Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅଲିଭ୍‌ରିଡ଼୍‌ଲେ ସଂରକ୍ଷଣ ଓ ଅଣ୍ଡାଦାନ ସକାଶେ କର୍ମଶାଳା
ଆଜିର ଖବର

ଅଲିଭ୍‌ରିଡ଼୍‌ଲେ ସଂରକ୍ଷଣ ଓ ଅଣ୍ଡାଦାନ ସକାଶେ କର୍ମଶାଳା

February 11, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଋଷିକୂଲ୍ୟା ମୁହାଣରେ ସାମୁଦ୍ରିକ ଅଲିଭ୍‌ରିଡ଼ଲେ୍ କଇଁଚଙ୍କ ସଂରକ୍ଷଣ ଓ ସାମୁହିକ ଅଣ୍ଡଦାନ ସକାଶେ ଜିଲ୍ଲାସ୍ତରୀୟ କର୍ମଶାଳା ଜିଲ୍ଲା ପରିଷଦ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।

ପ୍ରାରମ୍ଭରେ ସାମୁଦ୍ରିକ କଇଁଚଙ୍କ ପରିଚାଳନା ଓ ସଂରକ୍ଷଣ ପ୍ରଦର୍ଶନୀକୁ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ମୁଖ୍ୟଅତିଥି ରୂପେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ। ଉକ୍ତ କର୍ମଶାଳାରେ ଜିଲ୍ଲାପାଳ ଅଧ୍ୟକ୍ଷତା କରି କହିଥିଲେ ଯେ ଭବିଷ୍ୟତରେ ହରିପୁର ଓ ସୁନାପୁରଠାରେ ଗୋଟିଏ ଲେଖାଏଁ ପ୍ରକଳ୍ପ ହେବାର ଯୋଜନା ରହିଛି। ଅଲିଭ୍‌ରିଡ଼୍‌ଲେ କଇଁଚଗୁଡ଼ିକ ସାମୁହିକ ଅଣ୍ଡାଦାନ ପାଇଁ ମାଇଲ୍ ମାଇଲ୍ ଦୂରତା ଅତିକ୍ରମ କରି ବଟଶ୍ୱେର, ଗୋଖୁରକୁଦା, ପ୍ରୟାଗୀ, ରାମୟୋପାଟଣା, ଅନ୍ତରାପୁର ବେଳାଭୂମିକୁ ଆସୁଛନ୍ତି। ଅଣ୍ଡାଦାନ ସମୟରେ ଯେପରି ସେଥିରେ ବ୍ୟାଘାତ ସୃଷ୍ଟି ନହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ ହେବ।

ଦେଶ ବିଦେଶରୁ ପର୍ଯ୍ୟଟକମାନେ ଏହି ଅଂଚଳକୁ ପରିଭ୍ରମଣ ତଥା ଗବେଷଣା ପାଇଁ ଆସୁଛନ୍ତି। ବେଳାଭୂମି ଯେପରି ପରିଷ୍କାର ପରିଚ୍ଛନ୍ନତା ଓ ଶାନ୍ତିଶୃଙ୍ଖଳା ବଜାୟ ରହିବ ସେଥିପ୍ରତି ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ। ଗୋପାଳପୁର, ସୁନାପୁର ଓ ପୋତଗଡ଼ଠାରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ନିମନ୍ତେ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଆଗେଇ ଚାଲିଛି। ବେଳାଭୂମିରେ ପ୍ଲାଷ୍ଟିକ୍‌ର ବ୍ୟବହାର ଯେପରି ନହୁଏ ସେଥିପ୍ରତି ଦୃଷ୍ଟି ଦିଆଯାଉଛି ଏବଂ ଏ ଦିଗରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ଜିଲ୍ଲା ଜଂଗଲ ବିଭାଗ ଅଧିକାରୀ ଅମ୍ଳାନ ନାୟକ ଗତ ୨୦୧୯-୨୦ ଆର୍ଥିକ ବର୍ଷରେ ୩ ଲକ୍ଷ ୨୩ହଜାର ୦୬୨ କଇଁଚ ଅଣ୍ଡାଦାନ ନିମନ୍ତେ ଆସିଥିଲେ। ଚଳିତବର୍ଷ ଆହୁରି ବୃଦ୍ଧି ପାଇପାରେ ବୋଲି ଆଶା ପ୍ରକଟ କରିଛନ୍ତି। ଚଳିତ ବର୍ଷ ବେଳାଭୂମିକୁ ସଂପୂର୍ଣ୍ଣ ପରିଷ୍କାର କରାଯାଇ ଅନୁକୂଳ ପରିବେଶ ସୃଷ୍ଟି କରାଯାଇଛି। ସମୁଦ୍ରରେ ପାଟ୍ରୋଲିଂ କଡ଼ାକଡ଼ି କରାଯାଇଛି । ସାମୁହିକ ଅଣ୍ଡାଦାନ ସମୟରେ ପର୍ଯ୍ୟଟକ ଅଯଥା ଭିଡ଼ ନ କରିବାକୁ ଫଟୋ ଉଠାଇବାକୁ ରାତିବେଳା ଟର୍ଚ୍ଚ ଜଳିବାକୁ ବାରଣ କରାଯାଇଛି। ଏଥିପାଇଁ ଜନସଚେତନତା ମଧ୍ୟ ସୃଷ୍ଟି କରାଯାଇଛି ବୋଲି ସେ ପ୍ରକାଶ କରିଥିଲେ।

ବୈଠକରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବ୍ରିଜେଶ୍ କୁମାର ରାଏ, ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଧେ ଦତ୍ତାତ୍ରୟ ଭାଉସାହେବ, ବ୍ରହ୍ମପୁର ଉପଜିଲ୍ଲାପାଳ କୀର୍ତ୍ତି ଭାସନ୍ ଭି. ବୈଜ୍ଞାନିକ ଅନୀଲ ମହାପାତ୍ର, ବୈଜ୍ଞାନିକ ଡ. ଏକେ ସାହୁ, ଚିଲିକା ବନ୍ୟପ୍ରାଣୀ ଡ଼ିଭିଜନ୍‌ର କର୍ମକର୍ତ୍ତା ଓ ଅନ୍ୟାନ୍ୟ ବିଭାଗୀୟ କର୍ମକର୍ତ୍ତା ଯୋଗ ଦେଇଥିଲେ।

କର୍ମଶାଳା ସଂରକ୍ଷଣ
Share. Facebook Twitter LinkedIn Email WhatsApp Copy Link

Related Posts

ବନ୍ଦେ ଭାରତ ଏକ୍ସପ୍ରେସ ଉପରକୁ ପଥର ମାଡ଼: ଯାତ୍ରା କରୁଥିଲେ ଆରଏସଏସ ମୁଖ୍ୟ ମୋହନ ଭାଗବତ

February 20, 2026

ଏଲିଏନ୍‌ମାନଙ୍କର ଗୁପ୍ତ ତଥ୍ୟ ପ୍ରକାଶ କରିବ ଆମେରିକା!: ବଡ଼ ନିର୍ଦ୍ଦେଶ ଜାରି କଲେ ଟ୍ରମ୍ପ୍ 

February 20, 2026

ଏହି ବିଦେଶୀ ଲିଗ୍ ରୁ ବାଦ ପଡ଼ିବେ ପାକିସ୍ତାନ ଖେଳାଳି!: ବଡ଼ ପଦକ୍ଷେପ ପାଇଁ ପ୍ରସ୍ତୁତ IPL ଫ୍ରାଞ୍ଚାଇଜ୍

February 20, 2026

‘୧୧ଟି ଜେଟ୍ ଖସାଇ ଦିଆଯାଇଥିଲା’: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ଉପରେ ଟ୍ରମ୍ପଙ୍କ ନୂଆ ଦାବି

February 20, 2026
Latest News

ବନ୍ଦେ ଭାରତ ଏକ୍ସପ୍ରେସ ଉପରକୁ ପଥର ମାଡ଼: ଯାତ୍ରା କରୁଥିଲେ ଆରଏସଏସ ମୁଖ୍ୟ ମୋହନ ଭାଗବତ

February 20, 2026

ଏଲିଏନ୍‌ମାନଙ୍କର ଗୁପ୍ତ ତଥ୍ୟ ପ୍ରକାଶ କରିବ ଆମେରିକା!: ବଡ଼ ନିର୍ଦ୍ଦେଶ ଜାରି କଲେ ଟ୍ରମ୍ପ୍ 

February 20, 2026

ଆମେରିକା ସହିତ ‘ପ୍ୟାକ୍ସ ସିଲିକା’ରେ ଯୋଗଦେଲା ଭାରତ: ଜାଣନ୍ତୁ ଏହା କ’ଣ?

February 20, 2026

“ଯଦି ଆପଣମାନେ ଫ୍ରାନ୍ସ ଆସନ୍ତି…”: ଭାରତୀୟମାନଙ୍କୁ ବଡ଼ ପ୍ରସ୍ତାବ ଦେଲେ ମାକ୍ରୋନ୍

February 20, 2026

ଏହି ବିଦେଶୀ ଲିଗ୍ ରୁ ବାଦ ପଡ଼ିବେ ପାକିସ୍ତାନ ଖେଳାଳି!: ବଡ଼ ପଦକ୍ଷେପ ପାଇଁ ପ୍ରସ୍ତୁତ IPL ଫ୍ରାଞ୍ଚାଇଜ୍

February 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.