ମେ’ ୩ରୁ ମାଟ୍ରିକ ପରୀକ୍ଷା: ଫେବୃୟାରୀ ୧୦ତାରିଖ ପରେ କାର୍ଯ୍ୟସୂଚୀ

Published: Feb 6, 2021, 12:26 pm IST

ଭୁବନେଶ୍ଵର: ମେ’ ୩ରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେବ। ଏହି ପରୀକ୍ଷା ମେ’ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଏନେଇ ବିଦ୍ୟଳୟ ଏବଂ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ମେ’ ୩ ରୁ ୧୨ ପର୍ଯ୍ୟନ୍ତ ସଂସ୍କୃତ ମଧ୍ୟମା ପରୀକ୍ଷା ଓ ୧୫ ପର୍ଯ୍ୟନ୍ତ ଓଡ଼ିଶା ମୁକ୍ତ ବିଦ୍ୟାଳୟ ପରୀକ୍ଷା ହେବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ମାଟ୍ରିକ୍, ମଧ୍ୟମା ଓ ମୁକ୍ତ ବିଦ୍ୟାଳୟ ପରୀକ୍ଷା ପାଇଁ ଫର୍ମପୂରଣ ଜାନୁଆରି ୧୦ ତାରିଖରୁ ଆରମ୍ଭ ହୋଇଛି। ଏହାର ଶେଷ ତାରିଖ ଫେବୃୟାରୀ ୧୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଫେବୃୟାରୀ ୧୦ତାରିଖ ପରେ ପରୀକ୍ଷା ପାଇଁ ଫର୍ମପୂରଣ କରିଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ଜଣାପଡ଼ିବା ପରେ ପରୀକ୍ଷା କେନ୍ଦ୍ର, ପ୍ରଶ୍ନପତ୍ର ପାଇଁ ନୋଡାଲ ସେଣ୍ଟର, ପରୀକ୍ଷାର କାର୍ଯ୍ୟସୂଚୀ ଆଦି ପ୍ରକାଶ କରାଯିବ।

Related posts