
ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ ଆଣିଛନ୍ତି ପୂର୍ବତନ ନୌସେନା ମୁଖ୍ୟ ଆଡ୍ମିରାଲ ଏଲ୍ ରାମଦାସ। ଯୋଗୀ ଭାରତୀୟ ସେନାବାହିନୀକୁ ମୋଦିଜୀଙ୍କ ସେନା ବୋଲି କହିଥିବା ମନ୍ତବ୍ୟ ଉପରେ ନିର୍ବାଚନ କମିଶନଙ୍କ ଦ୍ବାରସ୍ଥ ହୋଇଛନ୍ତି ରାମଦାସ। ସେ କହିଛନ୍ତି, ସଶସ୍ତ୍ର ବଳ କୌଣସି ବ୍ୟକ୍ତିବିଶେଷଙ୍କର ନୁହେଁ ଏହା ସଦାସର୍ବଦା ଦେଶ ଓ ଦେଶବାସୀଙ୍କ ନିକଟରେ ପ୍ରତିବଦ୍ଧ। ଏପରି ମନ୍ତବ୍ୟ କେବଳ ତାଙ୍କୁ ନୁହେଁ ବରଂ ସେନାରେ କାର୍ଯ୍ୟ କରୁଥିବା ଅନେକ ଲୋକଙ୍କ ଭାବନାକୁ ଆଘାତ ପହଞ୍ଚାଇଛି। ନିର୍ବାଚନ ନ ସରିବା ପର୍ଯ୍ୟନ୍ତ ମୁଖ୍ୟ ନିର୍ବାଚନ କମିଶନ ମୁଖ୍ୟ ହୋଇଥିବାରୁ ମୁ ଁ ତାଙ୍କ ନିକଟରେ ଅଭିଯୋଗ ବାଢିଛି ବୋଲି ରାମଦାସ କହିଛନ୍ତି। ସୂଚନାଯୋଗ୍ୟ ଯ, ଗାଜିଆବାଦରେ ଏକ ନିର୍ବାଚନୀ ରାଲୁିକୁ ସମ୍ବୋଧିତ କରିବା ଅବସରରେ ଯୋଗୀ ଆଦିତ୍ୟନାଥ ଭାରତୀୟ ସେନାକୁ ମୋଦିଙ୍କ ସେନା ବୋଲି ଅଭିହିତ କରିଥିଲେ। ରାମଦାସଙ୍କ ସହିତ ଅନ୍ୟତମ ଅବସରପ୍ରାପ୍ତ ଲ୍ୟୁଟ୍ନାଣ୍ଟ ଜେନେରାଲ୍ ଏଚ୍ ଏସ୍ ପନାଗ ମଧ୍ୟ ନିଜର ନିରାଶା ବ୍ୟକ୍ତ କରିଛନ୍ତି। ପନାଗ କହିଛନ୍ତି, ସେନାକୁ ସର୍ବଦା ରାଜନୀତିରୁ ଉର୍ଦ୍ଧ୍ବରେ ରହିଥାଏ ମାତ୍ର ବିଗତ କିଛି ବର୍ଷ ମଧ୍ୟରେ ପ୍ରତ୍ୟକ ନେତା ନିଜର ରାଜନୈତିକ ଫାଇଦା ନିମନ୍ତେ ସେନାର ଅପବ୍ୟବହାର କରୁଛନ୍ତି। ନିର୍ବାଚନ କମିଶନ ଏହି ମାମଲାର ତଦନ୍ତ ଆଦେଶ ଦେଇଥିବା ବେଳେ ଗାଜିଆବାଦ ଜିଲ୍ଲା ମୁଖ୍ୟଙ୍କ ଠାରୁ ରିପୋର୍ଟ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।