କୋଟିଆରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଶୁଭ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ

Published: Feb 5, 2021, 2:10 pm IST

କୋରାପୁଟ: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋରାପୁଟ ଜିଲ୍ଲାର କୋଟିଆରେ ବିକାଶ ମୂଳକ ଯୋଜନାର ଉଦଘାଟନ କରଛନ୍ତି। ଆଜି ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଶୁଭ ଉଦଘାଟନ କରିଛନ୍ତି।  ମୋଟ ୧୮ କୋଟି ଟଙ୍କା ପ୍ରକଳ୍ପର ଉଦଘାଟନ ହୋଇଛି। କୋଟିଆ ରେ ୧୦ ଶଜ୍ଜ୍ୟା ବିଶିଷ୍ଟ ହସ୍ପିଟାଲ, ସବସେଣ୍ଟର, ଅଙ୍ଗନବାଡି କେନ୍ଦ୍ର, ଅଫିସର କ୍ଲଷ୍ଟର ଗୃହ, ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ମାନଙ୍କ ପାଇଁ ବାସ ଗୃହ, ମାଡକର ଗ୍ରାମକୁ ରାସ୍ତା, ସରକାରୀ ଆଶ୍ରମ ବିଦ୍ୟାଳୟର ଉଦଘାଟନ କରିଛନ୍ତ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, କୋଟିଆ ପଞ୍ଚାୟତରେ ଶିକ୍ଷା, ସ୍ୱାସ୍ଥ୍ୟ, ଯୋଗାଯୋଗ, ପିଇବା ପାଣି, ବିଜୁଳି ଆଦି ସବୁ ସୁବିଧାର ବିକାଶ କରାଯାଇଛି। ଖାଦ୍ୟ ସୁରକ୍ଷା ଠାରୁ ଆରମ୍ଭ କରି ସାମାଜିକ ନିରାପତ୍ତା ଯୋଗାଇ ଦିଆଯାଉଛି। ଜୀବନଜୀବିକା ପାଇଁ ମଧ୍ୟ ପଦକ୍ଷେପ ନିଆଯାଇଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। କୋଟିଆ ପଞ୍ଚାୟତକୁ ଅଦର୍ଶ ପଞ୍ଚାୟତ କରାଯିବ ଓ ରାଜ୍ୟର ପ୍ରତିଟି କୋଣ ଅନୁକୋଣରେ କିପରି ବିକାଶ ପହଞ୍ଚିପାରିବ ସେନେଇ ବର୍ତ୍ତମାନ କାର୍ଯ୍ୟ କରାଯାଉଛି।

Related posts