Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବାଣପୁରକୁ ସବ୍ ଡିଭିଜନ ମାନ୍ୟତା ପ୍ରଦାନ ଏକ ନିର୍ବାଚନୀ ଧୂଆଁ ବାଣ!
ଆଜିର ଖବର

ବାଣପୁରକୁ ସବ୍ ଡିଭିଜନ ମାନ୍ୟତା ପ୍ରଦାନ ଏକ ନିର୍ବାଚନୀ ଧୂଆଁ ବାଣ!

February 12, 2021No Comments3 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ଇତିହାସର ପୃଷ୍ଠା ଯଦି ଓଲଟାଇବା ତେବେ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁରର ସ୍ଥାନ ସ୍ଵତ୍ରନ୍ତ୍ର। ଏଠାର ମୁଖ୍ୟ ଆକର୍ଷଣ ହେଉଛି ଓଡ଼ିଶାର ପ୍ରସିଦ୍ଧ ଶକ୍ତିପୀଠ ବାଣପୁର ଅଧିଷ୍ଠାତ୍ରୀ ଦେବୀ ମା’ ଭଗବତୀ ମନ୍ଦିର। ତତ୍ ସହିତ ବେତ ତିଆରି କଳା ହସ୍ତଶିଳ୍ପୀ ପାଇଁ ସାର ଦେଶରେ ବାଣପୁରର ଏକ ନିଆରା ପରିଚୟ ରହିଛି। ଶାଳିଆ ଡ୍ୟାମ, ଦକ୍ଷେଶ୍ୱର ମନ୍ଦିର, ଡୁଡୁଆ ଜଳପ୍ରପାତ, ବରବରା ସ୍ଥିତ ଏସିଆର ସର୍ବବୃହତ ଶାଗୁଆନ ଜଙ୍ଗଲ ଆଦି ଓଡ଼ିଶାର ପର୍ଯ୍ୟଟନ ମାନଚିତ୍ରରେ ବାଣପୁରର ମାନକୁ ଆହୁରି ବୃଦ୍ଧି କରୁଛି।

ଐତିହାସିକ ଗୁରୁତ୍ୱ ଅନୁଯାୟୀ, ବାଣପୁର ଥିଲା ପାଇକ ବିଦ୍ରୋହର ଏକ କେନ୍ଦ୍ରସ୍ଥଳୀ। ପଲଟନ ପଡିଆ ଏହାର ମୂକଶାଖୀ। ସ୍ଵାଧୀନତା ପୂର୍ଵରୁ ଓ ପରେ ବହୁ ସୁଯୋଗ୍ୟ ସନ୍ତାନମାନଙ୍କୁ ସୃଷ୍ଟି କରିଛି ଏ ମାଟି। ଏହି ମାଟିରୁ ବହୁ ସ୍ଵାଧୀନତା ସଂଗ୍ରାମୀ, ଲେଖକ, କବି, ସମାଜସେବୀ, ମନ୍ତ୍ରୀ, ରାଜନେତା ସର୍ବଭାରତୀୟ ସ୍ତରରେ ସକ୍ରିୟ ଥିଲେ ଏବଂ ଏବେ ମଧ୍ୟ ରହିଛନ୍ତି।

କିନ୍ତୁ ବିଡ଼ମ୍ବନାର କଥା ସବୁ କ୍ଷେତ୍ରରେ ନିଜର ପାରିଦର୍ଶିତା ଅର୍ଜନ କରିଥିଲେ ମଧ୍ୟ ଇଛାଶକ୍ତି ଅଭାବରୁ ଆଜି ଏ ମାଟି ଅଧିକାର ପାଇଁ ସଂଗ୍ରାମ କରୁଛି। ଦିନେ ଯେଉଁ ମାଟି ରାଜଧାନୀ ଥିଲା ତାହା ଉପଖଣ୍ଡ ପାଇଁ ଆଜି ସଂଘର୍ଷ କରୁଛି।

ଏହି ମାଟି ସୁପ୍ରିମକୋର୍ଟର ଦୁଇ ଜଣ ମୁଖ୍ୟ ବିଚାରପତିଙ୍କୁ ଜନ୍ମ ଦେଇଥିବା ବେଳେ ଦେଶର ସିବିଆଇ ନିର୍ଦ୍ଦେଶକଙ୍କୁ ମଧ୍ୟ ଜନ୍ମ ଦେଇଛି। ତା’ ଛଡା ଏ ମାଟିର ପୁଅ ତତ୍କାଳୀନ ରାଜ୍ୟ ରାଜନୀତିର ଦୁଇ ନମ୍ବର ମନ୍ତ୍ରୀ ହୋଇଥିବା ବେଳେ ବର୍ତ୍ତମାନ ଆନ୍ଧ୍ରପ୍ରଦେଶ ରାଜ୍ୟର ରାଜ୍ୟପାଳ ଭାବେ କାର୍ଯ୍ୟ କରୁଛନ୍ତି। ଅନ୍ୟ ଜଣେ ବରିଷ୍ଠ ମନ୍ତ୍ରୀ ମଧ୍ୟ ଏହି ମାଟି ରୁ ନିର୍ବାଚିତ ହୋଇଥିଲେ। କିନ୍ତୁ ଏତେ ସବୁ ପରେ ମଧ୍ୟ ଏହି ଅଞ୍ଚଳବାସୀଙ୍କ ମୁଖ୍ୟ ଅଧିକାର ନମିଳିବା ଚିନ୍ତାର ବିଷୟ।

ଗତ ୧୯ ନିର୍ବାଚନରେ ମୁଖ୍ୟମନ୍ତୀ ଐତିହାସିକ ପଲଟନ ପଡିଆ ପ୍ରଚାର ଲାଗି ଆସିଥିଲେ। ସରକାର ଗଠନ ହେଲା ପରେ ତୁରନ୍ତ ବାଣପୁରକୁ ଉପଖଣ୍ଡ ଘୋଷଣା କରାଯିବ ବୋଲି ପ୍ରତିଶୃତି ଦେଇଥିଲେ। ବାଣପୁରବାସୀ ସ୍ଥାନୀୟ ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧିଙ୍କୁ ବହୁମତରେ ବିଜୟ କରାଇଲେ। କିନ୍ତୁ ବର୍ତ୍ତମାନ ସରକାର ଗଠନ ହେବାର ୨ ବର୍ଷ ବିତିଯାଇଥିଲେ ମଧ୍ୟ ଶାସକ ଦଳର ନେତାମାନେ ଏବିଷୟରେ ଚୁପ ଥିବା ଦେଖାଯାଉଛି।

ମୁଖ୍ୟମନ୍ତ୍ରୀଙ୍କ ପୂର୍ଵରୁ ଏହି ସ୍ଥାନକୁ କେନ୍ଦ୍ରମନ୍ତୀ ବି ନିର୍ବାଚନ ପ୍ରଚାର ପାଇଁ ଆସିଥିଲେ। ତାଙ୍କର ପ୍ରତିଶୃତି ବି ମୁଖ୍ୟମନ୍ତ୍ରୀଙ୍କ ପରି ଥିଲା। ଅବଶ୍ୟ ସେ ଏଠାରୁ ଜନମତ ପାଇ ପାରିନଥିଲେ କିନ୍ତୁ ପରାଜୟ ପରେ ସେ କିମ୍ବା ତାଙ୍କ ପ୍ରତିନିଧିମାନେ କେବେ ଏ ବିଷୟରେ ଆଲୋଚନା କଲା ପରି ମନେ ହେଉନାହିଁ।

୧୯ ନିର୍ବାଚନ ପୂର୍ଵରୁ ବାଣପୁରର ଯେଉଁ ବୁଦ୍ଧିଜୀବିମାନେ ବାଣପୁର ଉପଖଣ୍ଡ ପାଇଁ ଆନ୍ଦୋଳନ କରୁଥିଲେ ସେମାନେ ସମସ୍ତେ ଯେପରି ନିଷ୍କ୍ରିୟ ହୋଇଗଲା ପରି ମନେହୁଏ। ଲାଗୁଛି ବାଣପୁର ଉପଖଣ୍ତ ମାନ୍ୟତା ଯେପରି ନେତା ମନ୍ତ୍ରୀଙ୍କ ପାଇଁ ନିର୍ବାଚନ ଧୂଆଁବାଣ ଥିଲା। ନିର୍ବାଚନ ସରିଗଲା ପରେ କାଶିଆ କିଏ କପିଳା କିଏ?

ଛୋଟ ଛୋଟ କାର୍ଯ୍ୟ ପାଇଁ ଜନସାଧାରଣଙ୍କୁ ଦୀର୍ଘ ୭୦ କିଲୋମିଟର ଖୋର୍ଦ୍ଧା ଯିବାକୁ ପଡୁଛି। ବହୁତ ଉନ୍ନୟନ ମୂଳକ କାର୍ଯ୍ୟ ଅଧିକାରୀଙ୍କ ଦସ୍ତଖତ ଲାଗି ମାସେ ମାସେ ଧରି ପଡ଼ି ରହୁଛି। ଗରିବ, ନିଷ୍ପେସିତ ଲୋକମାନେ ନିଜର ଅଭିଯୋଗ ଲାଗି ଖର୍ଚ୍ଚାନ୍ତ ହୋଇ ଖୋର୍ଦ୍ଧା ଯାଉଛନ୍ତି। ଉପଖଣ୍ଡ ହେଲେ ଏଠାରେ ବହୁତ ବିକାଶର ଚିତ୍ର ଆଙ୍କିହେବ। ଏହା ହେଉଛି ରାଜ୍ୟ ରାଜଧାନୀର ନିକଟତମ ସ୍ଥାନ ଯେଉଁଠାରେ ପର୍ଯ୍ୟଟନ ଶିଳ୍ପ, କଳା ଓ ପ୍ରାକୃତିକ ସୌନ୍ଦର୍ଯ୍ୟ ଭରପୁର ରହିଛି। ପରିବହନ ଓ ଯୋଗାଯୋଗ ପାଇଁ ବହୁତ ସୁବିଧା ଅଛି। ସବୁ ବ୍ୟବସ୍ଥା ପରେ ବି ଇଛା ଶକ୍ତି ନଥିବାରୁ ବାଣପୁର ଉପଖଣ୍ଡ ହୋଇ ପାରୁନାହିଁ।

ତେବେ ଆଗାମୀ ଦିନରେ ପୁଣି ପୌର ଏବଂ ପଞ୍ଚାୟତ ନିର୍ବାଚନ ଆସୁଥିବାବେଳେ ପୁନଶ୍ଚ ନେତା ମାନେ ଏହି ନିର୍ବାଚନୀ ଧୂଆଁ ବାଣ ଛାଡ଼ିବେ ଏଥିରେ କୌଣସି ସନ୍ଦେହ ନାଇଁ। କିନ୍ତୁ ଜନତା ଏଥର ଜମାବି ଫାଙ୍କା ପ୍ରତିଶୃତିରେ ଆସିବେ ନାହିଁ ବୋଲି କହିଲେଣି। ବେଳ ଥାଉ ଥାଉ ବେଣୀ ବାନ୍ଧିଲା ପରି ଯଦି ନିର୍ବାଚନ ପୂର୍ବରୁ ଏହି ଦାବି ପୁରଣ ନହୁଏ ତେବେ ଭୋଟର ବି ତାଙ୍କ ଆକ୍ରୋଶ ଭୋଟରେ ଦେଖାଇବେ ବୋଲି ଚର୍ଚ୍ଚା ଜୋର ଧରିଛି।

ବାଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ରେଢ଼ାଖୋଲ ପୋଲିସ ଦ୍ୱାରା ଗଞ୍ଜେଇ ଜବତ: ବାଇକ୍ ସହ ଚୋରା ଚାଲାଣକାରୀ ଗିରଫ

May 28, 2026

ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

May 28, 2026

ସରକାରୀ ବିଦ୍ୟାଳୟରେ ଖାଲିପଡ଼ିଥିବା ପ୍ରଧାନଶିକ୍ଷକ ପଦବୀ ତୁରନ୍ତ ପୂରଣ ହେଉ: ଓଷ୍ଟା

May 28, 2026

ଏଆଇ ପାଠ୍ୟକ୍ରମର ପୁନର୍ଗଠନ ଉପରେ ଶିଳ୍ପଜଗତ ସହ ଉଚ୍ଚସ୍ତରୀୟ ବୈଠକ କଲେ କେନ୍ଦ୍ରମନ୍ତ୍ରୀ

May 28, 2026
Latest News

ରେଢ଼ାଖୋଲ ପୋଲିସ ଦ୍ୱାରା ଗଞ୍ଜେଇ ଜବତ: ବାଇକ୍ ସହ ଚୋରା ଚାଲାଣକାରୀ ଗିରଫ

May 28, 2026

ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

May 28, 2026

ସରକାରୀ ବିଦ୍ୟାଳୟରେ ଖାଲିପଡ଼ିଥିବା ପ୍ରଧାନଶିକ୍ଷକ ପଦବୀ ତୁରନ୍ତ ପୂରଣ ହେଉ: ଓଷ୍ଟା

May 28, 2026

ଏଆଇ ପାଠ୍ୟକ୍ରମର ପୁନର୍ଗଠନ ଉପରେ ଶିଳ୍ପଜଗତ ସହ ଉଚ୍ଚସ୍ତରୀୟ ବୈଠକ କଲେ କେନ୍ଦ୍ରମନ୍ତ୍ରୀ

May 28, 2026

ସିବିଏସଇ ଅନ୍-ସ୍କ୍ରିନ୍ ମାର୍କିଂ ବିବାଦ: ତୀବ୍ର ହେଲା ରାହୁଲ ଗାନ୍ଧୀ ଏବଂ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାକ୍ ଯୁଦ୍ଧ 

May 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.