କରୋନା ଅପଡେଟ୍‌: ଗତ ୨୪ ଘଣ୍ଟାରେ ଦେଶରେ ୧୩ ହଜାର ୭୮୮ ନୂଆ କରୋନା ପଜିଟିଭ ଚିହ୍ନଟ

Published: Jan 18, 2021, 10:48 am IST

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୧୩ ହଜାର ୭୮୮ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଗତ ୧୪୫ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୧କୋଟି ୫ ଲକ୍ଷ ୭୧ ହଜାର ୭୭୩ ରେ ପହଞ୍ଚିଛି। ସେହିପରି ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୨ ହଜାର ୪୧୯ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୨ ଲକ୍ଷ ୧୧ ହଜାର ୩୪୨ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାର ଆକ୍ଟିଭ୍‌ କେସ୍‌ ୩ ଲକ୍ଷ ତଳେ ରହିଛି। ଦେଶରେ କରୋନାରୁ ୨ ଲକ୍ଷ ୮ ହଜାର ୧୨ ଆକ୍ଟିଭ୍‌ କେସ୍ ରହିଛି।

Related posts