Categories
ଆଜିର ଖବର ଧର୍ମ ରାଜ୍ୟ ଖବର ସଂସ୍କୃତି

ଭକ୍ତଙ୍କ ପାଇଁ ଖୁସି ଖବର: ଚଳିତ ବର୍ଷ ସ୍ନାନଯାତ୍ରାରେ ମହାପ୍ରଭୁଙ୍କ ଦର୍ଶନ କରିପାରିବ ଶ୍ରଦ୍ଧାଳୁ

ପୁରୀ: ଆଜି ଭକ୍ତଙ୍କ ପାଇଁ ଖୁସି ଖବର ମିଳିଛି। ମହାପ୍ରଭୁଙ୍କ ସ୍ନାନଯାତ୍ରା ନିମନ୍ତେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଦଇତାପତି ନିଯୋଗ ବୈଠକରେ ଏକ ବଡ ନିଷ୍ପତ୍ତି ନିଆଯାଇଛି। କରୋନା ଯୋଗୁଁ ସ୍ନାନ ଯାତ୍ରା ପାଇଁ କଟକଣା ଲାଗିଥିଲା। କିନ୍ତୁ ଚଳିତ ବର୍ଷ ସ୍ନାନ ଯାତ୍ରା ଦେଖିବା ପାଇଁ ଭକ୍ତମାନଙ୍କୁ ଅନୁମତି ମିଳିବ। ପୂର୍ବଭଳି ଭକ୍ତମାନେ ସ୍ନାନବେଦୀ ତଳ ରାସ୍ତା ଦେଇ ପ୍ରଦିକ୍ଷଣ କରିବା ସହ ହାତୀବେଶକୁ ସ୍ନାନବେଦୀ ଉପରେ ଚଢ଼ି ମହାପ୍ରଭୁଙ୍କ ଦର୍ଶନ କରିବାର ବ୍ୟବସ୍ଥା କରାଯିବ।

ସେହିପରି ହାତୀ ବେଶ ପରେ ସ୍ନାନ ବେଦୀ ଉପରକୁ ଯାଇ ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କ ଦର୍ଶନ ପାଇଁ ବ୍ୟବସ୍ଥା କରିବାକୁ ପ୍ରସ୍ତାବ ଦିଆଯାଇଛି। କିନ୍ତୁ ଶ୍ରୀବିଗ୍ରହମନଙ୍କୁ ଶ୍ରଦ୍ଧାଳୁମାନେ ସ୍ପର୍ଶ କରି ପାରିବେ ନାହିଁ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଦଇତାପତି ନିଯୋଗ ବୈଠକ ପରେ ଏହି ସୂଚନା ଦିଆଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ରାଷ୍ଟ୍ରପତିଙ୍କ ଦୁଇ ଦିନିଆ ଓଡ଼ିଶା ଗସ୍ତ: ମହାପ୍ରଭୁଙ୍କୁ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କଲେ

ପୁରୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜିଠାରୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ସେ ଭୁବନେଶ୍ଵର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରୁ ଶ୍ରୀମନ୍ଦିର ଅଭିମୁଖେ ଯାତ୍ରା କରିଛନ୍ତି। ବର୍ତ୍ତମାନ ଶ୍ରୀମନ୍ଦିରରେ ରାଷ୍ଟ୍ରପତି ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି।

ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ରାଷ୍ଟ୍ରପତିଙ୍କ ସହ ଓଡିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମଧ୍ୟ ଅଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଶ୍ରଦ୍ଧାଳୁମାନଙ୍କ ପାଇଁ ଖୁସି ଖବର: ମହାପ୍ରଭୁଙ୍କ ଦର୍ଶନ ଲାଗି ଉଠିବ କଟକଣା

ପୁରୀ: ଆଜି ଶ୍ରଦ୍ଧାଳୁମାନଙ୍କ ପାଇଁ ଖୁସି ଖବର ମିଳିଛି। ଦୀର୍ଘ ଦୁଇ ବର୍ଷ ପରେ ମହାପ୍ରଭୁଙ୍କୁ ମନ ଭରି ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁମାନଙ୍କୁ ସୁଯୋଗ ମିଳିଛି। ଏତେ ଦିନ ପରେ ଶ୍ରୀମନ୍ଦିରରେ ଜଗା ଦର୍ଶନ ସ୍ଵାଭାବିକ ହେବ।

ଆସନ୍ତା ୨୧ ତାରିଖରୁ ଶ୍ରଦ୍ଧାଳୁମାନେ ମନ ଭରି ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ। ଆସନ୍ତା ୨୧ ତାରିଖରୁ ସମସ୍ତ କରୋନା କଟକଣା ଉଠିଯିବ। କିନ୍ତୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ଶ୍ରୀମନ୍ଦିରରେ ପ୍ରବେଶ ପାଇଁ ଯେଉଁ ଟୀକା ପ୍ରମାଣପତ୍ର ଆବଶ୍ୟକ ହେଉଥିଲା, ସେଥିରୁ ଏବେ ଶ୍ରଦ୍ଧାଳୁମାନଙ୍କୁ କୋହଳ କରାଯାଇଛି।

Categories
ଆଜିର ଖବର ଧର୍ମ ରାଜ୍ୟ ଖବର ସଂସ୍କୃତି

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ଲାଗି ଜାରି ହେଲା ମାର୍ଗଦର୍ଶିକା: କାଲିଠୁ ସେବାୟତଙ୍କ ପରିବାରଙ୍କୁ ଅନୁମତି

ପୁରୀ: ଏଣିକି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ। ସେଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ଏକ ମାର୍ଗଦର୍ଶିକା ଜାରି କରିଛି। ଆସନ୍ତାକାଲିଠୁ ସେବାୟତଙ୍କ ପରିବାରଙ୍କୁ ଦର୍ଶନ ପାଇଁ ଅନୁମତି ମିଳିଥିବା ବେଳେ ଆସନ୍ତା ୧୬ ତାରିଖରୁ ପର୍ଯ୍ୟାୟକ୍ରମେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କୁ ଅନୁମତି ମିଳିଛି।

ପ୍ରଥମ ପର୍ଯ୍ୟାୟ ତଥା ୧୬ ତାରିଖରୁ ୨୦ ତାରିଖ ଯାଏଁ ପୁରୀ ବାସୀଙ୍କୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଅନୁମତି ମିଳିଛି। ଅଗଷ୍ଟ ୨୧ ତାରିଖ ଏବଂ ୨୨ ତାରିଖରେ ସପ୍ତାହନ୍ତ ସଟଡାଉନ ଥିବାରୁ ଏହି ଦିନ ଶ୍ରୀମନ୍ଦିରରେ ପ୍ରବେଶ ପାଇଁ କଟକଣା ଲଗାଯାଇଛି। ପ୍ରତ୍ୟେକ ସପ୍ତାହନ୍ତ ସଟଡାଉନ ଏବଂ ପର୍ବପର୍ବାଣିରେ ଶ୍ରୀମନ୍ଦିରରେ ପ୍ରବେଶ ପାଇଁ ଅନୁମତି ନାହିଁ। ହେଲେ ୨୩ ତାରିଖ ଠାରୁ ସମସ୍ତ ଶ୍ରଦ୍ଧାଳୁଙ୍କୁ ଦର୍ଶନ ପାଇଁ ଅନୁମତି ମିଳିଛି।

ତେବେ ସେଥିପାଇଁ ଶ୍ରଦ୍ଧାଳୁମାନେ ଉଭୟ ଡୋଜ ଟୀକା ନେଇଥିବା ଆବଶ୍ୟକ କିମ୍ବା ୯୬ ଘଣ୍ଟା ପୂର୍ବର ଆରଟିପିସିଆର ନେଗେଟିଭ ରିପୋର୍ଟ ଦେଖେଇବା ଅନିବାର୍ଯ୍ୟ। ସକାଳ ୭ ଟାରୁ ସନ୍ଧ୍ୟା ୭ ଟା ଯାଏଁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଅନୁମତି ମିଳିଛି। କୋଭିଡ କଟକଣାକୁ ମାନି ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ରଥଯାତ୍ରା ଭଳି ଏଥର ବିନା ଭକ୍ତରେ ହେବ ଦେବସ୍ନାନ ପୂର୍ଣ୍ଣିମା: ଜୁଲାଇ ୨୫ ଯାଏଁ ମହାପ୍ରଭୁଙ୍କ ଦର୍ଶନ ମନା

ପୁରୀ: ଚଳିତ ବର୍ଷ ରଥ ଯାତ୍ରା ଭଳି ଦେବସ୍ନାନ ପୂର୍ଣ୍ଣିମା ମଧ୍ୟ ବିନା ଭକ୍ତରେ ଅନୁଷ୍ଠିତ ହେବ। ଆଜି ମୁଖ୍ୟ ପ୍ରଶାସକ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା।

ଏହି ବୈଠକରେ ବିନା ଭକ୍ତରେ ଦେବସ୍ନାନ ପୂର୍ଣ୍ଣିମା ଆୟୋଜନ କରିବାକୁ ନିଷ୍ପତ୍ତି ହୋଇଛି। ଏହାସହ ଜୁଲାଇ ୨୫ ତାରିଖ ପର୍ଯ୍ୟନ୍ତ ଶ୍ରୀମନ୍ଦିର ବନ୍ଦ ରହିବା ନେଇ ନିଷ୍ପତ୍ତି ହୋଇଛି। ଜୁଲାଇ ୨୫ ତାରିଖ ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କୁ ମହାପ୍ରଭୁଙ୍କ ଦର୍ଶନ ଉପରେ ରୋକ ଲଗାଯାଇଛି। ରଥ ଯାତ୍ରା ପରେ ମହାପ୍ରଭୁଙ୍କ ଦର୍ଶନ ଉପରେ ନିଷ୍ପତ୍ତି ନିଆଯିବ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରୀଷନ କୁମାର ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବଢିଲା କଟକଣା ଅବଧି : ମହାପ୍ରଭୁଙ୍କ ଦର୍ଶନ ଲାଗି ଶ୍ରଦ୍ଧାଳୁଙ୍କୁ କରିବାକୁ ପଡିବ ଅପେକ୍ଷା

ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କଟକଣା ଅବଧିକୁ ପୁଣିଥରେ ବୃଦ୍ଧି କରାଯାଇଛି। କରୋନା ସଂକ୍ରମଣକୁ ଦେଖି କଟକଣା ଅବଧିକୁ ବୃଦ୍ଧି କରାଯାଇଛି। ଜୁନ୍ ୧୫ ତାରିଖ ଯାଏଁ ଏହି କଟକଣା ବଳବତ୍ତର ରହିବ। କୋଭିଡ଼ ସ୍ଥିତିକୁ ନେଇ ଆଜି ବସିଥିବା ସମୀକ୍ଷା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ତେଣୁ ଜୁନ୍ ୧୫ ତାରିଖ ଯାଏଁ ଶ୍ରଦ୍ଧାଳୁମାନଙ୍କୁ ଶ୍ରୀମନ୍ଦିର ପ୍ରବେଶ ଉପରେ କଟକଣା ଲାଗିଛି। ଏହି ସମୟରେ କେବଳ ମହାପ୍ରଭୁଙ୍କ ରୀତିକାନ୍ତି ଚାଲିବ। ଶ୍ରୀମନ୍ଦିର କାର୍ଯ୍ଯାଳୟ ପକ୍ଷରୁ ଏନେଇ ସୂଚନା ମିଳିଛି।

Categories
ଆଜିର ଖବର ରାଜ୍ୟ ଖବର

ଶ୍ରୀମନ୍ଦିର ପ୍ରଶାସନର ବଡ ନିଷ୍ପତ୍ତି: ବନ୍ଦ ହେଲା ମହାପ୍ରଭୁଙ୍କ ଦର୍ଶନ

ପୁରୀ: ଶ୍ରୀମନ୍ଦିରରେ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କୁ ବାରଣ କରାଯାଇଛି। ଆଜିଠୁ ମେ’ ୧୫ ପର୍ଯ୍ୟନ୍ତ ଭକ୍ତଙ୍କୁ ମାହାପ୍ରଭୁଙ୍କ ଦର୍ଶନ ଉପରେ ରୋକ୍ ଲଗାଯାଇଛି। କରୋନା ସଂକ୍ରମଣ ବୃଦ୍ଧିକୁ ଦେଖି ଶ୍ରୀମନ୍ଦିର ପ୍ରଶାସନ ଏଭଳି କଟକଣା ଲଗାଇଛି।

ଆଜି ଛତିଶା ନିଯୋଗ ଭର୍ଚୁଆଲ ବୈଠକରେ ଶ୍ରୀମନ୍ଦିର ବନ୍ଦ ପାଇଁ ସେବାୟତମାନେ ପ୍ରସ୍ତାବ ଦେଇଥିଲେ। ଯାହାଫଳରେ ଭକ୍ତଙ୍କୁ ମେ’ ୧୫ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ ଲାଗି ବନ୍ଦ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ଲାଗି ବଢିଲା କଟକଣା

ଭୁବନେଶ୍ଵର: ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ଲାଗି ନୂଆ କଟକଣା ଲାଗୁ କରାଯାଇଛି। ଏବେ ଶନିବାର ଏବଂ ରବିବାର ଦିନ ଶ୍ରୀମନ୍ଦିର ବନ୍ଦ ରହିବ। ପୂର୍ବରୁ ଶ୍ରୀମନ୍ଦିର କେବଳ ରବିବାର ଦିନ ବନ୍ଦ ରହୁଥିଲା। କରୋନା ସଂକ୍ରମଣ ବୃଦ୍ଧିକୁ ଦେଖି ଏଭଳି ନିଷ୍ପତ୍ତି ନିଆଯାଇଛି। ଆସନ୍ତା ୨୪ ତାରିଖରୁ ଏହି ନିୟମ ଲାଗୁ କରାଯିବ।

ଏହାସହିତ ବାହାରୁ ଆସୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି। ଶ୍ରୀମନ୍ଦିରର ବାହାର କାଠ ନିକଟରୁ ସର୍ବସାଧାରଣଙ୍କ ଦର୍ଶନ ପାଇଁ ଅନୁମତି। ଛତିଶା ନିଯୋଗ କମିଟି ଦ୍ଵାରା ଏଭଳି ନିଷ୍ପତ୍ତି ହୋଇଛି। ଏନେଇ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ମହାପ୍ରଭୁଙ୍କ ଦର୍ଶନ ଲାଗି ହଟିଲା ବ୍ୟାରିକେଡ ବ୍ୟବସ୍ଥା

ପୁରୀ: ଧୀରେ ଧୀରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କଟକଣା ଉଠାଇବା ଆରମ୍ଭ ହୋଇଛି। ଗତ ୨୧ ତାରିଖ ଠାରୁ ଭକ୍ତମାନଙ୍କ କୋଭିଡ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ ନିଷ୍ପତ୍ତିକୁ ହଟାଯାଇଥିବା ବେଳେ ଆଜି ମହାପ୍ରଭୁଙ୍କ ଦର୍ଶନ ଲାଗି ବ୍ୟାରିକେଡ ବ୍ୟବସ୍ଥାକୁ ହଟାଇ ଦିଆଯାଇଛି।  ଜଗନ୍ନାଥବଲ୍ଲଭ ଠାରୁ ମରିଚିକୋଟ ପର୍ଯ୍ୟନ୍ତ ବ୍ୟାରିକେଡ ହଟାଇବାକୁ ନିଷ୍ପତ୍ତି ହୋଇଛି। ଶ୍ରଦ୍ଧାଳୁଙ୍କ ଠାରୁ ମତାମତ ଗ୍ରହଣ ପରେ ଏହି ନିଷ୍ପତ୍ତି ନିଆଯାଇଛି। ଏନେଇ ପୁରୀ ଏସପି ସୂଚନା ଦେଇଛନ୍ତି। ବ୍ୟାରିକେଡ ଯୋଗୁଁ ପ୍ରାୟ ଦୁଇ କିଲୋମିଟର ପର୍ଯ୍ୟନ୍ତ ଭକ୍ତଙ୍କୁ ଚାଲିବାକୁ ପଡୁଥିଲା।

ହେଲ ଆଜି ଶ୍ରୀମନ୍ଦିର ବନ୍ଦ ରହିଛି। ଶ୍ରୀମନ୍ଦିର ପରିସର ସାନିଟାଇଜ କରାଯାଉଥିବାରୁ ଆଜି ଦର୍ଶନ ବନ୍ଦ ରହିଛି। କିନ୍ତୁ ଭକ୍ତମାନଙ୍କ ପାଇଁ କୋଭିଡ଼ କଟକଣା ଜାରି ରହିବ। ଭକ୍ତମାନେ ହାତ ସାନିଟାଇଜ୍ କରିବା ସହ ସାମାଜିକ ଦୂରତା ରକ୍ଷା କରିବେ। ଦେବାଦେବୀଙ୍କୁ ସ୍ପର୍ଶ କରିପାରିବେ ନାହିଁ। ଶ୍ରୀମନ୍ଦିର ଭିତରେ ପାନ ଓ ଗୁଟଖା ଛେପ ପକାଇବା ମନା।

Categories
ଆଜିର ଖବର ରାଜ୍ୟ ଖବର

ମହାପ୍ରଭୁଙ୍କ ଦର୍ଶନ ପାଇଁ ନୂଆ ଏସଓପି ଜାରି: ଶ୍ରୀମନ୍ଦିର ଭିତରକୁ ଦୀପ ନେବା ମନା

ପୁରୀ: ମହାପ୍ରଭୁଙ୍କ ଦର୍ଶନ ପାଇଁ ନୂଆ ଏସଓପି ଜାରି କରାଯାଇଛି। ଦୀର୍ଘ ୯ ମାସ ଧରି କାଳିଆ ଦର୍ଶନ ପାଇଁ ଯେଉଁ କଟକଣା ଲାଗିଥିଲା ତାହାର ଅନ୍ତ ଘଟିଛି। ବହୁ ପ୍ରତୀକ୍ଷା ପରେ ଭକ୍ତଙ୍କୁ କାଳିଆ ଦର୍ଶନ ପାଇଁ ଅନୁମତି ମିଳିଛି।

ତେବେ କାଳିଆକୁ ଦର୍ଶନ କରିବା ପାଇଁ କିଛି ନୂତନ କଟକଣା ଲାଗୁ କରାଯାଇଛି। ଶ୍ରୀମନ୍ଦିର ଭିତରେ ଦୀପ ଜାଳିବାକୁ ସଂପୂର୍ଣ୍ଣ ବାରଣ କରାଯାଇଛି। ଶ୍ରୀମନ୍ଦିର ଭିତରକୁ ଭୋଗ, ଫୁଲ, ଦୀପ ନେବା ମନା। ଏହା ସହ ମନ୍ଦିର ଭିତରେ କୌଣସି ପ୍ରତିମାକୁ ବି ଛୁଇଁପାରିବେନି ଭକ୍ତ। ମନ୍ଦିର ଭିତରେ ଓ ବାହାରେ ମାସ୍କ୍ ପିନ୍ଧିବା ଜରୁରୀ। ମନ୍ଦିର ଭିତରକୁ ଯିବା ସମୟରେ ପ୍ରତ୍ୟକ ଭକ୍ତ ଓ ଶ୍ରଦ୍ଧାଳୁ ହାତକୁ ସାନିଟାଇଜ କରିବେ। ସେହିପରି ମନ୍ଦିର ଭିତରେ ପାନ ଓ ଗୁଟଖା ଖାଇବା ମଧ୍ୟ ନିଷେଧ କରାଯାଇଛି।

ତେବେ ସେବାୟତମାନେ ପ୍ରଥମ ପର୍ଯ୍ୟାୟରେ ମାହାପ୍ରଭୁଙ୍କ ଦର୍ଶନ କରୁଛନ୍ତି। ୨୫ ତାରିଖ ପର୍ଯ୍ୟନ୍ତ କେବଳ ପରିଚୟପତ୍ର ଦେଖାଇ ସେବାୟତ ଓ ସେମାନଙ୍କ ପରିବାର ଯେକୌଣସି ଦ୍ୱାରରେ ପ୍ରବେଶ କରି ଦର୍ଶନ କରିପାରିବେ। ଭିନ୍ନକ୍ଷମଙ୍କ ପାଇଁ ଉତ୍ତରଦ୍ବାରରେ ଦର୍ଶନ ବ୍ୟବସ୍ଥା କରାଯାଇଛି। ଅସୁସ୍ଥ ଲୋକ, ୧୦ ବର୍ଷରୁ କମ ଏବଂ ୬୫ ବର୍ଷରୁ ଅଧିକ ଲୋକଙ୍କୁ ଶ୍ରୀମନ୍ଦିରକୁ ନ ଆସିବା ପାଇଁ ଅନୁରୋଧ କରିଛି ଜିଲ୍ଲା ପ୍ରଶାସନ। ୨୬ ତାରିଖ ସକାଳ ସାଢେ ୭ଟାରୁ ପୁରୀବାସୀଙ୍କ ପାଇଁ ଦର୍ଶନ ଆରମ୍ଭ ହେବ। ତେବେ ପୁରୀ ବାହାରୁ ଆସୁଥିବା ଭକ୍ତ ମାନଙ୍କ ପାଇଁ କୋଭିଡ୍ ନେଗେଟିଭ୍ ସାର୍ଟିଫିକେଟ ଦେଖାଇବା ଜରୁରୀ।