Categories
ବିଶେଷ ଖବର

ନିର୍ବାଚନ ପରେ ନାରୀ ସଶକ୍ତିକରଣର ଲକ୍ଷ୍ୟ ; ମିଶନ ଶକ୍ତି ପାଇଁ ଅଧିକ ଶକ୍ତି ଓ ସମ୍ବଳ ଯୋଗାଇଛନ୍ତି ନବୀନ ସରକାର

ସାଗରିକା 

ନବୀନ ସରକାରଙ୍କ ପଞ୍ଚମ ପାଳିର ବିଜୟ ପାଇଁ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଛି ମହିଳା ଭୋଟ୍‌ । ନିର୍ବାଚନ ପୂର୍ବରୁ ବିଜେଡି ସରକାର ମହିଳାଙ୍କ ବିକାଶ ଲାଗି ଅନେକ ଯୋଜନାର ପ୍ରସ୍ତାବ ରଖିଥିଲେ। ଚଳିତଥର ନିର୍ବାଚନରେ ୩୩ ପ୍ରତିଶତ ମହିଳା ସଂରକ୍ଷଣକୁ ଅଗ୍ରାଧିକାର ଦେଇଥିଲା ବିଜେଡ଼ି । ଲୋକସଭାରେ ଦଳ ନିଜ ତରଫରୁ ୩୩% ମହିଳାଙ୍କୁ ଟିକଟ ଦେଇଥିଲା।  ମହିଳା ସଶକ୍ତିକରଣ ଦିଗରେ ସରକାର ବିଶେଷ ଭୂମିକା ଗ୍ରହଣ କରିବେ ବୋଲି ନିର୍ବାଚନୀ ଇସ୍ତାହାରରେ ସ୍ପଷ୍ଟ ସଙ୍କେତ ଦେଇଥିଲେ।  ଆସିକା ଲୋକସଭା ଆସନରୁ ପ୍ରମିଳା ବିଶୋଇଙ୍କୁ ପ୍ରାର୍ଥୀ କରାଇ ବିଜେଡ଼ି ମହିଳା ସଶକ୍ତିକରଣ ଦିଗରେ ନିଜର ଆଭିମୁଖ୍ୟକୁ ଅଧିକ ସ୍ପଷ୍ଟ କରିଥିଲା ।

ପୂର୍ବରୁ ତୃଣମୂଳସ୍ତରରୁ ମହିଳାଙ୍କୁ ସ୍ବାବଲମ୍ବୀ କରିବା ଦିଗରେ ମିଶନ ଶକ୍ତି ବେଶ୍‌ ବଳିଷ୍ଠ ଭୂମିକା ଗ୍ରହଣ କରିଛି । ଚଳିତ ନିର୍ବାଚନୀ ଇସ୍ତାହାରରେ ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ୧୦୦୦ କୋଟି ଟଙ୍କାର କାର୍ଯ୍ୟ ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା । ମହିଳା ସଶକ୍ତିକରଣ ହେଉଛି ଓଡିଶା ସରକାରଙ୍କ ଏକ ବଳିଷ୍ଠ ଯୋଜନା । ଏହାଦ୍ବାରା ମହିଳା ମନକୁ ସାମାଜିକ ସ୍ତର ରେ ଉନ୍ନତି କରିବାର ସୁଯୋଗ ମିଳିଛି । ଏହାଦ୍ବାରା ଅନେକ ମହିଳା ଆର୍ଥିକ ସ୍ଵଚ୍ଛଳତା ପାଇ ପାରିଛନ୍ତି । ଏହାଦ୍ବାରା ପୂର୍ବରୁ ସମାଜ ରେ ମହିଳାଙ୍କୁ ନେଇ ରହିଥିବା ପାରମ୍ପରିକ  ମାନସିକତାରେ ସୁଧାର ଆସିଛି । ସ୍ବୟଂ ସହାୟକ ଗୋଷ୍ଠୀ ନିର୍ମାଣ କରି ଏହା ଜରିଆରେ ନାରୀମାନଙ୍କ ଆର୍ଥିକ ସ୍ଥିତି ସୁଧାରରେ ଏକ ବଡ଼ ବୈପ୍ଳବିକ ପରିବର୍ତ୍ତନ ଅଣାଯାଇପାରିଛି । ଏହା ଜରିଆରେ ବିଭିନ୍ନ ପ୍ରକାର ଋଣ କମ ସୁଧ ଅବା ବିନା ସୁଧରେ ଯୋଗାଇ ଦେବା ସହିତ ବିଭିନ୍ନ ପ୍ରକାରର ଟ୍ରେନିଂ ଦିଆଗଲା । ତେବେ ନୀବନ ସରକାରଙ୍କ ପଞ୍ଚମ ପାଳି ର ପ୍ରଥମ କ୍ୟାବିନେଟ୍‌ ବୈଠକରେ ସ୍ବୟଂସହାୟକ ଗୋଷ୍ଠୀଙ୍କ ନିମେନ୍ତ ୧୦୦୦ କୋଟି ଟଙ୍କାର କାର୍ଯ୍ୟକୁ ମଂଜୁର କରାଯାଇଛି ।

ନିର୍ବାଚନ ଆଗରୁ ସରକାରଙ୍କ ଘୋଷଣା ଅନୁଯାୟୀ ପ୍ରାୟ ସରକାରୀ କାମ ଗୁଡିକୁ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀଙ୍କ ଦ୍ଵାରା ସମ୍ପନ୍ନ କରାଇବାକୁ ସରକାର ପଦକ୍ଷେପ ନେଇଛନ୍ତି । ଏହାଦ୍ବାରା ମହିଳା ସ୍ଵୟଂ ସହାୟକ ଗୋଷ୍ଠୀଙ୍କ ଦ୍ଵାରା ପ୍ରସ୍ତୁତ ସାମଗ୍ରୀ ଗୁଡିକୁ ସରକାର ବିଭିନ୍ନ ବିଭାଗ ମାଧ୍ୟମ ରେ ବିକ୍ରୟ କରିବାକୁ ପଦକ୍ଷେପ ନେବାକୁ ସମସ୍ତ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟ ଏବଂ ମିଶନ ଶକ୍ତି ବିଭାଗ ମିଳିତ ଭାବେ  ଅଙ୍ଗନଓ୍ବାଡି କେନ୍ଦ୍ରଗୁଡିକୁ ସ୍କୁଲ ୟୁନିଫର୍ମ ଯୋଗାଇଦେବେ ଏବଂ କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗ ଅନ୍ତର୍ଗତ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ମାନେ ମଞ୍ଜି ବିକ୍ରୟ ଏବଂ ଛୋଟ ଛୋଟ ନର୍ସରୀ ପରିଚାଳନା କରିବେ । ମହୁମାଛି ପାଳିବେ । ଆଇସିଡିଏସ ଯୋଜନା ଅନ୍ତର୍ଗତ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ମାନଙ୍କ ଦ୍ଵାରା ମାଣ୍ଡିଆ ଲଡ୍ଡୁର ବିତରଣ କରାଯିବ । ସେହିପରି ସ୍କୁଲ ଏବଂ ଗଣଶିକ୍ଷା ବିଭାଗ ଅନ୍ତର୍ଗତ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ମାନେ ମଧ୍ୟାନ୍ନ ଭୋଜନ ଲାଗି ଖାଦ୍ୟ ପ୍ରସ୍ତୁତି ଏବଂ  ନେବା ଆଣିବାରେ ସାହାଯ୍ୟ କରିବେ । ସେହିପରି ଶକ୍ତି ବିଭାଗ ଅନ୍ତର୍ଗତ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ମାନେ ସାରା ରାଜ୍ୟ ରେ ପଞ୍ଚାୟତ ସ୍ତର ରେ ବିଦ୍ୟୁତ ମିଟର ରିଡିଂରେ ସାହାଯ୍ୟ କରିବେ । ଜଙ୍ଗଲ ଏବଂ ପରିବେଶ ବିଭାଗ ଦ୍ଵାରା ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ମାନେ ଜଙ୍ଗଲ ସୃଷ୍ଟି ଏବଂ ଯତ୍ନ ନେବାର ସହାୟକ ହେବେ  । ସମନ୍ଵିତ ଜଙ୍ଗଲ ବିକାଶ ଯୋଜନାରେ ଜଙ୍ଗଲ ସୁରକ୍ଷା ରେ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ମାନଙ୍କୁ ନିଯୋଜିତ କରାଯିବ । ମତ୍ସ୍ୟ ଏବଂ ପଶୁ ସମ୍ପଦ ବିଭାଗ ଦ୍ଵାରା ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ମାନେ  ଗ୍ରାମ ପଞ୍ଚାଯତ ସ୍ତର ରେ ମତ୍ସ୍ୟ ଚାଷ ଏବଂ ବ୍ୟୟଲର କୁକୁଡା ଚାଷ କରିବା ସହିତ ବିକ୍ରି କରି ପାରିବେ । ସ୍ୱାସ୍ଥ୍ୟ ଏବଂ ଜନକଲ୍ୟାଣ ବିଭାଗ ଅନ୍ତର୍ଗତ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ମାନଙ୍କ ଦ୍ଵାରା ଡାକ୍ତରଖାନା ଖାଦ୍ୟ ପ୍ରଦାନ , ମଶାରୀ ଏବଂ ସାନିଟାରୀ ନାପକିନର ବିତରଣ କରିପାରିବେ ।   ଗ୍ରାମ୍ୟ ଉନ୍ନୟନ ବିଭାଗ ଅନ୍ତର୍ଗତ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ମାନଙ୍କ ଉପରେ  ୧୦ ହଜାର କିଲୋମିଟର ଗ୍ରାମ୍ୟ ସଡକର ପର୍ଯ୍ୟାୟ ଅନୁସାର ରକ୍ଷଣାବେକ୍ଷଣ ଦାୟିତ୍ଵ ନ୍ୟସ୍ତ କରାଯାଇଛି ।

ମିଶନ୍‌ଶକ୍ତିକୁ ସମୃଦ୍ଧ ତଥା ଦୃଢ କରିବା ଉପରେ ବିଶେଷ ପଦକ୍ଷେପ ନିଆଯାଇଛି । ତେବେ ଏହାର ମୂଳଲକ୍ଷ୍ୟ ଭିତରେ ରହିଛି ଅଧିକ ରୁ ଅଧିକ ସ୍ଵୟଂ ସହାୟକ ଗୋଷ୍ଠୀ ଗଠନ କରିବା ଏବଂ ଡ଼ିଆଇଜି ରେ ପ୍ରୋତ୍ସାହନ ଦେବା,  ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ମାନଙ୍କୁ ବ୍ୟାଙ୍କ ସହ ଯୋଡିବା, ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ମାନଙ୍କୁ ତାଲିମ ଦେବା, ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଙ୍କ ଦ୍ଵାରା ପ୍ରସ୍ତୁତ ଦ୍ରବ୍ୟ ର ବିକ୍ରି ରେ ସାହାଯ୍ୟ କରିବା ।

ନାରୀ ଶିକ୍ଷିତ ହେଲେ ଗୋଟେ ପରିବାର ଶିକ୍ଷିତ ହୁଏ, ସେହିପରି ନାରୀର ଉନ୍ନତିରେ ସାରା ସଂସାରର ଉନ୍ନତି । ମହିଳାମାନଙ୍କୁ ତୃଣମୂଳସ୍ତରରେ ସମୃଦ୍ଧ ତଥା ଦୃଢ କରିବା ଦିଗରେ ସରକାରଙ୍କ ଦ୍ବାରା ଏହା ଏକ ପ୍ରଶଂସନୀୟ କାର୍ଯ୍ୟ ।

ReplyForward
Categories
ଆଜିର ଖବର

ମିଶନ୍‌ ଶକ୍ତି ପରୀକ୍ଷଣ : ଆନ୍ତର୍ଜାତିକ ମହାକାଶ କେନ୍ଦ୍ର ପାଇଁ ବିପଦ

ଆମେରିକା ସ୍ପେଶ୍ ଏଜେନ୍ସୀ ନାସା ମଙ୍ଗଳବାର ଚିନ୍ତା ଜାହିର କରି କହିଛି ଭାରତ ଦ୍ୱାରା କରାଯାଇଥିବା ଆଣ୍ଟି ସାଟେଲାଇଟ୍ ମିସାଇଲ୍ ପରୀକ୍ଷଣ କାରଣରୁ ଅନ୍ତରୀକ୍ଷରେ ୪୦୦ ଟୁକୁଡା ପଥର ଦେଖିବାକୁ ମିଳିଛି। ଯେଉଁ କାରଣରୁ ଅନ୍ତରାଷ୍ଟ୍ରୀୟ ସ୍ପେଶ୍ ଷ୍ଟେସନ୍‌ରେ ଅନେକ ଅସୁବିଧାର ସମ୍ମୁଖିନ ହେବାକୁ ପଡିଛି। ନାସା ତରଫରୁ ଏହି କଥାକୁ ନାସା ମୁଖ୍ୟ ଜିମ୍ ବ୍ରିଡେନଷ୍ଟାଇନ୍ କହିଛନ୍ତି। ସେ କହିଛନ୍ତି ଯେ ଏହି ଟୁକୁଡା ଏତେ ବଡ ନୁହଁ ଯେ ତାକୁ ଟ୍ରେକ୍ କରାଯାଇପାରିବ। ସେ କହିଛନ୍ତି ଯେ ଏହି ପଥରଖଣ୍ଡ ଉପରେ ଆମର ନଜର ରହିଛି ବଡ ପଥରକୁ ଆମେ ଟ୍ରେକ୍ କରୁଛୁ। ଏହିଭଳି ୬୦ ଟି ଟୁକୁଡା ସାମ୍ନାକୁ ଆସିଛି। ସେ କହିଥିଲେ ଯେ ଏହିଭଳି ୨୪ ଟି ଟୁକୁଡା ଇଣ୍ଟରନ୍ୟାସନାଲ୍ ସ୍ପେଶ୍ ଷ୍ଟେସନ୍ ଉପରକୁ ଚାଲିଯାଇ ସ୍ପେଶ୍‌ ଷ୍ଟେସନ୍‌ ନିମନ୍ତେ ବିପଦ ସୃଷ୍ଟି କରିଛି। ବ୍ରିଡେନଷ୍ଟାଇନ୍ କହିଛନ୍ତି ଏହା ଅତ୍ୟନ୍ତ ଭୟାନକ। ଏହି କାରଣରୁ ପଥର ଅନ୍ତରାଷ୍ଟ୍ରୀୟ ସ୍ପେଶ୍ ଷ୍ଟେସନରୁ ମଧ୍ୟ ଉପରକୁ ଚାଲିଯାଇଛି। ଏହି କାରଣରୁ ଭବିଷ୍ୟତରେ ମଣିଷକୁ ଅନ୍ତରୀକ୍ଷରେ ପଠାଇବା ମୁସ୍କିଲ୍ ହୋଇଯିବ। ସେ କହିଥିଲେ,ଆମେରିକା ସେନା ଏହିଭଳି ପଥର ଖଣ୍ଡକୁ ଅନ୍ତରୀକ୍ଷରେ ଟ୍ରେକ୍ କରିଥାଏ। ସେନା ଏବେ ୧୦ ସେ.ମି. ରୁ ବଡ ୨୩ ହଜାର ଅବଜେକ୍ଟକୁ ଟ୍ରେକ୍ କରିଥାଏ ଯେଉଁଥିରୁ ୧୦ ହଜାର ଟୁକୁଡା ସ୍ପେଶ୍ ପଥରର ଅଂଶ ରହିଛି। ଆଇଏସ୍‌ଏସ୍‌ ଉପରେ ବିପଦର ମାତ୍ରା ୪୪ ପ୍ରତିଶତ ବଢିଯାଇଛି। ଏହି ମହାକାଶ କେନ୍ଦ୍ର ବର୍ତ୍ତମାନ ସୁଦ୍ଧା ସୁରକ୍ଷିତ ରହିଥିଲେ ମଧ୍ୟ ସମ୍ପୂର୍ଣ୍ଣ ଯାଞ୍ଚ ନସରିବା ପର୍ଯ୍ୟନ୍ତ ମହାକାଶଚାରୀଙ୍କୁ ପଠାଇବା ବିପଜ୍ଜନକ ରହିବ ବୋଲି ଜିମ୍ ବ୍ରିଡେନଷ୍ଟାଇନ୍ କହିଛନ୍ତି।

Categories
ଆଜିର ଖବର

ବଲାଙ୍ଗୀରର ମିଶନ ଶକ୍ତି ସମାବେଶରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

ବଲାଙ୍ଗୀର ଜିଲ୍ଲା ପଥରଚେପାଠାରେ ଆୟୋଜିତ ମିଶନ ଶକ୍ତି ସମାବେଶରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଉପସ୍ଥିତ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାଙ୍କୁ ସମ୍ବୋଧିତ କରିଥିଲେ ମୁଖ୍ୟମନ୍ତ୍ରୀ। ମିଶନ ଶକ୍ତିରେ ସଶକ୍ତ ହୋଇଥିବା ମହିଳାମାନଙ୍କୁ ସେମାନଙ୍କୁ ସଫଳତା ସକାଶେ ଅଭିନନ୍ଦନ ଜଣାଇବା ସହ କାର୍ଯ୍ୟକ୍ରମରେ ସାମିଲ୍‌ ହୋଇଥିବା ଅଗଣିତ ମହିଳାଙ୍କୁ ଧନ୍ୟବାଦ ଜଣାଇଥିଲେ ସେ। ୨୦୦୧ ମସିହାରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଏବେ ୧୮ ବର୍ଷ ମଧ୍ୟରେ ଅନେକ ମହିଳାଙ୍କୁ ନିଜ ଗୋଡ଼ରେ ଛାଡ଼ି ହେବା ଶିଖାଇଛି। ୭ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀର ଆଜି ୭୦ ଲକ୍ଷ ମହିଳା ସଶକ୍ତ। ସେମାନଙ୍କୁ ରାଜ୍ୟ ସରକାର ବିନା ସୁଧରେ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ, ଡିଜିଟାଲ୍‌ ସଶକ୍ତିକରଣ ସହାୟତା, ବ୍ଲକସ୍ତରୀୟ ମହାସଂଘ ପାଇଁ ସହାୟତା ପ୍ରଦାନ କରୁଛନ୍ତି। ପ୍ରତି ପଞ୍ଚାୟତରେ ମିଶନ ଶକ୍ତି ଗୃହ ନିର୍ମାଣ ଆଦି ହୋଇପାରିଛି।

Categories
ଆଜିର ଖବର

ଖୋର୍ଦ୍ଧା ମିଶନ୍‌ ଶକ୍ତି ମହାସମାବେଶରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଖୋର୍ଦ୍ଧାର ଗୋଶାଳା ପଡ଼ିଆରେ ଆୟୋଜିତ ମିଶନ୍‌ ଶକ୍ତି ମହାସମାବେଶରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ବିଭିନ୍ନ ସ୍ୱୟଂସହାୟକ ଗୋଷ୍ଠୀର ମହିଳାମାନଙ୍କୁ ପୁରସ୍କୃତ କରିଛନ୍ତି। ଏହି ଅବସରରେ ମିଶନ୍‌ ଶକ୍ତି ଅଭିଯାନରେ ସ୍ୱୟଂସହାୟକ ଗୋଷ୍ଠୀଗୁଡ଼ିକୁ ଜିରୋ ପର୍ସେଣ୍ଟ୍‌ ସୁଦ୍ଧରେ ଋଣ ଯୋଗାଇ ଦିଆଯାଉଛି। ମହିଳାମାନେ ଏହାଦ୍ୱାରା ଖୁବ୍‌ ଉପକୃତ ହେଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏତେ ସଂଖ୍ୟକ ମହିଳା ଯୋଗଦେଇ ସମାବେଶକୁ ସାଫଲ୍ୟମଣ୍ଡିତ କରିଥିବାରୁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ମିଶନ୍‌ ଶକ୍ତିର ବିଭିନ୍ନ ସଫଳତା ସଂକ୍ରାନ୍ତରେ କେତେକ ସ୍ୱୟଂସହାୟକ ଗୋଷ୍ଠୀର ମହିଳା ସେମାନଙ୍କର ଅନୁଭୂତି ବର୍ଣ୍ଣନା କରିଥିଲେ। ୧୫ ହଜାର ଟଙ୍କାର ସିଡମନି , ୩ ହଜାର ଟଙ୍କାର ଡିଜିଟାଲ୍ ସଶକ୍ତିକରଣ ସହାୟତା, ବ୍ଲକ ସ୍ତରୀୟ ମହାସଂଘ ପାଇଁ୨୫ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପାଇଥିବା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଏହି ମହାସମାବେଶରେ ଯୋଗଦାନ କରିଛନ୍ତି ।