ମୁଁ ବର୍ତ୍ତମାନ ମଧ୍ୟ ଆପଣଙ୍କ ଶୁଭ ଚିନ୍ତକ ମାତ୍ର ଇଭିଏମ୍‌ ଅପବ୍ୟବହାର ବନ୍ଦ କରନ୍ତୁ : ଶତ୍ରୁ

Published: Apr 3, 2019, 11:06 am IST
satrughna sinha targets modi on evm issue

ବିଜେପିରୁ ଇସ୍ତଫା ଦେଇ ନିକଟରେ କଂଗ୍ରସରେ ଯୋଗ ଦେଇଥିବା ଭେଟେରାନ୍‌ ବଲିଉଡ୍‌ ଅଭିନେତା ଶତ୍ରୁଘ୍ନ ସିହ୍ନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍‌ କରିଛନ୍ତି। ସୋସିଆଲ ମିଡିଆ ସାଇଟ୍‌ ଟ୍ବିଟ୍ଟର ଜରିଆରେ ସମାଲୋଚନା କରି ଶଟ୍‌ଗନ୍‌ କହିଛନ୍ତି, ମୋଦିଜୀ ମୁଁ ବର୍ତ୍ତମାନ ମଧ୍ୟ ଆପଣଙ୍କର ଶୁଭଚିନ୍ତକ, ମାତ୍ର ଆପଣ ଇଭିଏମ୍‌ର ଅପବ୍ୟବହାର ବନ୍ଦ କରନ୍ତୁ। ଆପଣଙ୍କର ଔଦ୍ଧତ୍ୟ ସତ୍ତ୍ବେ ମୋର ଆପଣଙ୍କୁ ବିନୀତ ଅନୁରୋଧ ଆପଣ ସାମ୍ନାସାମ୍ନି ଲଢେଇରେ ଅବତୀର୍ଣ୍ଣ ହୁଅନ୍ତୁ। ଏହାପରେ ଅନ୍ୟ ଏକ ଟ୍ବିଟ୍‌ ଜରିଆରେ ସେ କହିଥିଲେ, କିଣାଯାଇଥିବା ଗଣମାଧ୍ୟମ ଜରିଆରେ ନିଜର ପ୍ରଚାର ପ୍ରସାର କରିବା ବଦଳରେ ରବୀଶ କୁମାର ଏବଂ ପ୍ରସୁନ୍‌ ବାଜପେୟୀଙ୍କ ପରି ଲୋକଙ୍କ ସହିତ ସାମ୍ବାଦିକ ସମ୍ମିଳନୀ କରନ୍ତୁ ଯେଉଁ ମାନଙ୍କୁ କେବେ କିଣାଯାଇ ପାରିବ ନାହିଁ ଏବଂ ଦେଶର ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ଆପଣଙ୍କୁ ଏହା କରିବା ଉଚିତ୍‌ ହେବ। ସେହିପରି ମୋଦିଙ୍କ ବିଭିନ୍ନ ଗସ୍ତକୁ ଯେଜନାବଦ୍ଧ କହିବା ସହିତ ଶସ୍ତା ଲୋକପ୍ରିୟତା ପାଇଁ ମୋଦି ଏହି ରାସ୍ତା ଆପଣାଉଥିବା ଅଭିଯୋଗ ଆଣିଛନ୍ତି ଶତ୍ରୁ। ଶତ୍ରୁଙ୍କ ଏହି ଟ୍ବିଟ୍‌ ପରେ ସୋସିଆଲ ମିଡିଆରେ କିଛି ଲୋକ ଏହାକୁ ସମର୍ଥନ କରିଥିବା ବେଳେ କିଛି ଲୋକ ଏହାକୁ ବିରୋଧ କରିଛନ୍ତି। ବିରୋଧ କରୁଥିବା ଜଣେ ଲୋକ କହିଛନ୍ତି ଯଦି ଇଭିଏମ୍‌ ଟ୍ୟାମ୍ପରିଂ ନେଇ ଆପଣଙ୍କ ପାଖରେ କିଛି ପ୍ରମାଣ ଅଛି ତେବେ ଏହାକୁ ନେଇ ଆପଣ ନିର୍ବାଚନ କମିଶନଙ୍କ ନିକଟକୁ ଯାଆନ୍ତୁ।

Related posts