
ଆମେରିକା ସ୍ପେଶ୍ ଏଜେନ୍ସୀ ନାସା ମଙ୍ଗଳବାର ଚିନ୍ତା ଜାହିର କରି କହିଛି ଭାରତ ଦ୍ୱାରା କରାଯାଇଥିବା ଆଣ୍ଟି ସାଟେଲାଇଟ୍ ମିସାଇଲ୍ ପରୀକ୍ଷଣ କାରଣରୁ ଅନ୍ତରୀକ୍ଷରେ ୪୦୦ ଟୁକୁଡା ପଥର ଦେଖିବାକୁ ମିଳିଛି। ଯେଉଁ କାରଣରୁ ଅନ୍ତରାଷ୍ଟ୍ରୀୟ ସ୍ପେଶ୍ ଷ୍ଟେସନ୍ରେ ଅନେକ ଅସୁବିଧାର ସମ୍ମୁଖିନ ହେବାକୁ ପଡିଛି। ନାସା ତରଫରୁ ଏହି କଥାକୁ ନାସା ମୁଖ୍ୟ ଜିମ୍ ବ୍ରିଡେନଷ୍ଟାଇନ୍ କହିଛନ୍ତି। ସେ କହିଛନ୍ତି ଯେ ଏହି ଟୁକୁଡା ଏତେ ବଡ ନୁହଁ ଯେ ତାକୁ ଟ୍ରେକ୍ କରାଯାଇପାରିବ। ସେ କହିଛନ୍ତି ଯେ ଏହି ପଥରଖଣ୍ଡ ଉପରେ ଆମର ନଜର ରହିଛି ବଡ ପଥରକୁ ଆମେ ଟ୍ରେକ୍ କରୁଛୁ। ଏହିଭଳି ୬୦ ଟି ଟୁକୁଡା ସାମ୍ନାକୁ ଆସିଛି। ସେ କହିଥିଲେ ଯେ ଏହିଭଳି ୨୪ ଟି ଟୁକୁଡା ଇଣ୍ଟରନ୍ୟାସନାଲ୍ ସ୍ପେଶ୍ ଷ୍ଟେସନ୍ ଉପରକୁ ଚାଲିଯାଇ ସ୍ପେଶ୍ ଷ୍ଟେସନ୍ ନିମନ୍ତେ ବିପଦ ସୃଷ୍ଟି କରିଛି। ବ୍ରିଡେନଷ୍ଟାଇନ୍ କହିଛନ୍ତି ଏହା ଅତ୍ୟନ୍ତ ଭୟାନକ। ଏହି କାରଣରୁ ପଥର ଅନ୍ତରାଷ୍ଟ୍ରୀୟ ସ୍ପେଶ୍ ଷ୍ଟେସନରୁ ମଧ୍ୟ ଉପରକୁ ଚାଲିଯାଇଛି। ଏହି କାରଣରୁ ଭବିଷ୍ୟତରେ ମଣିଷକୁ ଅନ୍ତରୀକ୍ଷରେ ପଠାଇବା ମୁସ୍କିଲ୍ ହୋଇଯିବ। ସେ କହିଥିଲେ,ଆମେରିକା ସେନା ଏହିଭଳି ପଥର ଖଣ୍ଡକୁ ଅନ୍ତରୀକ୍ଷରେ ଟ୍ରେକ୍ କରିଥାଏ। ସେନା ଏବେ ୧୦ ସେ.ମି. ରୁ ବଡ ୨୩ ହଜାର ଅବଜେକ୍ଟକୁ ଟ୍ରେକ୍ କରିଥାଏ ଯେଉଁଥିରୁ ୧୦ ହଜାର ଟୁକୁଡା ସ୍ପେଶ୍ ପଥରର ଅଂଶ ରହିଛି। ଆଇଏସ୍ଏସ୍ ଉପରେ ବିପଦର ମାତ୍ରା ୪୪ ପ୍ରତିଶତ ବଢିଯାଇଛି। ଏହି ମହାକାଶ କେନ୍ଦ୍ର ବର୍ତ୍ତମାନ ସୁଦ୍ଧା ସୁରକ୍ଷିତ ରହିଥିଲେ ମଧ୍ୟ ସମ୍ପୂର୍ଣ୍ଣ ଯାଞ୍ଚ ନସରିବା ପର୍ଯ୍ୟନ୍ତ ମହାକାଶଚାରୀଙ୍କୁ ପଠାଇବା ବିପଜ୍ଜନକ ରହିବ ବୋଲି ଜିମ୍ ବ୍ରିଡେନଷ୍ଟାଇନ୍ କହିଛନ୍ତି।