କରୋନା ଅପଡେଟ୍‌: ଗତ ୨୪ ଘଣ୍ଟାରେ ଦେଶରେ ୧୫ ହଜାର ୫୯୦ ନୂଆ କରୋନା ପଜିଟିଭ ଚିହ୍ନଟ

Published: Jan 15, 2021, 11:08 am IST

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୧୫ ହଜାର ୫୯୦ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଗତ ୧୯୧ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୧କୋଟି ୫ ଲକ୍ଷ ୨୭ ହଜାର ୬୮୩ ରେ ପହଞ୍ଚିଛି। ସେହିପରି ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୧ ହଜାର ୯୧୮ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୧ ଲକ୍ଷ ୬୨ ହଜାର ୭୩୮ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାର ଆକ୍ଟିଭ୍‌ କେସ୍‌ ୩ ଲକ୍ଷ ତଳେ ରହିଛି। ଦେଶରେ କରୋନାରୁ ୨ ଲକ୍ଷ ୧୩ ହଜାର ୨୭ ଆକ୍ଟିଭ୍‌ କେସ୍ ରହିଛି।

Related posts