ମହାପ୍ରଭୁଙ୍କ ଦର୍ଶନ ଲାଗି ହଟିଲା ବ୍ୟାରିକେଡ ବ୍ୟବସ୍ଥା

Published: Jan 24, 2021, 1:20 pm IST

ପୁରୀ: ଧୀରେ ଧୀରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କଟକଣା ଉଠାଇବା ଆରମ୍ଭ ହୋଇଛି। ଗତ ୨୧ ତାରିଖ ଠାରୁ ଭକ୍ତମାନଙ୍କ କୋଭିଡ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ ନିଷ୍ପତ୍ତିକୁ ହଟାଯାଇଥିବା ବେଳେ ଆଜି ମହାପ୍ରଭୁଙ୍କ ଦର୍ଶନ ଲାଗି ବ୍ୟାରିକେଡ ବ୍ୟବସ୍ଥାକୁ ହଟାଇ ଦିଆଯାଇଛି।  ଜଗନ୍ନାଥବଲ୍ଲଭ ଠାରୁ ମରିଚିକୋଟ ପର୍ଯ୍ୟନ୍ତ ବ୍ୟାରିକେଡ ହଟାଇବାକୁ ନିଷ୍ପତ୍ତି ହୋଇଛି। ଶ୍ରଦ୍ଧାଳୁଙ୍କ ଠାରୁ ମତାମତ ଗ୍ରହଣ ପରେ ଏହି ନିଷ୍ପତ୍ତି ନିଆଯାଇଛି। ଏନେଇ ପୁରୀ ଏସପି ସୂଚନା ଦେଇଛନ୍ତି। ବ୍ୟାରିକେଡ ଯୋଗୁଁ ପ୍ରାୟ ଦୁଇ କିଲୋମିଟର ପର୍ଯ୍ୟନ୍ତ ଭକ୍ତଙ୍କୁ ଚାଲିବାକୁ ପଡୁଥିଲା।

ହେଲ ଆଜି ଶ୍ରୀମନ୍ଦିର ବନ୍ଦ ରହିଛି। ଶ୍ରୀମନ୍ଦିର ପରିସର ସାନିଟାଇଜ କରାଯାଉଥିବାରୁ ଆଜି ଦର୍ଶନ ବନ୍ଦ ରହିଛି। କିନ୍ତୁ ଭକ୍ତମାନଙ୍କ ପାଇଁ କୋଭିଡ଼ କଟକଣା ଜାରି ରହିବ। ଭକ୍ତମାନେ ହାତ ସାନିଟାଇଜ୍ କରିବା ସହ ସାମାଜିକ ଦୂରତା ରକ୍ଷା କରିବେ। ଦେବାଦେବୀଙ୍କୁ ସ୍ପର୍ଶ କରିପାରିବେ ନାହିଁ। ଶ୍ରୀମନ୍ଦିର ଭିତରେ ପାନ ଓ ଗୁଟଖା ଛେପ ପକାଇବା ମନା।

Related posts