ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୧୫୭ ଜଣ କରୋନା ଆକ୍ରାନ୍ତ

Published: Jan 29, 2021, 7:55 pm IST

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୧୫୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ ସୁନ୍ଦଗଡରୁ ୩୦, ପୁରୀରୁ ୨୩, ସମ୍ବଲପୁରରୁ ୨୩, ବାଲେଶ୍ବରରୁ ୧୨, ଅନୁଗୁଳରୁ ୯, ଖୋର୍ଦ୍ଧାରୁ ୯, ବରଗଡରୁ ୭, ଜଗତସିଂହପୁରରୁ ୬, କଟକରୁ ୫, ଯାଜପୁରରୁ ୫, ଝାରସୁଗୁଡାରୁ ୪, ବଲାଙ୍ଗୀରିରୁ ୩, ନୂଆପଡ଼ାରୁ ୩, ଗଜପତିରୁ ୩, ଗଞ୍ଜାମରୁ ୨, କେନ୍ଦୁଝରରୁ ୨, କୋରାପୁଟରୁ ୨, ମୟୂରଭଞ୍ଜରୁ ୨, ଭଦ୍ରକରୁ ୧, ବୌଦ୍ଧରୁ ୧, ଦେବଗଡ଼ରୁ ୧, କନ୍ଧମାଳରୁ ୧, ସୋନପୁରରୁ ୧ ଏବଂ ଷ୍ଟେଟପୁଲରୁ ୨ ଜଣ ସୁସ୍ଥ ହୋଇଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୩୧ ହଜାର ୮୨୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୪ ହଜାର ୮୫୦ କୁ ବୃଦ୍ଧି ହୋଇଛି। ତେବେ ୧ ହାଜର ୦୬୭ ଆକ୍ରାନ୍ତ ବର୍ତ୍ତମାନ ଚିକିତ୍ସାଧୀନ ଥିବା ବେଳେ ୧୯୦୪ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Related posts