Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ, ମେଡ଼ିକାଲ କଲେଜ, ଲକ୍ଷ୍ମୀ ବସ ସମେତ ବିଭିନ୍ନ ଯୋଜନା ଲୋକାର୍ପଣ
ବିଶେଷ ଖବର

ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ, ମେଡ଼ିକାଲ କଲେଜ, ଲକ୍ଷ୍ମୀ ବସ ସମେତ ବିଭିନ୍ନ ଯୋଜନା ଲୋକାର୍ପଣ

November 1, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

କଳାହାଣ୍ଡି (ଦୁଷ୍ମନ୍ତ କୁମାର ପଣ୍ଡା): କଳାହାଣ୍ଡି ପ୍ରତିଷ୍ଠା ଦିବସ ଅବସରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଦିନିକିଆ ଗସ୍ତରେ ଆସି ବହୁ ପ୍ରତିକ୍ଷିତ ମେଡ଼ିକାଲ କଲେଜର ଲୋକର୍ପଣ ସାଙ୍ଗକୁ ଭବାନୀପାଟଣା ବସଷ୍ଟାଣ୍ଡ ବିଭିନ୍ନ ପ୍ରକଳ୍ପ ଗୁଡିକର ଲୋକର୍ପଣ କରିଛନ୍ତି। ଭବାନୀପାଟଣା ଉପକଣ୍ଠ ଭଙ୍ଗାବାରୀ ଠାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅନୁଦାନରେ ଶହେ ସିଟ ବିଶିଷ୍ଟ ଶହୀଦ ରେଣ୍ଡୋମାଝି ମେଡ଼ିକାଲ କଲେଜ ଓ ହସ୍ପିଟାଲର ଲୋକର୍ପଣ କରାଯାଇଛି।

ଏହି ଅବସରରେ ୨୦୨୩-୨୪ ଶିକ୍ଷା ବର୍ଷରେ ଅଧ୍ୟଯନରତ ଦୁଇ ଜଣ ଛାତ୍ରୀଙ୍କ ସହିତ କେନ୍ଦ୍ର ସ୍ବାସ୍ଥ୍ୟ ରାଷ୍ଟ୍ର ମନ୍ତ୍ରୀ ଭିଡିଓ କନଫରେନସିଂ ମାଧ୍ୟମରେ କଥା ବାର୍ତ୍ତା ହେବ ସହ ଜଣେ ଛାତ୍ର ଙ୍କ ସହ ମୁଖ୍ୟ ମନ୍ତ୍ରୀ କଥା ବାର୍ତ୍ତା ହୋଇଥିଲେ। ଚଳିତ ଶିକ୍ଷା ବର୍ଷରେ ଓଡ଼ିଶାର ୪୧ ଜଣଙ୍କ ସମେତ ବିଭିନ୍ନ ରାଜ୍ୟରୁ ମୋଟ ୧୦୦ ଜଣ ଛାତ୍ର ଛାତ୍ରୀ ଡାକ୍ତରୀ ଶିକ୍ଷା ଗ୍ରହଣ କରୁଥିବା ବିଷଯ ସ୍ବାସ୍ଥ୍ୟ ସଚିବ ପ୍ରକାଶ କରିଥିଲେ।

ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସମେତ ସ୍ବାସ୍ଥ୍ୟ ମନ୍ତ୍ରୀ, କଳାହାଣ୍ଡି ସାଂସଦ, ନବୀନ ଓଡ଼ିଶା ୫ ତି ଅଧ୍ୟକ୍ଷ ପ୍ରମୁଖ ମଞ୍ଚାସୀନ ଥିଲେ। ଦୀର୍ଘ ଦିନର ବହୁ ପ୍ରତିକ୍ଷିତ ଏହି ମେଡ଼ିକାଲ କଲେଜ ଲୋକର୍ପଣ ହେବା ପରେ ଜିଲ୍ଲା ବାସୀ ଦୁଆର ମୁହଁ ରେ ସ୍ବାସ୍ଥ୍ୟ ସେବା ପାଇବା ସମ୍ଭବ ହୋଇ ପାରିବ ବୋଲି ଆଶା ପ୍ରକାଶ ପାଇଛି। ଏହା ପରେ ବିଶ୍ବବିଦ୍ୟାଳୟ ପଡିଆ ଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଘରେ ଘରେ ଲକ୍ଷ୍ମୀ ଯୋଜନାର ଶୁଭାରମ୍ଭ କରିଥିଲେ।

ଏହି ଅବସରରେ ଆୟୋଜିତ ଉତ୍ସବ ରେ ରାଜ୍ୟସଭା ସାଂସଦ ସୁଜିତ କୁମାର ସ୍ଵାଗତ କରିଥିବା ବେଳେ ମୁଖ୍ୟମନ୍ତ୍ରୀ ଙ୍କ ସହିତ ପରିବହନ ମନ୍ତ୍ରୀ ଟୁକୁନୀ ସାହୁ, କଳାହାଣ୍ଡି ସାଂସଦ, କଳାହାଣ୍ଡିର ସମସ୍ତ ବିଧାୟକ, ଜିଲ୍ଲାପାଲ ପ୍ରମୁଖ ଉପସ୍ଥିତ ଥିଲେ। ମାନ୍ୟବର ମୁଖ୍ୟ ମନ୍ତ୍ରୀ ପତାକା ଦେଖାଇ ପ୍ରତ୍ୟେକ ପଞ୍ଚାଯତ କୁ ସଂଯୋଗ କରିବା ଉଦ୍ଦେଶ୍ୟରେ ଚାଳିବାକୁ ଥିବା ଲକ୍ଷ୍ମୀ ବସ ର ଶୁଭାରମ୍ଭ କରିଥିଲେ। କଳାହାଣ୍ଡି ଜିଲ୍ଲା ଗଠନ ଅବସରରେ କଳାହାଣ୍ଡି ବିଶ୍ବ ବିଦ୍ୟାଳୟ କୁ ମାନ୍ୟବର ମୁଖ୍ୟ ମନ୍ତ୍ରୀ କଳାହାଣ୍ଡି ର ଅଧିଷ୍ଠାତ୍ରୀ ଦେବୀ ମା ମାଣିକେଶ୍ଵରୀ ଙ୍କ ନାମରେ ନାମିତ କରିବାକୁ ଘୋଷଣା କରିଥିଲେ ଅ ଏହି ଅବସରରେ ଭବାନୀପାଟଣା ରେ ନବ ନିର୍ମିତ ବସ ଟର୍ମିନାଲ ର ଲୋକର୍ପଣ କରିବା ସହିତ ପ୍ରାୟ ୧୨୦୦ କୋଟିର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ ଲକ୍ଷ୍ମୀ ବସ ଲୋକାର୍ପଣ
Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଶାରେ ସ୍ଥାପନ ହେବ ଆଧୁନିକ ଚାଉଳ ଓ ମାଣ୍ଡିଆ ପ୍ରକ୍ରିୟାକରଣ କାରଖାନା

September 10, 2026

ଓରାଙ୍ଗଉଟାନ ଉଦ୍ଧାର ଘଟଣା: ସବିଶେଷ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ

September 10, 2026

ପାରାଦୀପ ବନ୍ଦରରେ ମାଲବାହୀ ଜାହାଜ ‘ଏମ୍‌ଟି ୟୁନିଟି’ ଆରେଷ୍ଟ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

September 10, 2026

“ଗାନ୍ଧୀଜୀଙ୍କ ଭାଷାରେ ନୁହେଁ, ନେତାଜୀଙ୍କ ଭାଷାରେ ଉତ୍ତର ଦିଆଯିବ”: ଶୁଭେନ୍ଦୁ ଅଧିକାରୀ

September 10, 2026
Latest News

କୀଟନାଶକ ପିଇ ପ୍ରେମିକା ମୃତ

September 11, 2026

ଓଡ଼ିଶାରେ ସ୍ଥାପନ ହେବ ଆଧୁନିକ ଚାଉଳ ଓ ମାଣ୍ଡିଆ ପ୍ରକ୍ରିୟାକରଣ କାରଖାନା

September 10, 2026

ଡକ୍ଟର ପ୍ରତିଭା ରାୟଙ୍କୁ ସାହିତ୍ୟ ଅକାଦେମି ଫେଲୋସିପ୍ ପ୍ରଦାନ

September 10, 2026

ଓରାଙ୍ଗଉଟାନ ଉଦ୍ଧାର ଘଟଣା: ସବିଶେଷ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ

September 10, 2026

୩୫ ବର୍ଷର ଜମି ଜଟିଳତାର ଅନ୍ତ: କେ-୭ ପ୍ଲଟ୍‌ ନେଇ ୨ଶହରୁ ଅଧିକ ମାମଲାର ଫଇସଲା

September 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.