Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଇ.ଏମ.ଏସ ଓ ସମ୍ ହସପିଟାଲ୍‌ରେ ନୂତନ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ସ୍ୱାଗତ ଉତ୍ସବ
ଆଜିର ଖବର

ଆଇ.ଏମ.ଏସ ଓ ସମ୍ ହସପିଟାଲ୍‌ରେ ନୂତନ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ସ୍ୱାଗତ ଉତ୍ସବ

February 2, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଆଜି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ୍ ସାଇନସେସ୍‌ ଆଣ୍ଡ ସମ୍ ହସପିଟାଲର ୧୪ ତମ ଏମ.ବି.ବି.ଏସ (୨୦୨୦-୨୧) ବ୍ୟାଚର ନୂତନ ଡାକ୍ତରୀ ଛାତ୍ରଛାତ୍ରୀ ମାନଙ୍କର ସ୍ୱାଗତ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି।

ଏହି ଅବସରରେ ସୋଆ କୁଳପତି ପ୍ରଫେସର ଡ. ଅଶୋକ କୁମାର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଆଇ.ଏମ.ଏସ. ଆଣ୍ଡ ସମ୍ ହସପିଟାଲର ଡିନ୍ ପ୍ରଫେସର ଡ. ଗଙ୍ଗାଧର ସାହୁ, ଅଧିକ୍ଷକ ପ୍ରଫେସର ଡ. ପୁଷ୍ପରାଜ ସାମନ୍ତ ସିଂହାର, ଆଡିସନାଲ ଡିନ୍ ପ୍ରଫେସର ଡ. ଅଜୟ କୁମାର ଜେନା, ଆଡିସନାଲ ଡିନ (ପରୀକ୍ଷା) ପ୍ରଫେସର ଡ. ରଚିତା
ଷଡ଼ଙ୍ଗୀ, ଆଡିସନାଲ ସୁପରିଟେଣ୍ଡେଂଟ ପ୍ରଫେସର ଡ. ରାଜେଶ କୁମାର ଲେଙ୍କା ପ୍ରମୂଖ ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ।

ପ୍ରାରମ୍ଭରେ ଡିନ୍ ପ୍ରଫେସର ସାହୁ ତାଙ୍କ ସ୍ୱାଗତ ଭାଷଣ ମାଧ୍ୟମରେ ସୋଆ ସହିତ ଆଇ.ଏମ.ଏସ. ଆଣ୍ଡ ସମ୍ ହସପିଟାଲ ସମ୍ପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ। ଡାକ୍ତରୀ ଶିକ୍ଷା ପରି ମହାନ୍ ବୃତିର ସମଗ୍ର ବିଶ୍ୱରେ ଥିବା ଚାହିଦା, ମହତ୍ୱ ଓ ଗୁରୁତ୍ୱ ଉପରେ ଆଲୋକପାତ କରି ଅତିଥିମାନେ ସେମାନଙ୍କ ବକ୍ତବ୍ୟ ଉପସ୍ଥାପନ କରିଥିଲେ।

ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ମାନଙ୍କ ମଧ୍ୟରେ ଚକ୍ଷୁ ବିଭାଗର ମୂଖ୍ୟ ପ୍ରଫେସର ଡ. ରମେଶ ଚନ୍ଦ୍ର ମହାପାତ୍ର ଓ ଫାର୍ମାକଲୋଜି ବିଭାଗୀୟ ମୁଖ୍ୟ ପ୍ରଫେସର ଡ. ସୁଧାଂଶୁ ଶେଖର ମିଶ୍ର ଉପସ୍ଥିତ ଥିଲେ। ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ କର୍ତବ୍ୟ ପାଳନ କରିବା ନେଇ ସାମୁହିକ ଶପଥ ପାଠ ମଧ୍ୟ ଅନୁଷ୍ଠିତ ହୋଇଥିଲା।

ଅନ୍ୟମାନଙ୍କ ମଧ୍ୟରେ ଏମ.ଇ.ୟୁ କୋର୍ଡିନେଟର ପ୍ରଫେସର ଡ. ପ୍ରକାଶ କୁମାର ସାହୁଙ୍କ ସମେତ ଆନାଟୋମି ବିଭାଗର ପ୍ରଫେସର ଡ. ବିଜୟ କୁମାର ଦତ, ଫିଜିଓଲୋଜି ବିଭାଗୀୟ ମୁଖ୍ୟ ଡ. ଆରତୀ ମହାନ୍ତି, ବାୟୋକେମେଷ୍ଟ୍ରି ବିଭାଗୀୟ ମୁଖ୍ୟ ପ୍ରଫେସର ଡ. ଶୁଭଶ୍ରୀ ରାୟ ଓ କମ୍ୟୁନିଟି ମେଡିସିନ ବିଭାଗୀୟ ମୁଖ୍ୟ ପ୍ରଫେସର ଡ. ତ୍ରିଲୋଚନ ସାହୁ ମେଡିକାଲ ଶିକ୍ଷାର ଗୁରୁତ୍ୱକୁ ନେଇ ଛାତ୍ରଛାତ୍ରୀମାନଙ୍କୁ ଅଭିଭାଷଣ ପ୍ରଦାନ କରିଥିଲେ।

ପୂର୍ବରୁ ଏମ.ବି.ବି.ଏସ ଶିକ୍ଷା ପାଇଁ ଆଇ.ଏମ.ଏସ. ଆଣ୍ଡ ସମ୍ ହସପିଟାଲରେ ୧୫୦ଟି ସିଟ୍ ରହିଥିବା ବେଳେ ଚଳିତ ବର୍ଷ ଠାରୁ ଏହାକୁ ୨୫୦ କୁ ବୃଦ୍ଧି କରାଯାଇଛି।

ଆଇ.ଏମ.ଏସ ସୋଆ
Share. Facebook Twitter LinkedIn Email WhatsApp Copy Link

Related Posts

ଶୁଭେନ୍ଦୁ ଅଧିକାରୀଙ୍କ ପିଏଙ୍କୁ ଗୁଳି କରି ହତ୍ୟା

May 6, 2026

‘ସ୍କୁଲ ମ୍ୟାନେଜମେଣ୍ଟ କମିଟି ଗାଇଡଲାଇନ-୨୦୨୬’ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

May 6, 2026

୧.୮୪ ଲକ୍ଷରୁ ଅଧିକ ୫ କେଜି ଏଫଟିଏଲ୍ ସିଲିଣ୍ଡର ବିକ୍ରି କଲା ପିଏସୟୁ ଓଏମସି

May 6, 2026

ଟିଏମସି କର୍ମୀ ବିଜେପିରେ ମିଶିପାରିବେନି

May 6, 2026
Latest News

ଶୁଭେନ୍ଦୁ ଅଧିକାରୀଙ୍କ ପିଏଙ୍କୁ ଗୁଳି କରି ହତ୍ୟା

May 6, 2026

ତାମିଲନାଡୁର ସଂଖ୍ୟା ଖେଳ : ବିଜୟଙ୍କ ସରକାର ଗଢିବା ନେଇ ସସପେନ୍ସ !

May 6, 2026

‘ସ୍କୁଲ ମ୍ୟାନେଜମେଣ୍ଟ କମିଟି ଗାଇଡଲାଇନ-୨୦୨୬’ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

May 6, 2026

୧.୮୪ ଲକ୍ଷରୁ ଅଧିକ ୫ କେଜି ଏଫଟିଏଲ୍ ସିଲିଣ୍ଡର ବିକ୍ରି କଲା ପିଏସୟୁ ଓଏମସି

May 6, 2026

ଟିଏମସି କର୍ମୀ ବିଜେପିରେ ମିଶିପାରିବେନି

May 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.