Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ତିର୍ତ୍ତୋଲ ବ୍ଲକରେ ପ୍ରହସନ ପାଲଟିଛି ଶିକ୍ଷା ବ୍ୟବସ୍ଥା: ୬୦ ବିଦ୍ୟାର୍ଥୀଙ୍କ ଭବିଷ୍ୟତକୁ ନେଇ ପ୍ରଶ୍ନବାଚୀ
ଆଜିର ଖବର

ତିର୍ତ୍ତୋଲ ବ୍ଲକରେ ପ୍ରହସନ ପାଲଟିଛି ଶିକ୍ଷା ବ୍ୟବସ୍ଥା: ୬୦ ବିଦ୍ୟାର୍ଥୀଙ୍କ ଭବିଷ୍ୟତକୁ ନେଇ ପ୍ରଶ୍ନବାଚୀ

February 14, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରମେଶ ମହନ୍ତି

ଜଗତସିଂହପୁର: ତିର୍ତ୍ତୋଲ ବ୍ଳକ ଅଞ୍ଚଳରେ ଶିକ୍ଷା ବ୍ୟବସ୍ଥା ଏକ ରକମ ପ୍ରହସନରେ ପରିଣତ ହୋଇଥିବା ଦେଖିବାକୁ ମିଳିଛି। ଏକ ସୁନ୍ଦର ସମାଜ ଗଠନରେ ଛାତ୍ରଛାତ୍ରୀଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବିଦ୍ୟାଳୟ ଏକ ମନ୍ଦିର ଛାତ୍ରଛାତ୍ରୀମାନେ ଦେଶର ଭବିଷ୍ୟତ କୁହାଯାଉଥିବା ବେଳେ ଏହି ବିଦ୍ୟାଳୟରେ ଛାତ୍ର ଛାତ୍ରୀ ମାନେ ନିଜର ଭବିଷ୍ୟତ ତିଆରି କରିବାର ମୂଳଦୁଆ ପକାଇଥାନ୍ତି। ଛାତ୍ରଛାତ୍ରୀ ମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତକୁ ଦୃଷ୍ଟିରେ ରଖି ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ସରକାର କୋଟି କୋଟି ଟଙ୍କା ନିବେଶ କରୁଥିବା ଡଣ୍ଡିମ ପିଟୁଥିବା ବେଳେ ବାସ୍ତବରେ ସ୍କୁଲ ଗୁଡିକର ଅବସ୍ଥା କହିଲେ ନ ସରେ। ଖୋଲା ଆକାଶ ତଳେ ଭଙ୍ଗା ଦଦରା କାନ୍ଥ ଘରେ ଅତ୍ୟନ୍ତ ବିପଦପୂର୍ଣ୍ଣ ଅବସ୍ଥାରେ ଖରା ବର୍ଷା ଆଉ ଶୀତ କାକରକୁ ଖାତିରି ନକରି ପାଠ ପଢୁଛନ୍ତି ବିଦ୍ୟାର୍ଥୀ। ଏପରି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ସାମନ୍ତରାୟପୁର ପଞ୍ଚାୟତରେ।

ସୂଚନାନୁଯାୟୀ ଉକ୍ତ ପଞ୍ଚାୟତର ବିଳାସପୁର୍ ଗ୍ରାମରେ ଷଷ୍ଠରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଥିବା ଅନନ୍ତ ଗାଦିବ୍ରହ୍ମ ସଂସ୍କୃତ ବିଦ୍ୟାଳୟରେ ପାଖାପାଖି ୬୦ ବିଦ୍ୟାର୍ଥୀଙ୍କୁ ପାଠ ପଢାଇବା ପାଇଁ ୬ଜଣ ଶିକ୍ଷକ ନିଯୁକ୍ତ ଅଛନ୍ତି। ଏହି ବିଦ୍ୟାଳୟଟି ଗତ ଫନି ବାତ୍ୟାରେ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିଲା। କେବଳ ରହିଯାଇଥିଲା ଭଙ୍ଗା ଦଦରା ଅବସ୍ଥାରେ ଚାରି ପାଖ କାନ୍ଥ। ଏବେ ଯାଏ ସେଇ ବିପଦପୂର୍ଣ୍ଣ ଚାରି କାନ୍ଥ ଓ ଖୋଲା ଆକାଶ ତଳେ ଚାଲିଛି ପାଠପଢ଼ା। ଏମିତିକି ଶିକ୍ଷକ ମାନେ ବସିବା ଚେୟାର ଟେବୁଲ ମଧ୍ୟ ଭାଙ୍ଗି ଯାଇଛି।

କିଛିଦିନ ପୂର୍ବେ ଏହି ବିଦ୍ୟାଳୟରୁ ଚୋରି ହୋଇଥିବା ନେଇ ଥାନାରେ ମଧ୍ୟ ଅଭିଯୋଗ ହୋଇଥିଲା। ଏହି ବିଦ୍ୟାଳୟକୁ ମରାମତି କରାଯିବା ପାଇଁ ସରକାରୀ ଅନୁଦାନ ଆସିଥିବା କୁହାଯାଉଥିବା ବେଳେ ସ୍ଥାନୀୟ ପ୍ରଶାସନର ଉଦାସୀନତା ହେତୁ ଠିକାଦାର ପକ୍ଷରୁ ଆଜି ପର୍ଯ୍ୟନ୍ତ ମରାମତି କାର୍ଯ୍ୟ ସମ୍ପୂର୍ଣ୍ଣ କରାଯାଉ ନାହିଁ ବୋଲି କୁହାଯାଉଛି। ଏବାବଦରେ ଉକ୍ତ ବିଦ୍ୟାଳୟର ଶିକ୍ଷକମାନଙ୍କ ପକ୍ଷରୁ ତିର୍ତ୍ତୋଲ ବ୍ଲକ ଶିକ୍ଷାଧିକାରୀଙ୍କୁ ଅବଗତ କରାଯାଇଥିଲେ ମଧ୍ୟ କାହା ସ୍ବାର୍ଥରେ ଏହି ବିଦ୍ୟାଳୟକୁ ଅଣଦେଖା କରାଯାଉଛି ତାହା ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି।

ଶୁଣିବାକୁ ମିଳୁଛି ଶିକ୍ଷା ବିଭାଗର କିଛି ଅସାଧୁ କର୍ମଚାରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଏହି ମରାମତି କାର୍ଯ୍ୟ ଆଜି ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇପାରୁନାହିଁ। ଏହି ବିଦ୍ୟାଳୟରେ ବିପଦସଙ୍କୁଳ ଅବସ୍ଥାରେ ପାଠ ପଢୁଥିବା ବିଦ୍ୟାର୍ଥୀ ମାନଙ୍କର ଭବିଷ୍ୟତ ଅନ୍ଧାର ମଧ୍ୟକୁ ଠେଲିହୋଇ ଯାଉଥିବାରୁ ଯଥାଶୀଘ୍ର ଉଚ୍ଚ ପ୍ରଶାସନିକ ଅଧିକାରୀ ଏହି ବିଦ୍ୟାଳୟ ଉପରେ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

ଏନେଇ ତିର୍ତ୍ତୋଲ ବ୍ଲକ ଶିକ୍ଷା ଅଧିକାରୀ ସୁଷମା ମଲ୍ଲିକଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ଶ୍ରୀମତୀ ମଲ୍ଲିକ କୌଣସି ମନ୍ତବ୍ୟ ଦେବାକୁ ସିଧା ସଳଖ ମନା କରିଦେଇଥିଲେ।

ତିର୍ତ୍ତୋଲ ବ୍ଳକ ଶିକ୍ଷା ବ୍ୟବସ୍ଥା
Share. Facebook Twitter LinkedIn Email WhatsApp Copy Link

Related Posts

ଏହି ତାରିଖ ସୁଦ୍ଧା ପ୍ରକାଶ ପାଇବ CBSE ଦ୍ୱାଦଶ ପରୀକ୍ଷା ଫଳାଫଳ: ଜାଣନ୍ତୁ କିଭଳି କରିବେ ଯାଞ୍ଚ

April 27, 2026

ଦୁର୍ଘଟଣାରେ ମାମୁଁ – ଭଣଜା ମୃତ

April 27, 2026

ଜାପାନରେ ଭୂମିକମ୍ପ

April 27, 2026

ଆଜିର ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ସ୍ଥଗିତ

April 27, 2026
Latest News

ଅରବିନ୍ଦ କେଜରିୱାଲଙ୍କୁ ବଡ଼ ଝଟକା: ସାତ ବିଦ୍ରୋହୀ ଆପ ସାଂସଦଙ୍କୁ ମାନ୍ୟତା ଦେଲା ରାଜ୍ୟସଭା

April 27, 2026

ଏହି ତାରିଖ ସୁଦ୍ଧା ପ୍ରକାଶ ପାଇବ CBSE ଦ୍ୱାଦଶ ପରୀକ୍ଷା ଫଳାଫଳ: ଜାଣନ୍ତୁ କିଭଳି କରିବେ ଯାଞ୍ଚ

April 27, 2026

ଦୁର୍ଘଟଣାରେ ମାମୁଁ – ଭଣଜା ମୃତ

April 27, 2026

ଭାରତରେ ସ୍ୱାଭାବିକ ରହିଛି ତୈଳ ଓ ଗ୍ୟାସ ଯୋଗାଣ

April 27, 2026

ଜାପାନରେ ଭୂମିକମ୍ପ

April 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.