ବାଣୀବିହାରରେ ଜେଏନୟୁ ପ୍ରଫେସରଙ୍କୁ ଆକ୍ରମଣ, ଦୁଇ ଗୋଷ୍ଠୀ ମଧ୍ୟରେ ଧସ୍ତାଧସ୍ତି

Published: Feb 12, 2023, 6:40 pm IST
Vanivihar

ଭୁବନେଶ୍ବର: ଆଜି ବାଣୀବିହାର ପିଜି କାଉନସିଲ ପ୍ରେକ୍ଷାଳୟରେ ଦୁଇ ଗୋଷ୍ଠୀ ମଧ୍ୟରେ ଧସ୍ତାଧସ୍ତି ଓ ମାରପିଟ୍ ଘଟଣା ଘଟିଯାଇଛି। ସେଠାରେ ଆୟୋଜିତ ଏକ ଆଲୋଚନା ଚକ୍ରରେ ଜେଏନୟୁ ପ୍ରଫେସର ସୁରଜିତ ମଜମୁଦାର ଯୋଗ ଦେଇଥିଲେ। ସିଟିଜନ ଫୋରମ ତରଫରୁ ଆୟୋଜିତ ଏହି ଆଲୋଚନା ଚକ୍ରକୁ କେତେକ ଗୋଷ୍ଠୀ ବିରୋଧ କରି ହାଙ୍ଗାମା ସୃଷ୍ଟି କରିଥିଲେ।

ଆଜି ରବିବାରରେ ବାଣୀବିହାର ପ୍ରେକ୍ଷାଳୟରେ ସମ୍ବିଧାନ ଏବଂ ଶିକ୍ଷା ଉପରେ ଏକ ଆଲୋଚନା ଚକ୍ରର ଆୟୋଜନ କରାଯାଇଥିଲା। ଏଥିରେ ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକ ଏବଂ ଜେଏନୟୁର ପ୍ରଫେସର ମଜମୁଦାର ପ୍ରମୁଖ ଯୋଗଦେଇଥିଲେ। ଏହି ଆଲୋଚନା ଚକ୍ର ଚାଲିଥିବା ବେଳେ କେତେକ ଛାତ୍ର ସେ ଭିତରେ ପଶି ହାଙ୍ଗାମା କରିଥିଲେ। ଫଳରେ ଉତ୍ତେଜନ ସୃଷ୍ଟି ହୋଇଥିଲା। ଉଭୟ ପକ୍ଷରୁ ଥାନାରେ ଏତଲା ଦିଆଯାଇଥିବାର ଜଣାପଡିଛି।

Related posts