
ଭୁବନେଶ୍ବର: ମନ୍ତ୍ରୀ ଅଶୋକ ପଣ୍ଡା ଟୁଇଟ ଯୋଗେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ସମାଲୋଚନା କରିଛନ୍ତି। ସେ ଏକାମ୍ର କ୍ଷେତ୍ରର ଅନନ୍ତ ବାସୁଦେବ, ବ୍ରହ୍ମେଶ୍ବର ମନ୍ଦିର ପାଇଁ ଏନ୍ଏମ୍ଏ ଅଧିନିୟମ ପ୍ରସଙ୍ଗରେ ଅପରାଜିତାଙ୍କୁ ସମାଲୋଚନା କରିଛନ୍ତି। ଏହି ପ୍ରସଙ୍ଗରେ ସାଂସଦଙ୍କ ନିରବତା ତାଙ୍କ ପ୍ରତିବଦ୍ଧତା ଉପରେ ପ୍ରଶ୍ନ ଉଠାଇଛି। ‘ଏକାମ୍ର କ୍ଷେତ୍ର ବିକାଶର ବାଧକଙ୍କୁ ଲୋକେ କ୍ଷମା ଦେବେନି।’ ମନ୍ତ୍ରୀ ଅଶୋକ ପଣ୍ଡା ଏନେଇ ନିଜର ଟୁଇଟର ଆକାଉଣ୍ଟରେ ଲେଖି ସାଂସଦ ଅପରାଜିତାଙ୍କୁ ଟାର୍ଗେଟ କରିଛନ୍ତି।