କରୋନା ଅପଡେଟ୍‌: ଗତ ୨୪ ଘଣ୍ଟାରେ ଦେଶରେ ୧୪ ହଜାର ୮୪୯ ନୂଆ କରୋନା ପଜିଟିଭ ଚିହ୍ନଟ

Published: Jan 24, 2021, 10:36 am IST

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୧୪ ହଜାର ୮୪୯ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଗତ ୧୫୫ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୧କୋଟି ୬ ଲକ୍ଷ ୫୪ ହଜାର ୫୩୩ ରେ ପହଞ୍ଚିଛି।

ସେହିପରି ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୩ ହଜାର ୩୯୯ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୩ ଲକ୍ଷ ୧୬ ହଜାର ୭୮୬ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାର ଆକ୍ଟିଭ୍‌ କେସ୍‌ ୨ ଲକ୍ଷ ତଳକୁ ଖସିଛି। ଦେଶରେ କରୋନାରୁ ୧ ଲକ୍ଷ ୮୪ ହଜାର ୪୦୮  ଆକ୍ଟିଭ୍‌ କେସ୍ ରହିଛି।

Related posts