Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସଡ଼କ ସୁରକ୍ଷା ସପ୍ତାହ ପାଳନର ଶେଷ ଦିନରେ ଜଗତସିଂହପୁରରେ ବାଇକ୍ ଶୋଭାଯାତ୍ରା
ଆଜିର ଖବର

ସଡ଼କ ସୁରକ୍ଷା ସପ୍ତାହ ପାଳନର ଶେଷ ଦିନରେ ଜଗତସିଂହପୁରରେ ବାଇକ୍ ଶୋଭାଯାତ୍ରା

February 18, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ରମେଶ ମହାନ୍ତି

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାରେ ସଡ଼କ ସୁରକ୍ଷା ସଚେତନତା ମାସ ପାଳନ ହୋଇଯାଇଛି। ଏହି ସଡ଼କ ସୁରକ୍ଷା ସଚେତନତା ମାସର ଶେଷ ଦିନରେ ଏକ ବାଇକ୍ ଶୋଭାଯାତ୍ରାକୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପ୍ରକାଶ ଆର୍ ପତାକା ହଲାଇ ଶୁଭ ଉଦଘାଟନ କରିଥିଲେ।

ଏହି ବାଇକ୍ ଶୋଭାଯାତ୍ରାରେ ୩୦ଜଣ ପୋଲିସ୍, ହୋଣ୍ଡା ସୋରୁମ୍, ଟିଭିଏସ୍ ସୋରୁମ୍ ଓ ହିରୋ ସୋରୁମ୍ ର ପ୍ରତ୍ୟେକ ୧୦ଜଣ ଲେଖାଏଁ କର୍ମଚାରୀ ଭାଗ ନେଇଥିଲେ। ଏହି ବାଇକ୍ ଶୋଭାଯାତ୍ରା ଏସ୍.ପି ଅଫିସରୁ ବାହାରି ତିର୍ତ୍ତୋଲ ଥାନା ଓ ପରେ ରଘୁନାଥପୁର ଦେଇ ଗାନ୍ଧୀଛକ ବାଟେ ଏସ୍.ପି ଅଫିସରେ ପହଞ୍ଚିଥିଲେ। ଦୁଇଚକିଆ ଗାଡ଼ି ଚଳାଇବା ବେଳେ ହେଲମେଟ୍ ପିନ୍ଧିବା, ମୋବାଇଲ ବ୍ୟବହାର ନକରିବା, ଦୃତ ଗତିରେ ଗାଡ଼ି ନ ଚଲାଇବା ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଇଥିଲେ।

ପ୍ରକାଶ ଥାଉକି ଜଗତସିଂହପୁର ଜିଲ୍ଲାରେ ଜାତୀୟ ସଡ଼କ ସୁରକ୍ଷା ସଚେତନତା ମାସ ଜାନୁୟାରୀ ୧୮ ତାରିଖରେ ଆରମ୍ଭ ହୋଇଥିଲା। ସଡ଼କ ସୁରକ୍ଷା ସଚେତନତା ରଥକୁ ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି ଓ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ସ୍ଥାନୀୟ କଲେଜ ଛକଠାରେ ଉଦଘାଟନ କରିଥିଲେ। ଏକ ସଚେତନତା ଶୋଭାଯାତ୍ରା କଲେଜ ଛକଠାରୁ ବିଜୁ ପଟ୍ଟନାୟକ ଛକ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା।

ସଚେତନତା ରଥ ସମଗ୍ର ଜିଲ୍ଲା ପରିକ୍ରମା କରିଥିଲା। ସେହିପରି ସ୍ଥାନୀୟ ଏସ୍.ପି ଅଫିସ୍ ଠାରୁ ୭୦ଜଣ ଛାତ୍ରଛାତ୍ରୀ ସାଇକେଲ ଶୋଭାଯାତ୍ରାରେ ବାଲିଭଉଁରି ଛକ ପର୍ଯ୍ୟନ୍ତ ଯାଇଥିଲେ। ଜାନୁୟାରୀ ୨୦ ତାରିଖରେ ଏସ୍.ପି ଶ୍ରୀ ପ୍ରକାଶ ଆର୍ ଏହି ସାଇକେଲ୍ ଶୋଭାଯାତ୍ରାକୁ ଉଦଘାଟନ କରି ଶୋଭାଯାତ୍ରାରେ ସାମିଲ ହୋଇଥିଲେ।

ଏହି ଶୋଭାଯାତ୍ରାରେ କ୍ୟାରିଅର କ୍ରିଏଟରର ଛାତ୍ରଛାତ୍ରୀମାନେ ଭାଗ ନେଇଥିଲେ। ଶେଷଦିନର ଏହି ବାଇକ୍ ଶୋଭାଯାତ୍ରାରେ ଆଞ୍ଚଳିକ ପରିବହନ ଅଧିକାରୀ ପ୍ରତାପ କୁମାର ପଣ୍ଡା, ଟ୍ରାଫିକ ଇନିସପେକ୍ଟର ପ୍ରଶାନ୍ତ କୁମାର ମହାପାତ୍ର, ଡି.ଏସ୍.ପି ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ଆଇ.ଆଇ.ସି ରଜନୀକାନ୍ତ ମିଶ୍ର ଉପସ୍ଥିତ ଥିଲେ।

ଜଗତସିଂହପୁର ଜିଲ୍ଲା ବାଇକ୍ ଶୋଭାଯାତ୍ରା ସଡକ ସୁରକ୍ଷା ସପ୍ତାହ
Share. Facebook Twitter LinkedIn Email WhatsApp Copy Link

Related Posts

‘ଅପରେସନ ସାଇବର କବଚ’ ଅଭିଯାନ: ରାଜ୍ୟବ୍ୟାପୀ ୮୪ ଗିରଫ

February 20, 2026

ଭୁବନେଶ୍ବରରେ ସଂଗ୍ରାମୀ ଗୌରାଙ୍ଗ ଚରଣ ଓ ସଂଗ୍ରାମୀ ଶଶୀଭୂଷଣଙ୍କ ଶ୍ରଦ୍ଧାଞ୍ଜଳି ସଭା

February 20, 2026

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମିଜମାର ସୁରକ୍ଷା ଉପରେ ଉଚ୍ଚସ୍ତରୀୟ ବୈଠକ

February 20, 2026

ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍ ୨୦୨୬ର ଲିଡର୍ସ ପ୍ଲାନେରି ଅଧିବେଶନ ସମୟରେ ପ୍ରଧାନମନ୍ତ୍ରୀ

February 20, 2026
Latest News

‘ଅପରେସନ ସାଇବର କବଚ’ ଅଭିଯାନ: ରାଜ୍ୟବ୍ୟାପୀ ୮୪ ଗିରଫ

February 20, 2026

ଭୁବନେଶ୍ବରରେ ସଂଗ୍ରାମୀ ଗୌରାଙ୍ଗ ଚରଣ ଓ ସଂଗ୍ରାମୀ ଶଶୀଭୂଷଣଙ୍କ ଶ୍ରଦ୍ଧାଞ୍ଜଳି ସଭା

February 20, 2026

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମିଜମାର ସୁରକ୍ଷା ଉପରେ ଉଚ୍ଚସ୍ତରୀୟ ବୈଠକ

February 20, 2026

ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍ ୨୦୨୬ର ଲିଡର୍ସ ପ୍ଲାନେରି ଅଧିବେଶନ ସମୟରେ ପ୍ରଧାନମନ୍ତ୍ରୀ

February 20, 2026

କଟକ ଭୁବନେଶ୍ବରର ବିଭିନ୍ନ ଅଞ୍ଚଳରେ ବିଦ୍ୟୁତ ସେବା ବନ୍ଦ ରହିବ, ଜାଣନ୍ତୁ ଆପଣଙ୍କ ଅଞ୍ଚଳରେ କେତେବେଳେ

February 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.