକ୍ଷିତ ଏହି ମେଡ଼ିକାଲ କଲେଜ ଲୋକର୍ପଣ ହେବା ପରେ ଜିଲ୍ଲା ବାସୀ ଦୁଆର ମୁହଁ ରେ ସ୍ବାସ୍ଥ୍ୟ ସେବା ପାଇବା ସମ୍ଭବ ହୋଇ ପାରିବ ବୋଲି ଆଶା ପ୍ରକାଶ ପାଇଛି। ଏହା ପରେ ବିଶ୍ବବିଦ୍ୟାଳୟ ପଡିଆ ଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଘରେ ଘରେ ଲକ୍ଷ୍ମୀ ଯୋଜନାର ଶୁଭାରମ୍ଭ କରିଥିଲେ।

ଏହି ଅବସରରେ ଆୟୋଜିତ ଉତ୍ସବ ରେ ରାଜ୍ୟସଭା ସାଂସଦ ସୁଜିତ କୁମାର ସ୍ଵାଗତ କରିଥିବା ବେଳେ ମୁଖ୍ୟମନ୍ତ୍ରୀ ଙ୍କ ସହିତ ପରିବହନ ମନ୍ତ୍ରୀ ଟୁକୁନୀ ସାହୁ, କଳାହାଣ୍ଡି ସାଂସଦ, କଳାହାଣ୍ଡିର ସମସ୍ତ ବିଧାୟକ, ଜିଲ୍ଲାପାଲ ପ୍ରମୁଖ ଉପସ୍ଥିତ ଥିଲେ। ମାନ୍ୟବର ମୁଖ୍ୟ ମନ୍ତ୍ରୀ ପତାକା ଦେଖାଇ ପ୍ରତ୍ୟେକ ପଞ୍ଚାଯତ କୁ ସଂଯୋଗ କରିବା ଉଦ୍ଦେଶ୍ୟରେ ଚାଳିବାକୁ ଥିବା ଲକ୍ଷ୍ମୀ ବସ ର ଶୁଭାରମ୍ଭ କରିଥିଲେ। କଳାହାଣ୍ଡି ଜିଲ୍ଲା ଗଠନ ଅବସରରେ କଳାହାଣ୍ଡି ବିଶ୍ବ ବିଦ୍ୟାଳୟ କୁ ମାନ୍ୟବର ମୁଖ୍ୟ ମନ୍ତ୍ରୀ କଳାହାଣ୍ଡି ର ଅଧିଷ୍ଠାତ୍ରୀ ଦେବୀ ମା ମାଣିକେଶ୍ଵରୀ ଙ୍କ ନାମରେ ନାମିତ କରିବାକୁ ଘୋଷଣା କରିଥିଲେ ଅ ଏହି ଅବସରରେ ଭବାନୀପାଟଣା ରେ ନବ ନିର୍ମିତ ବସ ଟର୍ମିନାଲ ର ଲୋକର୍ପଣ କରିବା ସହିତ ପ୍ରାୟ ୧୨୦୦ କୋଟିର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଳାହାଣ୍ଡି ଗସ୍ତ, ଲକ୍ଷ୍ମୀ ବସର କରିବେ ଉଦଘାଟନ

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ କଳାହାଣ୍ଡି ଗସ୍ତରେ ଯିବେ। ସେଠାରେ ସେ ବହୁ ପ୍ରତୀକ୍ଷିତ ଲକ୍ଷ୍ମୀ ବସ ଯୋଜନାର ଶୁଭାରମ୍ଭ କରିବେ। ଏହି ବସ୍ ମାଧ୍ୟମରେ ଲୋକମାନେ ଜିଲ୍ଲାରୁ ବ୍ଲକ, ବ୍ଲକରୁ ପଞ୍ଚାୟତ ପର୍ଯ୍ୟନ୍ତ ବସ ସେବା ପାଇପାରିବେ।

ସେହିପରି ନବୀନ ଜିଲ୍ଲାବାସୀଙ୍କ ପାଇଁ 1200 କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେବାର ରହିଛି। ଆଜି ହେଉଛି କଳାହାଣ୍ଡି ପ୍ରତିଷ୍ଠା ଦିବସ। ଏହି ଉପଲକ୍ଷେ ନବୀନ କଳାହାଣ୍ଡିବାସଙ୍କୁ ଏହି ଭେଟି ଦେବେ ବୋଲି ଜଣାପଡିଛି।

ଆଜି ମୁଖ୍ୟମନ୍ତ୍ରୀ ଭୁବନେଶ୍ବରରୁ ହେଲିକାପ୍ଟରରେ ଯୋଗେ ବାହାରି ଦିନ 11 ଟା 30 ମିନଟରେ କଳାହାଣ୍ଡି ମେଡିକାଲ କଲେଜ ପଡିଆରେ ପହଞ୍ଚିବେ। ସେଠାରେ ସେ ରେଣ୍ଡୋ ମାଝି ମେଡିକାଲ କଲେଜ ଉଦଘାଟନ କରିବେ। ଏଥିରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଭିଡିଓ କଲଫ୍ରେସିଂରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ଏହି ଶେଷ ହେବା ପରେ ମୁଖ୍ୟମନ୍ତ୍ରୀ ଏକ ରୋଡ ସୋ ରେ କଳାହାଣ୍ଡି ବିଶ୍ବବିଦ୍ୟାଳୟ ପଡିଆକୁ ଯିବେ। ସେଠାରେ ସେ ଦିନ 12 ଟା 30 ମିନଟରେ ଲକ୍ଷ୍ମୀ ବସର ଉଦଘାଟନ କରିବେ। ସେଥିପାଇଁ ସେଠାରେ ଏକ ବିରାଟ ଆୟୋଜନ କରାଯାଇଛି।

Categories
ବିଶେଷ ଖବର ରାଜ୍ୟ ଖବର

କଳାହାଣ୍ଡି ଜନସମାବେଶରେ ବିଜୁବାବୁଙ୍କ ଉପରେ ଏକ ବଡ କଥା କହିଲେ ତାଙ୍କ ସୁପୁତ୍ର ନବୀନ ପଟ୍ଟନାୟକ

ଭୁବନେଶ୍ବର, ବହୁଦିନ ପରେ ଆଜି ମୁଖ୍ୟମନ୍ତ୍ରୀ ଭୁବନେଶ୍ବରରୁ କଳାହାଣ୍ଡି ଗସ୍ତ କରିଥିଲେ। କରୋନା ପାଇଁ ମୁଖ୍ୟମନ୍ତ୍ରୀ କେବଳ ଭୁବନେଶ୍ବର ପୁରୀ ଭିତରେ ତାଙ୍କର ଗସ୍ତକୁ ସୀମିତ ରଖିଥିଲେ। ଯାହା ସବୁ କାର୍ଯ୍ୟ ଭିଡିଓ କନଫ୍ରେସିଂ ମାଧ୍ୟମରେ କରୁଥିଲେ। କଳାହାଣ୍ଡି ଗସ୍ତ କରି ଦୁଇ ହଜାର କୋଟି ଟଙ୍କାର ପ୍ରକଳ୍ପ ଉଦଘାଟନ ସହିତ ଜନସମାବେଶକୁ ଉଦବୋଧନ ଦେଇଥିଲେ। ତେବେ ଏହି ଉଦବୋଧନ ଦେବା ବେଳେ ମୁଖ୍ୟମନ୍ତ୍ରୀ ବିଜୁବାବୁଙ୍କ କଳାହାଣ୍ଡି ଗସ୍ତ ବେଳେ ଏକ ବଡ ଘଟଣାକୁ ମନେ ପକାଇଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବିଜୁ ବାବୁ ୯୦ ଦଶକରେ ମୁଖ୍ୟମନ୍ତ୍ରୀ ଥିବାବେଳେ ତାଙ୍କ ଭବାନୀପାଟଣା ଗସ୍ତ ସମୟରେ କିଛି ପିଲା ତାଙ୍କ ଉପରକୁ ପଥର ମାଡ କରିଥିଲେ। ବିଜୁ ବାବୁ ତାଙ୍କ ବିଶାଳ ହୃଦୟରେ ସେହି ପିଲାମାନଙ୍କୁ କ୍ଷମା କରିଥିଲେ। ପରେ ତାଙ୍କ ପୁଅ ଭାବରେ ମୁଁ ଯେତେବେଳେ ଏ ବିଷୟରେ ତାଙ୍କୁ ପଚାରି ଥିଲି,  ସେତେବେଳେ ବିଜୁବାବୁ କହିଥିଲେ “Nothing to be worried.”  । କଳାହାଣ୍ଡିବାସୀ ମୋତେ ବହୁତ ଭଲ ପାଆନ୍ତି । ମୁଁ ମଧ୍ୟ କଳାହାଣ୍ଡିକୁ ବହୁତ ଭଲ ପାଏ। କଳାହାଣ୍ଡି ମାଟିରେ ମୋର ଯେତିରି ବିନ୍ଦୁ ରକ୍ତ ପଡିଛି, କଳାହାଣ୍ଡିର ବିକାଶ ପାଇଁ ମୁଁ ତାର ୧୦ ଗୁଣ ଅଧିକ ପରିଶ୍ରମ କରିବି ।’

୨୦୦୦ ମସିହାରେ ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ବ ଗ୍ରହଣ କରିବା ସମୟର ସ୍ମୃତି ଚାରଣ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡିଶା ମା’ର ସେବା ପାଇଁ ମୁଁ ଯେତେବେଳେ ସୁଯୋଗ ପାଇଲି, ସେତେବେଳେ ବିଜୁ ବାବୁଙ୍କର ଏହି କଥା ମୋ ମନକୁ ବାରମ୍ବାର ଆସୁଥିଲା ଏବଂ କଳାହାଣ୍ଡିର ବିକାଶ ପାଇଁ ମୋତେ ମାର୍ଗ ଦେଖାଉଥିଲା। ଏ ଭିତରେ କଳାହାଣ୍ଡିର ଛବି ଉଜ୍ଜଳ ହୋଇଛି । ନୂଆ ଓଡିଶା ପାଇଁ ବାଟ ଦେଖାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଆଜି କଳାହାଣ୍ଡିରେ ଜନ ସମାବେଶକୁ ସମ୍ବୋଧିତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର, ବହୁ ମାସ ପରେ ଆଜି କଳାହାଣ୍ଡ ଗସ୍ତରେ ଯିବେ ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ । କରୋନା ପାଇଁ ସେ କେବଳ ପୁରୀ ଭୁବନେଶ୍ବର ବ୍ୟତିତ ବାହାରକୁ ଯାଇ ନ ଥିଲେ। ଆଜି ନବୀନ ହେଲକାପ୍ଟର ଯୋଗେ ଦିନ ଦିନ ୧୧ଟା ୨୫ ମିନିଟରେ କଳାହାଣ୍ଡିର ଜୟପାଟଣା ବ୍ଲକ କନକପୁର ଠାରେ କରାଯାଇଥିବା ଅସ୍ଥାୟୀ ହେଲିପ୍ୟାଡରେ ପହଂଚିବେ। ସେ ସେଠାରେ ଡିଜିଟାଲ ମାଧ୍ୟମରେ ଶିଳାନ୍ୟାସ ସହିତ ଜନସମାଗମକୁ ଉଦବୋଧନ ଦେବେ।

ନବୀନ କଳାହାଣ୍ଡିବାସୀଙ୍କୁ ୧୦୬ଟି ପ୍ରକଳ୍ପ ଭେଟି ଦେବେ ନବୀନ । ଯେଉଁଥିପାଇଁ ବ୍ୟୟ ଅଟକଳ ରଖାଯାଇଛି ୨ ହଜାର ୮୫ କୋଟି ଟଙ୍କା। ଏଥିରେ ୧ ହଜାର ୬୫ କୋଟି ଟଙ୍କାର ୫୪ଟି ପ୍ରକଳ୍ପର ଉଦ୍ଘାଟନ ହେବ ଏବଂ ୧ ହଜାର ୨୦ କୋଟିର ୫୨ଟି ପ୍ରକଳ୍ପର ଶୁଭାରମ୍ଭ କରାଯିବ । ସେଥିରେ ରହିଛି, ୯୮୬ କୋଟି ୭୧ ଲକ୍ଷ ଟଙ୍କାରେ ନିର୍ମିତ ପର୍ବତଗିରି ଉଠାଜଳସେଚନ ପ୍ରକଳ୍ପ । ଏହି ବୃହତ ଉଠା ଜଳପ୍ରକଳ୍ପ ଯୋଗୁଁ କଳାହାଣ୍ଡିର ଜୟପାଟଣା, କୋକସରା ଓ ଧର୍ମଗଡ଼ ବ୍ଳକ ପ୍ରାୟ ୨୫ ହଜାର ୨୭୫ ହେକ୍ଟର ଚାଷଜମି ଜଳସେଚିତ ହୋଇପାରିବ । ଏଥିରେ ୩ ଲକ୍ଷ ଲୋକ ଉପକୃତ ହେବେ ।

Categories
ଫଟୋ ଖବର

ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ ପୂର୍ବରୁ ସ୍ଥିତି ପରଖୁଛନ୍ତି ବିଜେଡିର ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ

ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ ପୂର୍ବରୁ ସ୍ଥିତି ପରଖୁଛନ୍ତି ବିଜେଡିର ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ