Categories
ଆଜିର ଖବର ରାଜ୍ୟ ଖବର

ବାଣୀବିହାରରେ ଜେଏନୟୁ ପ୍ରଫେସରଙ୍କୁ ଆକ୍ରମଣ, ଦୁଇ ଗୋଷ୍ଠୀ ମଧ୍ୟରେ ଧସ୍ତାଧସ୍ତି

ଭୁବନେଶ୍ବର: ଆଜି ବାଣୀବିହାର ପିଜି କାଉନସିଲ ପ୍ରେକ୍ଷାଳୟରେ ଦୁଇ ଗୋଷ୍ଠୀ ମଧ୍ୟରେ ଧସ୍ତାଧସ୍ତି ଓ ମାରପିଟ୍ ଘଟଣା ଘଟିଯାଇଛି। ସେଠାରେ ଆୟୋଜିତ ଏକ ଆଲୋଚନା ଚକ୍ରରେ ଜେଏନୟୁ ପ୍ରଫେସର ସୁରଜିତ ମଜମୁଦାର ଯୋଗ ଦେଇଥିଲେ। ସିଟିଜନ ଫୋରମ ତରଫରୁ ଆୟୋଜିତ ଏହି ଆଲୋଚନା ଚକ୍ରକୁ କେତେକ ଗୋଷ୍ଠୀ ବିରୋଧ କରି ହାଙ୍ଗାମା ସୃଷ୍ଟି କରିଥିଲେ।

ଆଜି ରବିବାରରେ ବାଣୀବିହାର ପ୍ରେକ୍ଷାଳୟରେ ସମ୍ବିଧାନ ଏବଂ ଶିକ୍ଷା ଉପରେ ଏକ ଆଲୋଚନା ଚକ୍ରର ଆୟୋଜନ କରାଯାଇଥିଲା। ଏଥିରେ ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକ ଏବଂ ଜେଏନୟୁର ପ୍ରଫେସର ମଜମୁଦାର ପ୍ରମୁଖ ଯୋଗଦେଇଥିଲେ। ଏହି ଆଲୋଚନା ଚକ୍ର ଚାଲିଥିବା ବେଳେ କେତେକ ଛାତ୍ର ସେ ଭିତରେ ପଶି ହାଙ୍ଗାମା କରିଥିଲେ। ଫଳରେ ଉତ୍ତେଜନ ସୃଷ୍ଟି ହୋଇଥିଲା। ଉଭୟ ପକ୍ଷରୁ ଥାନାରେ ଏତଲା ଦିଆଯାଇଥିବାର ଜଣାପଡିଛି।

Categories
ଜାତୀୟ ଖବର ବିଶେଷ ଖବର

ଉତ୍କଳ ବିଶ୍ବବିଦ୍ୟାଳୟକୁ ଦୁଇଟି ପରାମର୍ଶ ଦେଲେ ଉପରାଷ୍ଟ୍ରପତି ଏମ ଭେଙ୍କେୟାନାଇଡୁ, ଜାଣନ୍ତୁ କଣ

ଭୁବନେଶ୍ବର, ଉତ୍କଳ ବିଶ୍ବବିଦ୍ୟାଳୟର 50ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥୀ ଭାବେ ଯୋଗଦେଇ ଉପରାଷ୍ଟ୍ରପତି ଏମ ଭେଙ୍କେୟା ନାଇଡୁ ଦୁଇଟି ପରମର୍ଶ ଦେଇଛନ୍ତି। ସେହି ଦୁଇଟି ପରାମର୍ଶକୁ ଉତ୍କଳ ବିଶ୍ବବିଦ୍ୟାଳୟ କାର୍ଯ୍ୟକାରୀ କରୁ ବୋଲି ଉପରାଷ୍ଟ୍ରପତି ଆସା କରିଛନ୍ତି। ତାଙ୍କ ଅଭିଭାଷଣରେ ସେ ଏହି ଦୁଇଟି ପ୍ରସ୍ତାବ ସଂପର୍କରେ ଯାହା କହିଲେ ତାହା ହେଲା..

” ଓଡ଼ିଶାର ଏକ ବିଶେଷତ୍ୱ ହେଉଛି ଏଠାରେ ଆଦିବାସୀମାନେ ଅଧିକ ସଂଖ୍ୟାରେ ବାସ କରନ୍ତି । ଏଠାରେ ୬୨ ପ୍ରକାର ବିଭିନ୍ନ ଆଦିବାସୀ ସମ୍ପ୍ରଦାୟର ଲୋକ ଅଛନ୍ତି । ଓଡ଼ିଶାର ମୋଟ ଜନସଂଖ୍ୟାର ୨୩ ଶତାଂଶ ଆଦିବାସୀ । ଭାରତର ମୋଟ ଆଦିବାସୀ ଜନସଂଖ୍ୟାର ୯.୧୭ ଶତାଂଶ ଲୋକ ଓଡ଼ିଶାରେ ବାସ କରନ୍ତି । ତେଣୁ ଏହି ଆଦିବାସୀ ସମ୍ପ୍ରଦାୟଙ୍କ ବିକାଶ ଓ କଲ୍ୟାଣ ଆମର ପ୍ରାଥମିକତା ହେବା ଉଚିତ।

ଏଠାରେ ମୁଁ ଯୋରଦେଇ ସହ କହିବାକୁ ଚାହେଁ ଯେ ଆଦିବାସୀଙ୍କ ପ୍ରତି ଆମର ଦୃଷ୍ଟିକୋଣରେ ସମ୍ମାନବୋଧ ଏବଂ ସମ୍ବେଦନଶୀଳତା ରହିବା ଆବଶ୍ୟକ । ଏ କ୍ଷେତ୍ରରେ ପୈତୃକ ଦୃଷ୍ଟିକୋଣ ଠିକ୍ ନୁହେଁ ସତକଥା ହେଲା ଆଦିବାସୀ ସମ୍ପ୍ରଦାୟଙ୍କ ଠାରୁ ଆମର ଅନେକ କିଛି ଶିଖିବାର ଅଛି। ସେମାନେ ପ୍ରକୃତି ସହ ସଦ୍ଭାବ ଓ ସମନ୍ୱୟ ରଖି ଅତି ସରଳ ଜୀବନଯାପନ କରନ୍ତି ।

ତଫସିଲଭୁକ୍ତ ଜାତି ଓ ଉପଜାତି ଗବେଷଣା ଏବଂ ତାଲିମ ପ୍ରତିଷ୍ଠାନର ଏକ ଅଧ୍ୟୟନ ଅନୁସାରେ ଓଡ଼ିଶାର ଆଦିବାସୀ ଜନସଂଖ୍ୟା ଉପରେ କୋଭିଡ୍ ମହାମାରୀର ପ୍ରାୟ କୌଣସି ପ୍ରଭାବ ପଡ଼ିନାହିଁ । ସେମାନେ ନିଜର ଅନୁପମ ରୀତିନୀତି ଓ ପରମ୍ପରା ପାଳନ କରି ସଂକ୍ରମଣକୁ ଦୂରେଇ ରଖିବାରେ ସଫଳ ହୋଇଛନ୍ତି । ଏହି ଅଧ୍ୟୟନ ଅନୁସାରେ ଆଦିବାସୀମାନେ ଅଭ୍ୟାସତଃ ସଂଘବଦ୍ଧ ବା ଗୋଷ୍ଠୀରେ ନ ଯାଇ ଧାଡ଼ିରେ ଯାଆନ୍ତି । ଚାଲିବାବେଳେ ସେମାନେ ପରସ୍ପର ଠାରୁ ଉପଯୁକ୍ତ ଦୂରତ୍ୱ ରକ୍ଷା କରନ୍ତି । ଏଭଳି ନିରାପଦ ଦୂରତ୍ୱ ରକ୍ଷା ଓ ସ୍ୱାସ୍ଥ୍ୟଗତ ନୀତି ପାଳନ କରିବା ଆଦିବାସୀ ସଂସ୍କୃତିର ଏକ ଅବିଚ୍ଛେଦ୍ୟ ଅଙ୍ଗ। ଏହା ଛଡ଼ା ସେମାନେ ପ୍ରାକୃତିକ ଖାଦ୍ୟ ଖାଇଥାଆନ୍ତି । ଏହା ଫଳରେ ମହାମାରୀ ସମୟରେ ସେମାନେ ନିରାପଦ ରହିଛନ୍ତି ।

ବିଶ୍ୱବିଦ୍ୟାଳୟ ଗୁଡ଼ିକ ଆଦିବାସୀ ସମୁଦାୟଙ୍କ ଏଭଳି ସକାରାତ୍ମକ ଦିଗ ସମ୍ପର୍କରେ ଧ୍ୟାନ କେନ୍ଦ୍ରିତ କରିବାକୁ ମୁଁ ପ୍ରସ୍ତାବ ଦେଉଛି । ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ଏକଥା ସ୍ଥାନ ପାଇବା ଆବଶ୍ୟକ । ମୁଁ ଚାହେଁ ଉତ୍କଳ ବିଶ୍ୱବିଦ୍ୟାଳୟ ଭଳି ଅନୁଷ୍ଠାନ ଆଦିବାସୀମାନେ ସମ୍ମୁଖୀନ ହେଉଥିବା ସମସ୍ୟାବଳୀ ଉପରେ ଗବେଷଣା କରି ଏହି ସମୁଦାୟର ବିକାଶ ପାଇଁ ନୀତି ନିର୍ଦ୍ଧାରଣରେ ସହଯୋଗ କରିବା ଉଚିତ ।

ଓଡ଼ିଶା ଭଳି ରାଜ୍ୟପାଇଁ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ବିପର‌୍ୟ୍ୟୟ ପରିଚାଳନା । ଏହି ରାଜ୍ୟ ନିୟମିତ ଭାବେ ବନ୍ୟା, ବାତ୍ୟା ଓ ମରୁଡ଼ି ଭଳି ପ୍ରାକୃତିକ ବିପତ୍ତି ଦ୍ୱାରା କ୍ଷତିଗ୍ରସ୍ତ ହେଉଛି । ତେଣୁ ଆମ ଶିକ୍ଷାର ଆରମ୍ଭ କାଳରୁ ବିପର‌୍ୟ୍ୟୟ ପରିଚାଳନାକୁ ଏକ ଅବିଚ୍ଛେଦ୍ୟ ଅଂଶ କରିବାର ବିଶେଷ ଆବଶ୍ୟକତା ରହିଛି । ଏହା ଦ୍ୱାରା ଭବିଷ୍ୟତରେ ବିପର‌୍ୟ୍ୟୟ ମୁକାବିଲା କରିବାକୁ ଆମେ ଭଲଭାବେ ପ୍ରସ୍ତୁତ ହୋଇପାରିବା। ମୋର ଆଶା ଉତ୍କଳ ବିଶ୍ୱବିଦ୍ୟାଳୟ ଏ ଦିଗରେ ନେତୃତ୍ୱ ନେବ ।”

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଉତ୍କଳ ବିଶ୍ବବିଦ୍ୟାଳୟ ତରଫରୁ 5 ଜଣଙ୍କୁ ଡକ୍ଟରେଟ ଉପାଧୀ ଦେବେ ଉପରାଷ୍ଟ୍ରପତି ଏମ ଭେଙ୍କେୟାନାଇଡୁ

ଭୁବନେଶ୍ବର, ଆଜି ଉପରାଷ୍ଟ୍ରପତି ଏମ ଭେଙ୍କେୟାନାଇଡୁଙ୍କ ଓଡିଶା ଗସ୍ତର ଶେଷ ଦିନ। ଆଜି ସେ ଉତ୍କଳ ବିଶ୍ବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ନୂଆ ଦିଲ୍ଲୀ ଫେରିଯିବେ। ଆଜି ଏହି ସମାବର୍ତ୍ତନ ଉତ୍ସବରେ ସେ ପାଞ୍ଚ ଜଣଙ୍କୁ ସମ୍ମାନ ଜନକ ଡକ୍ଟରେଟ ଡିଗ୍ରୀ ପ୍ରଦାନ କରିବେ। ସେମାନେ ହେଲେ ଆରବିଆଇର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ, ମହାଲେଖାନିୟନ୍ତ୍ରକ ଗିରିଶ ଚନ୍ଦ୍ର ମୁର୍ମୁ, ବିଚାରପତି ସଂଜୁ ପଣ୍ଡା, ଭାବା ଗବେଷଣା କେନ୍ଦ୍ରର ଅଜିତ ମହାନ୍ତି ଏବଂ ଓଡିଶା ଆଦର୍ଶ ବିଦ୍ୟାଳୟର ଉପଦେଷ୍ଠା ବିଜୟ କୁମାର ସାହୁ।

ଉପରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ବାଣୀବିହାରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବା ସହିତ ସମସ୍ତଙ୍କର କୋଭିଡ ଟେଷ୍ଟ ମଧ୍ୟ କରାଯାଉଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆଜି ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ଉପରାଷ୍ଟ୍ରପତି ଏମ ଭେଙ୍କୟାନାଇଡୁ

ଭୁବନେଶ୍ବର, ଆଜି ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ଉପରାଷ୍ଟ୍ରପତି ଏମ ଭେଙ୍କୟାନାଇଡୁ। ସେ ପୂର୍ବାହ୍ନ 11 ଟା 15 ମିନିଟରେ ଭୁବନେଶ୍ବର ବିମାନ ବନ୍ଦରରେ ପହଁଞ୍ଚିବେ। ସେଠାରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ପ୍ରମୁଖ ସ୍ବାଗତ କରିବେ। ଏହାପରେ ସେ ରାଜଭବନ ଯାଇ ସେଠାରେ ମଧ୍ୟାହ୍ନ ଭୋଜନ କରିବେ।

ସେଠାରୁ ଉପରାଷ୍ଟ୍ରପତି ଅପରାହ୍ନ 4 ଟା 45ରୁ ରାଜଭବନରୁ ବାହାରି କାରକେଡରେ କଟକ ଯିବେ। ସେଠାରେ ସାରଳ ଭବନରେ ଆୟୋଜିତ ଆଦିକବି ସାରାଳ ଦାସଙ୍କ 6ଶହତମ ଜନ୍ମ ବାର୍ଷିକୀରେ ଯୋଗଦେବେ। ଏଥିସହିତ ସେଠାରେ ସାରଳା ସାହିତ୍ୟ ସଂସଦର 30ତମ ବାର୍ଷିକ ଉତ୍ସବରେ ମଧ୍ୟ ଅଭିଭାଷଣ ରଖିବେ।

ଏହାପରେ ଉପରାଷ୍ଟ୍ରପତି କଟକରୁ ସଂଧ୍ୟା 6ଟା 30 ମିନଟରେ ବାହାରି ରାଜଭବନ ଆସିବେ। ସେଠାରେ ସେ ରାତ୍ରୀ ଯାପନ କରିବେ। ପରଦିନ ଅର୍ଥାତ ଶନିବାର ଦିନ ଉପରାଷ୍ଟ୍ରପତି ଉତ୍କଳ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେବେ। ସେଦିନ ସେ ରାଜଭବନରୁ ଦିନ 10ଟା 10 ରେ ରାଜଭବନ ବାହାରି ବାଣୀବିହାରରେ 10ଟା 20 ରେ ପହଁଞ୍ଚିବେ। ସେଠାରେ ସେ 10ଟା 30 ରୁ 11 ଟା 30 ପର୍ଯ୍ୟନ୍ତ ରହିବେ। ଉତ୍କଳ ବିଶ୍ବବିଦ୍ୟାଳୟ ତରଫରୁ ଉପରାଷ୍ଟ୍ରପତି ସମ୍ମାନଜନକ ଡକ୍ଟରେଟ ଡିଗ୍ରୀ ପ୍ରଦାନ କରିବେ।

ଉତ୍କଳ ବିଶ୍ବବିଦ୍ୟାଳୟରୁ ଉପରାଷ୍ଟ୍ରପତି ଦିନ 11 ଟା 40 ମିନିଟରୁ ବାହାରି ରାଜଭବନ ଯିବେ। ସେଠାରେ ସେ ମଧ୍ୟାହ୍ନ ଭୋଜନ କରିବା ପରେ ଅପରାହ୍ନ 4ଟା 40 ମିନଟରେ ବିମାନ ବନ୍ଦର ଅଭିମୁଖେ ଯାତ୍ରା କରିବେ। ସେଠାରୁ ସେ ଅପରହ୍ନ 5ଟାରେ ନୂଆଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି।

Categories
ଆଜିର ଖବର ରାଜ୍ୟ ଖବର

ବାଣୀବିହାର ଖୋଲୁଖୋଲୁ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ, କୁଳପତି ଅଫିସ ଘେରାଉ

ଭୁବନେଶ୍ବର, ଆଜି ଉତ୍କଳ ବିଶ୍ବବିଦ୍ୟାଳୟରେ ଦୁଇ ଛାତ୍ରଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ଉଭୟପକ୍ଷ ମଧ୍ୟରେ ଗାଳିଗୁଲଜ ସହିତ ଆକ୍ରମଣ କରିବାରୁ ଜଣେ ଛାତ୍ର ଆହତ ହୋଇଛି। ତାଙ୍କୁ କ୍ୟାପିଟାଲ ହସପିଟାଲରେ ଚିକିତ୍ସା କରାଯାଉଛି। ଉଭୟ ଗୋଷ୍ଠୀ ଛାତ୍ରଙ୍କ ତରଫରୁ ଥାନାରେ ଏତଲା ଦିଆଯାଇଛି।

ଘଟଣାରୁ ଜଣାପଡିଛି ଯେ, ଗତକାଲି କଲେଜ କ୍ୟାଣ୍ଟିନରେ ଖାଇବାକୁ ନେଇ ଉତ୍ତେଜନ ସୃଷ୍ଟି ହୋଇଥିଲା। କେତେକ ଛାତ୍ର ନିମ୍ନମାନର ଖାଦ୍ୟ ହୋଇଛି ବୋଲି ଅଭିଯୋଗ କରିବା ପରେ ଅନ୍ୟ କେତେକ ଛାତ୍ର ଏହାକୁ ବିରୋଧ କରିଥିଲେ। ଫଳରେ ଉଭୟଙ୍କ ମଧ୍ୟରେ ଆକ୍ରମଣ ଆରମ୍ଭ ହୋଇଯାଇଥିଲା। ବର୍ତ୍ତମାନ କେତେକ ଛାତ୍ର କୁଳପତିଙ୍କ ଅଫିସ ଆଗରେ ଧାରଣାରେ ବସିଛନ୍ତି। ପୋଲିସ ପହଁଛି ଉଭୟଙ୍କୁ ବୁଝାସୁଝା କରି ଏହାର ସମାଧାନ କରୁଛନ୍ତି।

Categories
ଆଞ୍ଚଳିକ

ଉତ୍କଳ ବିଶ୍ବବିଦ୍ୟାଳୟ ମହିଳା ଭଲିବଲ୍‌ ଦଳରେ ସ୍ଥାନ ପାଇଲେ ବାଣପୁରର ଦୁଇ ଛାତ୍ରୀ

ସମୀକ୍ଷା ବ୍ୟୁରୋ

ବାଣପୁର, ୫/୧୨: ଉତ୍କଳ ବିଶ୍ବବିଦ୍ୟାଳୟ ମହିଳା ଭଲିବଲ୍‌ ଦଳରେ ସ୍ଥାନ ପାଇଛନ୍ତି ବାଣପୁରର ଦୁଇ ଛାତ୍ରୀ ସୁନୀତା ମାର୍ଥା ଓ ସୁନୀତା ସମାନ୍ତରାୟ। ଦୁହେଁ ବାଣପୁରର ପ୍ରତିଷ୍ଠିତ କ୍ରୀଡ଼ା ଅନୁଷ୍ଠାନ ‘ମା’ ଭଗବତୀ ଗ୍ରାମୀଣ ସ୍ପୋର୍ଟସ୍‌ ଏକାଡେମୀର ନିୟମିତ ଖେଳାଳୀ। ଚଳିତ ମାସ ୨ ତାରିଖ ଦିନ ଅଡଶପୁର ମହାବିଦ୍ୟାଳୟଠାରେ ଅନୁଷ୍ଠିତ ଚୟନ ଶିବିରିରେ ଉନ୍ନତମାନର କ୍ରୀଡ଼ା ପ୍ରଦର୍ଶନ କରିଥିଲେ। ଉତ୍କୃଷ୍ଟ ଖେଳ ପ୍ରଦର୍ଶନ ଜରିଆରେ ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରି ଦଳରେ ସ୍ଥାନ ଅଧିକାର କରିଛନ୍ତି। ସାନଅଁଳ (ପାରିକୁଦ) ଗ୍ରାମର ସନାତନ ମାର୍ଥାଙ୍କ ଝିଅ ହେଉଛନ୍ତି ସୁନୀତା ମାର୍ଥା। ବାଣପୁର ଗୋଦାବରୀଶ ମହାବିଦ୍ୟାଳୟରୁ ରାଜନୀତି ବିଜ୍ଞାନ (ସମ୍ମାନ)ରେ ସ୍ନାତକ ପାଶ କରିଥିଲେ। ଅଧୁନା ସେ ଭୁବନେଶ୍ବରସ୍ଥିତ ସରକାରୀ ଶାରିରୀକ ଶିକ୍ଷା ମହାବିଦ୍ୟାଳୟରେ ଅଧ୍ୟୟନରତା।

ସେହିପରି ସୁନୀତା ସାମନ୍ତରାୟ ହେଉଛନ୍ତି ସାନହନ୍ତୁଆଡ ଗ୍ରାମର ବାବୁ ସାମନ୍ତରାୟଙ୍କ ଝିଅ। ସମ୍ପ୍ରତି ସେ ବାଣପୁରର ଗୋଦାବରୀଶ ମହାବିଦ୍ୟାଳୟର ଇତିହାସ(ସମ୍ମାନ) ବିଭାଗରେ ଅଧ୍ୟୟନରତା। ଆସନ୍ତା ୭ ତାରିଖଠାରୁ ୧୦ ତାରିଖ ପର୍ଯ୍ୟନ୍ତ କିଟ୍‌ଠାରେ ଅନୁଷ୍ଠିତ ହେବାକୁ ଥିବା ଇଷ୍ଟ ଜୋନ୍‌ ଭଲିବଲ୍‌ ଟୁର୍ଣ୍ଣାମେଣ୍ଟରେ ବାଣପୁରର ଏହି ଦୁଇ ଉଦୀୟମାନ ଖେଳାଳୀ ଭାଗନେବେ। ଏହି ଅବସରରେ ଦୁହେଁ ମାର୍ଗଦର୍ଶକ ତଥା ବରିଷ୍ଠ ପ୍ରଶିକ୍ଷକ ବୈରାଗୀ ଚରଣ ବଳ ଓ ପ୍ରଶିକ୍ଷକ ବିଭଧେନ୍ଦୁ ମାନସିଂହଙ୍କୁ କୃତଞ୍ଜତା ଜଣାଇଛନ୍ତି।

ରିପୋର୍ଟର : ସୀତାରାମ ଅଗ୍ରଓ୍ବାଲ

Categories
ଆଜିର ଖବର

ଉତ୍କଳ ବିଶ୍ବବିଦ୍ୟାଳୟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ୧୦୦ କୋଟି ଘୋଷଣା

ଭୁବନେଶ୍ବର ୨୩.୧୧(ସମୀକ୍ଷା ବ୍ୟୁରୋ): ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉତ୍କଳ ବିଶ୍ବବିଦ୍ୟାଳୟ ନିମନ୍ତେ ୧୦୦ କୋଟିର ଅନୁଦାନ ଘୋଷଣା କରିଛନ୍ତି। ଉତ୍କଳ ବିଶ୍ବବିଦ୍ୟାଳୟର ୬ଟି ଶାଖା ନିମନ୍ତେ ଏହି ୧୦୦ କୋଟିର ଅନୁଦାନ ରାଶି ପ୍ରଦାନ କରାଯାଇଛି। ଚଳିତ ଶିକ୍ଷାବର୍ଷରେ ୪୦ କୋଟି ଟଙ୍କା ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଉତ୍କଳ ବିଶ୍ବବିଦ୍ୟାଳୟର ୭୫ ତମ ବର୍ଷ ପୂର୍ତ୍ତି ଅବସରରେ ଅନୁଷ୍ଠିତ ୫ ଦିନିଆ କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି। ଏହି ଅର୍ଥ ବିଶ୍ବ ବିଦ୍ୟାଳୟର ଭିତ୍ତିଭୂମି ବିକାଶ ନିମନ୍ତେ ଖର୍ଚ୍ଚ କରାଯିବ ବୋଲି ଜଣାପଡିଛି। ଯୁବଶକ୍ତି ଦେଶର ପ୍ରକୃତ ସମ୍ପଦ। ଶିକ୍ଷା,ଜ୍ଞାନ ଏବଂ ସୃଜନଶୀଳତା ବଳରେ ଯୁବଶକ୍ତି ଦେଶର ନେତୃତ୍ବ ନେବେ ବୋଲି ନିଜ ଅଭିଭାଷଣରେ କହିଥିଲେ ମୁଖ୍ୟମନ୍ତ୍ରୀ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସେଣ୍ଟ୍ରାଲ ଇନ୍‌ଷ୍ଟ୍ରୁମେଣ୍ଟେସନ୍‌ ସେଣ୍ଟର ଏବଂ ଡିଜିଟାଲ ଲାଇବ୍ରେରୀର ଉଦ୍‌ଘାଟନ କରିଥିଲେ। ଏତଦ୍‌ବ୍ୟତିତ ବିଶ୍ବବିଦ୍ୟାଳୟ ଚତୁଃପାର୍ଶ୍ବରେ ପାଚେରୀ ନିର୍ମାଣର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ମୁଖ୍ୟମନ୍ତ୍ରୀ।