Categories
ଆଜିର ଖବର ଜାତୀୟ ଖବର

ଋଷ ସେନାରେ କାର୍ଯ୍ୟରତ ଭାରତୀୟଙ୍କୁ “ମୁକ୍ତ” କରାଯାଇଛି, ଗଣମାଧ୍ୟମର ରିପୋର୍ଟ ସତ୍ୟ ନୁହେଁ: କେନ୍ଦ୍ର ସରକାର

ନୂଆଦିଲ୍ଲୀ: ରୁଷ ସେନାରେ ସହାୟକ କର୍ମଚାରୀ ଭାବେ କାର୍ଯ୍ୟ କରୁଥିବା ଭାରତୀୟମାନଙ୍କୁ ଶୀଘ୍ର ମୁକ୍ତ କରିବା ପାଇଁ ମସ୍କୋ ସହିତ ଭାରତ ଯୋଗାଯୋଗ କରୁଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମଧ୍ୟ ସେହି ଗଣମାଧ୍ୟମର ରିପୋର୍ଟକୁ ଭୁଲ ବୋଲି କହିଛି, ଯାହା ଋଷର ସେନା ପକ୍ଷରୁ ‘ଡିସଚାର୍ଜ’ ପାଇଁ ସାହାଯ୍ୟ ମାଗୁଥିବା ଭାରତୀୟଙ୍କ ବିଷୟରେ ଏକ ଭିନ୍ନ କାହାଣୀ ଉପସ୍ଥାପନ କରୁଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏହି ବିବୃତ୍ତିରେ କହିଛି ଯେ, ଋଷର ସେନାବାହିନୀରୁ ଭାରତୀୟ ନାଗରିକଙ୍କୁ ଶୀଘ୍ର କାର୍ଯ୍ୟମୁକ୍ତ କରିବା ପାଇଁ ଆମେ ଋଷ କର୍ତ୍ତୃପକ୍ଷଙ୍କ ସହ ସକ୍ରିୟ ଭାବରେ କାର୍ଯ୍ୟ କରିବାକୁ ପ୍ରତିଶ୍ରୁତିବଦ୍ଧ।

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ, “ଆମେ ଋଷର ସେନା ତରଫରୁ ‘ଡିସଚାର୍ଜ’ ପାଇଁ ସାହାଯ୍ୟ ମାଗୁଥିବା ଭାରତୀୟଙ୍କ ବିଷୟରେ ଗଣମାଧ୍ୟମରେ କିଛି ଭୁଲ ଖବର ଦେଖିଛୁ। ଏଭଳି ପରିସ୍ଥିତିରେ ଆମେ ଏହା ଜଣାଇବାକୁ ଚାହୁଁଛୁ ଯେ, ମସ୍କୋରେ ଥିବା ଭାରତୀୟ ଦୂତାବାସର ଧ୍ୟାନରେ ଆସୁଥିବା ପ୍ରତ୍ୟେକ ମାମଲାକୁ ରୁଷ କର୍ତ୍ତୃପକ୍ଷଙ୍କ ସହ ଦୃଢ ଭାବରେ ଉଠାଯାଇଛି। ମନ୍ତ୍ରଣାଳୟର ନଜରକୁ ଆସିଥିବା ମାମଲାଗୁଡ଼ିକ ନୂଆଦିଲ୍ଲୀରେ ଥିବା ଋଷ ଦୂତାବାସ ସହିତ ଉଠାଯାଇଛି। ଫଳସ୍ୱରୂପ ଅନେକ ଭାରତୀୟ ଏଥିରୁ ମୁକ୍ତି ପାଇଛନ୍ତି।”

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଅନେକ ଭାରତୀୟ ରୁଷ ସେନାରେ ସୁରକ୍ଷା ସହାୟକ ଭାବେ କାର୍ଯ୍ୟ କରୁଛନ୍ତି ଏବଂ ୟୁକ୍ରେନ ସହିତ ରୁଷ ସୀମାର କେତେକ ଅଞ୍ଚଳରେ ଯୁଦ୍ଧ କରିବାକୁ ବାଧ୍ୟ ହୋଇଛନ୍ତି। ଭାରତୀୟଙ୍କୁ ବଞ୍ଚାଇବା ପାଇଁ ଏଆଇଏମଆଇଏମ ନେତା ଅସଦୁଦ୍ଦିନ ଓୱାଇସି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟକୁ ଅନୁରୋଧ କରିଥିଲେ। ଓୱାଇସି ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ ରେ ବୁଧବାର ଲେଖିଥିଲେ ଯେ, ସେହି ଲୋକଙ୍କୁ ଘରକୁ ଆଣିବା ପାଇଁ ଜୟଶଙ୍କର ତାଙ୍କ କ୍ଷମତାକୁ ବ୍ୟବହାର କରିବା ଉଚିତ, ସେମାନଙ୍କ ଜୀବନ ବିପଦରେ ଅଛି ଏବଂ ସେମାନଙ୍କ ପରିବାରର ଚିନ୍ତାରେ ଅଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ପହଞ୍ଚିଲେ ଇରାନରେ ଫସି ରହିଥିବା ୨୩୪ ଜଣ ଭାରତୀୟ: ଏସ. ଜୟଶଙ୍କର

ନୂଆଦିଲ୍ଲୀ: କରୋନାଭାଇରସ୍ ରେ ପ୍ରଭାବିତ ଇରାନରେ ଫସି ରହିଥିବା ୨୩୪ ଜଣ ଭାରତୀୟ ଆଜି ଭାରତରେ ପହଞ୍ଚିଛନ୍ତି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର କହିଛନ୍ତି।

ମନ୍ତ୍ରୀ କହିଛନ୍ତି ଯେ ଏହି ବ୍ୟାଚରେ ୧୩୧ ଜଣ ଛାତ୍ର ଏବଂ ୧୦୩ ଜଣ ତୀର୍ଥଯାତ୍ରୀ ଅଛନ୍ତି। ଇରାନରୁ ବହିଷ୍କୃତ ହୋଇଥିବା ଭାରତୀୟମାନଙ୍କର ଏହା ହେଉଛି ତୃତୀୟ ବ୍ୟାଚ୍। ଶୁକ୍ରବାର ଦିନ ଦ୍ୱିତୀୟ ବ୍ୟାଚ୍ ରେ ଇରାନରୁ ୪୪ ଭାରତୀୟ ପହଞ୍ଚିଥିବାବେଳେ, ମଙ୍ଗଳବାର ଦିନ ପ୍ରଥମ ବ୍ୟାଚ୍ ରେ ୫୮ ଜଣ ଭାରତୀୟ ସ୍ଵଦେଶ ଫେରିଛନ୍ତି।

ଏହି ଅବସରରେ ଏସ. ଜୟଶଙ୍କର ଟ୍ଵୀଟ୍ଟ କରି ରାଷ୍ଟ୍ରଦୂତ ଧାମୁ ଗାଡାମଙ୍କୁ ଧନ୍ୟବାଦ ଦେବା ସହିତ ଭାରତ ଏବଂ ଇରାନ ଦଳକୁ ମଧ୍ୟ ଧନ୍ୟବାଦ ପ୍ରଦାନ କରିଛନ୍ତି।

ଡବ୍ଲୁ. ଏଚ. ଓ ଦ୍ଵାରା କରୋନାକୁ ମହାମାରୀ ଘୋଷିତ କରାଯାଇଥିବା ବେଳେ ଏବେ ମଧ୍ୟ ଇଟାଲୀ ଭଳି କରୋନା ପ୍ରଭାବିତ ଦେଶରେ ବହୁ ସଂଖ୍ୟାରେ ଭାରତୀୟ ଫସି ରହିଛନ୍ତି।

ବର୍ତ୍ତମାନ ପର୍ଯ୍ୟନ୍ତ ଭାରତରେ କରୋନାଭାଇରସ୍ କବଳରେ ଅତି କମରେ ୯୩ ଟି ନିଶ୍ଚିତ ମାମଲା ରୁଜୁ ହୋଇଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏହାର ଅଫିସିଆଲ ୱେବସାଇଟରେ କହିଛି। (ଏଜେନ୍ସି)

 

 

Categories
ଆଜିର ଖବର ଜାତୀୟ ଖବର

ସମସ୍ତ ଭାରତୀୟ ହିନ୍ଦୁ ମନ୍ତବ୍ୟ ନେଇ ଆରଏସଏସ୍‌କୁ ଦିଗ୍‌ବିଜୟଙ୍କ ସମାଲୋଚନା

ଭୋପାଳ : ପୂର୍ବତନ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଦିଗ୍‌ବିଜୟ ସିଂ ଆରଏସ୍ଏସ୍‌କୁ ସମାଲୋଚନା କରିଛନ୍ତି । ସମସ୍ତ ଭାରତୀୟ ହିନ୍ଦୁ ବୋଲି ଆରଏସ୍‌ଏସ୍‌ ପକ୍ଷରୁ ଦିଆଯାଇଥିବା ମନ୍ତବ୍ୟକୁ କଂଗ୍ରେସ ନେତା ଦିଗ୍‌ବିଜୟ ସିଂଙ୍କ ପକ୍ଷରୁ ସମାଲୋଚନା କରାଯାଇଛି । ଏହି ମନ୍ତବ୍ୟକୁ ସିମାଲୋଚନା କରିବାକୁ ଯାଇ ଦିଗ୍‌ବିଜୟ କହିଛନ୍ତି, ସେ କୌଣସି ଧର୍ମ ଆଡକୁ ଢଳିକରି ନାହାନ୍ତି, ବରଂ ପ୍ରଥମେ ସେ ଜଣେ ଭାରତୀୟ । ଭାରତୀୟ ହେବା ପାଇଁ ହିନ୍ଦୁ ହେବା ଆଦୌ ଜରୁରୀ ନୁହେଁ । ଆରଏସ୍‌ଏସ୍‌ ପକ୍ଷରୁ ଏଭଳି ମନ୍ତବ୍ୟ ଦିଆଯାଇ ହିନ୍ଦୁ ତୁଷ୍ଟୀକରଣର ପ୍ରୟାସ କରାଯାଉଛି ବୋଲି ଦିଗ୍‌ବିଜୟ କହିଛନ୍ତି । (ଏଜେନ୍ସୀ)

Categories
ଆଜିର ଖବର

ରୟାଲ ସୋସାଇଟିକୁ ମନୋନୀତ ହେଲେ ଗଗନଦୀପ କଙ୍ଗ

ପ୍ରଥମଭାରତୀୟ ମହିଳା ବୈଜ୍ଞାନିକ ଭାବରେ ରୟାଲ ସୋସାଇଟି ଅଫ୍‌ ଲଣ୍ଡନ୍‌କୁ ମନୋନୀତ ହୋଇଛନ୍ତି ଗଗନଦୀପ କଙ୍ଗ। ଶିଶୁ ମାନଙ୍କ ପାଇଁ ଟାଇଫଏଡ୍‌ ଏବଂ ରୋଟା ଭାଇରସ୍‌ର ଟୀକା ନିର୍ମାଣରେ ଉଲ୍ଲେଖନୀୟ ସଫଳତା ପାଇଁ କଙ୍ଗଙ୍କୁ ମନୋନୀତ କରାଯାଇଛି ବୋଲି ବ୍ରିଟେନ୍‌ର ଏହି ଅନୁଷ୍ଠାନ ପକ୍ଷରୁ ପ୍ରକାଶ କରାଯାଇଛି। ଜଣେ ଜୀବ ବିଜ୍ଞାନୀ ଭାବରେ ପ୍ରତିଷ୍ଠା ଲାଭ କରିଥିବା କଙ୍ଗ କ୍ରିଷ୍ଟିଆନ୍‌ ମେଡିକାଲ କଲେଜ୍‌, ଭେଲୋରରେ ପ୍ରଫେସର ଭାବରେ କାର୍ଯ୍ୟ କରିଛନ୍ତି। ବର୍ତ୍ତମାନ ଶିକ୍ଷାଦାନ ଛାଡି ଟ୍ରାନ୍ସଲେସନାଲ ହେଲ୍ଥ ସାଇନ୍ସ, ଫରିଦାବାଦରେ ନିଜର ଗବେଷଣା କାର୍ଯ୍ୟରେ ବ୍ୟସ୍ତ ରହିଛନ୍ତି। ରୟାଲ ଲଣ୍ଡନ ସୋସାଇଟି ପକ୍ଷରୁ ପ୍ରକାଶିତ ସୂଚନା ଅନୁଯାୟୀ କଙ୍ଗ ଭାରତୀୟ ଶିଶୁଙ୍କ ପାଇଁ ଟାଇଫଏଡ୍‌ ଏବଂ ଅନ୍ତ୍ର ସଂକ୍ରମଣ ସମ୍ବନ୍ଧୀୟ ରୋଗରୁ ରକ୍ଷା କରିବା ପାଇଁ ଟୀକାର ପରୀକ୍ଷଣ ଉପରେ ଗବେଷଣା ରତ ଅଛନ୍ତି । କଙ୍ଗଙ୍କ ସହିତ ଆହୁରି ୫୦ ଜଣ ବୈଜ୍ଞାନିକଙ୍କୁ ଏହି ସମ୍ମାନ ଜନକ ପଦବୀ ପାଇଁ ମନୋନୀତ କରାଯାଇଛି। ଏହା ମଧ୍ୟରୁ ୧୦ ବିଦେଶୀ ସଦସ୍ୟ ରହିଛନ୍ତି। ଏପ୍ରିଲ ୧୬ ତାରିଖରେ ଏହି ପୁରସ୍କାର ଘୋଷଣା କରାଯାଇଥିଲା।

Categories
ଆଜିର ଖବର

୪୦୦ ବନ୍ଦୀଙ୍କୁ ମୁକ୍ତ କରିବାକୁ ଭାରତର ଦାବି

ପାକିସ୍ତାନର ବିଭିନ୍ନ ଜେଲ୍‌ରେ ବନ୍ଦୀ ଥିବା ୪୦୦ ଭାରତୀୟଙ୍କୁ ମୁକ୍ତ କରିବା ଲାଗି ଭାରତ ପାକିସ୍ତାନ ନିକଟରେ ଦାବି କରିଛି। ଏହି ବନ୍ଦୀମାନଙ୍କ ମଧ୍ୟରେ ୩୮୫ ଜଣ ମତ୍ସ୍ୟଜୀବୀ ଏବଂ ୧୫ ଜଣ ଅନ୍ୟ ବନ୍ଦୀ ରହିଛନ୍ତି। ସେମାନଙ୍କ ମଧ୍ୟରୁ ଅନେକଙ୍କ ସଜା ପୂରଣ ହେବାର ସମୟ ବିତିସାରିଥିଲେ ମଧ୍ୟ ସେମାନଙ୍କୁ ଜେଲରେ ରଖାଯାଇଛି। ଏହା ସହିତ ବାରମ୍ବାର ଅନୁରୋଧ ସତ୍ବେ ପୂର୍ବତନ ନୌସେନା ଅଧିକାରୀ କୁଳଭୂଷଣ ଯାଦବ ଏବଂ ଅନ୍ୟ ୪ ନାଗରିକଙ୍କୁ ସେମାନଙ୍କ ଅଧିକାରୀମାନଙ୍କ ସହ ସାକ୍ଷାତ କରିବାକୁ ସୁଯୋଗ ଦିଆଯାଉ ନ ଥିବାରୁ ନୂଆଦିଲ୍ଲୀ ପକ୍ଷରୁ ପାକ୍‌ ଦୂତାବାସ ସହ ଯୋଗାଯୋଗ କରାଯାଇଛି। ସୂଚନାଯୋଗ୍ୟ, ପାକ୍‌ରେ ଥିବା ଭାରତୀୟ ବନ୍ଦୀମାନଙ୍କୁ ମୁକ୍ତ କରିବା ଲାଗି ଭାରତ ପକ୍ଷରୁ ଦୀର୍ଘଦିନ ହେବ ଅନୁରୋଧ କରାଯାଇ ଆସୁଥିଲେ ମଧ୍ୟ ପାକିସ୍ତାନ ତାହା ଉପରେ ବିଚାର କରୁନାହିଁ। ଏହାକୁ ନେଇ ଭାରତ ଉଦବେଗ ପ୍ରକାଶ କରିଛି। ୧୦ ଜଣ ବନ୍ଦୀଙ୍କ ଦଣ୍ଡାଦେଶ ପୂରଣ ହୋଇସାରିଥିବାରୁ ସେମାନଙ୍କୁ ତୁରନ୍ତ ମୁକ୍ତ କରିବାକୁ ନୂଆଦିଲ୍ଲୀ ପକ୍ଷରୁ ଦାବି କରାଯାଇଛି। ଏହା ସହ ୩୮୫ ଭାରତୀୟ ମତ୍ସ୍ୟଜୀବୀ, ଯେଉଁମାନଙ୍କ ରାଷ୍ଟ୍ରୀୟତା ଯାଞ୍ଚ ପରେ ସ୍ପଷ୍ଟ ହୋଇଛି ସେମାନଙ୍କୁ ସେମାନଙ୍କ ବୋଟ୍‌ ସହ ତୁରନ୍ତ ଛାଡ଼ିବାକୁ ଭାରତ କହିଛି।

Categories
ଆଜିର ଖବର

ଶେୟାର ଆଣ୍ଡ କେୟାର ଭାରତର ସଂସ୍କୃତି : ନାଇଡୁ

ଉପରାଷ୍ଟ୍ରପତି ଭେଙ୍କେୟା ନାଇଡ଼ୁ ସୋମବାର ଦିନିକିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ଏକ ଘରୋଇ ସ୍କୁଲର କାର୍ଯ୍ୟକ୍ରମରେ ଯୋଗଦେଇ ନିଜର ଅଭିଭାଷଣ ରଖିଛନ୍ତି। ପ୍ରଥମେ ସେ ଉତ୍କଳ ଦିବସ ଅବସରରେ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି ସ୍କୁଲ କେବଳ ପାଠ ପଢିବା ପାଇଁ ନୁହେଁ, ଦେଶ ନିର୍ମାଣରେ ଏହାର ମୁଖ୍ୟ ଭୂମିକା ହେବା ଉଚିତ। ଦୀର୍ଘଦିନର ବ୍ରିଟିଶ ଶାସନ ଯୋଗୁ ଆମ ଇତିହାସ ପାଠ୍ୟକ୍ରମ ବଦଳିଛି- ଚିନ୍ତା ବଦଳିଛି। ଆମ ସଂସ୍କୃତି ଓ ଐତିହ୍ୟକୁ ଆମ ପାଠ୍ୟକ୍ରମରେ ସାମିଲ କରିବା ଉଚିତ। ମାତୃଭାଷାକୁ ସବୁବେଳେ ଗୁରୁତ୍ୱ ଦେବା ଉଚିତ। ଗୁଗଲ କେବେ ଗୁରୁଙ୍କ ସ୍ଥାନ ନେଇ ପାରିବ ନାହିଁ। ଶେୟାର ଆଣ୍ଡ କେୟାର ଭାରତର ସଂସ୍କୃତି ବୋଲି ସେ ନିଜ ଅଭିଭାଷଣରେ କହିଛନ୍ତି।। ସେ କହିଛନ୍ତି, “ଦୀର୍ଘ ଦିନର ବ୍ରିଟିଶ ଶାସନ ଯୋଗୁଁ ଆମ ଇତିହାସ ପାଠ୍ୟକ୍ରମ ସହ ଆମର ଚିନ୍ତା ବଦଳିଛି। ଆମ ସଂସ୍କୃତି-ଐତିହକୁ ଆମ ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ କରିବାକୁ ପଡିବ।ଛାତ୍ରଛାତ୍ରୀଙ୍କୁ ପରାମର୍ଶ ମଧ୍ୟ ଦେଇଛନ୍ତି ଉପ-ରାଷ୍ଟ୍ରପତି। ୫ଟି କଥା ମନେ ରଖିବାକୁ ପିଲାଙ୍କୁ ଭେଙ୍କେୟା ନାଇଡୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଯେ, “ଘରେ ମାତୃଭାଷା କୁହ। ମମି ନୁହେଁ ମା’ କୁହ। ବାପା-ମାଆଙ୍କୁ ଅବହେଳା କର ନାହିଁ। ନିଜ ଦେଶ କି ରାଜ୍ୟକୁ ଭୁଲନି। ବାୟୁସେନାର ଏକ ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱରରେ ପହଞ୍ଚିବାପରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁଙ୍କୁ ବିମାନବନ୍ଦରରେ ରାଜ୍ୟପାଳ ପ୍ରଫେସର୍‌ ଗଣେଶ ଲାଲ୍‌ ଏବଂ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ସ୍ୱାଗତ କରିଥିଲେ। ସେ ପୂର୍ବ ନିର୍ଦ୍ଧାରିତ ସମୟର ୧୦ ମିନିଟ୍‌ ପୂର୍ବରୁ ବିମାନବନ୍ଦରରେ ପହଞ୍ଚିଥିଲେ।