Categories
ବିଶେଷ ଖବର ରାଜ୍ୟ ଖବର

ଝାରସୁଗୁଡା ଉପନିର୍ବାଚନ ପାଇଁ ପ୍ରଚାରର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ଝାରସୁଗୁଡା ଉପନିର୍ବାଚନରେ ନିଜ ଦଳର ପ୍ରାର୍ଥୀଙ୍କ ପ୍ରଚାରର ଶୁଭାରମ୍ଭ କରିଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ ଗତକାଲି ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କୁ ଦଳୀୟ ଟିକେଟ ପ୍ରଦାନ କରି ଏହି ପ୍ରଚାର କରିଛନ୍ତି। ଦୀପାଳି ନବୀନ ନିବାସରେ ଖୋଦ ମୁଖ୍ୟମନ୍ତ୍ରୀଙ୍କଠାରୁ ଏହି ଟିକେଟ ଗ୍ରହଣ କରିଛନ୍ତି।

ଏହି ସମୟରେ ବିଜେଡିର ଝାରସୁଗୁଡା ଉପନିର୍ବାଚନର ମଙ୍ଗୁଆଳ ପ୍ରଣବ ପ୍ରକାଶ ଦାସ ଏବଂ ଦେବୀ ପ୍ରସାଦ ମିଶ୍ର ଉପସ୍ଥିତ ଥିଲେ। ଏହି ଟିକେଟ ପ୍ରଦାନ ପରେ ମୁଖ୍ୟମନ୍ତ୍ରୀ ଏକ ଟୁଇଟ କରିଛନ୍ତି। ସେଥିରେ ସେ ଦଳୀୟ ପ୍ରାର୍ଥୀ ଦୀପାଳି ଦାସଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେବା ପାଇଁ କହିଛନ୍ତି।

ମୁଖ୍ୟମନ୍ତ୍ରୀ ଟୁଇଟ କରି କହିଛନ୍ତି, ‘ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ପାଇଁ ବିଧାୟକ ପ୍ରାର୍ଥୀ ଦୀପାଳି ଦାସଙ୍କୁ ବିଜୁ ଜନତା ଦଳର ଟିକେଟ ପ୍ରଦାନ କଲି। ଲୋକଙ୍କ କଲ୍ୟାଣ ସହ ଝାରସୁଗୁଡ଼ା ବିକାଶ ପ୍ରକ୍ରିୟାକୁ ଆହୁରି ଆଗକୁ ନେବା ପାଇଁ ଉପନିର୍ବାଚନରେ ବିଜୁ ଜନତା ଦଳକୁ ଶଙ୍ଖ ଚିହ୍ନରେ ଆଶୀର୍ବାଦ କରନ୍ତୁ।’

ଝାରସୁଗୁଡା ଉପନିର୍ବାଚନ ପାଇଁ ମେ୧୦ ତାରିଖରେ ଭୋଟ ଗ୍ରହଣ ହେବ। ସେଥିପାଇଁ ୨୦ ତାରିଖ ଯାଏଁ ପ୍ରାର୍ଥୀମାନେ ନାମାଙ୍କନପତ୍ର ଦାଖଲ କରିବେ। ଏପ୍ରିଲ ୨୧ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ ହେବ। ଏବଂ ଏପ୍ରିଲ ୨୪ ତାରିଖ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର କରାଯାଇ ପାରିବ। ସେହିଭଳି ମେ ୧୦ ତାରିଖରେ ସକାଳ ୭ ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ। ମେ’ ୧୩ ତାରିଖରେ ଭୋଟ ଗଣତି ହେବ।

ଏହି ଉପନିର୍ବାଚନ ପାଇଁ ବିଜେଡି ପ୍ରଥମେ ଦୀପାଳି ଦାସଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଥିଲା। ଏହାପରେ କଂଗ୍ରେସ ଦଳ ପୂର୍ବତନ ବିଧାୟକ ସ୍ବର୍ଗତ ବିରେନ୍ଦ୍ର ପାଣ୍ଡେଙ୍କ ପୁତ୍ର ତରୁଣ ପାଣ୍ଡେଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କଲା। ଶେଷରେ ବହୁ ବାଦବିବାଦ ପରେ ବିଜେପି ଯୁବ ନେତା ଟଙ୍କଧର ତ୍ରିପାଠୀଙ୍କୁ ପ୍ରାର୍ଥୀ କରିଛି। ପ୍ରାର୍ଥୀ ପତ୍ର ଦଖଲ ପରେ ଆରମ୍ଭ ହେବ ଘମାଘଟ ଲଢେଇ।

Categories
ଆଜିର ଖବର ରାଜ୍ୟ ଖବର

ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ବସିଲା ନୋଡ଼ାଲ ଅଧିକାରୀଙ୍କ ବୈଠକ

ଭୁବନେଶ୍ୱର: ଝାରସୁଗୁଡ଼ା ଜିଲ୍ଲାର ୭-ଝାରସୁଗୁଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀରେ ହେବାକୁ ଥିବା ଉପନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ ପରିଚାଳନା କରିବା ନିମନ୍ତେ ଆଜି ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ନିକୁଞ୍ଜ ବିହାରୀ ଧଳ ରାଜ୍ୟସ୍ତରୀୟ ନୋଡାଲ ଅଧିକାରୀମାନଙ୍କୁ ନେଇ ଏକ ବୈଠକ କରାଇଛନ୍ତି। ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀ ସହ ସମଗ୍ର ଝାରସୁଗୁଡ଼ା ଜିଲ୍ଲାରେ ବର୍ତ୍ତମାନ ଆଦର୍ଶ ଆଚରଣବିଧି ବଳବତ୍ତର ରହିଛି।

ଆଦର୍ଶ ଆଚରଣବିଧିର ଅନୁପାଳନ, ନିର୍ବାଚନ ସମୟରେ ଆଇନଶୃଙ୍ଖଳା ରକ୍ଷା, ଜନଗହଳି ସ୍ଥାନରେ ଅଯଥା ଗହଳି ନକରିବା, ଟ୍ରାଫିକ୍‌ ସୁପରିଚାଳନା, ଅବକାରୀ ବିଭାଗ ଓ ପୁଲିସ ବିଭାଗର ମିଳିତ ଚଢ଼ାଉ, ନିର୍ବାଚନ ବେଳେ ଭୋଟରଙ୍କୁ ଆକୃଷ୍ଟ କରିବା ନିମନ୍ତେ ସମ୍ଭାବ୍ୟ ଅର୍ଥ କାରବାର ଉପରେ ରୋକ ଲଗାଇବା ଇତ୍ୟାଦି ଉପରେ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଧଳ ବିସ୍ତୃତ ଭାବେ ଆଲୋଚନା କରିବା ସହ ଉପସ୍ଥିତ ଥିବା ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନଙ୍କୁ ବିହିତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି।

ଅନ୍ୟମାନଙ୍କ ମଧ୍ୟରେ ଏହି ବୈଠକରେ ରାଜ୍ୟ ପୁଲିସ ମୁଖ୍ୟାଳୟର ଆଇଜି ଯତୀନ୍ଦ୍ରନାଥ କୋଏଲ୍‌, ଆଇନଶୃଙ୍ଖଳା ବିଭାଗ ଆଇଜି ପ୍ରବୀନ୍‌ କୁମାର, ଆୟକର ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ବୀନୟ ଶୀଲ୍‌ ଗୌତମ, ଅବକାରୀ ବିଭାଗର ଅତିରିକ୍ତ ଅବକାରୀ କମିଶନର ରାମଚନ୍ଦ୍ର ପଳତା ଓ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶତ୍ରୁଘ୍ନ କର ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର

ଦୁଇଟି ଉପନିର୍ବାଚନ ଫଳାଫଳ ସମୀକ୍ଷା ପାଇଁ କଂଗ୍ରେସ ଗଠନ କଲା ଅନୁଧ୍ୟାନ କମିଟି

ଭୁବନେଶ୍ୱର: ଭଦ୍ରକ ଜିଲ୍ଲାର ଧାମନଗର ବିଧାନସଭା ଓ ବରଗଡ଼ ଜିଲ୍ଲାର ପଦ୍ମପୁର ବିଧାନସଭା ଉପନିର୍ବାଚନର ଫଳାଫଳ ସଂପର୍କରେ ଅନୁଧ୍ୟାନ କରିବାପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକ ଦୁଇଗୋଟି ପୃଥକ ପୃଥକ କମିଟି ଗଠନ କରିଛନ୍ତି ।

ଧାମନଗର ନିର୍ବାଚନ ମଣ୍ଡଳୀ ନିମନ୍ତେ କଂଗ୍ରେସ ନେତା ସର୍ବଶ୍ରୀ ପୂର୍ବତନ ବିଧାୟକ ରବିନ୍ଦ୍ର କୁମାର ମଲ୍ଲିକ, ବରିଷ୍ଠ କଂଗ୍ରେସ ନେତା ବିଭୂତି ଭୂଷଣ ମିଶ୍ର, ସାଧାରଣ ସଂପାଦକ ଶ୍ରୀ କିଶୋର ଜେନା ରହିଥିବା ବେଳେ ପଦ୍ମପୁର ବିଧାନସଭା ନିମନ୍ତେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ, ପୂର୍ବତନ ବିଧାୟକ ରାଜେନ୍ଦ୍ର ଛତ୍ରିଆ, ପିସିସି ସଂପାଦକ ଦୁର୍ଗା ପାଢ଼ୀ ରହିଛନ୍ତି । ଉପରୋକ୍ତ କମିଟି ଖୁବ୍‌ଶୀଘ୍ର ସଂପୃକ୍ତ ଜିଲ୍ଲା ସଭାପତିଙ୍କ ସହ ଯୋଗାଯୋଗ କରି ନିଜ ଦାୟୀତ୍ୱରେ ଥିବା ନିର୍ବାଚନ ମଣ୍ଡଳୀ ଗସ୍ତକରିବେ ।

ସେଠାରେ ସଂପୃକ୍ତ ଜିଲ୍ଲା କଂଗ୍ରେସ ସଭାପତି, ସ୍ଥାନୀୟ ବିଧାୟକ ପ୍ରାର୍ଥୀ, ପୂର୍ବତନ ସାଂସଦ, ପୂର୍ବତନ ବିଧାୟକ, ଦଳୀୟ କର୍ମକର୍ତା, କର୍ମୀ ଓ ବିଭିନ୍ନ ବର୍ଗର ବ୍ୟକ୍ତି ବଶେଷଙ୍କୁ ଭେଟି ଓ ଆଲୋଚନା କରି ଫଳାଫଳ ସଂପର୍କରେ ଏକ ସବିଶେଷ ରିପୋର୍ଟ ଆଗାମୀ ୭ଦିନ ମଧ୍ୟରେ ପ୍ରଦେଶ କଂଗ୍ରେସ କମିଟି କାର୍ଯ୍ୟାଳୟରେ ଦାଖଲ କରିବାକୁ ଶ୍ରୀ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି ବୋଲି ପିସିସି ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରାଯାଇଛି ।

Categories
ଆଜିର ଖବର ରାଜ୍ୟ ଖବର

ପଦ୍ମପୁର ଉପ-ନିର୍ବାଚନ: ବିଜେପି ମଧ୍ୟ ଜାରି କଲା ଷ୍ଟାର ପ୍ରଚାରକ ତାଲିକା

ପଦ୍ମପୁର: ଏବେ ପଦ୍ମପୁର ଉପନିର୍ବାଚନ ପାଇଁ ସବୁ ରାଜନୈତିକ ଦଳ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ତେଣୁ ଏହି ଉପ-ନିର୍ବାଚନରେ ପ୍ରଚାର କରିବା ପାଇଁ ବିଜେପି ଆଜି ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି। ସେମାନେ ହେଲେ……

ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଦାନ, ଅଶ୍ୱିନୀ ବୈଷ୍ଣବ, ଅର୍ଜୁନ ମୁଣ୍ଡା, ବିଷେଶ୍ୱର ଟୁଡୁ, ଜୟନାରାୟଣ ମିଶ୍ର, ବୈଜୟନ୍ତ ପଣ୍ଡା, ସୁନୀଲ ବଂଶଲ, ଡି ପୁରନ୍ଦେଶ୍ୱୀରୀ, ବୀଜୟପାଲ ସିଂ ତୋମାର, ଜୁଏଲ ଓରାମ, ପ୍ରତାପ ଚନ୍ଦ୍ର ଷଡଙ୍ଗୀ, ସୁରେଶ ପୂଜାରୀ, ବସନ୍ତ ପଣ୍ଡା, ମନମୋହନ ସାମଲ, କେଭି ସିଂଦେଓ, ଗରିଧାରୀ ଗମାଙ୍ଗ, ଅପରାଜିତା ଷଡଙ୍ଗୀ, ସମ୍ବିତ ପାତ୍ର, ସଙ୍ଗୀତା ସିଂଦେଓ, ନିତେଶ ଗଙ୍ଗ ଦେବ, ଚୁନିଲାଲ ସାହୁ, ସୁରମା ପାଢୀ, ନାଉରୀ ନାୟକ, ରବିନାରାୟଣ ନାୟକ, ମାନସ କୁମାର ମହାନ୍ତି, ପୃଥୀରାଜ ରହିଚନ୍ଦନ, ଗୋଲକ ପ୍ରସାଦ ମହାପାତ୍ର, ଲେଖାଶ୍ରୀ ସାମନ୍ତସିଂହାର, ମୋହନ ଚରଣ ମାଝୀ, ସୁବାଷ ପାଣିଗ୍ରାହୀ, ଶଙ୍କର ଓରାମ, ନିତ୍ୟାନନ୍ଦ ବଣ୍ଡା, ଭବାନୀଶଙ୍କର ଭୋଇ, ମୁକେଶ ମହାଲିଙ୍ଗ୍, କୁସୁମ ଟେଟେ, ସୁରଜ ସୂର୍ଯ୍ୟବଂଶୀ, ରଂଜନ କୁମାର ପଟେଲ, ବିଭୁପ୍ରସାଦ ତରାଇ, ଅଶ୍ୱିନୀ କୁମାର ଷଡଙ୍ଗୀ।

Categories
ଆଜିର ଖବର ରାଜ୍ୟ ଖବର

Dhamnagar Bypoll: ଭୋଟ ଦେବାକୁ ଗଲେ କଣ ନେବେ, ନିର୍ବାଚନ କମିଶନରଙ୍କ ସୂଚନା

ଭୁବନେଶ୍ୱର: ଆସନ୍ତା ନଭେମ୍ବର ୩ ତାରିଖରେ ୪୬-ଧାମନଗର ବିଧାନସଭା ନିର୍ବାଚନ ମଣ୍ଡଳୀରେ ହେବାକୁ ଥିବା ଉପନିର୍ବାଚନରେ ଭୋଟରଙ୍କ ପରିଚୟ ନିମନ୍ତେ ଭାରତ ନିର୍ବାଚନ ଆୟୋଗ ଭୋଟର ଫଟୋ ପରିଚୟପତ୍ର (ଇପିଆଇସି) ବ୍ୟତୀତ ଅନ୍ୟ କେତେଗୁଡ଼ିଏ ବିକଳ୍ପ ପରିଚୟପତ୍ର ବ୍ୟବହାରକୁ ଅନୁମତି ପ୍ରଦାନ କରିଛନ୍ତି ।

ମତଦାନ ବେଳେ ଯଦି କୌଣସି ଭୋଟରଙ୍କ ନିକଟରେ ଭୋଟର ଫଟୋ ପରିଚୟପତ୍ର ନଥିବା ତାହେଲେ ସେମାନେ ଅନ୍ୟ ବିକଳ୍ପ ପରିଚୟପତ୍ରକୁ ବ୍ୟବହାର କରି ମତଦାନ କରିପାରିବେ ବୋଲି ନିର୍ବାଚନ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି ।

ଅନ୍ୟ ବିକଳ୍ପ ପରିଚୟପତ୍ର ଗୁଡ଼ିକ ହେଉଛି ୧) ଆଧାର କାର୍ଡ, ୨) ଏମ୍‌ଏନ୍‌ଆର୍‌ଇଜିଏ ଜବ୍‌ କାର୍ଡ, ୩) ବ୍ୟାଙ୍କ କିମ୍ବା ପୋଷ୍ଟ ଅଫିସର ଫଟୋ ଲାଗିଥିବା ପାସ୍‌ବୁକ୍‌, ୪) ସ୍ୱାସ୍ଥ୍ୟବୀମା ସ୍ମାର୍ଟ କାର୍ଡ, ୫) ଡ୍ରାଇଭିଂ ଲାଇସେନ୍ସ, ୬) ପ୍ୟାନ୍‌ କାର୍ଡ, ୭) ପାସ୍‌ପୋର୍ଟ, ୮) ଫଟୋ ଲାଗିଥିବା ପେନ୍‌ସନ୍‌ ବୁକ୍‌, ୯) ରାଜ୍ୟ ବା କେନ୍ଦ୍ର ସରକାରଙ୍କ ପ୍ରଦତ୍ତ ଫଟୋ ଥିବା ଚାକିରି ପରିଚୟ ପତ୍ର, ୧୦) ସରକାରୀ ଭାବେ ସାଂସଦ/ବିଧାୟକମାନଙ୍କୁ ପ୍ରଦାନ କରାଯାଇଥିବା ପରିଚୟପତ୍ର ଏବଂ ୧୧) ଭାରତ ସରକାରଙ୍କ ସାମାଜିକ ନ୍ୟାୟ ବିଭାଗ ଦ୍ୱାରା ପ୍ରଦାନ କରାଯାଇଥିବା ୟୁଡିଆଇଡ଼ି କାର୍ଡ।

ଧାମନଗର ଉପନିର୍ବାଚନରେ ଭୋଟରମାନେ ମତଦାନବେଳେ ଉପରୋକ୍ତ ଯେକୌଣସି ଗୋଟିଏ ପରିଚୟପତ୍ର ଦେଖାଇ ମତଦାନ କରିପାରିବେ ବୋଲି ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶନାମାରେ ଉଲ୍ଲେଖ କରାଯାଇଛି।

Categories
ବିଶେଷ ଖବର ରାଜ୍ୟ ଖବର

ବ୍ରଜରାଜନଗର ଉପନିର୍ବାଚନ ପାଇଁ ସରିଲା ପ୍ରଚାର, ମେ ୩୧ ତାରିଖରେ ହେବ ଭୋଟ ଗ୍ରହଣ

ଭୁବନେଶ୍ବର: ଶେଷ ହେଲା ବ୍ରଜରାଜନଗର ଉପନିର୍ବାଚନ ପାଇଁ ପ୍ରଚାର। ଆସନ୍ତା ୩୧ ତାରିଖରେ ହେବ ଭୋଟ ଗ୍ରହଣ। ଏଥିପାଇଁ ପୁଲିଂ ପାର୍ଟି ବିଭିନ୍ନ ବୁଥକୁ ପଠାସରିଛି ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ।

ସେ କହିଛନ୍ତି ଯେ, ବ୍ରଜରାଜନଗର ବିଧାନସଭା ନିର୍ବାଚନ ମଣ୍ଡଳୀରେ ସମୁଦାୟ ବୁଥ୍‌ ସଂଖ୍ୟା ୨୫୭ ଥିଲା। ହେଲେ କୋଭିଡ୍‌-୧୯ ଦୃଷ୍ଟିକୋଣରୁ ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତି କ୍ରମେ ପ୍ରତ୍ୟେକ ବୁଥ୍‌ରେ ୧୨୫୦ ଜଣ ଭୋଟର ଅଧିକ ନ ହେବା ପାଇଁ କୁହାଯାଇଛି। ସେଥି ଯୋଗୁଁ ଆଉ ଅତିରିକ୍ତ ୨୨ଟି ବୁଥ୍‌ ସେହି ସ୍ଥାନରେ ଖୋଲିବା ପାଇଁ ନିର୍ବାଚନ ଆୟୋଗ ଅନୁମତି ଦେଇଛନ୍ତି । ଫଳରେ ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ପାଇଁ ସର୍ବମୋଟ ବୁଥ୍‌ ସଂଖ୍ୟା ହେଉଛି ୨୭୯ ।

ଜାନୁଆରୀ ୨୦୨୨ରେ ପ୍ରକାଶିତ ଚୂଡ଼ାନ୍ତ ଭୋଟର ତାଲିକା ଅନୁଯାୟୀ ବ୍ରଜରାଜନଗର ବିଧାନସଭା ନିର୍ବାଚନ ମଣ୍ଡଳୀର ସମୁଦାୟ ଭୋଟରଙ୍କ ସଂଖ୍ୟା ହେଉଛି ୨୧୪୭୪୫। ତନ୍ମଧ୍ୟରୁ ୧୦୯୯୮୯ ଜଣ ପୁରୁଷ ଓ ୧୦୪୭୩୯ ଜଣ ମହିଳା ଭୋଟର ଏବଂ ୧୭ ଜଣ ତୃତୀୟଲିଙ୍ଗ ଭୋଟର ଅଛନ୍ତି। ସେହିପରି ସମୁଦାୟ ଦିବ୍ୟାଙ୍ଗ ଭୋଟରଙ୍କ ସଂଖ୍ୟା ହେଉଛି ୩୫୦୯ ଜଣ, ତନ୍ମଧ୍ୟରୁ ୧୯୪୩ ଜଣ ପୁରୁଷ ଓ ୧୫୭୬ ଜଣ ଦିବ୍ୟାଙ୍ଗ ଭୋଟର ଅଟନ୍ତି। ଏତଦ୍‌ବ୍ୟତୀତ ୮୦ ବର୍ଷରୁ ଊଦ୍ଧ୍ୱର୍ ବୟସର ଭୋଟରଙ୍କ ସଂଖ୍ୟା ୩୧୨୭ ଓ ତନ୍ମଧ୍ୟରୁ ୧୪୩୨ ଜଣ ପୁରୁଷ ଓ ୧୬୯୫ ଜଣ ମହିଳା ଭୋଟର ଅଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ବ୍ରଜରାଜନଗର ଉପନିର୍ବାଚନ ପାଇଁ ପ୍ରାର୍ଥୀ ଖୋଜିବାକୁ ପିସିସି ପକ୍ଷରୁ ଗଠିତ ହେଲା କମିଟି

ଭୁବନେଶ୍ୱର: ଚଳିତ ମାସ ୩୧ ତାରିଖ ଦିନ ବ୍ରଜରାଜନଗର ବିଧାୟକ ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବ।ଏହି ପରିପ୍ରେକ୍ଷୀରେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ପିସିସି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ କଂଗ୍ରେସ ବିଧାୟକ ପାର୍ଥି ଚୟନ ନେଇ ଏକ ରାଜ୍ୟସ୍ତରୀୟ କମିଟି ଗଠନ କରିଛନ୍ତି।

ଉକ୍ତ କମିଟି ରେ ପିସିସି ଉପସଭାପତି ଯଜ୍ଞଶ୍ୱର ବାବୁ ଅଧ୍ୟକ୍ଷ ରହି ଥିବାବେଳେ ଝାରସୁଗୁଡା ଜିଲ୍ଲା ସଭାପତି ଭରତ ଅବସ୍ତି ଆବାହକ ରହିଛନ୍ତି। ସେହିପରି ଉକ୍ତ କମିଟିରେ ସମ୍ବଲପୁର ଜିଲ୍ଲା ସଭାପତି ଅଶ୍ବିନୀ ଗୁରୁ,ସୁନ୍ଦରଗଡ଼ ଜିଲ୍ଲା ସଭାପତି ବେଣୁ ମାଧବ ତ୍ରିପାଠୀ,ବରଗଡ଼ ସାଂସଦ ପାର୍ଥି ପ୍ରଦୀପ ଦେବତା ସଭ୍ୟ ଭାବେ ରହିଛନ୍ତି। ଉକ୍ତ କମିଟି ଆଜି ବ୍ରଜରାଜନଗର ଗସ୍ତ କରି ବିଭିନ୍ନ ନେତୃବୃନ୍ଦଙ୍କୁ ଭେଟି ଆଲୋଚନା କରି ଆସନ୍ତା ୮ ତାରିଖ ମଧ୍ୟରେ ଏକ ବିସ୍ତୃତ ରିପୋର୍ଟ ପ୍ରଦାନ କରିବାକୁ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ନିର୍ଦେଶ ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବ୍ରଜରାଜ ନଗର ଉପନିର୍ବାଚନ ପାଇଁ ବାହାରିଲା ବିଜ୍ଞପ୍ତି, ଆଜିଠାରୁ ନାମାଙ୍କନ ଦାଖଲ

ଭୁବନେଶ୍ବର: ଆଜି ବ୍ରଜରାଜ ନଗର ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ସେହି ଅନୁସାରେ ଆଜିଠାରୁ ନାମାଙ୍କନ ପତ୍ର ଦାଖଲ ପକ୍ରିୟା ଆରମ୍ଭ ହେବ। ବିଜ୍ଞପ୍ତି ଅନୁସାରେ ଏହି ଉପନିର୍ବାଚନ ପାଇଁ ଯେଉଁ ତାରିଖ ଧାର୍ଯ୍ୟ କରାଯାଇଛି ତାହା ହେଲା

ମଇ ୧୧ ତାରିଖ- ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ

ମଇ ୧୨ ତାରିଖ- ପ୍ରାର୍ଥୀ ପତ୍ର ଯାଞ୍ଚ

ମଇ ୧୭ ତାରିଖ- ପ୍ରାର୍ଥୀପତ୍ର ପ୍ରତ୍ୟାହାର ତାରିଖ

ମଇ ୩୧ ତାରିଖ- ଭୋଟ ଗ୍ରହଣ

ଜୁନ ୩ ତାରିଖ- ଭୋଟ ଗଣତି ଫଳାଫଳ ପ୍ରକାଶ

ଜୁନ ୫ ତାରିଖ- ନିର୍ବାଚନ ପକ୍ରିୟା ଶେଷ

ଏହି ନିର୍ବାଚନ ମଣ୍ଡଳୀରେ ଥିବା ବିଜେଡି ବିଧାୟକ କିଶୋର ମହାନ୍ତିଙ୍କର ହୃଦଘାତରେ ପରଲୋକ ଘଟିଥିଲା। ଫଳରେ ସେହିଦିନଠାରୁ ଏହି ଆସନ ଖାଲି ପଡିଛି।

Categories
ଆଜିର ଖବର ଜାତୀୟ ଖବର

ଓଡିଶା ସହିତ ତିନୋଟି ରାଜ୍ୟର 3ଟି ବିଧାନସଭା ଆସନ ପାଇଁ ଘୋଷଣା ହେଲା ଉପନିର୍ବାଚନ

ନୂଆଦିଲ୍ଲୀ: ଆଜି ଭାରତ ନିର୍ବାଚନ କମିଶନର ତିନୋଟି ରାଜ୍ୟର ତିନୋଟି ବିଧାନସଭାପ ଉପନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି। ଏହି ତିନୋଟି ରାଜ୍ୟ ହେଲା ଓଡିଶା, କେରଳ ଏବଂ ଉତ୍ତରାଖଣ୍ଡ। ଏଥିରେ ଓଡିଶାର ବ୍ରଜରାଜନଗର, କେରଳର ତ୍ରିକ୍କାକର ଏବଂ ଉତ୍ତରାଖଣ୍ଡର ଚମ୍ପୁୟାତ ନିର୍ବାଚନ ମଣ୍ଡଳୀ।

ଘୋଷଣା ଅନୁସାରେ ଚଳିତ ମାସ 31 ତାରିଖରେ ଭୋଟ ଗ୍ରହଣ ହେବ ଏବଂ ଜୁନ 3 ତାରିଖରେ ଗଣତି ହେବ। ନିର୍ବାଚନ କମିସନରଙ୍କ ତରଫରୁ ଯେଉଁସବୁ କାର୍ଯ୍ୟ ପାଇଁ ତାରିଖ ଘୋଷଣା କରାଯାଇଛି ତାହା ହେଲା..

ମଇ 4 ତାରିଖ- ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ହେବ

ମଇ 11 ତାରିଖ- ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ

ମଇ 12 ତାରିଖ- ପ୍ରାର୍ଥୀ ପତ୍ର ଯାଞ୍ଚ

ମଇ 17 ତାରିଖ- ପ୍ରାର୍ଥୀପତ୍ର ପ୍ରତ୍ୟାହାର ତାରିଖ

ମଇ 31 ତାରିଖ- ଭୋଟ ଗ୍ରହଣ

ଜୁନ 3 ତାରିଖ- ଭୋଟ ଗଣତି ଫଳାଫଳ ପ୍ରକାଶ

ଜୁନ 5 ତାରିଖ- ନିର୍ବାଚନ ପକ୍ରିୟା ଶେଷ

Categories
ଜାତୀୟ ଖବର ବିଶେଷ ଖବର

29 ଟି ବିଧାନସଭା ଉପନିର୍ବାଚନ ଫଳାଫଳ, ବିଜେପି ହାତରୁ ଆସନ ଛଡାଇ ନେଲା କଂଗ୍ରେସ

ନୂଆଦିଲ୍ଲୀ: ଅକ୍ଟୋବର 30 ରେ ତିନିଟି ଲୋକସଭା ଆସନ ଏବଂ ଦାଦ୍ରା ଏବଂ ନାଗର ହାଭେଲିର 13 ଟି ରାଜ୍ୟ ତଥା 29 ଟି ବିଧାନସଭା ଆସନ ପାଇଁ ଉପନିର୍ବାଚନ ହୋଇଥିଲା। ସେସବୁର ଭୋଟ ଗଣନା ମଙ୍ଗଳବାର ଦିନ କରାଯାଇଥିଲା। ଅଧିକାଂଶ ଆସନର ଫଳାଫଳ ଘୋଷଣା କରାଯାଇଛି।

ଏହି ବିଧାନସଭା ଉପ-ନିର୍ବାଚନ ଆସାମରେ ପାଞ୍ଚ, ପଶ୍ଚିମବଙ୍ଗରେ ଚାରି, ମଧ୍ୟପ୍ରଦେଶ, ହିମାଚଳ ପ୍ରଦେଶ ଏବଂ ମେଘାଳୟରେ ତିନୋଟି, ବିହାର, କର୍ଣ୍ଣାଟକ ଏବଂ ରାଜସ୍ଥାନରେ ଦୁଇଟି ଏବଂ ଆନ୍ଧ୍ରପ୍ରଦେଶ, ହରିୟାଣା, ମହାରାଷ୍ଟ୍ର, ମିଜୋରାମରେ ଗୋଟିଏ  ଲେଖାଏଁ ଆସନ ପାଇଁ ମତଦାନ ଅନୁଷ୍ଠିତ ହୋଇଥିଲା।

ଏହି ଉପ-ନିର୍ବାଚନର ଫଳାଫଳ ଉତ୍ତରପ୍ରଦେଶ ସମେତ ପାଞ୍ଚଟି ରାଜ୍ୟରେ ଆସନ୍ତା ବର୍ଷ ଆରମ୍ଭରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ପ୍ରଭାବ ପକାଇବାର ସମ୍ଭାବନା ଦେଖାଯାଉଛି।

ଆସାମ ଏବଂ ପଶ୍ଚିମବଙ୍ଗର ଭୋଟରମାନେ ଶାସକ ଦଳ କିମ୍ବା ରାଜ୍ୟରେ ମିଳିତ ମଞ୍ଚ ଉପରେ ଆତ୍ମବିଶ୍ୱାସ ପ୍ରଦର୍ଶନ କରୁଥିବା ଦେଖାଯାଉଛି। ହିମାଚଳ ପ୍ରଦେଶରେ ବିରୋଧୀ କଂଗ୍ରେସକୁ ଫାଇଦା ମିଳିଥିବାର ଜଣାପଡିଛି। ଏହି 29 ଟି ବିଧାନସଭା ଆସନ ମଧ୍ୟରୁ ବିଜେପି ପୂର୍ବରୁ ପ୍ରାୟ ଅଧା ଡଜନ ହାତେଇ ଥିବାବେଳେ କଂଗ୍ରେସ ନଅଟି ଆସନ ଏବଂ ବାକି ସବୁ ଆଞ୍ଚଳିକ ଦଳ ସହ ରହିଥିଲା।

ପଶ୍ଚିମବଙ୍ଗର ସମସ୍ତ ଚାରିଟି ବିଧାନସଭା ଆସନରେ ଟିଏମସି ଜିତିଛି, ବିଜେପି ହାତରୁ ଗୋଟିଏ ଆସନ ଛଡାଇ ନେଲା ଟିଏମସି

ପଶ୍ଚିମବଙ୍ଗର ଶାସକ ତ୍ରୂଣମୁଳ କଂଗ୍ରେସ ପାର୍ଟି (ଟିଏମସି) ମଙ୍ଗଳବାର ଦିନ ଅନୁଷ୍ଠିତ ଅକ୍ଟୋବର 30 ରେ ହୋଇଥିବା ଭୋଟ୍ ଗଣନାରେ ରେକର୍ଡ ବ୍ୟବଧାନରେ 4ଟି ଆସନ ହାତେଇବାରେ ସକ୍ଷମ ହୋଇଛି।

294 ସଦସ୍ୟ ବିଶିଷ୍ଟ ପଶ୍ଚିମବଙ୍ଗ ବିଧାନସଭାରେ ଟିଏମସି ଯଥାକ୍ରମେ ଭାରତୀୟ ଜନତା ପାର୍ଟି (ବିଜେପି) କୁ ବିପୁଳ ବ୍ୟବଧାନରେ କୋଚ ବିହାର ଏବଂ ନାଦିଆ ଜିଲ୍ଲାର ଦିନ୍ଥା ଆସନ ଏବଂ ଶାନ୍ତିପୁର ଆସନ ଜିତିଛି। ବର୍ତ୍ତମାନ ବିଧାନସଭାରେ ବିଜେପି ସଦସ୍ୟଙ୍କ ସଂଖ୍ୟା 77 ରୁ 75 କୁ ହ୍ରାସ ପାଇଛି।

ବିଜେପିର ପଶ୍ଚିମବଙ୍ଗ ୟୁନିଟ୍ ସଭାପତି ସୁକାନ୍ତ ମଜୁମଦାର ଏହି ପରାଜୟ ପାଇଁ “ଟିଏମସିର ଆତଙ୍କରାଜ କୁ ଦାୟୀ କରିଛନ୍ତି। ଟିଏମସି ସାଧାରଣ ସମ୍ପାଦକ ପାର୍ଥା ଚାଟାର୍ଜୀ ଏହି ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛନ୍ତି। ବର୍ତ୍ତମାନ ବିଧାନସଭାରେ ଟିଏମସି ସଦସ୍ୟଙ୍କ ସଂଖ୍ୟା 215 କୁ ବୃଦ୍ଧି ପାଇଛି।

ରାଜସ୍ଥାନରେ କଂଗ୍ରେସର ଧମାକା, ଉପ-ନିର୍ବାଚନରେ ​​ଉଭୟ ଆସନ ଜିତିଥିଲା

ବିଧାନସଭା ଉପ-ନିର୍ବାଚନରେ ​​ଶାସକ କଂଗ୍ରେସ ଉଭୟ ଧରିଆବାଦ୍ ଏବଂ ଭାଲାବନଗର ଆସନ ଜିତିଛି। ଉପ-ନିର୍ବାଚନରେ ​​କଂଗ୍ରେସ ଗୋଟିଏ ଆସନରେ ରହିଥିବାବେଳେ ବିଜେପିର ଗୋଟିଏ ଆସନ ଛଡ଼ାଇ ନେଇଛି।

ଆସନ୍ତା ମାସରେ ଏହାର ତିନି ବର୍ଷ କାର୍ଯ୍ୟ ଶେଷ କରିବାକୁ ଯାଉଥିବା ଅଶୋକ ଗେହଲୋଟ୍ ସରକାରଙ୍କ ପାଇଁ ଏହା ଏକ ବଡ ବିଜୟ ବୋଲି ବିବେଚନା କରାଯାଉଛି ଏବଂ ମୁଖ୍ୟମନ୍ତ୍ରୀ ଗେହଲୋଟ୍ ଏହାକୁ ରାଜ୍ୟ ସରକାରଙ୍କ ଉତ୍ତମ ଶାସନ ବୋଲି କହିଛନ୍ତି।

ବର୍ତ୍ତମାନ 200 ସିଟ୍ ବିଶିଷ୍ଟ ରାଜ୍ୟସଭାରେ କଂଗ୍ରେସ ଦଳର ଆସନ 106 ରୁ 108 କୁ ବୃଦ୍ଧି ପାଇଛି। ବିଧାନସଭାରେ ବିଜେପି 71 ଟି ଆସନ ଥିବାବେଳେ 13 ଜଣ ସ୍ୱାଧୀନ ବିଧାୟକ ଅଛନ୍ତି। ନ୍ୟାସନାଲ ଡେମୋକ୍ରାଟିକ୍ ପାର୍ଟିର ତିନିଜଣ ବିଧାୟକ ଥିବାବେଳେ ସିପିଆଇ (ଏମ୍) ଏବଂ ଭାରତୀୟ ଜନଜାତି ପାର୍ଟିର ଦୁଇଜଣ ବିଧାୟକ ଅଛନ୍ତି।

ହିମାଚଳ ପ୍ରଦେଶରେ କଂଗ୍ରେସ ତିନୋଟି ବିଧାନସଭା ଆସନ ସହ ମାଣ୍ଡି ଲୋକସଭା ଆସନ ଜିତିଛି

ହିମାଚଳ ପ୍ରଦେଶରେ ଶାସକ ଭାରତୀୟ ଜନତା ପାର୍ଟିର ବିରୋଧୀ କଂଗ୍ରେସ ଏହି ତିନିଟି ବିଧାନସଭା ଆସନ, ଫତେହପୁର, ଆରକି ଏବଂ ଜୁବଲ-କୋଟଖାଇ ଏବଂ ମାଣ୍ଡି ଲୋକସଭା ଆସନ ଜିତିଛି।

ମଙ୍ଗଳବାର ନିର୍ବାଚନ ଆୟୋଗ ଦ୍ବାରା ଘୋଷିତ ହୋଇଥିବା ନିର୍ବାଚନ ଫଳାଫଳ ଅନୁଯାୟୀ କଂଗ୍ରେସ ଫତେହପୁର ଏବଂ ଆରକି ଆସନ ବଜାୟ ରଖିଥିବାବେଳେ ଜୁବଲ-କୋଟଖାଇ ଆସନ ବିଜେପି ହାତରୁ ଛଡ଼ାଇ ନିଆଯାଇଛି।

ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିରଭଦ୍ରା ସିଂଙ୍କ ପତ୍ନୀ ତଥା କଂଗ୍ରେସ ପ୍ରାର୍ଥୀ ପ୍ରତୀଭା ସିଂ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତଥା କାର୍ଗିଲ ଯୁଦ୍ଧ ଭେଟେରାନ ବିଜେପି ପ୍ରାର୍ଥୀ କୌଶଲ ଠାକୁରଙ୍କୁ ମାଣ୍ଡି ଲୋକସଭା ଆସନରୁ ପରାସ୍ତ କରିଛନ୍ତି।

ଭାରତୀୟ ଜାତୀୟ ଲୋକ ଦଳର ଅଭୟ ଚୈତନ୍ୟ ହରିୟାଣାରେ ଏଲେନାବାଦ ବିଧାନସଭା ଆସନ ଜିତିଛନ୍ତି

ହରିୟାଣାର ଏଲେନାବାଦ ନିର୍ବାଚନମଣ୍ଡଳୀରେ ଅନୁଷ୍ଠିତ ବିଧାନସଭା ଉପ-ନିର୍ବାଚନରେ ​​ଭାରତୀୟ ଜନତା ଦଳ (INLD) ନେତା ଅଭୟ ସିଂ ଚୈତନ୍ୟ ଭାରତୀୟ ଜନତା ପାର୍ଟି (ବିଜେପି) ର ଗୋବିନ୍ଦ କାନ୍ଦାଙ୍କୁ 6,700 ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି। କଂଗ୍ରେସ ପ୍ରାର୍ଥୀ ପୱନ ବେନିୱାଲ ତୃତୀୟ ସ୍ଥାନରେ ରହିଛନ୍ତି।

ମଧ୍ୟପ୍ରଦେଶରେ ଜୋବାଟ ଆସନ, ରାଇଗୋନରେ କଂଗ୍ରେସ, ପ୍ରୀତିପୁରରେ ବିଜେପି ଜିତିଛି

ମଧ୍ୟପ୍ରଦେଶ ଦେଶର ଜୋବାଟ ବିଧାନସଭା ଆସନରୁ ଉପ-ନିର୍ବାଚନରେ ​​ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ସୁଲୋଚାନା ରାୱତ ବିଜୟୀ ହୋଇଛନ୍ତି। ବିଜେପି ଶାସକ ଦଳ କଂଗ୍ରେସରୁ ଏହି ଆସନ ଛଡାଇ ନେଇଛି।

ଜେଡିୟୁ ବିହାରର ଉଭୟ ଆସନକୁ ବଜାୟ ରଖିଛି

ଶାସକ ଜେଡି (ୟୁ) ଏହାର କୁଶେଶ୍ୱର ଷ୍ଟାନ (ସଂରକ୍ଷିତ) ବିଧାନସଭା ଆସନ ବଜାୟ ରଖି ଲାଲୁ ପ୍ରସାଦଙ୍କ ରାଷ୍ଟ୍ରୀୟ ଜନତା ଦଳକୁ 12,000 ରୁ ଅଧିକ ଭୋଟ୍ ବ୍ୟବଧାନରେ ପରାସ୍ତ କରିଛି।

ଜନତା ଦଳ (ୟୁ) ର ଅମାନ ଭୂଷଣ ହଜାରୀ 58,882 ଭୋଟ ପାଇଥିବାବେଳେ ଆରଜେଡି ପ୍ରାର୍ଥୀ ଗଣେଶ ଭାରତୀ 47,184 ଭୋଟ ପାଇଛନ୍ତି। ଅମନ ଭୂଷଣ ହଜାରୀଙ୍କ ପିତାଙ୍କ ମୃତ୍ୟୁ ହେତୁ ଉପ-ନିର୍ବାଚନ ଅନୁଷ୍ଠିତ ହେବାକୁ ପଡିଥିଲା।

YSRC ଆନ୍ଧ୍ରପ୍ରଦେଶର ବାଡଭେଲ ବିଧାନସଭା ଆସନ ଜିତିଛି

ମଙ୍ଗଳବାର ଦିନ ଶାସକ YSR କଂଗ୍ରେସ ପୁଣିଥରେ ବଦଭେଲ (ଅନୁସୂଚିତ ଜାତି) ବିଧାନସଭା ଆସନ ଜିତିଛି। YSR କଂଗ୍ରେସର ପ୍ରାର୍ଥୀ (ଯୁବ ଶ୍ରମିକ୍ ରିଥୁ କଂଗ୍ରେସ) ଏକପାଖିଆ ଭାବେ 90,089 ଭୋଟ୍ ରେକର୍ଡ ହାସଲ କରିଛନ୍ତି।

ଏହି ଆସନରେ ଉପ-ନିର୍ବାଚନରେ ​​YSR କଂଗ୍ରେସର ଦାସରୀ ସୁଧା ବିଜେପିର ପି ସୁରେଶଙ୍କୁ ପରାସ୍ତ କରିଛନ୍ତି। ମଙ୍ଗଳବାର ଅନୁଷ୍ଠିତ ଭୋଟ୍ ଗଣନାରେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ମାତ୍ର 21,621 ଭୋଟ୍ ପାଇଥିବାବେଳେ ସୁଧା 1,11,710 ଭୋଟ୍ ପାଇଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର

୧୩ଟି ରାଜ୍ୟର ବିଧାନସଭା ଓ ଲୋକସଭା ଆସନ ପାଇଁ ଚାଲିଛି ଭୋଟ ଗଣତି

ନୂଆଦିଲ୍ଲୀ : ଦେଶର ୧୩ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ଥିବା ଲୋକସଭା ଓ ବିଧାନସଭ ନିର୍ବାଚନର ଭୋଟ ଗଣତି ଆଜି ସକାଳ ୮ ଟାରୁ ଆରମ୍ଭ ହୋଇଛି। ଏଥିରେ ତିନିଟି ଲୋକସଭା ଆସନ ଏବଂ ୨୯ ଟି ବିଧାନସଭା ଆସନ ରହିଛି। ଗତ ଅକ୍ଟୋବର ୩୦ ତାରିଖରେ ଏହି ସମସ୍ତ ଆସନରେ ଉପନିର୍ବାଚନ ହୋଇଥିଲା ।

ଯେଉଁ ତିନୋଟି ଲୋକସଭା ଆସନରେ ଉପନିର୍ବାଚନ ହୋଇଥିଲା ସେଗୁଡିକ ହେଉଛି ଦାଦ୍ରି ନଗର ହାବେଳି, ହିମାଚଳ ପ୍ରଦେଶର ମଣ୍ଡି ଓ ମଧ୍ୟ ପ୍ରଦେଶର ଖାଣ୍ଡଓ୍ବା । ସେହିପରି ବିଧାନସଭାରେ ଆସାମର ୫ଟି, ପଶ୍ଚିମବଙ୍ଗରେ ୪ଟି, ମଧ୍ୟ ପ୍ରଦେଶ, ହିମାଚଳ ପ୍ରଦେଶ ଓ ମେଘାଳୟର ୩ ଲେଖାଏଁ ଆସନ ରହିଛି।

ସେହିପରି  ବିହାର, କର୍ଣ୍ଣାଟକ ଓ ରାଜସ୍ଥାନରେ ୨ ଲେଖାଏଁ ଆସନରେ ମଧ୍ୟ ଉପନିର୍ବାଚନ ହୋଇଥିଲା। ଏଥି ସହ ଆନ୍ଧ୍ର ପ୍ରଦେଶ, ହରିଆଣା, ମହାରାଷ୍ଟ୍ର, ମିଜୋରାମ, ନାଗାଲାଣ୍ଡ ଓ ତେଲେଙ୍ଗାନା ରାଜ୍ୟର ଗୋଟିଏ ଲେଖାଏଁ ଆସନରେ ଉପନିର୍ବାଚନ କରାଯାଇଥିଲା। ବର୍ତ୍ତମାନ ଶାନ୍ତି ଶୃଙ୍ଖଳାର ସହିତ ଭୋଟ ଗଣତି ଚାଲିଥିବା ଜଣାପଡିଛି।

Categories
ଆଜିର ଖବର ରାଜ୍ୟ ଖବର

ପିପିଲି ଉପନିର୍ବାଚନକୁ ସ୍ଥଗିତ ଆଦେଶ ଦେଲେ ପୁରୀ ଏଡିଏମ

ଭୁବନେଶ୍ବର: ପିପିଲି ଉପନିର୍ବାଚନକୁ ସ୍ଥଗିତ ରଖାଯାଇଛି। କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ବିୟୋଗ ପରେ ଉପନିର୍ବାଚନକୁ ସ୍ଥଗିତ ରଖାଯାଇଛି। ପୁରୀ ଏଡିଏମ ଏନେଇ ଘୋଷଣା କରିଛନ୍ତି। ସିଇଓ ଓ ଇସିଆଇଙ୍କୁ ସ୍ଥଗିତାଦେଶ କପି ପଠାଯାଇଛି ବୋଲି ପୁରୀ ଏଡ଼ିଏମ କହଛନ୍ତି। ହେଲେ ଆସନ୍ତାକାଲି  ଆସିବାକୁ ଥିବା ପୋଲିଂ କର୍ମଚାରୀଙ୍କୁ ପିପିଲି ନଆସିବାକୁ କୁହାଯାଇଛି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

କୁମ୍ଭାରଗାଁ ସରପଞ୍ଚ ପଦବୀ ପାଇଁ ନାମାଙ୍କନ ପତ୍ର ଦାଖଲ: ଫେବୃଆରୀ ୧୧ ରେ ହେବ ଉପନିର୍ବାଚନ

ପିଣ୍ଟୁ ବିଷୋୟୀ

ବେଗୁନିଆପଡ଼ା: ଗଂଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକର କୁମ୍ଭାରଗାଁ ପଞ୍ଚାୟତର ଉପନିର୍ବାଚନ ଲାଗି ବିଗୁଲ ବାଜିଛି। ସୋମବାର ଦିନ ନାମାଙ୍କନର ଶେଷ ଦିନ ଥିବା ବେଳେ ନାମାଙ୍କନ ଭରିଲେ ୩ ପ୍ରାର୍ଥୀ। ଆସନ୍ତା ଫେବୃୟାରୀ ୧୧ ରେ ଉକ୍ତ ପଞ୍ଚାୟତ ପାଇଁ ଉପ ନିର୍ବାଚନ ଅନୁଷ୍ଠିତ ହେଵ।

ଏହି ପଞ୍ଚାୟତର ସରପଞ୍ଚ ପ୍ରଶାନ୍ତ କୁମାର ତାରିଣୀଙ୍କ ଗତ ୧୧ ସେପ୍ଟେମ୍ବର ୨୦୨୦ ରେ ଦେହାନ୍ତ ପରେ ସରପଞ୍ଚ ପଦବୀ ଖାଲି ପଡ଼ିଥିଲା। ଓଡିଶା ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ କ୍ରମେ ଚଳିତ ମାସ ୧୩, ୧୫ ଓ ୧୮ ତାରିଖ ଦିନ ନାମାଙ୍କନ ପାଇଁ ଧାର୍ଯ୍ୟ କରାଯାଇଥିଲା। ସୋମବାର ନାମାଙ୍କନ ପତ୍ର ଦାଖଲ ପାଇଁ ଶେଷ ଦିନ ହୋଇଥିବା ବେଳେ ଶେଷ ଦିନରେ ୩ ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଥିବା ନିର୍ବାଚନ ଅଧିକାରୀ ବିଡ଼ିଓ ବେଦବର ପ୍ରଧାନ ସୂଚନା ଦେଇଛନ୍ତି।

ନାମାଙ୍କନ ଦାଖଲ କରିଥିବା ପ୍ରାର୍ଥୀ ମାନେ ହେଲେ ସତୀଶ ରଂଜନ ତାରେଣୀ, ଲଳିତ କୁମାର ସ୍ବାଇଁ ଓ ପ୍ରବୀଣ କୁମାର ସ୍ବାଇଁ। ମଂଗଳବାର ଦିନ ପ୍ରାର୍ଥୀପତ୍ର ଜାଞ୍ଚ୍ କରାଯିବ ଏବଂ ୨୨ ଜାନୁଆରୀରେ ନାମାଙ୍କନ ପତ୍ର ପ୍ରତ୍ଯାହାର ପାଇଁ ଧାର୍ଯ୍ୟ କରାଯାଇଛି। ଆସନ୍ତା ଫେବୃୟାରୀ ୧୧ ରେ ଏହି ଆସନ ପାଇଁ ନିର୍ବାଚନ ହେବ ବୋଲି ଜଣାପଡିଛି।

Categories
ଆଜିର ଖବର ରାଜ୍ୟ ଖବର

ଏଣିକି ରାଜ୍ୟରେ ଦ୍ବିମୁଖୀ ଲଢେଇ : ସମୀର ମହାନ୍ତି

ଭୁବନେଶ୍ବର : ତିର୍ତ୍ତୋଲ ଓ ବାଲେଶ୍ବର ଉପନିର୍ବାଚନ ସମ୍ପର୍କକୁ ନେଇ ବିଜେପି ପ୍ରତିକ୍ରିୟା ରଖିଛି । ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଦୁଇ ଉପନିର୍ବାଚନରୁ ସ୍ପଷ୍ଟ ହୋଇଛି ଯେ ରାଜ୍ୟରେ ଆଗକୁ ଦ୍ବିମୁଖୀ ଲଢେଇ ହେବ । କଂଗ୍ରେସ ସମ୍ପୂର୍ଣ୍ଣ ଶକ୍ତିହୀନ ହୋଇପଡିଛି । 2019ରେ ବାଲେଶ୍ବରରେ ଆମେ ଯାହା ପାଇଥିଲୁ ପ୍ରାୟ ତାହା ପାଇଛୁ ବୋଲି କହିଛନ୍ତି ସମୀର ମହାନ୍ତି । କରୋନା କଟକଣା ଭିତରେ ମତଦାନ ନେଇ ମତଦାତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ସମୀର ମହାନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ଉପନିର୍ବାଚନରେ ହାରିବା ନେଇ ପ୍ରତିକ୍ରିୟା ରଖିଲେ ବିଧାୟକ ସୁର ରାଉତରାୟ, ଜାଣନ୍ତୁ କ’ଣ କହିଲେ

ଭୁବନେଶ୍ବର : ରାଜ୍ୟରେ ଦୁଇଟି ଉପନିର୍ବାଚନ ଫଳାଫଳ ଆସିସାରିଛି । ଦୁଇଟି ଯାକ ଆସନରେ ବିଜେଡି ବାଜିମାତ୍‌ କରିଛି । ଏହି ଦୁଇଟି ଆସନରେ ବିଜେପିକୁ ଦ୍ବିତୀୟ ସ୍ଥାନ ମିଳିଥିବାବେଳେ କଂଗ୍ରେସ ତୃତୀୟ ସ୍ଥାନରେ ରହିଛି । ତେବେ ଉପନିର୍ବାଚନ ଫଳାଫଳକୁ ନେଇ କଂଗ୍ରେସର ବରିଷ୍ଠ ନେତା ତଥା ଜଟଣୀ ବିଧାୟକ ସୁର ରାଉତରାୟ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । କିଛି ନେତାଙ୍କ ଅନ୍ତର୍ଘାତୀ କାର୍ଯ୍ୟ ଯୋଗୁଁ କଂଗ୍ରେସ ଉଭୟ ଆସନରେ ହାରିଲା ବୋଲି କହିଛନ୍ତି ସୁର ରାଉତରାୟ ।
ତେବେ ଏହି ଦୁଇ ଉପନିର୍ବାଚନରେ ଅର୍ଥ ମୁଖ୍ୟ ଫ୍ୟାକ୍ଟର ହେଲା ବୋଲି କହିଛନ୍ତି ସୁର ରାଉତରାୟ । ବିଜେଡି ଓ ବିଜେପି ପ୍ରବଳ ଖର୍ଚ୍ଚ କଲେ । ସେହିପରି ବାଲେଶ୍ବରରେ ଠିକ୍‌ ଭାବେ ପ୍ରଚାର ନକରି ହୋଟେଲରେ ଶୋଇଲେ। ଏହା ସହିତ ତିର୍ତ୍ତୋଲରେ ବି ଅଧିକ ଭଲ ହୋଇଥାନ୍ତା। କିଛି କର୍ମୀ କାମ ଠିକ୍‌ରେ କଲେନି। ନିରଞ୍ଜନଙ୍କ ସଭାପତି ପଦରୁ ହଟାଇବାକୁ ଚାହୁଁଥିବାରୁ କାମ ଠିକ୍‌ କଲେ ନାହିଁ। ବିଜେଡି ଭଲ ନିର୍ବାଚନ ପରିଚାଳନା କରୁଛି। ସେଥିପାଇଁ ଜିତୁଛି। ହାରିବାର ସମୀକ୍ଷା ହେବ। କିନ୍ତୁ ଆକ୍ସନ ହେବ ନାହିଁ ବୋଲି କହିଛନ୍ତି ସୁର ରାଉତରାୟ।

Categories
ବିଶେଷ ଖବର

ଉପନିର୍ବାଚନ ୨୦୨୦: ବାଜି ମାରିଲା ବିଜେଡି

ଭୁବନେଶ୍ବର: ରାଜ୍ୟର ଦୁଇ ଉପନିର୍ବାଚନରେ ବିଜେଡି ବାଜି ମାରିଛି। ଉଭୟ ତିର୍ତ୍ତୋଲ ଓ ବାଲେଶ୍ବର ସଦରରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଥିବା ନେଇ ଅନୌପଚାରିକ ଭାବେ ସିଏଇଓ ସୂଚନା ଦେଇଛନ୍ତି। ହେଲେ ଏନେଇ ରିଟର୍ନିଙ୍ଗ ଅଫିସର ବିଦ୍ଧିବଦ୍ଧ ଭାବେ ଫଳ ଘୋଷଣା କରିବେ ବୋଲି ସିଏଇଓ କହିଛନ୍ତି।

ତିର୍ତ୍ତୋଲରେ ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ ୪୧ ହଜାର ୭୦୩ ଭୋଟ୍‌ ଅଧିକ ପାଇଥିବା ବେଳେ ବାଲେଶ୍ବରରେ ବିଜେଡି ପ୍ରାର୍ଥୀ ସ୍ବରୂପ ଦାଶ ୧୩ ହଜାର ୩୯୫ ଭୋଟ୍ ଅଧିକ ପାଇଛନ୍ତି।

ବିଷ୍ଣୁ ଦାସଙ୍କ ମୃତ୍ୟୁ ପରେ ତିର୍ତ୍ତୋଲ ଆସନ ପାଇଁ ବିଜେଡି ବିଷ୍ଣୁ ଦାସଙ୍କ ପୁତ୍ର ବିଜୟ ଶଙ୍କର ଦାସଙ୍କୁ ପ୍ରାର୍ଥୀ କରିଥିଲା। ୨୦୧୯ ନିର୍ବାଚନରେ ବିଜେଡି ବିଷ୍ଣୁ ଚରଣ ଦାସଙ୍କୁ ପ୍ରାର୍ଥୀ କରିଥିଲା। ବିଷ୍ଣୁ ଚରଣ ଦାସ ବିଜେପି ପ୍ରାର୍ଥୀ ରମାକାନ୍ତ ଭୋଇଙ୍କ ଠାରୁ ୩୫ ହଜାର ୪୪୮ ଖଣ୍ଡ ଭୋଟ୍‌ ପାଇଁ ନିର୍ବାଚିତ ହୋଇଥିଲେ। ତେବେ ତାଙ୍କ ରେକର୍ଡକୁ ଅତିକ୍ରମ କରିଛନ୍ତି ତାଙ୍କ ପୁତ୍ର ବିଜୟ ଶଙ୍କର ଦାସ।

ଅପରପକ୍ଷରେ ଜିତିଥିବା ଆସନରେ ବିଜେପିକୁ ନିରାଶ ହେବାକୁ ପଡିଛି। ୨୦୧୯ ବିଧାନସଭା ନିର୍ବାଚନରେ ବିଜେପି ପ୍ରାର୍ଥୀ ମାନସ ଦତ୍ତଙ୍କ ମୃତ୍ୟୁ ପରେ ବାଲେଶ୍ବର ସଦର ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ମାନସ ଦତ୍ତଙ୍କୁ ନିରାଶ ହେବାକୁ ପଡିଛି। ଏଠାରେ ବିଜେଡି ପ୍ରାର୍ଥୀ ସ୍ବରୂପ ଦାଶ ୧୩ ହଜାର ୩୯୫ ଭୋଟ୍‌ରେ ବିଜୟୀ ହୋଇଛନ୍ତି।

୨୦୧୯ ନିର୍ବାଚନରେ ମଦନ ମୋହନ ଦତ୍ତ ଭାରତୀୟ ଜନତା ପାର୍ଟିରୁ ପ୍ରାର୍ଥୀ ଭାବରେ ବାଲେଶ୍ବର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢିଥିଲେ। ସେ ଏହି ନିର୍ବାଚନରେ ମୋଟ୍‌ ୭୪ ହଜାର ୮୧୫ ଖଣ୍ଡ ଭୋଟ୍‌ ପାଇଁ ବିଜୟୀ ହୋଇଥିଲ। ତେବେ ତାଙ୍କର ମୃତ୍ୟୁ ପରେ ବିଜେଡି ଏଠାରେ ସ୍ବରୂପ ଦାଶଙ୍କୁ ପ୍ରାର୍ଥୀ କରିଥିଲା। ଅପରପକ୍ଷରେ ମଦନ ମୋହନ ଦତ୍ତଙ୍କ ପୁତ୍ର ମାନସ ଦତ୍ତଙ୍କୁ ବିଜେପି ଏଠାରେ ପ୍ରାର୍ଥୀ କରିଥିବାବେଳେ ବିଜେପିକୁ ନିରାଶ ହେବାକୁ ପଡିଛି।

ବିଜେଡିରେ ସାଙ୍ଗଠାନିକ ସ୍ଥିତି ଓ ଦଳୀୟ ନୀତି ଯୋଗୁଁ ବିଜେଡି ନିଜର ଜୟଯାତ୍ରା ଜାରିରଖିଛି। ତିର୍ତ୍ତୋଲ ଆସନଟି ପୂର୍ବରୁ ବିଜେଡିର ଥିବାବେଳେ ସେଠାରେ ସେ ସ୍ଥିତି ଦୃଢ କରିଛି। ତେବେ ବାଲେଶ୍ବର ସଦରରେ ବିଜେପିଠାରୁ ଆସନ ଛଡାଇ ନେଇଛି ବିଜେଡି। ବାଲେଶ୍ବର ସଦରରେ ଦଳୀୟ କନ୍ଦଳ ଥିବା ସତ୍ତ୍ବେ ବିଜେଡି ସେହି ଆସନରେ ବାଜିମାତ୍‌ କରିପାରିଛି।

Categories
ଆଜିର ଖବର ରାଜ୍ୟ ଖବର

ଉପନିର୍ବାଚନ : ବାଲେଶ୍ବରରେ ବିଜେଡି ପ୍ରାର୍ଥୀ ଆଗୁଆ

ବାଲେଶ୍ବର : ଆଜି ରାଜ୍ୟର ଦୁଇଟି ଉପନିର୍ବାଚନର ଭୋଟ୍‌ ଗଣତିଚାଲିଛି । ଉଭୟ ବାଲେଶ୍ବର ସଦର ଓ ତିର୍ତ୍ତୋଲ୍‌ରେ ବିଜେଡି ଆଗୁଆ ରହିଛି । 15 ରାଉଣ୍ଡ ସୁଦ୍ଧା ବାଲେଶ୍ବରରେ ବିଜେଡି 6251 ଭୋଟ୍‌ରେ ଆଗୁଆ ରହିଛି । ବିଜେଡି 53ହଜାର 718 ଭୋଟ୍‌ ପାଇଥିବାବେଳେ ବିଜେପି 47ହଜାର 467 ଓ କଂଗ୍ରେସ 3 ହଜାର 593ଟି ଭୋଟ୍‌ ପାଇଛି । ବାଲେଶ୍ୱରରେ ବିଜେଡ଼ିରୁ ସ୍ୱରୂପ ଦାସ, ବିଜେପିରୁ ମାନସ ଦତ୍ତ ଓ କଂଗ୍ରେସରୁ ମମତା କୁଣ୍ଡୁ ଲଢ଼ୁଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ନବମ ରାଉଣ୍ଡ ସୁଦ୍ଧା ତିର୍ତ୍ତୋଲରେ ବିଜେଡି ଆଗୁଆ

ରମେଶ ମହାନ୍ତି

ତିର୍ତ୍ତୋଲ : ରାଜ୍ୟର ଦୁଇଟି ଉପନିର୍ବାଚନର ଫଳାଫଳ ପାଇଁ ଭୋଟ୍‌ଗଣତି ଜାରି ରହିଛି । ଉଭୟ ବାଲେଶ୍ବର ସଦର ଓ ତିର୍ତ୍ତୋଲରେ ବିଜେଡି ଆଗୁଆ ରହିଛି । ତିର୍ତ୍ତୋଲ ବିଧାନସଭାରେ ବିଜେଡି ଆଗୁଆ ରହିଛି । 9ମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି 14 ହଜାର 561 ଭୋଟ୍‌ରେ ଆଗୁଆ ରହିଛି । 9ମ ରାଉଣ୍ଡ ସୁଦ୍ଧା ବିଜେଡିକୁ 32 ହଜାର 075ଟି ଭୋଟ୍‌ ହାତେଇଥିବାବେଳେ ବିଜେପିକୁ 17 ହଜାର 514 ଓ କଂଗ୍ରେସକୁ 6835ଟି ଭୋଟ୍‌ ମିଳିଥିବାର ସୂଚନା ରହିଛି ।

ସୂଚନାଯୋଗ୍ୟ, ତିର୍ତୋଲରେ ବିଜେଡ଼ିରୁ ବିଜୟ ଶଙ୍କର ଦାସ, ବିଜେପିରୁ ରାଜକିଶୋର ବେହେରା ଓ କଂଗ୍ରେସରୁ ହିମାଂଶୁ ଭୂଷଣ ମଲ୍ଲିକ ପ୍ରାର୍ଥୀ ହୋଇଥିବାବେଳେ  ବାଲେଶ୍ୱରରେ ବିଜେଡ଼ିରୁ ସ୍ୱରୂପ ଦାସ, ବିଜେପିରୁ ମାନସ ଦତ ଓ କଂଗ୍ରେସରୁ ମମତା କୁଣ୍ଡୁ ଲଢ଼ୁଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ଉପନିର୍ବାଚନ ଫଳାଫଳ : ତିର୍ତ୍ତୋଲ ଓ ବାଲେଶ୍ବରରେ ବିଜେଡି ଆଗୁଆ

ଭୁବନେଶ୍ବର : ଆଜି ଉପନିର୍ବାଚନ ପାଇଁ ଭୋଟ୍‌ ଗଣତି ଅନୁଷ୍ଠିତ ହେଉଛି । ବାଲେଶ୍ବର ଓ ତିର୍ତ୍ତୋଲ ଉପନିର୍ବାଚନ ଭୋଟ ଗଣତି ଜାରି ରହିଛି । ପ୍ରାରମ୍ଭିକ ଟ୍ରେଣ୍ଡ୍‌ରେ ବାଲେଶ୍ବର ଓ ତିର୍ତ୍ତୋଲରେ ବିଜେଡି ଆଗୁଆ ରହିଛି । ପୋଷ୍ଟାଲ୍‌ ବାଲାଟ ଗଣତିରେ ବିଜେଡି ଆଗୁଆ ରହିଛି ।  ବାଲେଶ୍ବର ବିଧାନସଭାରେ ବିଜେଡି ଆଗୁଆ ରହିଛି । ପୋଷ୍ଟାଲ ବାଲାଟ ସହ ପ୍ରଥମ ରାଉଣ୍ଡ ଭୋଟ୍‌ 7184 ଭୋଟ୍‌ ରହିଛି । ବିଜେଡିକୁ 3427 ଓ ବିଜେପିକୁ 2812ଟି ଭୋଟ୍‌ ମିଳିଛି । ସେହିପରି ତିର୍ତ୍ତୋଲରେ ମଧ୍ୟ ବିଜେଡି ଆଗୁଆ ରହିଛି । 2ୟ ରାଉଣ୍ଡ ସୁଦ୍ଧା ତିର୍ତ୍ତୋଲ୍‌ରେ ବିଜେଡି 3310 ଭୋଟ୍‌ରେ ଆଗୁଆ ରହିଛି । ଦ୍ବିତୀୟ ରାଉଣ୍ଡ ଶେଷ ସୁଦ୍ଧା ବିଜେଡିକୁ 7867 ଭୋଟ୍‌ ମିଳିଥିବାବେଳେ  ବିଜେପିକୁ 4557 ଓ କଂଗ୍ରେସକୁ 1057 ଭୋଟ୍‌ ମିଳିଥିବାର ସୂଚନା ରହିଛି ।

Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତାକାଲି ଉପନିର୍ବାଚନ ଫଳାଫଳ : ପ୍ରଥମେ ପୋଷ୍ଟାଲ୍ ବାଲାଟ‌ ଗଣତି

ଭୁବନେଶ୍ବର : ଆସନ୍ତାକାଲି ରାଜ୍ୟର ଦୁଇଟି ଉପନିର୍ବାଚନର ଭୋଟ ଗଣତି ହେବ। ସକାଳ 8ଟାରୁ ଭୋଟ ଗଣତି ହେବ । ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଭୋଟ ଗଣତି ପାଇଁ 14ଟି ଟେବୁଲ ରହିବ। ପ୍ରଥମେ ପୋଷ୍ଟାଲ ବାଲାଟ ପରେ ଇଭିଏମ ଗଣତି ହେବ। ଗଣତି କେନ୍ଦ୍ରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ୩ଟି କାଉଟିଂ ହଲ ରହିଛି । ପ୍ରତି ରାଉଣ୍ଡ ଅନୁସାରେ ରେଜଲ୍ଟ ଜାଣିହେବ । ବାଲେଶ୍ୱର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ଜଗତସିଂହପୁର ଏସଭିଏମ କଲେଜର ଭୋଟ ଗଣନା ହେବ। କୋଭିଡ ନିୟମ ମାନି ଭୋଟ ଗଣତି ହେବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି । ରେଜଲ୍ଟ ପ୍ରଦର୍ଶନ ପାଇଁ କ୍ୟାମେରା ଡିସ୍‌ପ୍ଲେ ବ୍ୟବସ୍ଥା କରାଯାଇଛି ।

Categories
ଫଟୋ ଖବର

ଓଡିଶା ଉପନିର୍ବାଚନରେ ଭୋଟ ଦେବା ପାଇଁ ଜଣେ ବୟସ୍କ ବ୍ୟକ୍ତିଙ୍କୁ ମତଦାନ କେନ୍ଦ୍ରକୁ ନିଆଯାଉଛି

Bye-Election 2020 (38-Balarore & 102-Tirtol) :- Photos of PWD voters, Women Voters and Sanitization process at Polling Station.