Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଦେଶରେ ବାଣପୁର ଶ୍ରମିକଙ୍କ ମୃତ ଘଟଣା: ୫୪ ଦିନ ପରେ ଗ୍ରାମକୁ ଫେରିଲା ମୃତଦେହ
ଆଜିର ଖବର

ବିଦେଶରେ ବାଣପୁର ଶ୍ରମିକଙ୍କ ମୃତ ଘଟଣା: ୫୪ ଦିନ ପରେ ଗ୍ରାମକୁ ଫେରିଲା ମୃତଦେହ

February 1, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ପରିବାର ପ୍ରତିପୋଷଣ ପାଇଁ ବାଣପୁରର ଜଣେ ଶ୍ରମିକ ସୁଦୂର ଆରବ ଦେଶର ଜେହାଦ ଯାଇଥିଲେ। କିନ୍ତୁ ସେଠାରେ ତାଙ୍କର ସ୍ବାସ୍ଥ୍ୟବସ୍ଥା ଖରାପ ହେବା ପରେ ମୃତ୍ୟୁବରଣ କରିଥିଲେ। ହେଲେ ଦୀର୍ଘ ୫୪ ଦିନ ପରେ ଆଜି ତାଙ୍କର ମୃତଦେହ ଗ୍ରାମରେ ପହଞ୍ଚିଛି। ଏକ ଶୋକାକୁଳ ପରିବେଶରେ ଆଜି ଗ୍ରାମ ସ୍ମଶାନରେ ଶବ ସଂସ୍କାର କରାଯାଇଛି।

ଉଲ୍ଲେଖ ଯୋଗ୍ୟ ଯେ, ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଭେଟେଶ୍ୱର ପଂଚାୟତ ବାଂଳେଇ ଗ୍ରାମର ନଟବର ପ୍ରଧାନଙ୍କ ସାନ ପୁଅ ଦାମୋଦର ପ୍ରଧାନ ସାଉଦି ଆରବର ଜେହାଦ ସହରରେ ଥିବା ଅଲ ଉସ୍ତଲ ଅଲି କମ୍ପାନୀରେ ଗାଡି ଚାଳକ ଭାବେ କାର୍ଯ୍ୟରତ ଥିଲେ। ଗତ ନଭେମ୍ବର ମାସର ଛଅ ତାରିଖରେ ଦାମୋଦରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ନଥିବାରୁ ତାଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରାଯାଇଥିଲା। ଦାମୋଦରଙ୍କ ସ୍ୱାସ୍ଥ୍ୟ ସମସ୍ୟା ସମ୍ପର୍କରେ କମ୍ପାନୀ ପକ୍ଷରୁ ପରିବାର ଙ୍କୁ କୌଣସି ବିଶେଷ ସୂଚନା ଦିଆଯାଇ ନଥିବା ବେଳେ ପରିବାର ବର୍ଗ ଚିନ୍ତିତ ହୋଇପଡିଥିଲେ।

ତେବେ ଡ଼ିସେମ୍ବର ୯ ତାରିଖରେ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଥିଲା। ମୃତ ଦେହକୁ ସେଠାରୁ ଗ୍ରାମକୁ ଫେରାଇ ଆଣିବାକୁ ସମ୍ଭବ ନଥିବାରୁ ଦାମୋଦରଙ୍କ ପତ୍ନୀ ବବିତା କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଥିଲେ। ହେଲେ କମ୍ପାନୀ କର୍ତ୍ତୃପକ୍ଷ ସେଠାରେ ପୋତିଦେବା ପାଇଁ ପରିବାର ବର୍ଗଙ୍କୁ ଧମକ ଦେଇଥିବା ଅଭିଯୋଗ କରିଛନ୍ତି।

ତେବେ ଜୀବନ ବୀମା ନିଗମର ପୁରୀ କାର୍ଯ୍ୟାଳୟରେ କାମକରୁଥିବା ସ୍ଥାନୀୟ ଚମ୍ପାଦେଇ ପୁର ଗ୍ରାମର ବାବୁଲି କୁମାର ସାହୁ ବୈଦେଶିକ ମନ୍ତ୍ରାଳୟ ସହ ଜେହାଦରେ ଅବସ୍ଥିତ ଭାରତୀୟ ରାଷ୍ଟ୍ରଦୂତ କାର୍ଯ୍ୟାଳୟର ଭାଇସ କଂସୁଲାର ସାହାବୁଦ୍ଧିନ ଖାନ ଓ କମ୍ପାନୀର ମାନବ ସମ୍ବଳ ଅଧିକାରୀ ଅହମଦ ରଜାକଙ୍କ ସହଯୋଗରେ ମୃତଦେହ ଆଜି ଅର୍ଥାତ ସୋମବାର ଦିନ ଗ୍ରାମକୁ ଆସିଥିଲା। ଯାହାଫଳରେ ଗ୍ରାମରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା।

ତେବେ ସ୍ବାମୀଙ୍କ ବକେୟା ପ୍ରାପ୍ୟ, ଦରମା ସମେତ ମୃତ୍ୟୁ କାଳୀନ ସହାୟତା ପାଇବା ପାଇଁ ପତ୍ନୀ ବବିତା ସ୍ଥାନୀୟ ଜନପ୍ରତିନିଧି ଓ ଜିଲ୍ଲା ପ୍ରଶାସନିକ ଅଧିକାରୀଙ୍କୁ ଆକୁଳ ନିବେଦନ କରିଛନ୍ତି।

ଫେରିଲା ମୃତଦେହ ବାଣପୁର ଶ୍ରମିକଙ୍କ ମୃତ ଘଟଣା
Share. Facebook Twitter LinkedIn Email WhatsApp Copy Link

Related Posts

ଅଗଷ୍ଟ ୬ରେ କର୍ତ୍ତବ୍ୟ ଭବନ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

August 5, 2025

ଭ୍ରାମ୍ୟମାଣ ପ୍ରବାସୀ ସାଧନ କେନ୍ଦ୍ର ବା ସଚେତନତା ରଥର ଶୁଭ ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ

August 5, 2025

ବଳଙ୍ଗା ପୀଡିତାଙ୍କ ପୈତୃକ ଗ୍ରାମ ବାୟାବର ଯାଇ ଶେଷ ଦର୍ଶନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା

August 5, 2025

କାହା ପାଇଁ ଆଜିର ଦିନଟି ସୁଖ ଆଣିବ, କାହାର ବିଗିଡିବ ସ୍ୱାସ୍ଥ୍ୟ: ପଢନ୍ତୁ ମଙ୍ଗଳବାର ରାଶିଫଳ

August 5, 2025
Latest News

ଓଭାଲ୍ ଟେଷ୍ଟରେ ବିଜୟ ପରେ ମଧ୍ୟ ନିରାଶ କଲେ ଗୌତମ ଗମ୍ଭୀର: ଦେଖନ୍ତୁ ରିପୋର୍ଟ କାର୍ଡ

August 5, 2025

ଅଗଷ୍ଟ ୬ରେ କର୍ତ୍ତବ୍ୟ ଭବନ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

August 5, 2025

ଭ୍ରାମ୍ୟମାଣ ପ୍ରବାସୀ ସାଧନ କେନ୍ଦ୍ର ବା ସଚେତନତା ରଥର ଶୁଭ ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ

August 5, 2025

ବଳଙ୍ଗା ପୀଡିତାଙ୍କ ପୈତୃକ ଗ୍ରାମ ବାୟାବର ଯାଇ ଶେଷ ଦର୍ଶନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା

August 5, 2025

କାହା ପାଇଁ ଆଜିର ଦିନଟି ସୁଖ ଆଣିବ, କାହାର ବିଗିଡିବ ସ୍ୱାସ୍ଥ୍ୟ: ପଢନ୍ତୁ ମଙ୍ଗଳବାର ରାଶିଫଳ

August 5, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.