୪୦୦ ବନ୍ଦୀଙ୍କୁ ମୁକ୍ତ କରିବାକୁ ଭାରତର ଦାବି

Published: Apr 3, 2019, 12:00 pm IST

ପାକିସ୍ତାନର ବିଭିନ୍ନ ଜେଲ୍‌ରେ ବନ୍ଦୀ ଥିବା ୪୦୦ ଭାରତୀୟଙ୍କୁ ମୁକ୍ତ କରିବା ଲାଗି ଭାରତ ପାକିସ୍ତାନ ନିକଟରେ ଦାବି କରିଛି। ଏହି ବନ୍ଦୀମାନଙ୍କ ମଧ୍ୟରେ ୩୮୫ ଜଣ ମତ୍ସ୍ୟଜୀବୀ ଏବଂ ୧୫ ଜଣ ଅନ୍ୟ ବନ୍ଦୀ ରହିଛନ୍ତି। ସେମାନଙ୍କ ମଧ୍ୟରୁ ଅନେକଙ୍କ ସଜା ପୂରଣ ହେବାର ସମୟ ବିତିସାରିଥିଲେ ମଧ୍ୟ ସେମାନଙ୍କୁ ଜେଲରେ ରଖାଯାଇଛି। ଏହା ସହିତ ବାରମ୍ବାର ଅନୁରୋଧ ସତ୍ବେ ପୂର୍ବତନ ନୌସେନା ଅଧିକାରୀ କୁଳଭୂଷଣ ଯାଦବ ଏବଂ ଅନ୍ୟ ୪ ନାଗରିକଙ୍କୁ ସେମାନଙ୍କ ଅଧିକାରୀମାନଙ୍କ ସହ ସାକ୍ଷାତ କରିବାକୁ ସୁଯୋଗ ଦିଆଯାଉ ନ ଥିବାରୁ ନୂଆଦିଲ୍ଲୀ ପକ୍ଷରୁ ପାକ୍‌ ଦୂତାବାସ ସହ ଯୋଗାଯୋଗ କରାଯାଇଛି। ସୂଚନାଯୋଗ୍ୟ, ପାକ୍‌ରେ ଥିବା ଭାରତୀୟ ବନ୍ଦୀମାନଙ୍କୁ ମୁକ୍ତ କରିବା ଲାଗି ଭାରତ ପକ୍ଷରୁ ଦୀର୍ଘଦିନ ହେବ ଅନୁରୋଧ କରାଯାଇ ଆସୁଥିଲେ ମଧ୍ୟ ପାକିସ୍ତାନ ତାହା ଉପରେ ବିଚାର କରୁନାହିଁ। ଏହାକୁ ନେଇ ଭାରତ ଉଦବେଗ ପ୍ରକାଶ କରିଛି। ୧୦ ଜଣ ବନ୍ଦୀଙ୍କ ଦଣ୍ଡାଦେଶ ପୂରଣ ହୋଇସାରିଥିବାରୁ ସେମାନଙ୍କୁ ତୁରନ୍ତ ମୁକ୍ତ କରିବାକୁ ନୂଆଦିଲ୍ଲୀ ପକ୍ଷରୁ ଦାବି କରାଯାଇଛି। ଏହା ସହ ୩୮୫ ଭାରତୀୟ ମତ୍ସ୍ୟଜୀବୀ, ଯେଉଁମାନଙ୍କ ରାଷ୍ଟ୍ରୀୟତା ଯାଞ୍ଚ ପରେ ସ୍ପଷ୍ଟ ହୋଇଛି ସେମାନଙ୍କୁ ସେମାନଙ୍କ ବୋଟ୍‌ ସହ ତୁରନ୍ତ ଛାଡ଼ିବାକୁ ଭାରତ କହିଛି।

Related posts