Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କେନ୍ଦ୍ର ସରକାରଙ୍କ ଯୋଜନାକୁ ରାଜ୍ୟ ସରକାର ନିଜ ନାଁରେ ବ୍ରାଣ୍ଡିଂ କରୁଛନ୍ତି ବୋଲି ଅଭିଯୋଗ କଲେ ଜୟ ନାରାୟଣ ମିଶ୍ର
ଆଜିର ଖବର

କେନ୍ଦ୍ର ସରକାରଙ୍କ ଯୋଜନାକୁ ରାଜ୍ୟ ସରକାର ନିଜ ନାଁରେ ବ୍ରାଣ୍ଡିଂ କରୁଛନ୍ତି ବୋଲି ଅଭିଯୋଗ କଲେ ଜୟ ନାରାୟଣ ମିଶ୍ର

January 14, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link
କେନ୍ଦ୍ର ସରକାରଙ୍କ ଯୋଜନାକୁ ରାଜ୍ୟ ସରକାର ନିଜ ନାଁରେ ବ୍ରାଣ୍ଡିଂ କରୁଛନ୍ତି ବୋଲି ଅଭିଯୋଗ କଲେ ଜୟ ନାରାୟଣ ମିଶ୍ର

ଭୁବନେଶ୍ୱର, କେନ୍ଦ୍ର ସରକାରଙ୍କ ସମସ୍ତ କଲ୍ୟାଣମୂଳକ ଯୋଜନାକୁ ନିଜ ନାଁ ରେ ବ୍ରାଣ୍ଡିଂ କରି ନବୀନ ସରକାର ରାଜ୍ୟବାସୀଙ୍କୁ ଭୂଆଁ ବୁଲାଉଛନ୍ତି । କେନ୍ଦ୍ର ସରକାରଙ୍କ ଏଆଇବିପି ଯୋଜନା ଅନ୍ତର୍ଗତ ୯୦% ଆର୍ଥିକ ସହାୟତାେରେ ଆଜି ଇନ୍ଦ୍ରାବତୀ ମେଗା ଲିଫ୍ଟ ଇରିଗେସନ ପ୍ରକଳ୍ପ ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅସଲ ଧନ୍ୟବାଦର ପାତ୍ର। ମାତ୍ର ବ୍ରାଣ୍ଡିଂ ରାଜନୀତି କରୁଥିବା ନବୀନ ସରକାର ସୈାଜନମୁଳକ ଭାବେ ଏହି ସମାବେଶରେ ଥରେଟିଏ ହେଲେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ନାମ ଉଲ୍ଲେଖ ନକରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ବରିଷ୍ଠ ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର ଅଭିଯୋଗ କରିଛନ୍ତି ।

ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ, ଦୀର୍ଘ ୨ ଦଶନ୍ଧି ଧରି ଶାସନ କ୍ଷମତାରେ ରହିବା ସତ୍ୱେ କଳାହାଣ୍ଡି ଏବଂ ଏହାର ଆଖପାଖ ଚିତ୍ର ବାସ୍ତବରେ ନ ବଦଳିବା ଅତ୍ୟନ୍ତ ଲଜ୍ଜାଜନକ । ଗତ ପଂଚାୟତ ନିର୍ବାଚନ ପୂର୍ବରୁ ବରଗଡ ଜିଲ୍ଲାରେ ରାଜ୍ୟର ସର୍ବବୃହତ ଜଳସେଚନ ପ୍ରକଳ୍ପ ଗଙ୍ଗାଧର ଜଳସେଚନ ପ୍ରକଳ୍ପର ଘୋଷଣା କରିଥିଲେ, ଯାହାକି ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିଲା ନାହିଁ ।

ସେହିପରି ଆଜି କଳାହାଣ୍ଡି ମାଟିରେ ଛିଡା ହୋଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଇନ୍ଦ୍ରାବତୀ ନଦୀ ଉପରେ ପାର୍ବତିଗିରି ଜଳସେଚନ ପ୍ରକଳ୍ପ ଘୋଷଣା କରିବା ମଧ୍ୟ କେବଳ ଧୂଆଁବାଣ ହୋଇ ରହିନଯାଉ ବୋଲି ଜୟନାରାୟଣ କହିଛନ୍ତି । କୋଭିଡ୍ କଟକଣାକୁ ବାହାନା କରି ଦୀର୍ଘ ୯ ମାସରୁ ଉର୍ଦ୍ଧ୍ୱ ଏକାନ୍ତ ବାସରେ ଥିବା ମୁଖ୍ୟମନ୍ତ୍ରୀ ଆଜି କୋଭିଡ୍ କଟକଣା ବଳବତର ଥିବା ସତ୍ୱେ ଏତେ ବଡ ଜନସମାଗମ ଆୟୋଜନ କରିବା କେତେଦୂର ଯଥାର୍ଥ ?କଳାହାଣ୍ଡି ଜିଲ୍ଲା ସବୁଠାରୁ ଅଧିକ ଚାଉଳ ଯୋଗାଉଛି ବୋଲି ଖୋଦ୍ ମୁଖ୍ୟମନ୍ତ୍ରୀ ଆଜି କହିଛନ୍ତି । ମାତ୍ର ବହୁ ଆଡମ୍ବର ଏହି ସମାବେଶରେ ମୁଖ୍ୟମନ୍ତ୍ରୀ କୃଷକ କିମ୍ବା କୃଷକ କଲ୍ୟାଣ ପାଇଁ ପଦୁଟିଏ ନକହିବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ।

BJP ଜୟନାରାୟଣ ମିଶ୍ର ରାଜ୍ୟ ବିଜେପି
Share. Facebook Twitter LinkedIn Email WhatsApp Copy Link

Related Posts

ଜାମସେଦପୁରରେ ଶ୍ରୀ ଜଗନ୍ନାଥ ମନ୍ଦିରର ଭୂମି ପୂଜନ ଉତ୍ସବରେ ଅଂଶଗ୍ରହଣ କଲେ ରାଷ୍ଟ୍ରପତି

February 27, 2026

ଆଜି ହେଉଛି ଫେବୃୟାରୀ ୨୭ ତାରିଖ ଶୁକ୍ରବାର: ଏହି ରାଶି ପ୍ରତି ମା’ ସନ୍ତୋଷୀଙ୍କ ରହିଛି ଆଶୀର୍ବାଦ

February 27, 2026

ରାଜ୍ୟ ନୀତି ଆୟୋଗ ନୋଡାଲ ଅଫିସରଙ୍କ ନାକଟିଦେଉଳ ବ୍ଲକ ପରିଦର୍ଶନ

February 26, 2026

ନୂଆଦିଲ୍ଲୀରେ ନୂଆ ଓଡିଶା ଭବନର ଭିତ୍ତିପ୍ରସ୍ତାର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

February 26, 2026
Latest News

ଜାମସେଦପୁରରେ ଶ୍ରୀ ଜଗନ୍ନାଥ ମନ୍ଦିରର ଭୂମି ପୂଜନ ଉତ୍ସବରେ ଅଂଶଗ୍ରହଣ କଲେ ରାଷ୍ଟ୍ରପତି

February 27, 2026

ଭାରତ- ଇସ୍ରାଏଲ ମିଳିତ ବିବୃତ୍ତି

February 27, 2026

ଆଜି ହେଉଛି ଫେବୃୟାରୀ ୨୭ ତାରିଖ ଶୁକ୍ରବାର: ଏହି ରାଶି ପ୍ରତି ମା’ ସନ୍ତୋଷୀଙ୍କ ରହିଛି ଆଶୀର୍ବାଦ

February 27, 2026

ଜିମ୍ବାୱେକୁ 72 ରନରେ ପରାସ୍ତ କରି ସେମିଫାଇନାଲର ରାସ୍ତା ସହଜ କଲା ଭାରତ

February 26, 2026

ଏଆଇ ମାଧ୍ୟମରେ ଭାରତୀୟ ସ୍ୱାସ୍ଥ୍ୟସେବାରେ ପରିବର୍ତ୍ତନ 

February 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.