Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କୁମ୍ଭାରଗାଁ ସରପଞ୍ଚ ପଦବୀ ପାଇଁ ନାମାଙ୍କନ ପତ୍ର ଦାଖଲ: ଫେବୃଆରୀ ୧୧ ରେ ହେବ ଉପନିର୍ବାଚନ
ଆଜିର ଖବର

କୁମ୍ଭାରଗାଁ ସରପଞ୍ଚ ପଦବୀ ପାଇଁ ନାମାଙ୍କନ ପତ୍ର ଦାଖଲ: ଫେବୃଆରୀ ୧୧ ରେ ହେବ ଉପନିର୍ବାଚନ

January 18, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ପିଣ୍ଟୁ ବିଷୋୟୀ

ବେଗୁନିଆପଡ଼ା: ଗଂଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକର କୁମ୍ଭାରଗାଁ ପଞ୍ଚାୟତର ଉପନିର୍ବାଚନ ଲାଗି ବିଗୁଲ ବାଜିଛି। ସୋମବାର ଦିନ ନାମାଙ୍କନର ଶେଷ ଦିନ ଥିବା ବେଳେ ନାମାଙ୍କନ ଭରିଲେ ୩ ପ୍ରାର୍ଥୀ। ଆସନ୍ତା ଫେବୃୟାରୀ ୧୧ ରେ ଉକ୍ତ ପଞ୍ଚାୟତ ପାଇଁ ଉପ ନିର୍ବାଚନ ଅନୁଷ୍ଠିତ ହେଵ।

ଏହି ପଞ୍ଚାୟତର ସରପଞ୍ଚ ପ୍ରଶାନ୍ତ କୁମାର ତାରିଣୀଙ୍କ ଗତ ୧୧ ସେପ୍ଟେମ୍ବର ୨୦୨୦ ରେ ଦେହାନ୍ତ ପରେ ସରପଞ୍ଚ ପଦବୀ ଖାଲି ପଡ଼ିଥିଲା। ଓଡିଶା ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ କ୍ରମେ ଚଳିତ ମାସ ୧୩, ୧୫ ଓ ୧୮ ତାରିଖ ଦିନ ନାମାଙ୍କନ ପାଇଁ ଧାର୍ଯ୍ୟ କରାଯାଇଥିଲା। ସୋମବାର ନାମାଙ୍କନ ପତ୍ର ଦାଖଲ ପାଇଁ ଶେଷ ଦିନ ହୋଇଥିବା ବେଳେ ଶେଷ ଦିନରେ ୩ ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଥିବା ନିର୍ବାଚନ ଅଧିକାରୀ ବିଡ଼ିଓ ବେଦବର ପ୍ରଧାନ ସୂଚନା ଦେଇଛନ୍ତି।

ନାମାଙ୍କନ ଦାଖଲ କରିଥିବା ପ୍ରାର୍ଥୀ ମାନେ ହେଲେ ସତୀଶ ରଂଜନ ତାରେଣୀ, ଲଳିତ କୁମାର ସ୍ବାଇଁ ଓ ପ୍ରବୀଣ କୁମାର ସ୍ବାଇଁ। ମଂଗଳବାର ଦିନ ପ୍ରାର୍ଥୀପତ୍ର ଜାଞ୍ଚ୍ କରାଯିବ ଏବଂ ୨୨ ଜାନୁଆରୀରେ ନାମାଙ୍କନ ପତ୍ର ପ୍ରତ୍ଯାହାର ପାଇଁ ଧାର୍ଯ୍ୟ କରାଯାଇଛି। ଆସନ୍ତା ଫେବୃୟାରୀ ୧୧ ରେ ଏହି ଆସନ ପାଇଁ ନିର୍ବାଚନ ହେବ ବୋଲି ଜଣାପଡିଛି।

ଉପନିର୍ବାଚନ କୁମ୍ଭାରଗାଁ ପଞ୍ଚାୟତ ବେଗୁନିଆପଡ଼ା ବ୍ଳକ ସରପଞ୍ଚ ପ୍ରାର୍ଥୀ
Share. Facebook Twitter LinkedIn Email WhatsApp Copy Link

Related Posts

ବର୍ଷା ଦିନେ ଏହି ପନିପରିବା ଖାଇବା ଠାରୁ ଦୂରେଇ ରୁହନ୍ତୁ, ହୋଇପାରେ କ୍ଷତି

August 26, 2026

ଜସପ୍ରିତ ବୁମରାହଙ୍କ ରାଜତ୍ୱ ଶେଷ: ଏବେ ଏହି ଖେଳାଳି ହେଲେ ନମ୍ବର-୧ ଟେଷ୍ଟ ବୋଲର

August 26, 2026

ସରକାରଙ୍କୁ CJP ର ଚେତାବନୀ: ସେପ୍ଟେମ୍ବର ୫ରେ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା

August 26, 2026

୫୦ ହଜାର ଝିଅଙ୍କୁ ମିଳିବ ସ୍କୁଟି: ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବଡ଼ ଘୋଷଣା

August 26, 2026
Latest News

ବର୍ଷା ଦିନେ ଏହି ପନିପରିବା ଖାଇବା ଠାରୁ ଦୂରେଇ ରୁହନ୍ତୁ, ହୋଇପାରେ କ୍ଷତି

August 26, 2026

ଜସପ୍ରିତ ବୁମରାହଙ୍କ ରାଜତ୍ୱ ଶେଷ: ଏବେ ଏହି ଖେଳାଳି ହେଲେ ନମ୍ବର-୧ ଟେଷ୍ଟ ବୋଲର

August 26, 2026

ସରକାରଙ୍କୁ CJP ର ଚେତାବନୀ: ସେପ୍ଟେମ୍ବର ୫ରେ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା

August 26, 2026

ଏସୀୟ କ୍ରୀଡ଼ା ପାଇଁ କ୍ରିକେଟ୍ ସୂଚୀ ଜାରି: ଜାଣନ୍ତୁ କେବେ ଖେଳିବ ଟିମ୍ ଇଣ୍ଡିଆ?

August 26, 2026

୫୦ ହଜାର ଝିଅଙ୍କୁ ମିଳିବ ସ୍କୁଟି: ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବଡ଼ ଘୋଷଣା

August 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.