କୃଷି ନେତା ବିଏମ ସିଂହ କଂଗ୍ରେସ ଟିକେଟରୁ ନିର୍ବାଚନ ଲଢିଥିଲେ: ଅମିତ ମାଲବୀୟ

Published: Jan 28, 2021, 11:00 am IST

ନୂଆଦିଲ୍ଲୀ: ଟ୍ରାକ୍ଟର ପରେଡ଼ରେ ହିଂସା ଘଟଣା ପରେ ଦୁଇ କୃଷି ସଂଗଠନ ଆନ୍ଦୋଳନରୁ ଅଲଗା ହେବା ପାଇଁ ଘୋଷଣା କରିଛନ୍ତି। ସର୍ବପ୍ରଥମେ ରାଷ୍ଟ୍ରୀୟ କିଷାନ ମଜଦୂର ସଂଗଠନ ଏହି ଆନ୍ଦୋଳନରୁ ହଟିବା ନେଇ ଘୋଷଣା କରିଥିଲା। ଏହି ସଂଗଠନର ନେତା ବିଏମ ସିଂହ କଂଗ୍ରେସ ଟିକେଟରୁ ନିର୍ବାଚନ ଲଢିଥିଲେ ଏବଂ ମେନକା ଗାନ୍ଧୀଙ୍କ ସମ୍ପର୍କୀୟ ଭାଇ ଅଟନ୍ତି। ବିଏମ ସିଂହ ଦେଶର ଜଣେ ଧନୀ କୃଷକ ମଧ୍ୟରେ ଅନ୍ଯତମ। ସେ ୨୦୦୯ ଲୋକସଭା ନିର୍ବାଚନରେ ସମ୍ପତି ତାଲିକାରେ ୬୩୨ କୋଟି ଉଲ୍ଲେଖ କରିଥିଲେ। ବିଜେପିର ଆଇଟି ସେଲର ମୁଖ୍ୟ ଅମିତ ମାଲବୀୟ ଟୁଇଟ କରି ଏନେଇ ସୂଚନା ଦେଇଛନ୍ତି।

ସେ ତାଙ୍କର ଟୁଇଟରେ ଉଲ୍ଲେଖ କରିଛନ୍ତି ଯେ, ବିଏମ ସିଂହ ୨୦୦୪ ରେ ପିଲିଭିତରୁ କଂଗ୍ରେସ ଟିକେଟରେ ଭାରତୀୟ ଜଣା ପାର୍ଟିର ମେନକା ଗାନ୍ଧୀଙ୍କ ବିରୋଧରେ ଲଢିଥିଲେ। ଏହାସହିତ ୨୦୦୯ ରେ ମଧ୍ୟ ବରୁଣ ଗାନ୍ଧୀଙ୍କ ବିରୋଧରେ କଂଗ୍ରେସ ଟିକେଟରୁ ଲଢିଥିଲେ। ହେଲେ ସେ ଏହି ଲୋକସଭା ନିର୍ବାଚନରେ ଉଭୟ ଥର ପରାଜିତ ହୋଇଥିଲେ।

Related posts