Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମିଳୁନି ବସୁନ୍ଧରା ଯୋଜନା: ତିର୍ତ୍ତୋଲ ତହସିଲଦାରଙ୍କୁ ଭେଟିଲେ ମାନବାଧିକାର କର୍ମୀଙ୍କ ସହ ଗ୍ରାମବାସୀ
ଆଜିର ଖବର

ମିଳୁନି ବସୁନ୍ଧରା ଯୋଜନା: ତିର୍ତ୍ତୋଲ ତହସିଲଦାରଙ୍କୁ ଭେଟିଲେ ମାନବାଧିକାର କର୍ମୀଙ୍କ ସହ ଗ୍ରାମବାସୀ

February 17, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରମେଶ ମହାନ୍ତି

ଜଗତସିଂହପୁର: ଗରିବ ଖଟିଖିଆ ଲୋକମାନଙ୍କ ପାଇଁ ସରକାର ଯୋଜନା ପରେ ଯୋଜନା କରିଚାଲିଛନ୍ତି। ମୁଖ୍ୟତଃ ଭୂମିହୀନ ଲୋକମାନଙ୍କ ନିମନ୍ତେ ସରକାରଙ୍କ ଏକ ପ୍ରମୁଖ ଯୋଜନା ବସୁନ୍ଧରା ଯୋଜନା, ଏହି ଯୋଜନାରେ ଭୂମିହୀନ ଲୋକମାନଙ୍କୁ ଚଳିବା ପାଇଁ ଯାଗା ଖଣ୍ଡେ ଯୋଗାଇ ଦେବାର ବ୍ୟବସ୍ଥା ରହିଥିବାରୁ ସେମାନଙ୍କୁ ସ୍ୱାଭିମାନ ସହ ବଞ୍ଚିବାର ରାସ୍ତା ଦେଖେଇଥାଏ। ହେଲେ ଏହି ଯୋଜନା ଗୁଡିକ ଗରିବ ଲୋକମାନଙ୍କ ପାଇଁ ଅପହଞ୍ଚ ପାଲଟିଥିବା କୁହାଯାଉଛି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ତହସିଲ୍ ଅଞ୍ଚଳରେ।

ସୂଚନାନୁଯାୟୀ ତିର୍ତ୍ତୋଲ ତହସିଲ୍ ଅଧିନସ୍ଥ ସାମନ୍ତରାପୁର ପଞ୍ଚାୟତ ସ୍ଥିତ ଅନୁପଲ୍ଲା ଗ୍ରାମ ହରିଜନ ସାହିର ପ୍ରାୟ ସମସ୍ତ ପରିବାର ମୁଖ୍ୟତଃ ଟୋକେଇ ବୁଣିବା ସହିତ ମୂଲମଜୁରୀ ଲାଗି ନିଜ ନିଜର ପରିବାର ପ୍ରତିପୋଷଣ କରନ୍ତି। ଯାହା ରୋଜଗାର ହୁଏ ପେଟକୁ ମୁଠେ ଦାନା ସହିତ ଦେହକୁ ଖଣ୍ଡେ କନାକୁ ନିଅଣ୍ଟ। ସେଥିରେ ଜାଗା ଖଣ୍ଡେ କିଣିବା ତ ତାଙ୍କ ପାଇଁ ସାତ ସପନ। ମୁଣ୍ଡ ଗୁଞ୍ଜିବା ପାଇଁ ବସୁନ୍ଧରା ଯୋଜନାରେ ଯାଗା ଖଣ୍ଡେ ପାଇବା ନିମନ୍ତେ ତିର୍ତ୍ତୋଲ ତହସିଲରେ ଆବେଦନ କରିବାର ଦିର୍ଘଦିନ ବିତିଯାଇଥିଲେ ସୁଦ୍ଧା ତାଙ୍କୁ ଯାଗା ଖଣ୍ଡେ ଦେବା ପରିବର୍ତ୍ତେ ଅଣଦେଖା କରାଯାଉଥିବା ଅଭିଯୋଗ ହେଉଛି।

ନିଜର ମୂଲ ମଜୁରୀ କାମଧନ୍ଦା ବନ୍ଦ କରି ବର୍ଷ ବର୍ଷ ଧରି ତିର୍ତ୍ତୋଲ ତହସିଲକୁ ଦୌଡା ଦୌଡ଼ି କରି ନିରାଶ ହେବା ପରେ ଶେଷରେ ଗ୍ରାମର କିଛି ବୁଦ୍ଧିଜୀବୀଙ୍କ ସହଯୋଗରେ ମାନବାଧିକାର କର୍ମୀଙ୍କ ସହ ଯୋଗାଯୋଗ କରିଥିଲେ। ଅନ୍ତରାଷ୍ଟ୍ରୀୟ ମାନବାଧିକାର ପରିଷଦର ଜଗତସିଂହପୁର ଜିଲ୍ଲା ସଭାପତି ଇଂ ଗଗନ ବିହାରୀ ପୃଷ୍ଟି ଓ ରାଜ୍ୟ ସହ-ସମ୍ପାଦକ ଅଶିତ ରଞ୍ଜନ ରାଉତରାୟ ଉକ୍ତ ଲୋକ ମାନଙ୍କର ଦୟନୀୟ ସ୍ଥିତି ଅନୁଧ୍ୟାନ କରିବା ପରେ ସେମାନଙ୍କୁ ନ୍ୟାୟ ଦେବା ପାଇଁ ଅଣ୍ଟା ଭିଡିବା ସହିତ ଏନେଇ ତିର୍ତ୍ତୋଲ ତହସିଲଦାର ସୁଜାତା ପାତ୍ରଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ତହସିଲଦାର ମହୋଦୟା ମାର୍ଚ୍ଚ ମାସ ପରେ ତଦନ୍ତ କରିବେ ବୋଲି କହିବା ସହିତ ଗଣମାଧ୍ୟମ ପ୍ରତିନିଧିଙ୍କୁ ସାଙ୍ଗରେ କଣ ପାଇଁ ଆଣିଛ ବୋଲି ଗ୍ରାମବାସୀ ମାନଙ୍କୁ ପାଲଟା ପ୍ରଶ୍ନ କରିଥିଲେ।

ପ୍ରଶାସନ ପକ୍ଷରୁ ଯଥାଶୀଘ୍ର ତଦନ୍ତ କରାଯାଇ ଏହି ଲୋକମାନଙ୍କୁ ମୁଣ୍ଡ ଗୁଞ୍ଜିବା ପାଇଁ ଯାଗା ଖଣ୍ଡେ ପ୍ରଦାନ କରା ନଗଲେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଅନ୍ତରାଷ୍ଟ୍ରୀୟ ମାନବାଧିକାର ପରିଷଦର ଜଗତସିଂହପୁର ଜିଲ୍ଲା ସଭାପତି ଇଂ ଗଗନ ବିହାରୀ ପୃଷ୍ଟି ପ୍ରକାଶ କରିଛନ୍ତି।

ବସୁନ୍ଧରା ଯୋଜନା ମାନବାଧିକାର କର୍ମୀ
Share. Facebook Twitter LinkedIn Email WhatsApp Copy Link

Related Posts

ମାଓବାଦ ବିରୋଧୀ ଅଭିଯାନରେ ଓଡ଼ିଶା ପୋଲିସର ବଡ଼ ସଫଳତା: ୧୯ ମାଓବାଦୀଙ୍କ ଆତ୍ମସମର୍ପଣ

February 6, 2026

ପ୍ରଗତି ପଥରେ ଅଗ୍ରସର ହେଉଥିବା ଓଡ଼ିଶା ନିଜ ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି: ରାଜ୍ୟପାଳ

February 6, 2026

ଏବେ ଜଖପୁରା ଷ୍ଟେସନରେ ରହଣି କରିବନାହିଁ ଏହି ଯାତ୍ରୀବାହୀ ଟ୍ରେନ୍‌: ଦେଖନ୍ତୁ ତାଲିକା

February 6, 2026

ଭୁବନେଶ୍ୱରରେ ବ୍ଲାକ୍‌ ସ୍ୱାନ୍‌ ଶିଖର ସମ୍ମିଳନୀରେ ରାଷ୍ଟ୍ରପତିଙ୍କ ଯୋଗଦାନ

February 6, 2026
Latest News

Tata Steel Result: ନିଟ୍ ଲାଭ ୧୩% ହ୍ରାସ ପାଇ ୨,୬୮୯ କୋଟି ଟଙ୍କାରେ ପହଞ୍ଚିଲା

February 6, 2026

ମାଓବାଦ ବିରୋଧୀ ଅଭିଯାନରେ ଓଡ଼ିଶା ପୋଲିସର ବଡ଼ ସଫଳତା: ୧୯ ମାଓବାଦୀଙ୍କ ଆତ୍ମସମର୍ପଣ

February 6, 2026

ଭାରତୀୟ ରେଳବାଇରେ ୨୦୧୪-୧୫ ଏବଂ ୨୦୨୪-୨୫ ମଧ୍ୟରେ ୫.୦୮ ଲକ୍ଷ ନିଯୁକ୍ତି: ଅଶ୍ୱିନୀ ବୈଷ୍ଣବ

February 6, 2026

ଇଂଲଣ୍ଡକୁ ପରାସ୍ତ କରି ଷଷ୍ଠ ଥର ପାଇଁ ବିଶ୍ୱ ଚାମ୍ପିଅନ୍ ହେଲା ଭାରତ: ବିଜୟର ହିରୋ ବୈଭବ ସୂର୍ଯ୍ୟବଂଶୀ

February 6, 2026

ପ୍ରଗତି ପଥରେ ଅଗ୍ରସର ହେଉଥିବା ଓଡ଼ିଶା ନିଜ ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି: ରାଜ୍ୟପାଳ

February 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.