ପୂର୍ବତଟ ରେଳପଥର ସ୍ୱାସ୍ଥ୍ୟ କର୍ମଚାରୀମାନଙ୍କୁ ଦିଆଗଲା କୋଭିଡି ଟୀକା

Published: Feb 2, 2021, 11:26 pm IST

ଭୁବନେଶ୍ବର, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ବିଶ୍ୱର ସର୍ବବୃହତ ଟୀକାକରଣ ଅଭିଯାନର ଏକ ଅଂଶ ଭାବରେ, କୋଭିଡ୍ -୧୯ ମହାମାରୀକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଡାକ୍ତର, ପାରାମେଡିକାଲ୍ ଷ୍ଟାଫ୍ ଏବଂ ଅନ୍ୟାନ୍ୟ ମେଡିକାଲ୍ କର୍ମଚାରୀଙ୍କ ସମେତ ସମସ୍ତ ରେଳ ସ୍ୱାସ୍ଥ୍ୟ କର୍ମୀଙ୍କୁ ଭୁବନେଶ୍ୱର ରେଳ ହସ୍ପିଟାଲରେ କୋଭିଡ ଟୀକା ଦିଆଯାଉଅଛି।

ଭୁବନେଶ୍ୱରର ମଞ୍ଚେଶ୍ୱରସ୍ଥିତ ପୂର୍ବ ତଟ ରେଳପଥ କେନ୍ଦ୍ରୀୟ ଚିକିତ୍ସାଳୟରେ ଆଜି ମୋଟ ୪୦ ଜଣ ସ୍ୱାସ୍ଥ୍ୟ କର୍ମୀଙ୍କୁ ଟୀକାକରଣ କରାଯାଇଅଛି। ଆଜି ସନ୍ଧ୍ୟା ସୁଦ୍ଧା ସମୁଦାୟ ୧୪୦ ଜଣ ସ୍ୱାସ୍ଥ୍ୟ କର୍ମୀଙ୍କୁ ଟିକା ଦିଆଯାଇଛି।

ଏହା ଏକ ୨-ଡୋଜ୍ ଟିକା, ଯାହା ୨୮ ଦିନ ବ୍ୟବଧାନରେ ଦିଆଯିବ। ପ୍ରତ୍ୟେକ ଟୀକାର ମାତ୍ରା ୦.୫ ମି.ଲି.। ସଂପୂର୍ଣ୍ଣ ଅସୁସ୍ଥ ଏବଂ ଇଣ୍ଟେନ୍ସିଭ୍ କେୟାର ୟୁନିଟ୍ ରୋଗୀ ଏବଂ ଗର୍ଭବତୀ ଏବଂ ସ୍ତନ୍ୟପାନ କରାଉଥିବା ମହିଳାମାନଙ୍କୁ ବର୍ତ୍ତମାନ ଟୀକାକରଣ କରାଯିବ ନାହିଁ।

ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ନିର୍ଦ୍ଦେଶ ଅନୁଯାୟୀ ପୂର୍ବ ତଟ ରେଳପଥର ମହାପ୍ରବନ୍ଧକ ବିଦ୍ୟା ଭୂଷଣ ଏହି ଟିକା ପରିଚାଳନା ପାଇଁ ଯଥେଷ୍ଟ ସତର୍କତା ଏବଂ ଯତ୍ନ ନେବାକୁ ରେଳବାଇ ମେଡିକାଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Related posts