Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»Odisha Flood Alert: ୪ ଜିଲ୍ଲାରେ ସ୍କୁଲ ବନ୍ଦ, ଉତ୍କଳ ବିଶ୍ବବିଦ୍ୟାଳୟ ପରୀକ୍ଷା ବାତିଲ
ଆଜିର ଖବର

Odisha Flood Alert: ୪ ଜିଲ୍ଲାରେ ସ୍କୁଲ ବନ୍ଦ, ଉତ୍କଳ ବିଶ୍ବବିଦ୍ୟାଳୟ ପରୀକ୍ଷା ବାତିଲ

August 16, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ରାଜ୍ୟରେ ବନ୍ୟାସ୍ଥିତି ମଧ୍ୟରେ ଆସନ୍ତା ୧୭ ଅଗଷ୍ଟ ସୋମବାର ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ଚିନ୍ତା ବଢ଼ାଇଛି। ପାଣିପାଗ ବିଭାଗର ସତର୍କତା ଓ ବିଭିନ୍ନ ଅଞ୍ଚଳରେ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦୁଝର, ଭଦ୍ରକ, ମୟୂରଭଞ୍ଜ ଓ ବାଲେଶ୍ବର ଜିଲ୍ଲାରେ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି।

ବର୍ଷା ଓ ବନ୍ୟା ପରିସ୍ଥିତିକୁ ନଜରରେ ରଖି ଉତ୍କଳ ବିଶ୍ବବିଦ୍ୟାଳୟ ପକ୍ଷରୁ ସୋମବାର ହେବାକୁ ଥିବା ସମସ୍ତ ପରୀକ୍ଷା ବାତିଲ କରାଯାଇଛି। ବିଶ୍ବବିଦ୍ୟାଳୟର ପତ୍ର ସଂଖ୍ୟା ୨୧୪୬ ଅନୁସାରେ, ୧୭ ତାରିଖରେ ହେବାକୁ ଥିବା ୟୁଜି (+୩), ବିଏସ୍‌ସି, ଆଇଟିଏମ୍‌, କମ୍ପ୍ୟୁଟର ସାଇନ୍ସ ଏବଂ ବିଏଡ୍‌ (ୟୁଡିଟିଇ) ୪ର୍ଥ ସେମିଷ୍ଟର ପରୀକ୍ଷା ବାତିଲ ହୋଇଛି। ଛାତ୍ରଛାତ୍ରୀ, ଅଧ୍ୟାପକ ଓ ପରୀକ୍ଷାରେ ନିୟୋଜିତ କର୍ମଚାରୀଙ୍କ ସୁରକ୍ଷା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି।

ବାଲେଶ୍ବରରେ ମଧ୍ୟ ସୋମବାର ସମସ୍ତ ସରକାରୀ ଓ ଘରୋଇ ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଏନେଇ ନିର୍ଦ୍ଦେଶ ଜାରି ହୋଇଛି।

ବନ୍ୟା ପରିସ୍ଥିତି ଯୋଗୁଁ ଭଦ୍ରକ ଜିଲ୍ଲାର ବାସୁଦେବପୁର, ଭଣ୍ଡାରିପୋଖରୀ, ଚାନ୍ଦବାଲି, ଧାମନଗର ଓ ତିହିଡି ବ୍ଲକର ବନ୍ୟା ପ୍ରଭାବିତ ଅଞ୍ଚଳର ସମସ୍ତ ବିଦ୍ୟାଳୟ ସୋମବାର ବନ୍ଦ ରହିବ। ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟଙ୍କ ନିର୍ଦ୍ଦେଶକ୍ରମେ ଏହି ଘୋଷଣା କରାଯାଇଛି।

ପ୍ରଶାସନ ପକ୍ଷରୁ ଅଭିଭାବକମାନଙ୍କୁ ସହଯୋଗ କରିବା ସହ ପିଲାମାନଙ୍କୁ ସୁରକ୍ଷିତ ସ୍ଥାନରେ ରଖିବାକୁ ଅନୁରୋଧ କରାଯାଇଛି। ସ୍କୁଲର ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀଙ୍କୁ ମଧ୍ୟ ଜରୁରୀ ପରିସ୍ଥିତି ପାଇଁ ସଜାଗ ରହିବାକୁ ନିର୍ଦ୍ଦେଶ ରହିଛି।

ମୟୂରଭଞ୍ଜରେ ପ୍ରବଳ ବର୍ଷା ଆଶଙ୍କା ଯୋଗୁଁ ସୋମବାର ପ୍ରଥମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ବନ୍ଦ ରହିବ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଶିକ୍ଷାଧିକାରୀ ଏନେଇ ଘୋଷଣା କରିଛନ୍ତି।

ଆସନ୍ତା ୧୭ ଅଗଷ୍ଟରେ କେନ୍ଦୁଝରରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଭାରତୀୟ ପାଣିପାଗ ବିଭାଗ ରେଡ୍ ୱାର୍ଣ୍ଣିଂ ଜାରି କରିଛି। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ ସହ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଜନସାଧାରଣଙ୍କୁ ଅନାବଶ୍ୟକ ଯାତ୍ରାରୁ ଦୂରେଇ ରହିବାକୁ ମଧ୍ୟ ପ୍ରଶାସନ ପରାମର୍ଶ ଦେଇଛି।

ବନ୍ୟା ଓ ବର୍ଷାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଏକାଧିକ ଜିଲ୍ଲାରେ ଶିକ୍ଷାନୁଷ୍ଠାନ ବନ୍ଦ ଘୋଷଣା ହେବା ସହ ପରୀକ୍ଷା ବାତିଲ କରାଯାଇଛି। ଆଗାମୀ ଘଣ୍ଟାଗୁଡ଼ିକରେ ପାଣିପାଗ ଓ ବନ୍ୟା ସ୍ଥିତି ଅନୁଧ୍ୟାନ କରି ପ୍ରଶାସନ ପରବର୍ତ୍ତୀ ନିଷ୍ପତ୍ତି ନେଇପାରେ।

Odisha Flood ଉତ୍କଳ ବିଶ୍ବବିଦ୍ୟାଳୟ
Share. Facebook Twitter LinkedIn Email WhatsApp Copy Link

Related Posts

୧୫ ଲକ୍ଷ ଲାଞ୍ଚ ନେଉଥିବା ବେଳେ ନିର୍ଦ୍ଦେଶକଙ୍କ ପୁଅଙ୍କ ସମେତ ରେଳ ଇଞ୍ଜିନିୟର ଗିରଫ

August 16, 2026

ଟ୍ରକ-ଟ୍ରଲର ମୁହାଁମୁହିଁ ଧକ୍କା: ଦୁଇ ଚାଳକ ଗୁରୁତର, ୧୨ଘଣ୍ଟା ରାସ୍ତା ଜାମ

August 16, 2026

ରୁଷ ବିରୁଦ୍ଧରେ ବଡ଼ ବିମାନ ଆକ୍ରମଣ କଲା ୟୁକ୍ରେନ: ଧୂଆଁ ଧୂଆଁ ହେଲା ଆକାଶ

August 16, 2026

ନୂତନ ଆରକ୍ଷୀ ମହାନିର୍ଦ୍ଦେଶକଙ୍କ ଦାୟିତ୍ୱ ଗ୍ରହଣ

August 16, 2026
Latest News

Odisha Flood Alert: ୪ ଜିଲ୍ଲାରେ ସ୍କୁଲ ବନ୍ଦ, ଉତ୍କଳ ବିଶ୍ବବିଦ୍ୟାଳୟ ପରୀକ୍ଷା ବାତିଲ

August 16, 2026

୧୫ ଲକ୍ଷ ଲାଞ୍ଚ ନେଉଥିବା ବେଳେ ନିର୍ଦ୍ଦେଶକଙ୍କ ପୁଅଙ୍କ ସମେତ ରେଳ ଇଞ୍ଜିନିୟର ଗିରଫ

August 16, 2026

ରଣପୁର ପ୍ରେସ କ୍ଲବରେ ପ୍ରଥମ ଥର ପାଇଁ ପାଳିତ ହେଲା ୮୦ତମ ସ୍ୱାଧୀନତା ଦିବସ

August 16, 2026

ଟ୍ରକ-ଟ୍ରଲର ମୁହାଁମୁହିଁ ଧକ୍କା: ଦୁଇ ଚାଳକ ଗୁରୁତର, ୧୨ଘଣ୍ଟା ରାସ୍ତା ଜାମ

August 16, 2026

ରୁଷ ବିରୁଦ୍ଧରେ ବଡ଼ ବିମାନ ଆକ୍ରମଣ କଲା ୟୁକ୍ରେନ: ଧୂଆଁ ଧୂଆଁ ହେଲା ଆକାଶ

August 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.