ଉତ୍ତରାଖଣ୍ଡରେ ଗ୍ଲେସିୟର ଫାଟି ଭୁସ୍ଖଳନ: ବନ୍ୟାରେ ୧୦୦ ରୁ ଉର୍ଦ୍ଧ୍ଵ ଲୋକ ନିଖୋଜ ଆଶଙ୍କା

Published: Feb 7, 2021, 2:25 pm IST

ଚମେଲୀ: ଉତ୍ତରାଖଣ୍ଡର ଚମେଲୀରେ ଗ୍ଲେସିୟର ଭାଙ୍ଗି ଭୁସ୍ଖଳନର ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି। ଏହା ଦ୍ଵାରା ଅଳକାନନ୍ଦା ଏବଂ ଧୌଳି ଗଙ୍ଗାରେ ଭୟଙ୍କର ବନ୍ୟା ଆସିଛି। ଋଷିଗଙ୍ଗା ପାୱାର ପ୍ରକଳ୍ପ ସଂପୂର୍ଣ୍ଣ ରୂପେ କ୍ଷତିଗ୍ରସ୍ତ ହୋଇଥିବା ସୂଚନା ରହିଛି। ୧୦୦ ରୁ ଅଧିକ ଲୋକ ଏହି ବନ୍ୟାରେ ଭାସିଯାଇଥିବା ଅନୁମାନ କରାଯାଉଛି। ଘଟଣାସ୍ଥଳକୁ ଏନଡିଆରଏଫ ଟିମ ପହଞ୍ଛି ଉଦ୍ଧାରକାର୍ଯ୍ଯ ଆରମ୍ଭ କରିଛି। ହେଲେ ଏଥିପାଇଁ ବଡ ଧରଣର ଉଦ୍ଧାରକାର୍ଯ୍ଯ ଆବଶ୍ୟକ ବୋଲି କୁହାଯାଉଛି। ସେଥିପାଇଁ ଖୁବଶୀଘ୍ର ବାୟୁସେନାକୁ ନିୟୋଜିତ କଲେ ବହୁ ଧନ ଜୀବନ ରକ୍ଷା ପାଇପାରିବ ବୋଲି ଆଶା କରାଯାଉଛି। ଏନେଇ ବର୍ତ୍ତମାନ ୧୦୭୦ କିମ୍ବା ୯୫୫୭୪୪୪୪୮୬ ହେଲ୍ପ ଲାଇନ ନମ୍ବର ଜାରି କରାଯାଇଛି।

ତେବେ ଏହି ବିପର୍ଯ୍ୟୟ ପାଇଁ ଉତ୍ତରପ୍ରଦେଶକୁ ସତର୍କ କରାଇ ଦିଆଯାଇଛି। ୟୁପିର ବିଜେନୌର, କନୌଜ ଫତେହଗଡ, ପ୍ରୟାଗରାଜ, କାନପୁର, ମିର୍ଜାପୁର, ଗଢମୁକ୍ତେଶ୍ଵର, ଗାଜିପୁର, ବାରଣାଶୀକୁ ସତର୍କ ସୂଚନା ଦିଆଯାଇଛି।

Related posts