କଂଗ୍ରେସର ସୋସିଆଲ ମିଡ଼ିଆ ୱାରିୟର୍ସ ଟିମ: ସାମିଲ ହେବା ପାଇଁ ଲୋକଙ୍କୁ ନିବେଦନ କଲେ ରାହୁଲ ଗାନ୍ଧୀ

Published: Feb 8, 2021, 7:36 pm IST

ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଜି ସାମାଜିକ ଗଣମାଧ୍ୟମ ୱାରିୟର୍ସ ଟିମରେ ସାମିଲ ହେବା ପାଇଁ ଲୋକଙ୍କୁ ନିବେଦନ କରିଛନ୍ତି।

ସୂଚନା ଅନୁଯାୟୀ କଂଗ୍ରେସ ଦଳ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମରେ ନିଜକୁ ମଜବୁତ କରିବା ପାଇଁ ଯୋଜନା ଆରମ୍ଭ କରିଦେଇଛି। ସୋସିଆଲ ମିଡ଼ିଆ ୱାରିୟର୍ସ ଟିମରେ ସାମିଲ ହେବା ପାଇଁ ଟୋଲ ଫ୍ରି ନମ୍ବର ଜାରି କରାଯାଇଛି। ଏହି ଟିମରେ ହ୍ଵାଟ୍ସଅପ, ୱେବସାଇଟ, ଇମେଲ ଜରିଆରେ ମଧ୍ୟ ସାମିଲ ହୋଇପାରିବେ।

ସୋସିଆଲ ମିଡ଼ିଆ ୱାରିୟର୍ସ ଟିମକୁ ନେଇ ରାହୁଲ ଗାନ୍ଧୀ କହିଛନ୍ତି ଯେ, ଏହି ଟିମ ନ୍ୟାୟ ପାଇଁ ଲଢୁଥିବା ଯୋଦ୍ଧାଙ୍କ ଲାଗି। ଏହା ଘୃଣାର ସେନା ନାହିଁ। ଏହା ହିଂସାର ସେନା ନାହିଁ। ଏହା ସତ୍ୟର ସେନା ଅଟନ୍ତି। ଏଠାରେ ଏମିତି ସେନା ଅଛନ୍ତି ଯେଉଁମାନେ ଭାରତର ବିଚାରକୁ ରକ୍ଷାକରିପାରିବ।

ଆଜି ଦଳର ବରିଷ୍ଠ ନେତା ପବନ କୁମାର ବଂଶଲ , ପ୍ରବକ୍ତା ପବନ ଖେଡା ଏବଂ ସୋସିଆଲ ମିଡ଼ିଆ ବିଭାଗର ପ୍ରମୁଖ ରୋହନ ଗୁପ୍ତା ଏହି ଅଭିଯାନକୁ ଆରମ୍ଭ କରିଛନ୍ତି। ପ୍ରତ୍ୟେକ ସହରରେ ୫ ଲକ୍ଷ ସୋସିଆଲ ମିଡ଼ିଆ ୱାରିୟର୍ସ ପ୍ରସ୍ତୁତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି ପବନ ବଂଶଲ କହିଛନ୍ତି। ଏମାନଙ୍କ ମାଧ୍ୟମରେ ଦେଶ ସମ୍ମୁଖରେ ମୁଦ୍ଦା ଉଠାଯିବ। ଏହାସହିତ ଏହି ଯୋଦ୍ଧାମାନଙ୍କ ମାଧ୍ୟମରେ ବିଚାର ଏବଂ ସିଦ୍ଧାନ୍ତ ଉପରେ ଆଲୋଚନା ହେବ।

ଏହି ଅବସରରେ ରୋହନ ଗୁପ୍ତା କହିଥିଲେ ଯେ, ଦେଶର ଗଣତାନ୍ତ୍ରିକ ସଂସ୍ଥାକୁ ଦବାଇ ଦିଆଯାଉଛିଏବଂ ସରକାର ବିରୋଧରେ ସ୍ଵର ଉତ୍ତୋଳନ କରୁଥିବା ଲୋକଙ୍କୁ ବର୍ବଦା କରିବାକୁ ଚେଷ୍ଟା କରାଯାଉଛି। ଏହାକୁ ବିରୋଧ କରିବା ସହ ଦେଶକୁ ବଞ୍ଚାଇବା କଂଗ୍ରେସର ଦାୟିତ୍ଵ ବୋଲି ସେ କହିଥିଲେ।

Related posts