Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପ୍ରତି ପଞ୍ଚାୟତରେ ବିଜୁ ପଞ୍ଚାୟତ ପାଠାଗାର ସ୍ଥାପିତ ହେବ: ଗଞ୍ଜାମ ଜିଲ୍ଲାପାଳ
ଆଜିର ଖବର

ପ୍ରତି ପଞ୍ଚାୟତରେ ବିଜୁ ପଞ୍ଚାୟତ ପାଠାଗାର ସ୍ଥାପିତ ହେବ: ଗଞ୍ଜାମ ଜିଲ୍ଲାପାଳ

February 10, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ ମଙ୍ଗଳବାର ଦିନ ଭି.ସି. ମାଧ୍ୟମରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ପ୍ରତି ବ୍ଲକ୍‌ରେ ୧୦୦ ଦିନିଆ ଶ୍ରମ ଦିବସ, ଉଦ୍ୟାନ କୃଷି, ଛତୁ ଚାଷ, ଜୀବନ ଓ ଜୀବିକାର ସଶକ୍ତିକରଣ ଉପରେ ଜିଲ୍ଲାପାଳ ଗୁରୁତ୍ୱ ଦେଇଥିଲେ।

ପରିବେଶ ପରିଷ୍କାର ଓ ପରିଚ୍ଛନ୍ନତା ଉପରେ ଗୁରୁତ୍ୱ ଦେଇ ଜିଲ୍ଲାପାଳ କହିଥିଲେ ଯେ ଜିଲ୍ଲାର ପ୍ରତ୍ୟେକ ବ୍ଲକ୍ ପଲିଥିନ ଓ ପ୍ଲାଷ୍ଟିକ୍ ମୁକ୍ତ ଯେପରି ହେବ ସେଥିପ୍ରତି ସମସ୍ତ ବିଡ଼ିଓମାନେ ନିଜର ରଖିବେ। ଜିଲ୍ଲାର ସମସ୍ତେ ଯେପରି ବିଶୁଦ୍ଧ ପାନୀୟ ଜଳ ପାଇପାରିବେ, ଶତପ୍ରତିଶତ ପାଇଖାନା ବ୍ୟବହାର କରିବେ, ଜନ ଗହଳିପୂର୍ଣ୍ଣ ପର୍ଯ୍ୟଟନ ସ୍ଥଳଗୁଡ଼ିକ ଯେପରି ସଫାସୁତୁରା ରହିବ ସେଥିପ୍ରତି ଦୃଷ୍ଟି ଦେବାକୁ ଜିଲ୍ଲାପାଳ ସମସ୍ତ ବିଡ଼ିସଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପ୍ରତ୍ୟେକ ବ୍ଲକ୍‌ରେ ଫେବୃୟାରୀ ମାସ ସୁଦ୍ଧା ଦୁଇଶହଟି ଲେଖାଏଁ ପକ୍ଷୀ ପାଳନ କେନ୍ଦ୍ର, ଗାଈ ଗୁହାଳ, ଛତୁଚାଷ, ଶିକ୍ଷା ଓ ସ୍ୱାସ୍ଥ୍ୟ ଉପରେ ଗୁରୁତ୍ୱ ଦେବା ସହ ଜନସଚେତନତା ଲାଗି ବିଡ଼ିଓମାନେ ନିଜ ନିଜ ବ୍ଲକ୍‌ରେ ସନ୍ଧ୍ୟା ସମୟରେ ରୋଜଗାର ମେଳା କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।

ଜିଲ୍ଲାର ପ୍ରତ୍ୟେକ ପଞ୍ଚାୟତରେ ବିଜୁ ପଞ୍ଚାୟତ ପାଠାଗାର ସ୍ଥାପନ, ସମ୍ରାଟ ଅଙ୍ଗନୱାଡ଼ି କେନ୍ଦ୍ର ଗଠନ ପାଇଁ ପରାମର୍ଶ ଦେଇଥିଲେ। ଖାଦ୍ୟ ପ୍ରକ୍ରିୟାକରଣ, ଜୀବନ ଓ ଜୀବିକା ଉପରେ ଗୁରୁତ୍ୱ ଦେବା ସହ ମିଶନ୍ ଶକ୍ତି ଗୃହଗୁଡ଼ିକର ନିର୍ମାଣ କାର୍ଯ୍ୟ ତୁରନ୍ତ ସାରିବାକୁ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲାରେ ସମୁଦାୟ ୩୫୯ଟି ମିଶନ ଶକ୍ତି ଗୃହ ନିର୍ମାଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ସେଥି ମଧ୍ୟରୁ ୧୨୮ଟି କାର୍ଯ୍ୟ ସଂପୂର୍ଣ୍ଣ ଶେଷ ହୋଇଛି। ଅବଶିଷ୍ଟ ନିର୍ମାଣ କାର୍ଯ୍ୟ ତୁରନ୍ତ ସାରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।

ଜିଲ୍ଲାର ପ୍ରତି ବ୍ଲକ୍‌ରେ କାର୍ଯ୍ୟକାରୀ କରାଯାଉଥିବା ମନରେଗା ଯୋଜନା, ରାସ୍ତା ନିର୍ମାଣ, ପୁଷ୍କରିଣୀ ଖନନ, ମୋ ଉପକାରୀ ବଗିଚା ନିର୍ମାଣ, କୁକୁଡ଼ା ବତକ ଆଦି ପକ୍ଷୀପାଳନ କେନ୍ଦ୍ର, ମିଶନ ଶକ୍ତି ଗୃହ ନିର୍ମାଣ, ଜୀବନ ଓ ଜୀବିକା ଗୁହାଳ ନିର୍ମାଣ, ପାଠାଗାର ନିର୍ମାଣ ଆଦି ଉନ୍ନୟନ କାର୍ଯ୍ୟଗୁଡ଼ିକ ନିର୍ଦ୍ଧାରିତ ସମୟ ମଧ୍ୟରେ ସାରିବାକୁ ଜିଲ୍‌ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ସିଦ୍ଧେ ଦତ୍ତାତ୍ରୟ ଭାଉସାହେବ ବିଡ଼ିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ବୈଠକରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଜ୍ୟୋତି ଶଙ୍କର ରାୟ, ଆର୍‌ଡ଼ବ୍ଲ୍ୟୁଏସ୍‌ଏସ୍ ଉଦ୍ୟାନ ବିଭାଗ, ମୃତ୍ତିକା ବିଭାଗ, କୃଷି ବିଭାଗ, କାର୍ଯ୍ୟନିର୍ବାହୀ ଯନ୍ତ୍ରୀଗଣ, ବ୍ଲକ୍‌ର ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ସିଡ଼ିପିଓ ଏବଂ ସମସ୍ତ ସଂପୃକ୍ତ ବିଭାଗୀୟ ଅଧିକାରୀଗଣ ଉପସ୍ଥିତ ଥିଲେ।

ଗଞ୍ଜାମ ଜିଲ୍ଲାପାଳ ସମୀକ୍ଷା ବୈଠକ
Share. Facebook Twitter LinkedIn Email WhatsApp Copy Link

Related Posts

ସୀମାରେ ବଡ଼ ଅନୁପ୍ରବେଶ ଷଡ଼ଯନ୍ତ୍ର ପଣ୍ଡ: ଲାଠି ଏବଂ ରଡ୍ ଧରିଥିବା ଲୋକଙ୍କୁ ଘଉଡାଇଲା ବିଏସଏଫ

June 22, 2026

ମୁଖ୍ୟମନ୍ତ୍ରୀଙ୍କ ବଡ ନିଷ୍ପତ୍ତି, ଆଇନଜୀବୀଙ୍କ ସହାୟତା ପରିମାଣ ବୃଦ୍ଧି, ଅବସର ପରେ ମିଳିବ ରାଶି

June 22, 2026

କେବେ ପ୍ରକାଶ ପାଇବ CBSE ଫଳାଫଳ: ବଡ଼ ସୂଚନା ଦେଲେ ଧର୍ମେନ୍ଦ୍ର ପ୍ରଧାନ

June 22, 2026

ଚାକିରି ପାଇଁ ଯୋଗ ବାଧ୍ୟତାମୂଳକ!: HSSC ଏବଂ HPSC ପରୀକ୍ଷାରେ ବଡ଼ ହେବ ପରିବର୍ତ୍ତନ

June 22, 2026
Latest News

ସୀମାରେ ବଡ଼ ଅନୁପ୍ରବେଶ ଷଡ଼ଯନ୍ତ୍ର ପଣ୍ଡ: ଲାଠି ଏବଂ ରଡ୍ ଧରିଥିବା ଲୋକଙ୍କୁ ଘଉଡାଇଲା ବିଏସଏଫ

June 22, 2026

ମୁଖ୍ୟମନ୍ତ୍ରୀଙ୍କ ବଡ ନିଷ୍ପତ୍ତି, ଆଇନଜୀବୀଙ୍କ ସହାୟତା ପରିମାଣ ବୃଦ୍ଧି, ଅବସର ପରେ ମିଳିବ ରାଶି

June 22, 2026

ରାସନ ସଂଗ୍ରହ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିଲେ ସରକାର: ଲମ୍ବା ଧାଡ଼ିରୁ ମିଳିବ ମୁକ୍ତି

June 22, 2026

ସାମ୍ବାଦିକଙ୍କୁ ଭତ୍ତା, ୧ ଲକ୍ଷ ନିଯୁକ୍ତି: ଶୁଭେନ୍ଦୁ ସରକାରଙ୍କ ଦ୍ୱାରା ଅନେକ ବଡ଼ ଘୋଷଣା

June 22, 2026

କେବେ ପ୍ରକାଶ ପାଇବ CBSE ଫଳାଫଳ: ବଡ଼ ସୂଚନା ଦେଲେ ଧର୍ମେନ୍ଦ୍ର ପ୍ରଧାନ

June 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.