ବାଣୀବିହାର ଖୋଲୁଖୋଲୁ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ, କୁଳପତି ଅଫିସ ଘେରାଉ

Published: Jan 19, 2021, 1:23 pm IST

ଭୁବନେଶ୍ବର, ଆଜି ଉତ୍କଳ ବିଶ୍ବବିଦ୍ୟାଳୟରେ ଦୁଇ ଛାତ୍ରଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ଉଭୟପକ୍ଷ ମଧ୍ୟରେ ଗାଳିଗୁଲଜ ସହିତ ଆକ୍ରମଣ କରିବାରୁ ଜଣେ ଛାତ୍ର ଆହତ ହୋଇଛି। ତାଙ୍କୁ କ୍ୟାପିଟାଲ ହସପିଟାଲରେ ଚିକିତ୍ସା କରାଯାଉଛି। ଉଭୟ ଗୋଷ୍ଠୀ ଛାତ୍ରଙ୍କ ତରଫରୁ ଥାନାରେ ଏତଲା ଦିଆଯାଇଛି।

ଘଟଣାରୁ ଜଣାପଡିଛି ଯେ, ଗତକାଲି କଲେଜ କ୍ୟାଣ୍ଟିନରେ ଖାଇବାକୁ ନେଇ ଉତ୍ତେଜନ ସୃଷ୍ଟି ହୋଇଥିଲା। କେତେକ ଛାତ୍ର ନିମ୍ନମାନର ଖାଦ୍ୟ ହୋଇଛି ବୋଲି ଅଭିଯୋଗ କରିବା ପରେ ଅନ୍ୟ କେତେକ ଛାତ୍ର ଏହାକୁ ବିରୋଧ କରିଥିଲେ। ଫଳରେ ଉଭୟଙ୍କ ମଧ୍ୟରେ ଆକ୍ରମଣ ଆରମ୍ଭ ହୋଇଯାଇଥିଲା। ବର୍ତ୍ତମାନ କେତେକ ଛାତ୍ର କୁଳପତିଙ୍କ ଅଫିସ ଆଗରେ ଧାରଣାରେ ବସିଛନ୍ତି। ପୋଲିସ ପହଁଛି ଉଭୟଙ୍କୁ ବୁଝାସୁଝା କରି ଏହାର ସମାଧାନ କରୁଛନ୍ତି।

Related posts