Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜବତ ହେଲା ଗଜପତିରୁ ଆନ୍ଧ୍ରପ୍ରଦେଶକୁ ଚୋରାଚାଲାଣ ହେଉଥିବା ରକ୍ତଚନ୍ଦନ: ୨ ଅଟକ
ଆଜିର ଖବର

ଜବତ ହେଲା ଗଜପତିରୁ ଆନ୍ଧ୍ରପ୍ରଦେଶକୁ ଚୋରାଚାଲାଣ ହେଉଥିବା ରକ୍ତଚନ୍ଦନ: ୨ ଅଟକ

January 18, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲାରୁ ପଡୋଶୀ ଆନ୍ଧ୍ର ପ୍ରଦେଶକୁ ରକ୍ତଚନ୍ଦନ ଚୋରାଚାଲାଣ ବେଳେ ବନ ବିଭାଗ ଦ୍ୱାରା ଜବତ ହୋଇଛି। ଏହି ଚୋରାଚାଲାଣରେ ବ୍ୟବହୃତ ଏକ ଅଟୋକୁ ଜବତ କରାଯାଇ ଏଥିରୁ ଦେଢ କୁଇଣ୍ଟାଲ୍ ଓଜନର ୩ଗୋଟି ରକ୍ତଚନ୍ଦନ ଗଣ୍ଡିକୁ ଜବତ କରାଯାଇଛି। ରକ୍ତଚନ୍ଦନ ଚୋରାଚାଲାଣକାରୀ ୨ ଜଣଙ୍କୁ ଅଟକ ରଖାଯାଇ ତଦନ୍ତ ଜାରି ରହିଥିବା ସୂଚନା ମିଳିଛି।

ଘଟଣାରୁ ପ୍ରକାଶ ଯେ, ଗଜପତି ଜିଲ୍ଲାରୁ ପଡୋଶୀ ଆନ୍ଧ୍ର ପ୍ରଦେଶକୁ ରକ୍ତଚନ୍ଦନ ଚୋରାଚାଲାଣ ପାଇଁ ଉଦ୍ୟମ ଚାଲିଛି ବୋଲି ଏକ ତଥ୍ୟ ପାରଳାଖେମୁଣ୍ଡି ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କ ଠାରେ ପହଞ୍ଚିଥିଲା। ଏଥି ଅନୁଯାୟୀ ଡିଏଫଓ ପାରଳା ବନ ଉପଖଣ୍ଡର ମହେନ୍ଦ୍ର ରେଞ୍ଜ ଅଧିକାରୀ କୋବୀନ ପରିଚ୍ଛା ଏବଂ ଦେବଗିରି ରେଞ୍ଜ ଅଧିକାରୀ ଅରୁଣ କୁମାର ବେହେରା ବନ କର୍ମଚାରୀଙ୍କ ସହ ସଜାଗ ରହି ପେଟ୍ରୋଲିଂ ଜାରି ରଖିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।

ଗତକାଲି ପେଟ୍ରୋଲିଂ ଚାଲିଥିବା ବେଳେ ରାତ୍ର ୭ ଘଣ୍ଟା ସମୟରେ ବାଞ୍ଜେରୀ ଗ୍ରାମ ଛକରୁ ଏକ ଅଟୋ ଦୃତ ଗତିରେ ଯାଉଥିବା ଦେଖା ଯାଇଥିଲା। ସନ୍ଦେହରେ ଅଟୋକୁ ଅଟକାଇ ତଦନ୍ତ କରିବାରେ ଆନ୍ଧ୍ରକୁ ରକ୍ତଚନ୍ଦନ ଚୋରାଚାଲାଣ ହେଉଥିବା ସ୍ପଷ୍ଟ ହୋଇଥିଲା। ଅଟୋରୁ ୩ଗୋଟି ରକ୍ତଚନ୍ଦନ ଗଣ୍ଡିକୁ ଉଦ୍ଧାର କରାଯାଇଥିଲା। ଏହାର ଓଜନ ଦେଢ କୁଇଣ୍ଟାଲ ଥିବା ସୂଚନା ମିଳିଛି। ଚୋରାଚାଲାଣରେ ବ୍ୟବହୃତ ଅଟୋ ଡ୍ରାଇଭର ବିରାଜ ଆନ୍ଦପୁ(୩୦) ସହ ଭେଙ୍କେଟେଶ ମିଶାଲ(୨୮)ଙ୍କୁ ଅଟକ ରଖାଯାଇ ରକ୍ତଚନ୍ଦନ ଗଣ୍ଡି କେଉଁ ଠାରୁ ଅଣାଗଲା ଓ ଏଥିରେ ଅନ୍ୟ କେଉଁମାନେ ସଂପୃକ୍ତ ସେ ନେଇ ତଦନ୍ତ ଜାରି ରଖାଯାଇଥିବା ପାରଳା ବନ ବିଭାଗର ଏସିଏଫଓ ଗୌରୀ ପ୍ରସାଦ ରଥ ଜଣାଇଛନ୍ତି।

ଗଜପତି ଜିଲ୍ଲା ଚୋରାଚାଲାଣ
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ସାକ୍ଷାତ କଲେ ଏମ୍ସ ଭୁବନେଶ୍ବର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ

February 11, 2026

ଫେବୃୟାରୀ ୧୧ ତାରିଖ ବୁଧବାରରେ ଏହି ରାଶିକୁ ମିଳିବ ଭଲ ଖବର: ଜାଣନ୍ତୁ ରାଶିଫଳ

February 11, 2026

କଳିଙ୍ଗ ଷ୍ଟାଡିୟମରେ ୨୫୦ ନୂଆ ଆମ୍ବୁଲାନସ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

February 10, 2026

ମାନାବାର-ଜରତି ଷ୍ଟେସନ ମଧ୍ୟରେ ନବନିର୍ମିତ ଦ୍ୱିତୀୟ ଲାଇନର ଯାଞ୍ଚ କଲେ ରେଳ ସୁରକ୍ଷା କମିଶନର

February 10, 2026
Latest News

ଖଲିସ୍ତାନୀଙ୍କୁ ନିସ୍ତାର ନାହିଁ: ଡୋଭାଲଙ୍କ ଗସ୍ତ ପରେ SFJକୁ ଆତଙ୍କବାଦୀ ସଂଗଠନ ଘୋଷଣା କଲା କାନାଡା

February 11, 2026

ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ସାକ୍ଷାତ କଲେ ଏମ୍ସ ଭୁବନେଶ୍ବର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ

February 11, 2026

ଫେବୃୟାରୀ ୧୧ ତାରିଖ ବୁଧବାରରେ ଏହି ରାଶିକୁ ମିଳିବ ଭଲ ଖବର: ଜାଣନ୍ତୁ ରାଶିଫଳ

February 11, 2026

କଳିଙ୍ଗ ଷ୍ଟାଡିୟମରେ ୨୫୦ ନୂଆ ଆମ୍ବୁଲାନସ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

February 10, 2026

ମାନାବାର-ଜରତି ଷ୍ଟେସନ ମଧ୍ୟରେ ନବନିର୍ମିତ ଦ୍ୱିତୀୟ ଲାଇନର ଯାଞ୍ଚ କଲେ ରେଳ ସୁରକ୍ଷା କମିଶନର

February 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.