Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଚିଲିକାରେ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତର ଉଦଘାଟନ କଲେ ହାଇକୋର୍ଟର ମୁଖ୍ୟ ବିଚାରପତି
ଆଜିର ଖବର

ଚିଲିକାରେ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତର ଉଦଘାଟନ କଲେ ହାଇକୋର୍ଟର ମୁଖ୍ୟ ବିଚାରପତି

January 23, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ଚିଲିକା: ବହୁ ଦିନର ଆଶା ଆକାଂକ୍ଷର ଅନ୍ତ ଘଟାଇ ଚିଲିକା ବ୍ଲକରେ ଆଜି ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ନ୍ୟାୟାଳୟର ଆନୁଷ୍ଠାନିକ ଭାବେ ଉଦଘାଟନ ହୋଇଯାଇଛି। ଏହି କୋର୍ଟ ପ୍ରତିଷ୍ଠା ପରେ ଗ୍ରାମାଞ୍ଚଳର ଗରିବ ଅଭାବି ଲୋକମାନେ ଖର୍ଚ୍ଚାନ୍ତରୁ ମୁକ୍ତି ପାଇବେ। ସେମାନେ ଉପର କୋର୍ଟକୁ ନ ଯାଇ ଏହି କୋର୍ଟରେ ସ୍ୱଳ୍ପ ଖର୍ଚ୍ଚରେ ନିଜ ନିଜର ଅଭିଯୋଗକୁ ଦାୟର କରିବାର ସୁଯୋଗ ପାଇପାରିବେ। ଏବଂ ଶୀଘ୍ର ନ୍ୟାୟ ପାଇପାରିବେ।

ଉକ୍ତ ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଓଡିଶା ଉଚ୍ଚ ନ୍ୟାୟାଳୟ ର ମୁଖ୍ୟ ବିଚାରପତି ନ୍ୟାୟମୂର୍ତ୍ତି ଡକ୍ଟର ଏସ. ମୁରଲୀଧର ଉପସ୍ଥିତ ଥିଲେ। ଅନ୍ୟ ଅତିଥି ରୂପେ ଉଚ୍ଚ ନ୍ୟାୟାଳୟ ର ନ୍ୟାୟମୂର୍ତ୍ତି ଏସ.କେ ମିଶ୍ର, ନ୍ୟାୟମୂର୍ତ୍ତି ସାବିତ୍ରୀ ରାଥୋ ଓ ଖୋରଧା ଜିଲ୍ଲା ଜର୍ଜ ଲୋକନାଥ ମହାପାତ୍ର ଉପସ୍ଥିତ ଥିଲେ। ତତ୍ ସହିତ କାର୍ଯ୍ୟକ୍ରମରେ ଜିଲ୍ଲା ଆରକ୍ଷୀ ଅଧିକାରୀ ଅଜୟ ପ୍ରତାପ ସ୍ୱାଇଁ, ଜିଲ୍ଲାପାଳ ସନତ କୁମାର ମହାନ୍ତି, ଉପଜିଲ୍ଲାପାଳ ଅଶୋକ ବେଉରିଆ, ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, ପୂର୍ବତନ ବିଧାୟକ ରଘୁନାଥ ସାହୁ, ପୂର୍ବତନ ମନ୍ତ୍ରୀ ଦେବେନ୍ଦ୍ରନାଥ ମାନସିଂହ, ଚିଲିକା ତହସିଲଦାର ପୁନମ ମହାପାତ୍ର, ଚିଲିକା ବିଡ଼ିଓ ସୁଷମା ବାରିକ, ସ୍ଥାନୀୟ ଲୋକପ୍ରତିନିଧି, ବାଣପୁର, ଚିଲିକା ଓ ଟାଙ୍ଗି ଅଂଚଳର ଓକିଲ ସଂଘର କର୍ମକର୍ତ୍ତା, ଗଣମାଧ୍ୟମ ପ୍ରତିନିଧି, ବହୁ ଆଇନଜୀବୀ ଓ ସ୍ଥାନୀୟ ବୁଦ୍ଧିଜୀବି ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ ଚିଲିକା ବାର ଆସୋସିଏସନ ସଭାପତି ହରେ କୃଷ୍ଣ ଜଗଦ୍ଦେବ ଓ ସମ୍ପାଦକ ପ୍ରଦୋଷ ଦାସ ସଂଯୋଜନା କରିଥିଲେ।

ଚିଲିକା ମୁଖ୍ୟ ବିଚାରପତି ହାଇକୋର୍ଟ
Share. Facebook Twitter LinkedIn Email WhatsApp Copy Link

Related Posts

ଗଜପତିର ପ୍ରବାସୀ ଶ୍ରମିକଙ୍କ ମରଶରୀରକୁ ଆଣିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବ୍ରହ୍ମପୁର ସାଂସଦ

June 22, 2026

ନୂଆ ପାଠ୍ୟପୁସ୍ତକକୁ ନେଇ ବିବାଦ: ତ୍ରୁଟି, ଟେଣ୍ଡର ଓ ୨୧ କୋଟିର ପ୍ରଶ୍ନ

June 22, 2026

ନା ବିରାଟ, ନା ରୋହିତ…ଏହି ଭାରତୀୟ ଖେଳାଳିଙ୍କୁ ବୋଲିଂ କରିବା କଷ୍ଟ: ଜୋଫ୍ରା ଆର୍ଚରଙ୍କ ବଡ ବୟାନ

June 22, 2026

ପ୍ରେମ, ପ୍ରତିଶ୍ରୁତି ଓ ପ୍ରତାରଣା: ସରକାରୀ ଡାକ୍ତରଙ୍କ ବିରୋଧରେ ୩୦ ଲକ୍ଷର ସୁନା ଠକେଇ ଅଭିଯୋଗ

June 22, 2026
Latest News

ଗଜପତିର ପ୍ରବାସୀ ଶ୍ରମିକଙ୍କ ମରଶରୀରକୁ ଆଣିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବ୍ରହ୍ମପୁର ସାଂସଦ

June 22, 2026

ନୂଆ ପାଠ୍ୟପୁସ୍ତକକୁ ନେଇ ବିବାଦ: ତ୍ରୁଟି, ଟେଣ୍ଡର ଓ ୨୧ କୋଟିର ପ୍ରଶ୍ନ

June 22, 2026

ଟିଏମସି ବିଦ୍ରୋହୀ ଗୋଷ୍ଠୀର ବଡ଼ ନିଷ୍ପତ୍ତି: ଅଧ୍ୟକ୍ଷ ପଦରୁ ହଟିଲେ ମମତା, ଅଭିଷେକ ବାନାର୍ଜୀ ନିଲମ୍ବିତ

June 22, 2026

ନା ବିରାଟ, ନା ରୋହିତ…ଏହି ଭାରତୀୟ ଖେଳାଳିଙ୍କୁ ବୋଲିଂ କରିବା କଷ୍ଟ: ଜୋଫ୍ରା ଆର୍ଚରଙ୍କ ବଡ ବୟାନ

June 22, 2026

ପ୍ରେମ, ପ୍ରତିଶ୍ରୁତି ଓ ପ୍ରତାରଣା: ସରକାରୀ ଡାକ୍ତରଙ୍କ ବିରୋଧରେ ୩୦ ଲକ୍ଷର ସୁନା ଠକେଇ ଅଭିଯୋଗ

June 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.